ଇରାନ ଉପରେ ଏହି ଦିନ ଆକ୍ରମଣ କରିବ ଆମେରିକା, ପୂର୍ବତନ CIA ଅଧିକାରୀ କହିଲେ…
ତେହରାନ,୨୨ା୨: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଟ୍ରମ୍ପଙ୍କ ଧମକ ପରେ ଇରାନ ଏହାର ଜାତିସଂଘ ମିଶନ ମାଧ୍ୟମରେ ଏକ ଚେତାବନୀ ଜାରି କରିଛି, ଯେଉଁଥିରେ କୁହାଯାଇଛି, ଯଦି ଆକ୍ରମଣ ହୁଏ, ତେବେ ତେହରାନ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ…
ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କଲେ ମୋଦୀ, ମନ୍ କି ବାତ୍ରେ ଚାଷଶୈଳୀର…
ନୂଆଦିଲ୍ଲୀ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୧ ତମ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ମନର କଥା କହିଛନ୍ତି । ଏହି ସମୟରେ ସେ ଓଡ଼ିଶାର ଯୁବ ଚାଷୀ ହିରୋଦ ପଟେଲଙ୍କୁ ପ୍ରଶଂସା କରିଥିଲେ । ତାଙ୍କର ଚାଷଶୈଳୀର ଉଦାହରଣ ଦେଇଥିଲେ…
IRS ଅଫିସରଙ୍କ ନାଁରେ ସଙ୍ଗୀନ ଅଭିଯୋଗ, କେହି ନଥିବା ବେଳେ ଯୁବତୀଙ୍କୁ ସରକାରୀ କ୍ୱାର୍ଟର୍ସରେ ବଳାତ୍କାର
ଭୁବନେଶ୍ୱର,୨୨।୨: ଆଇଆରଏସ୍ ଅଫିସରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ । ସତ୍ସଙ୍ଗ ବିହାର ସରକାରୀ କ୍ବାର୍ଟର୍ସରେ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଏହାସହ ବଳାତ୍କାର ସମୟରେ ଭିଡିଓ ରେକର୍ଡିଂ କରି ଭାଇରାଲ କରିବାକୁ ଧମକ ଦେଇଥିବା ନେଇ ଜଣାପଡିଛି । ଅଭିଯୋଗ…
୪୪,୨୦୦ କୋଟିର ୧୦ ପ୍ରକଳ୍ପକୁ ଏଚ୍ଏଲ୍ସିଏରେ ମଞ୍ଜୁରୀ, ସୃଷ୍ଟିହେବ ୯ ହଜାର ନିଯୁକ୍ତି
ଭୁବନେଶ୍ୱର,୨୨।୨ (ଅନୁରାଧା ମହାରାଣା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର ଲୋକସେବା ଭବନଠାରେ ୪୪ତମ ହାଇ ଲେଭଲ କ୍ଲିୟରାନ୍ସ ଅଥରିଟି(ଏଚ୍ଏଲ୍ସିଏ) ବୈଠକରେ ୪୪,୨୦୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ରାଜ୍ୟର ୮ ଜିଲାରେ ଏହି ୧୦…
ଜଙ୍ଗଲରେ ୫ କୁଇଣ୍ଟାଲ ଗଞ୍ଜେଇ: ଜଣେ ଗିରଫ
ମୋହନା,୨୨।୨( ମନ୍ମଥ ମିଶ୍ର ): ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ ଗାଁ ନିକଟସ୍ଥ ଜଙ୍ଗଲରେ। ଅଡବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ପିଲିପାଜୁ…
ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍, ସକାଳୁ ସକାଳୁ ଥରିଲା…
ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର ବାରମଲ ଜିଲ୍ଲାରେ ଏକ ଧାର୍ମିକ ମଦ୍ରାସାକୁ ଟାର୍ଗେଟ କରିଛି। ପାକିସ୍ତାନୀ ଜେଟ ମଧ୍ୟ…
ଜଳିଗଲା ବଡ଼ପଡ଼ିଆ ପରିବା ମାର୍କେଟ୍, ୬୫ ରୁ ଅଧିକ ଦୋକାନ ପୋଡ଼ି ପାଉଁଶ
ପାରାଦୀପ,୨୨।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି ।ଏଥିରେ ୬୫ ରୁ ଅଧିକ ଦୋକାନ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି ।ଖବରପାଇ ପାରାଦୀପ ବନ୍ଦର ଅଗ୍ନିଶମ ବିଭାଗ,…
ଭାରତୀୟ ବ୍ୟବସାୟୀଙ୍କୁ ଆଶ୍ବସ୍ତି; ଶସ୍ତା ହେବ ଆମେରିକା ବଜାରକୁ ଯାଉଥିବା ସାମଗ୍ରୀ
ଓ୍ବାଶିଂଟନ୍,୨୨।୨: ଆମେରିକା ସୁପ୍ରିମକୋର୍ଟରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶକ୍ତ ଝଟ୍କା । ଟାରିଫକୁ ସୁପ୍ରିମକୋର୍ଟ ବେଆଇନ କହିବା ପରେ ବଢ଼ିଲା ଟ୍ରମ୍ପଙ୍କ ଅଡୁଆ । ଭାରତ ଉପରେ ୧୮ ନୁହେଁ, ଏଣିକି ୧୦ ପ୍ରତିଶତ ଟାରିଫ ଲାଗୁ ହେବ । ଆସନ୍ତା ୨୪…
ଓଡ଼ିଶାର ୧୨ ଜିଲାରେ ବାଲ୍ୟବିବାହ ସର୍ବାଧିକ, ସବୁଠୁ ଆଗରେ…
ଭୁବନେଶ୍ୱର,୨୨।୨ (ରବିନାରାୟଣ ଜେନା) : ଓଡ଼ିଶାର ବାଲ୍ୟବିବାହ ସ୍ଥିତିକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ୧୨ ଜିଲାରେ ବାଲ୍ୟବିବାହ ହାର ଜାତୀୟ ହାରଠାରୁ ଅଧିକ ରହିବା ସାମାଜିକ ବିକାଶ ଦିଗରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦାରିଦ୍ର୍ୟ,…
ଭାରତ-ବ୍ରାଜିଲ ସମ୍ପର୍କରେ ନୂଆ ଅଧ୍ୟାୟ: ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ
ବ୍ରାସିଲିଆ,୨୧।୨: ଭାରତ-ବ୍ରାଜିଲ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି। ଉଭୟ ଦେଶ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା…
ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ରହିଛି…
ଇସଲାମାବାଦ,୨୧ା୨: ଶନିବାର ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୩.୯ ତୀବ୍ରତାର ଏକ ଭୂକମ୍ପ ରେକର୍ଡ କରାଯାଇଛି। ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। NCS ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିରୁ…
ଆତଙ୍କବାଦୀ ଟାର୍ଗେଟ୍ରେ ରାଜଧାନୀ: ବଢିଲା ସୁରକ୍ଷା
ନୂଆଦିଲ୍ଲୀ,୨୧।୨: ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ସତର୍କତା ଜାରି କରିଛନ୍ତି। ଗୋଇନ୍ଦା ସୂତ୍ରରୁ ଜଣାପଡିଛି ଯେ, ଲସ୍କର-ଏ-ତୋଇବା (LeT) ଆତଙ୍କବାଦୀମାନେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଯୋଜନା କରୁଛନ୍ତି। ଚାନ୍ଦନୀ ଚୌକରେ ଥିବା ଏକ ପ୍ରମୁଖ ମନ୍ଦିର…
Archives


