ଆଜି ଚିହ୍ନଟ ହେଲେ ୭୫୩ କରୋନା ଆକ୍ରାନ୍ତ, ରହିଛି ୩୧୯ ଲୋକାଲ୍ କେସ୍
ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ରବିବାର ୭୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୩୪ କ୍ୱାରାଣ୍ଟାଇନ୍ ମାମଲା ଥିବା ବେଳେ ୩୧୯ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୮,୬୫୯ରେ…
କ୍ଷେତ୍ରୀୟ ଅଖଣ୍ଡତା-ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ଆବଶ୍ୟକ: ଜୟ ଶଙ୍କର
ନୂଆଦିଲ୍ଲୀ,୧୫।୧୧: କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେବା ଦ୍ୱାରା ଦେଶ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇପାରିବ। ସେହିପରି ଅନ୍ତର୍ଜାତୀୟ ଆଇନର ପାଳନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି। ୧୫ତମ ପୂର୍ବ ଏସିଆ ଶିଖର…
ରାଜଧାନୀରେ ଆଜି ୫୧ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୭୧
ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏହି କିଛିଦିନ ହେବ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଶନିବାର ରାଜଧାନୀରୁ ମାତ୍ର ୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୬ ଜଣ…
ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ଆଜି ଆଲୋକ ଏବଂ ଆନନ୍ଦର ପର୍ବ ଦୀପାବଳି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି ଯେ, ପବିତ୍ର କାଳୀପୂଜା ଏବଂ ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ…
ସୀମା ସୁରକ୍ଷା ପାଇଁ ଭାରତୀୟ ଯବାନ ସର୍ବଦା ଜାଗ୍ରତ: ମୋଦି
ଜୈୟସଲମେର,୧୪।୧୧: ଭାରତୀୟ ସେନା ସୀମା ସୁରକ୍ଷା ପାଇଁ ସର୍ବଦା ଜାଗ୍ରତ। ସେମାନଙ୍କୁ ଏଥିରେ କେହି ଅଟକାଇ ପାରିବେ ନାହିଁ। ଭାରତୀୟ ଯବାନଙ୍କୁ ଆହ୍ବାନ ଦେଲେ ଏହାର କଡ଼ା ଜବାବ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦୀପାବଳି ଅବସରରେ ସେ…
ରାଜ୍ୟରେ ଆଜି ଚିହ୍ନଟ ହେଲେ ୯୦୨ କରୋନା ଆକ୍ରାନ୍ତ: ମୋଟ ସଂଖ୍ୟା ୩,୦୭,୯୦୬କୁ ବୃଦ୍ଧି
ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ୯୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୫୨୩ଟି କ୍ୱାରାଣ୍ଟାଇନ୍ ମାମଲା ଥିବା ବେଳେ ୩୭୯ ଲୋକାଲ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ ୫୦, ବାଲେଶ୍ୱରରୁ ୩୯, ବରଗଡ଼ରୁ ୩୭, ଭଦ୍ରକରୁ ୮, ବଲାଙ୍ଗୀରରୁ…
କମୁନି କରୋନା ମୃତ୍ୟୁ ହାର: ରାଜ୍ୟରେ ୧୫ଶହ ଟପିଲା ସଂଖ୍ୟା
ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ଶହ ଟପିଯାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…
ଚାଚା ନେହେରୁଙ୍କ ୧୩୧ ଜନ୍ମ ତିଥି: ଶାନ୍ତିବନରେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ,୧୪।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୧ତମ ଜନ୍ମ ତିଥିରେ ବରିଷ୍ଠ ରାଜନେତାଙ୍କ ସମେତ ସାଧାରଣ ବ୍ୟକ୍ତି ବିଶେଷ ଶାନ୍ତିବନରେ ଶନିବାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା,…
ଲୋଙ୍ଗେଓ୍ବାଲା ସୀମାରେ ମୋଦି
ଜୈସେଲମର,୧୪।୧୧: ଭାରତୀୟ ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାଜସ୍ଥାନର ଜୈସେଲମରର ଲୋଙ୍ଗେଓ୍ବାଲାଠାରେ ପହଞ୍ଚିଛନ୍ତି। ଦୀପାବଳି ଅବସରରେ ସେ ଯବାନମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦିଙ୍କ ସହିତ ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାପ୍ ବିପନ ରାଓ୍ବତ, ସେନା ମୁଖ୍ୟ…
ବିଷାକ୍ତ ହୋଇନି ବାୟୁ
ଅମିତ କୁମାର ସାମଲ ଅନୁଗୋଳ ଅଫିସ, ୧୪ା୧୧ – ଅନୁଗୋଳ ଜିଲାରେ ବାୟୁ ପ୍ରଦୂଷଣ ସ୍ଥିତି ସୁଧୁରିଛି। ବିଶେଷକରି କରୋନା ପରଠାରୁ ଲଗାଯାଇଥିବା ଲକ୍ଡାଉନ୍ ଓ ଶଟ୍ଡାଉନ ଏଥିରେ ସହାୟ ହୋଇଛି। ଜିଲାର ତାଳଚେର ଓ ନାଲ୍କୋ ଅଞ୍ଚଳରେ କେବେ କେମିତି…
ଢେଙ୍କାନାଳ ଜିଲାରେ ସୀମା ଟପିଲା ବର୍ବରତା: ୪ବର୍ଷର ଶିଶୁକୁ ବଳାତ୍କାର ପରେ ହତ୍ୟା
ଢେଙ୍କାନାଳ ଅଫିସ/କାମାକ୍ଷାନଗର/କାଳିଆପାଣି(ଡି.ଏନ୍.ଏ.), ୧୩।୧୧-ଢେଙ୍କାନାଳ-ଯାଜପୁର ସୀମାନ୍ତ କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମରେ ଜଣେ ୪ବର୍ଷର ଶିଶୁଙ୍କୁ ବଳାତ୍କାର ପରେ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି କେତେଜଣ ବ୍ୟକ୍ତି ଏପରି ଜଘନ୍ୟକାଣ୍ଡ ଘଟାଇଥିବା ମୃତ ଶିଶୁକନ୍ୟାଙ୍କ ବାପା ଅଭିଯୋଗ…
ଥାନା ଭିତରେ ଲାଠି, ଗୋଇଠା ମାଡ଼ ମାମଲା: ବିବାଦୀୟ ଥାନାଧିକାରୀଙ୍କୁ ୨ ବର୍ଷ ଥାନା ମନା
ଭୁବନେଶ୍ୱର,୧୩ା୧୧(ବ୍ୟୁରୋ)/ ପାଟଣା (ସ୍ବ.ପ୍ର.) – କେନ୍ଦୁଝର ଜିଲା ପାଟଣା ଥାନା ଭିତରେ ଅଭିଯୁକ୍ତ ଯୁବକଙ୍କୁ ଲାଠିରେ ନିସ୍ତୁକ ପିଟିବା ସହ ଗୋଇଠା ମାଡ଼ ମାମଲାରେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍ଆର୍ସି) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୨ବର୍ଷ ଯାଏ ଥାନାର…
Archives


