ବିଷାକ୍ତ ହୋଇନି ବାୟୁ

ଅମିତ କୁମାର ସାମଲ
ଅନୁଗୋଳ ଅଫିସ, ୧୪ା୧୧ – ଅନୁଗୋଳ ଜିଲାରେ ବାୟୁ ପ୍ରଦୂଷଣ ସ୍ଥିତି ସୁଧୁରିଛି। ବିଶେଷକରି କରୋନା ପରଠାରୁ ଲଗାଯାଇଥିବା ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ ଏଥିରେ ସହାୟ ହୋଇଛି। ଜିଲାର ତାଳଚେର ଓ ନାଲ୍‌କୋ ଅଞ୍ଚଳରେ କେବେ କେମିତି ପ୍ରଦୂଷଣର ମାତ୍ରା ଜଣାପଡ଼ୁଥିଲେ ହେଁ ଏହା ସେତେଟା ବିଷାକ୍ତ ନୁହେଁ। ତେବେ ଯାନବାହନ ଜନିତ ପ୍ରଦୂଷଣ ପୂର୍ବାପେକ୍ଷା ବଢ଼ୁଥିବାରୁ ଏହାକୁ ରୋକାଯିବା ଜରୁରୀ ହୋଇପଡ଼ିଛି। ତାଳଚେର ସହର ପାଇଁ ଏକ ମାଷ୍ଟରପ୍ଲାନ କରାଯାଉଥିବାରୁ ଆଗାମୀ ଦିନରେ ପ୍ରଦୂଷଣ ସ୍ତର ଆହୁରି ତଳକୁ ଆସିବାର ସମ୍ଭାବନା ରହିଛି।
ପୂର୍ବରୁ ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲା ପ୍ରଦୂଷଣ ତାଲିକାର ଆଗୁଆ ସ୍ଥାନରେ ରହୁଥିଲା। କିନ୍ତୁ ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ ପାଇଁ ଜିଲାରେ କଳକାରଖାନା ବନ୍ଦ ରହିବାରୁ ପ୍ରଦୂଷଣ ସ୍ତର ଢେର ତଳକୁ ଚାଲି ଆସିଛି। ଅନ୍‌ଲକ୍‌ ଘୋଷଣା ପରେ ଖଣି ଖାଦାନ ପୁନଃ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ବାୟୁମଣ୍ଡଳରେ ପ୍ରଦୂଷଣ ସ୍ତର ପିଏମ୍‌-୧୦ ଓ ପିଏମ୍‌ ୨.୫ ନିର୍ଦ୍ଧାରିତ ମାତ୍ରାଠାରୁ ନିମ୍ନରେ ରହିଛି। ପିଏମ୍‌-୧୦ର ପରିମାଣ ୧୦୦ରୁ ତଳକୁ ରହୁଥିବା ବେଳେ ପିଏମ୍‌ ୨.୫ ୬୦ରୁ କମ୍‌ ରହୁଥିବା ଦେଖାଯାଉଛି। କେବେ କେମିତି ବାୟୁମଣ୍ଡଳରେ ଏହି ସ୍ତର ସାମାନ୍ୟ ଉପରକୁ ଯାଉଥିଲେ ବି ପରବର୍ତ୍ତୀ ସମୟରେ ତଳକୁ ଚାଲିଆସୁଛି। ତେବେ ଜିଲାରେ ଯାନବାହନ ସଂଖ୍ୟା ବଢ଼ୁଥିବାରୁ ବାୟୁମଣ୍ଡଳରେ ସଲ୍‌ଫର ଡାଇଅକ୍ସସାଇଡ, ନାଇଟ୍ରୋଜେନ୍‌ ଅକ୍ସସାଇଡ ଓ ନାଇଟ୍ରୋଜେନ୍‌ ମନୋଅକ୍ସସାଇଡ୍‌ ପରିମାଣରେ ବୃଦ୍ଧି ପରିଲକ୍ଷିତ ହେଉଛି। ସେଥିପାଇଁ ବିଏସ୍‌-୬ ମାନର ଗାଡ଼ି ଚଳାଚଳ ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ସେହିପରି ଜିଲାରେ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାକୁ ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ନୋଟିସ୍‌ କରାଯାଉଛି। ତେବେ ଜିଲାର ତାଳଚେର ସବୁଠୁ ଅଧିକ ପ୍ରଭାବିତ ହେଉଥିବାରୁ ସେଠାରେ ପ୍ରଦୂଷଣ ରୋକିବା ପାଇଁ ଏକ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ବିଶେଷକରି କୋଲ୍‌ କରିଡର ରାସ୍ତା ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ଉକ୍ତ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ ଓ ଖଣିରୁ ବାହାରୁଥିବା ଟ୍ରକ୍‌ଗୁଡ଼ିକର ଚକା ଧୋଇବା (ହୁଇଲ ୱାସିଂ ସିଷ୍ଟମ) ନେଇ ଯୋଜନା ରହିଛି। ଫଳରେ ଖଣିରୁ କୋଇଲା ଗୁଣ୍ଡ ଆଉ ଗାଡ଼ି ଚକ ମାଧ୍ୟମରେ ରାସ୍ତାକୁ ଆସିବ ନାହିଁ କି ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବୃଦ୍ଧି କରିବ ନାହିଁ। ଏହାଛଡ଼ା ରାସ୍ତା ସଫେଇ ନିମନ୍ତେ ଦୁଇଟି ସ୍ବତନ୍ତ୍ର ଗାଡ଼ି ଅଣାଯାଇଛି ବୋଲି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସଚେତନ ହେଲେ ସ୍ଥିତି ସୁଧୁରିବ
ଖଣି ଖାଦାନ ଜନିତ ପ୍ରଦୂଷଣ ହ୍ରାସ ପାଇଥିଲେ ମଧ୍ୟ ଅଧିକ ଯାନବାହନ ଚଳାଚଳ ଯୋଗୁ ସ୍ଥିତି ବିଗିଡ଼ିଯାଉଛି। ଅନେକ ସମୟରେ ଆବଶ୍ୟକତା ନ ଥାଇ ଲୋକେ ଅଯଥାରେ ଗାଡ଼ି ବ୍ୟବହାର କରୁଛନ୍ତି। ତେଣୁ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଅଣାଗଲେ ପ୍ରଦୂଷଣକୁ ଅନେକାଂଶରେ ରୋକାଯାଇପାରିବ।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ୍‌, ଅନୁଗୋଳ
ବ୍ୟାପକ ବନୀକରଣ କରାଯାଉ
ଶିଳ୍ପ ପାଇଁ ଜିଲାରୁ ହଜାର ହଜାର ଗଛ କଟାଯାଉଛି। କିନ୍ତୁ ଶିଳ୍ପ ସଂସ୍ଥାଗୁଡ଼ିକ ନିୟମ ଅନୁଯାୟୀ ବନୀକରଣ କରୁନାହାନ୍ତି। ସେଥିପାଇଁ ଜିଲାରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ୁଛି। ଏଥିପ୍ରତି ପ୍ରଶାସନ ଆବଶ୍ୟକ ଦୃଷ୍ଟି ଦେଇ ନିୟମ କଡ଼ାକଡ଼ି କରିବା ସହ ବ୍ୟାପକ ବୃକ୍ଷରୋପଣ ପାଇଁ ପଦକ୍ଷେପ ନେବା ଉଚିତ।
-ଅଶୋକ କୁମାର ଶତପଥୀ, ପରିବେଶବିତ୍‌, ଅନୁଗୋଳ
ଖଣି ଖାଦାନ ପାଇଁ ସମସ୍ୟା
ଅନୁଗୋଳ ଜିଲାରେ ଶତାଧିକ ଶିଳ୍ପ ରହିଛି। ବିଶେଷକରି ତାଳଚେର ଅଞ୍ଚଳରେ ବହୁ କୋଇଲା ଖଣିରୁ ଦୈନିକ ହଜାର ହଜାର ଟନ୍‌ କୋଇଲା ଉତ୍ତୋଳନ କରାଯାଇ ଟ୍ରକ୍‌ ଯୋଗେ ପରିବହନ କରାଯାଉଛି। କିନ୍ତୁ ପ୍ରଦୂଷଣ ରୋକିବାକୁ ଆବଶ୍ୟକ ପାଣି ସିଞ୍ଚନ କି ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦିଆଯାଉ ନାହିଁ।
-ଭୁପେଶ ପ୍ରଧାନ, ବୁଦ୍ଧିଜୀବୀ, ଅନୁଗୋଳ
୫୦ ପ୍ରତିଶତ ହ୍ରାସ
ଅନୁଗୋଳ ଜିଲାରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। କରୋନା ପାଇଁ ହୋଇଥିବା ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ ଏହା ପାଖାପାଖି ୫୦ ପ୍ରତିଶତ ତଳକୁ ଖସି ଆସିଛି। ତେବେ ତାଳଚେର ସହରର ପ୍ରଦୂଷଣ ରୋକିବାକୁ ମାଷ୍ଟର ପ୍ଲାନ କରାଯାଇଛି। ୨୦୨୧ ମେ’ ସୁଦ୍ଧା ଏହି କାର୍ଯ୍ୟ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି।
-ଡ.ଅନୁପ କୁମାର ମଲ୍ଳିକ, ଅଧିକାରୀ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ


Enter your email to get our daily news in your inbox.

All Right Reserved By Dharitri.Com

୨ କି.ମି. ରାସ୍ତା ମରାମତିକୁ ଲାଗିଲାଣି ୨ବର୍ଷ

ସେମିଳିଗୁଡ଼ା/ସୁନାବେଡ଼ା,୧୯।୫ (ସ୍ବ.ପ୍ର.): ପୂର୍ତ୍ତ ବିଭାଗ ଅଧୀନରେ ଥିବା ସେମିଳିଗୁଡ଼ା-ନନ୍ଦପୁର ରାସ୍ତା ଅବସ୍ଥା ଶୋଚନୀୟ। ସେମିଳିଗୁଡ଼ା ଟ୍ରାଫିକ ଛକରୁ କୋଡ଼ିଗାଁ ଛକ ପର୍ଯ୍ୟନ୍ତ ପ୍ରାୟ ୨କି.ମି. ରାସ୍ତାର...

ଗନ୍ଧମାର୍ଦ୍ଦନରେ ମାଓବାଦୀ-ପୋଲିସ ଗୁଳି ବିନିମୟ: ୨ ମାଓବାଦୀ ମୃତ

ବଲାଙ୍ଗୀର ଅଫିସ,୨୪।୧୧: ବଲାଙ୍ଗୀର ଜିଲା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ରେ ଗୁରୁବାର ମାଓବାଦୀ-ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ଦୁଇ ମାଓବାଦୀ ନିହତ ହୋଇଥିବା...

ଜଳିଗଲା ୫ ବଖରା: ୪ ଗୋରୁ, ଛେଳି ଜୀବନ୍ତ ଦଗ୍ଧ

ଭଦ୍ରକ ଅଫିସ,୩୦ା୧୦: ଅଗ୍ନିକାଣ୍ଡରେ ୩ଟି ପରିବାରର ୫ ବଖରା ଘର ଜଳିଯାଇଛି। ଏଥିସହ ୪ ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଭଦ୍ରକ...

ଦମ୍ପତିଙ୍କୁ ଅଖାଦ୍ୟ ଖୁଆଇବା ଉଦ୍ୟମ

ପୁରୁଷୋତ୍ତମପୁର,୧୧ା୧୧ (ଡି.ଏନ.ଏ.):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ ଜିନୂଆପଲ୍ଲୀ ଗ୍ରାମରେ ବୁଧବାର ରାତିରେ ଗୁଣି ଗାରେଡି ସନ୍ଦେହର ଜଣଙ୍କ ଘରେ ପଶି କେତେଜଣ ଲୋକ...

ପୁଣି ବିବାହ ବନ୍ଧନରେ ବିଧାୟକ ବ୍ୟୋମକେଶ

ଭୁବନେଶ୍ୱର,୨।୭: ଚିଲିକା କୂଳରେ ଥିବା ଏକ ତାରକା ହୋଟେଲରେ ଭଦ୍ରକ ଜିଲା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଶୁକ୍ରବାର ଦ୍ୱିତୀୟ ବିବାହ କରିଛନ୍ତି। ତାଙ୍କର ଜଣେ...

ହଠାତ ପହଞ୍ଚିଲା ପୋଲିସ, ଘରୁ ଜବତ କଲା ୩ ଦେଶୀ ବନ୍ଧୁକ

ପାରଳାଖେମୁଣ୍ଡି,୨୭।୫: ଗଜପତି ଜିଲା ମୋହନା ବ୍ଳକ ଅଡ଼ବା ପୋଲିସ ଥାନା ଅନ୍ତର୍ଗତ ବୁଢାନିଲ୍ଡି ଗ୍ରାମରେ ଚଢ଼ାଉ ହୋଇ ୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। କୋଣସି...

କେରେଣ୍ଡାଟାଙ୍ଗୀ ବାଳକୃଷ୍ଣ ବିଦ୍ୟାପୀଠ: ୧୦ ଶ୍ରେଣୀ ପାଇଁ ଅଛନ୍ତି ୬ ଶିକ୍ଷକ

ରଣପୁର,୧୯।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ କେରେଣ୍ଡାଟାଙ୍ଗୀ ବାଳକୃଷ୍ଣ ବିଦ୍ୟାପୀଠରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ୫୦୦ ଛାତ୍ରୀଛାତ୍ର...

ବାହାଘର ପାଇଁ ଦରକାର ପରିବାରବର୍ଗଙ୍କ କରୋନା ଟେଷ୍ଟ ରିପୋର୍ଟ

ଛତ୍ରପୁର,୧୦ା୫: କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣା ମଧ୍ୟରେ ବିବାହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିବାହରେ ୫୦ ଲୋକ...

Advertisement
Archives

Model This Week