ଲକ୍ଡାଉନ୍ ମୁହାଁ ଭାରତ: ପୁଣି ଫେରିଲା କରୋନା
ନୂଆଦିଲ୍ଲୀ,୨୨।୧୧: ଭାରତରେ କରୋନା ମହମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦେଶରେ ପୁଣି ଥରେ କରୋନା ଆତଙ୍କ ଫେରିଛି। ସୁରକ୍ଷା ଦୃଷ୍ଟିରୁ କେତେକ ରାଜ୍ୟର ବଡ଼ ବଡ଼ ସହରରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ଏହାଦ୍ୱାରା ଭାରତ ପୁଣି ଲକ୍ଡାଉନ୍ ମୁହାଁ…
ଆଜି ଆଉ ୧୫ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୬୪୦କୁ ବୃଦ୍ଧି
ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୫ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬୪୦କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୪…
ଆଜି ରାଜ୍ୟରେ ୭୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗଜପତିରୁ ଶୂନ; ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ତଳେ ରହିଛି। ତେବେ ଆଜି ୨୯ ଜିଲାରୁ ୬୩୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩,୯୬୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…
ସୁରକ୍ଷାକର୍ମୀଙ୍କୁ ସଫଳତା: ଜୈଶ୍ ଆତଙ୍କବାଦୀ ଗିରଫ
ଶ୍ରୀନଗର,୨୨।୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପୁଲଓ୍ବାମା ଜିଲାର ଚଟପୋରା ବୋଲେରା ଅଞ୍ଚଳରୁ ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ସଦସ୍ୟ ନସିର ଅହମ୍ମଦ ଡାରଙ୍କୁ ଗିରଫ କରାଯାଇଛି। ସେ ତ୍ରାଲର ବାସିନ୍ଦା ବୋଲି କଶ୍ମୀର ଜୋନ୍ ପୋଲିସ ପକ୍ଷରୁ କୁହାଯାଇଛି। ନସିରଙ୍କ…
ଆୟୁର୍ବେଦିକ୍ ଡାକ୍ତର ବି କରିପାରିବେ ଅପରେଶନ୍: କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ
ନୂଆଦିଲ୍ଲୀ,୨୨।୧୧: ଏବେ ଆୟୁର୍ବେଦିକ୍ ଡାକ୍ତରମାନେ ମଧ୍ୟ ସାଧାରଣ ଅପରେଶନ୍ କରିପାରିବେ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି। ଆୟୁର୍ବେଦିକ୍ ଡାକ୍ତରମାନେ ସାଧାରଣ ଅପରେଶନ୍ ସହିତ ଆର୍ଥୋପେଡ଼ିକ୍, ଆଖି, କାନ ଏବଂ ଗଳା ଆଦିରେ ସର୍ଜରୀ କରିପାରିବେ। ଭାରତୀୟ କେନ୍ଦ୍ରୀୟ…
ଚାଲି ଚାଲି ଆସିଲେ ଗର୍ଭବତୀ: ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ
ତେଲକୋଇ,୨୨।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ପଞ୍ଚାୟତର ଟୁଙ୍ଗୁରୁବାହାଳ ଜୁଆଙ୍ଗ ବସ୍ତିର ଜଣେ ଗର୍ଭବତୀଙ୍କୁ ଏକ କି.ମି. ଚାଲିଚାଲି ଆସିବାକୁ ପଡିଛି। ଉକ୍ତ ବସ୍ତିକୁ ରାସ୍ତା ନ ଥିବା ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚିପାରି ନ ଥିଲା। ଏଥିଯୋଗୁ ଆଶା ଦିଦି…
ଅଦିନିଆ ବର୍ଷା ଉଜାଡ଼ିଲା ଫସଲ
ବାଙ୍ଗିରିପୋଷି,୨୨।୧୧(ଡି.ଏନ.ଏ.)- ଅଦିନିଆ ବର୍ଷାରେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ଫସଲ ଉଜୁଡ଼ି ଯାଇଛି। ଶୁକ୍ରବାର ଅପରାହ୍ନରେ ଓ ଶନିବାର ସକାଳେ ବର୍ଷା ଲାଗି ରହିଥିଲା। ବର୍ଷାରେ ଜମିରେ ପାଚିଲା ଧାନ ଭିଜୁଥିବା ବେଳେ ହେକ୍ଟର ହେକ୍ଟର ଜମିରେ ରବି ଫସଲ…
ରାଜ୍ୟରେ ସୁସ୍ଥ ହେଲେ ୧୦୧୧ କରୋନା ଆକ୍ରାନ୍ତ: ଅନୁଗୋଳ ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୨୧।୧୧(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୧୦୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୧୩୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୧୪, ବଲାଙ୍ଗୀରରୁ ୮୧, କଟକରୁ ୭୮, ମୟୂରଭଞ୍ଜରୁ ୭୬, ବାଲେଶ୍ବରରୁ ୪୫, ଜଗତସିଂହପୁରରୁ ୪୫, କେନ୍ଦ୍ରାପଡାରୁ ୪୩, କଳାହାଣ୍ଡିରୁ…
ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ୩ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ସ୍ବାଭାବିକ ଭାବେ ଆରମ୍ଭ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଗୃହରେ ହଟ୍ଟଗୋଳ ଲାଗି ରହିବାରୁ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମେ ଗୃହରେ ହାଜତ ମୃତ୍ୟୁ…
କମୁନି କରୋନା ମୃତ୍ୟୁ ହାର : ପୁଣି ରାଜ୍ୟରେ ୧୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ଆଉ ୧୭ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୨୫ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ କରୋନା…
କମୁଛି ସଂଖ୍ୟା: ରାଜ୍ୟରେ ୭୭୮ ନୂଆ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାକୁ ପଛରେ ପକାଇଲା ଅନୁଗୋଳ
ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ୭୭୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧୩୩୨୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬…
ପାକିସ୍ତାନୀ ଡ୍ରୋନ୍କୁ ଗୁଳିକରି ଖସାଇଲେ ବିଏସ୍ଏଫ୍ ଯବାନ
ଶ୍ରୀନଗର,୨୧।୧୧: ଏଲ୍ଓସିରେ ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ସାମ୍ବା ସେକ୍ଟରରେ ଏକ ପାକିସ୍ତାନ ଡ୍ରୋନ୍କୁ ବିଏସ୍ଏଫ୍ ଯବାନ ଗୁଳିକରି ଖସାଇ ଦେଇଛନ୍ତି। ଡ୍ରେନ୍ଟି ଭାରତୀୟ ସୀମାର ୫୦୦ ମିଟର ଭିତରକୁ ପ୍ରବେଶ କରିଥିବା କୁହାଯାଉଛି। ଡ୍ରୋନ୍କୁ ଦେଖିବା ପରେ ବିଏସ୍ଏଫ୍…
Archives


