Home Middle

ଫାଶୀରେ ଲଟକିଲେ ୫ ପରିବାର ସଦସ୍ୟ

ପଟନା,୧୩।୩: ବିହାରର ସୁପୌଲ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାର ୫ ଜଣ ସଦସ୍ୟ ଫାଶୀରେ ଲଟକି ଆତ୍ମହତ୍ୟା କରିଛନ୍ତି। ସ୍ତ୍ରୀ-ସ୍ବାମୀ ଏବଂ ୩ ସନ୍ତାନ ଘରେ ପାଶୀ ଦେଇ ଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।…

ଗଣତାନ୍ତ୍ରିକ ମୂଲ୍ୟବୋଧରୁ ଏକତା

କୋଲକାତା,୧୩।୩ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆକ୍ରମଣାତ୍ମକ ଚାଇନାର ପ୍ରଭାବ ବଢ଼ୁଥିବାରୁ ମଏହାର ମୁକାବିଲା ପାଇଁ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହୋଇଛନ୍ତି। ଏମାନେ ମିଶି ଚତୁଃରାଷ୍ଟ୍ରୀୟ ମେଣ୍ଟ (କ୍ୱାଡ୍‌) ଗଠନ କରିଛନ୍ତି। କ୍ୱାଡ୍‌ ନେତାମାନଙ୍କର ପ୍ରଥମ ଭର୍ଚୁଆଲ…

ଖାଲରେ କେନ୍ଦ୍ର ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ,୧୨ା୩: ୧୯୮୦ ଦଶକରେ ସ୍ବିଡେନର ଏକ ରେଡିଓ ପକ୍ଷରୁ ପ୍ରସାରିତ ରିପୋର୍ଟରେ ବୋଫର୍ସ ମାମଲାର ପର୍ଦ୍ଦାଫାଶ ହୋଇଥିଲା। ଭାରତକୁ ବିକ୍ରି କରାଯାଇଥିବା ବୋଫର୍ସ ତୋପରେ ବିପୁଳ ଲାଞ୍ଚ କାରବାର ହୋଇଥିବା ଏଥିରେ ଅଭିଯୋଗ ଅଣାଯାଇଥିଲା। ଏହା ଭାରତରେ ରାଜନୈତିକ ଝଡ଼ ସୃଷ୍ଟି…

ଏପ୍ରିଲରୁ ଚାଲିବ ସବୁ ପାସେଞ୍ଜର, ଏକ୍ସପ୍ରେସ ଟ୍ରେନ

ଭୁବନେଶ୍ୱର,୧୨।୩(ବ୍ୟୁରୋ): କରୋନା ଯୋଗୁ ରାଜ୍ୟରେ ବନ୍ଦ ରହିଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ପୁଣି ଚାଲିବ। ଏ ନେଇ ପୂର୍ବତଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି। ଲକଡାଉନ ପୂର୍ବରୁ ରାଜ୍ୟରେ ପୂର୍ବତଟ ରେଲୱେର ମୋଟ…

ବିଧାନସଭାରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ମଣ୍ଡି ସମସ୍ୟା ନେଇ ପୂର୍ବରୁ ବିଧାନସଭାରେ ଆତ୍ମହତ୍ୟା କରିବାକୁ ନେଚବନୀ ଦେଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଶୁକ୍ରବାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ବେଳେ ପୁଣି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିଲେ। ଏପରିକି ସେ ଗୃହରେ ସାନିଟାଇଜର ପିଇବାକୁ…

ଇଞ୍ଜିନିୟରିଂ ପିଲାଙ୍କ ହଷ୍ଟେଲ ଫି’ ଛାଡ଼

ଭୁବନେଶ୍ୱର,୧୨।୩(ବ୍ୟୁରା): ଇଞ୍ଜିନିୟରିଂ ଏବଂ ପଲିଟେକନିକ୍‌ ପିଲାଙ୍କ ହଷ୍ଟେଲ ଫି ଛାଡ କରାଯିବା ନେଇ ଶୁକ୍ରବାର ସରକାର ଘୋଷଣା କରିଛନ୍ତି। କରୋନା ପାଇଁ ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ହଷ୍ଟେଲ ବନ୍ଦ ରହିଥିଲା। ଫଳରେ ୧୭୦୧୨ ଛାତ୍ରୀଛାତ୍ରଙ୍କ ପ୍ରାୟ ୫କୋଟି ୧୦…

୧୬୯ ଦିନ ପରେ ରେଳ ଧାରଣାରୁ ଉଠିଲେ କୃଷକ

ଚଣ୍ଡିଗଡ଼,୧୨।୩: ଗତ ସାଢେ ୩ ମାସେ ହେବ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ପଞ୍ଜାବରୁ ଏକ ଆଶ୍ୱସ୍ତିକର ଖବର ଆସିଛି। ଅମୃତସରରେ କୃଷି ଆଇନକୁ ବିରୋଧରେ ରେଳ ଧାରଣାରେ ବସିଥିବା କୃଷକମାନେ ଉଠିଯାଇଛନ୍ତି। ସୂଚନାଯୋଗ୍ୟ, ଏହି…

ଆରମ୍ଭରୁ ଧାନ ତାତି: ଗୃହ ମୁଲତବୀ

ଭୁବନେଶ୍ୱର,୧୨।୩(ବ୍ୟୁରୋ): ଶୁକ୍ରବାରଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ପକ୍ଷରୁ ମଣ୍ଡିରୁ ଧାନ ନ ଉଠିବା ପ୍ରସଙ୍ଗ ଉଠାଯାଇଥିଲା। ବିଧାନସଭାରେ କଂଗ୍ରେସ ବିଧାୟକ ହୋ-ହଲ୍ଲା କରିଥିଲେ। ଭାଜପା ବିଧାୟକ ମଣ୍ଡିରୁ ଧାନ ନ ଉଠିବା…

ଉଠିଲା ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୧୧।୩ : ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଛି ମହାଦୀପ। ପ୍ରଭୁ ଲିଙ୍ଗରାଜଙ୍କ ନୀତି କାନ୍ତି ଶେଷ ପରେ ରାତି ୯.୩୩ରେ ମହାଦୀପ ଉଠିଥିଲା। ଦୀପ ଉଠିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ଓ ସେବାୟତଙ୍କ ହର…

ଶସ୍ତାରେ ମିଳିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୧୧।୩: କେନ୍ଦ୍ର ସରକାର ଗୁରୁବାର କୋଭିଡ-୧୯ ଟିକାର ନୂଆ ଦର ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ଖବରତାଦା ସମ୍ମିଳନୀରେ କେନ୍ଦ୍ର ସରକାର କୋଭିଡ ଟିକାର ମୂଲ୍ୟ ସଂଶୋଧନ କରିଥିବା ସୂଚନା ଦେଇଥିଲେ। ପୂର୍ବରୁ ଟିକାର ଦାମ…

ଜଙ୍ଗଲ ନିଆଁ ପ୍ରଭାବ: ସୀମାନ୍ତବର୍ତ୍ତୀ ଗାଁ ଧୂଆଁମୟ

ପାଟଣା,୧୧।୩: ଗତ କିଛିଦିନ ଧରି ମୟୂରଭଞ୍ଜ ଜିଲା ଶିମିଳିପାଳ ବନାଞ୍ଚଳ ନିଆଁରେ ଜଳୁଥିବା ବେଳେ ଏହାର ପ୍ରଭାବରେ ତତ୍‌ସଂଲଗ୍ନ କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇପଡିଛି। ଧୂଆଁ ଏବେ ଅଞ୍ଚଳରେ କୁହୁଡିର ଭ୍ରମ ସୃଷ୍ଟି କରୁଛି। ଏହାଦ୍ୱାରା…

ଭାରତରେ ୪ ଲକ୍ଷରୁ ଅଧିକ ଭିକାରି

ନୂଆଦିଲ୍ଲୀ,୧୧।୩: ଦେଶରେ ଭିକାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ଦେଶରେ ୪ ଲକ୍ଷରୁ ଅଧିକ ଭିକାରି ରହିଛନ୍ତି। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ ୮୧ ହଜାର ୨୪୪ ଜଣ ଭିକାର ରହିଛନ୍ତି। ଲାକ୍ଷାଦ୍ୱୀପରେ ସର୍ବନିମ୍ନ ୨ ଜଣ ଭିକାରି ଅଛନ୍ତି। କେନ୍ଦ୍ରୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri