Home Middle

ଦିଲ୍ଲୀ ବିସ୍ଫୋରଣ: ରହସ୍ୟରେ ୯ ଏମ୍‌ଏମ୍‌ ଗୁଳି

ନୂଆଦିଲ୍ଲୀ,୧୭ା୧୧(ଏଜେନ୍ସି):ନଭେମ୍ବର ୧୦ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଲାଲ୍‌କିଲ୍ଲା ନିକଟରେ ଏକ ବଡ଼ଧରଣର ବିସ୍ଫୋରଣରେ ଥରି ଉଠିଥିଲା ଜାତୀୟ ରାଜଧାନୀ। ଚାହୁଁ ଚାହୁଁ ୧୩ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ୨୦୦୮...

ଦିଲ୍ଲୀ କାର୍ ବିସ୍ଫୋରଣ: କାର୍ ଯୋଗାଇଥିବା ସହଯୋଗୀ ଗିରଫ

ନୂଆଦିଲ୍ଲୀ,୧୬ା୧୧: ଦିଲ୍ଲୀରେ ନଭେମ୍ବର ୧୦ ତାରିଖରେ ରେଡ୍ ଫୋର୍ଟ ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ ଘଟଣାର ତଦନ୍ତରେ ଏକ ବଡ଼ ସଫଳତା ମିଳିଛି। ଏହି ଆତ୍ମଘାତୀ ଆକ୍ରମଣରେ ବ୍ୟବହୃତ କାର୍ ଯୋଗାଇବାରେ ସାହାଯ୍ୟ କରିଥିବା ଜଣେ କାଶ୍ମୀରୀ ଯୁବକଙ୍କୁ...

ବିହାର ନିର୍ବାଚନ ପରେ ଲାଲୁ ପରିବାରରେ ମହାଭାରତ, ଜାଣନ୍ତୁ ସମ୍ପୂର୍ଣ୍ଣ ଭିତିରି କାହାଣୀ

ନୂଆଦିଲ୍ଲୀ,୧୬ା୧୧: ବିହାର ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଶୋଚନୀୟ ପ୍ରଦର୍ଶନ ପରେ ଦଳର ମୁଖ୍ୟ ଲାଲୁ ଯାଦବଙ୍କ ପରିବାରରେ ବଡ଼ ଧରଣର କଳହ ଦେଖାଦେଇଛି। ଘଟଣା ଏପରି ଚରମ ସୀମାରେ ପହଞ୍ଚିଛି ଯେ ଲାଲୁଙ୍କ ଝିଅ ତଥା ତାଙ୍କୁ...

ନୂଆପଡ଼ା ଫଳାଫଳରେ କାରସାଦି ଅଭିଯୋଗ: ନିର୍ବାଚନ କମିଶନଙ୍କୁ ନିନ୍ଦା କଲେ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡ଼ା,୧୬ା୧୧: ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡି ସଙ୍ଗୀନ ଅଭିଯୋଗ ଆଣିଛି। ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କାରସାଦି ହୋଇଥିବା ଅଭିଯୋଗ କରି ଫଳାଫଳକୁ ଖଣ୍ଡନ କରିବା ସହ ନିର୍ବାଚନ କମିଶନଙ୍କୁ କଡ଼ା ନିନ୍ଦା କରିଛନ୍ତି।...

ମୋ’ ଭଉଣୀକୁ କେହି ଅପମାନିତ କଲେ ବୁଲିବ ସୁଦର୍ଶନ ଚକ୍ର, ଜାଣନ୍ତୁ କାହିଁକି ଏମିତି କହିଲେ ଭାଇ ତେଜପ୍ରତାପ

ପାଟ୍‌ନା,୧୬ା୧୧: ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଘର ଏବଂ ଦଳ ଛାଡ଼ିବା ବିଷୟରେ ବୟାନ ପରେ ଭାଇ ତେଜପ୍ରତାପ ଯାଦବ ଏବେ ଏକ ବୟାନ ଜାରି କରିଛନ୍ତି। ଯେଉଁଥିରେ ସେ ପ୍ରଚଣ୍ଡ ରାଗିଯାଇଛନ୍ତି। ସେ କହିଛନ୍ତି ଯେ,...

କୋଲକାତା ଟେଷ୍ଟ ହାରିଲା ଟିମ୍‌ ଇଣ୍ଡିଆ, ଭାରତ ୯୩ ରନ୍‌ରେ ଅଲ୍‌ଆଉଟ୍

କୋଲକାତା,୧୬ା୧୧: ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ମାତ୍ର ୧୨୪ ରନ୍‌ର ଲକ୍ଷ୍ୟ ପିଛା କରି ନପାରି ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୯୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଫଳରେ...

ନୂଆପଡ଼ା ଉପନିର୍ବାଚନ ପରେ ରାଜନୈତିକ ପରିବର୍ତ୍ତନର ସମ୍ଭାବନା, ଭାଙ୍ଗିଯିବ…

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ଫଳାଫଳ ଆସିବା ପରେ ଓଡ଼ିଶା ରାଜନୀତିରେ ଅନେକ ରାଜନୈତିକ ଅଙ୍କ ବଦଳିବା ନେଇ ଏବେଠାରୁ ଚର୍ଚ୍ଚା ହେଲାଣି। ଯଦିଓ ଏବେ ବିରୋଧୀ ଆସନରେ ବସୁଛି ତଥାପି ବିଜେଡିର ଭବିଷ୍ୟତ ଏବଂ ଆଭ୍ୟନ୍ତରୀଣ ରାଜନୀତି ବିଷୟରେ...

ଜୟଙ୍କ ନେତୃତ୍ୱରେ ୧ ନମ୍ବର ଜିଲା ହେବ ନୂଆପଡ଼ା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସୁନିତ୍‌ ମିଶ୍ର): ଭାଜପା ନୂଆପଡ଼ା ଉପନିର୍ବାଚନରେ ବିଜୟ ଲାଭ କରି ଇତିହାସ ରଚିଛି। ନୂଆପଡ଼ାବାସୀ ଭାଜପା ଉପରେ ଭରସା ଓ ବିଶ୍ୱାସ ରଖିଛନ୍ତି। ନୂଆପଡ଼ାରେ ଏଥର ବିକାଶ ହେବ। ଭାଜପା ସରକାର ସେଠାରେ ୧୪୨୧ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା...

ଓଡ଼ିଶାର ସବୁ ବନ୍ଦରରେ ରହିବ କୋଷ୍ଟଗାର୍ଡ ବର୍ଥ

ପାରାଦୀପ ୧୬ା୧୧(ଶରତ ରାଉତ): ସାମ୍ପ୍ରତିକ ଭୂ-ରାଜନୈତିକ ଓ ସାମରିକ ଘଟଣାକ୍ରମକୁ ଦେଖିଲେ ଉପକୂଳ ଅଞ୍ଚଳ ଓ ବନ୍ଦରଗୁଡ଼ିକର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ହୃଦୟଙ୍ଗମ କରାଯାଇ ଓଡ଼ିଶା ସମେତ ପୂର୍ବ ଭାରତର ଉପକୂଳ ନିରାପତ୍ତା ନିମନ୍ତେ କେତେକ ବର୍ଦ୍ଧିତ ପ୍ରକଳ୍ପ...

ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୧୧: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏମ୍ସ ଡାକ୍ତରଙ୍କ ସହ ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ହ୍ୟୁମାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାକୁ ଉଦ୍ୟମ ଜାରି ରଖିବାକୁ...

ବିହାରରେ ନୂଆ ସରକାର ଗଠନ ପୂର୍ବରୁ ଶାହାଙ୍କ ଘରେ ଘନ ଘନ ବୈଠକ

ନୂଆଦିଲ୍ଲୀ,୧୫।୧୧: ବିହାରରେ ନୂଆ ସରକାର ଗଠନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ସୂତ୍ର ଅନୁଯାୟୀ, ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସହ-ପ୍ରଭାରୀ ବିନୋଦ ତାୱଡେ ଶନିବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ନିର୍ବାଚନ ଫଳାଫଳ ସମୀକ୍ଷା...

ହାରିଗଲେ ସତ, ହେଲେ ଭାଜପାକୁ ଦୁଃଖ ଦେଇଗଲେ ପିକେ, ଅଧିକାଂଶ ଆସନରେ…

ପାଟନା,୧୫।୧୧: ପ୍ରଶାନ୍ତ କିଶୋରଙ୍କ ଜନ ସୂରାଜ ପାର୍ଟି (ପ୍ରଶାନ୍ତ କିଶୋର ଜନ ସୂରାଜ ପାର୍ଟି) ବିହାର ବିଧାନସଭା ନିର୍ବାଚନରେ (ବିହାର ନିର୍ବାଚନ ଫଳାଫଳ ୨୦୨୫)ରେ ଗୋଟିଏ ବି ଆସନ ଜିତି ନଥାଇପାରେ, କିନ୍ତୁ ଏହା ନିଶ୍ଚିତ ଭାବରେ ଭାଜପା, ଏନଡିଏ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri