ବିକ୍ରମ ଗୋଖଲେଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ମୁମ୍ବାଇ,୨୬ା୧୧: ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଶନିବାର ଦେହାନ୍ତ ହୋଇଛି। ୭୭ ବର୍ଷୀୟ ଅଭିନେତା ପୁଣେର ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ଝିଅ ସ୍ପଷ୍ଟ କରିଛନ୍ତି। ସେ ସୂଚନା ଦେଇ କହିଛନ୍ତି, ଏହା ନିଶ୍ଚିତ…
ଇଟାଲୀରେ ଭୂସ୍ଖଳନ: ୧୨ ନିଖୋଜ, ଫସିଛନ୍ତି ୧୦୦ରୁ ଅଧିକ
ରୋମ,୨୬ା୧୧: ଶନିବାର ଇଟାଲୀରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଥିଲା। ଫଳରେ ୧୨ ଜଣ ନିଖୋଜ ଥିବା ବେଳେ ଶତାଧିକ ଫସି ରହିଥିବା କୁହାଯାଉଛି। ଦେଶର ଦକ୍ଷିଣ ଦ୍ୱୀପ ଇଞ୍ଚିଆରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁ ଅନେକ ଅଟ୍ଟାଳିକା ଭୁଶୁଡ଼ି…
ସ୍ଥାୟୀ ଆଇନ ଆୟୋଗ ଗଠନ ପାଇଁ ଆଟର୍ନି ଜେନେରାଲଙ୍କ ସୁପାରିଶ…
ନୂଆଦିଲ୍ଲୀ,୨୬।୧୧ : ଏକ ସ୍ଥାୟୀ ଆଇନ ଆୟୋଗ ଗଠନ ପାଇଁ ଆଟର୍ନି ଜେନେରାଲ ଆର ଭେଙ୍କଟାରମଣି ସୁପାରିଶ କରିଛନ୍ତି। ଏହା ମାଧ୍ୟମରେ ଆଇନଗତ ସଂସ୍କାର ସମ୍ଭବ ହେବ ବୋଲି ସେ କହିଛନ୍ତି। ସମ୍ବିଧାନ ଦିବସ ଅବସରରେ ସୁପ୍ରିମକୋର୍ଟ ଅଡିଟୋରିୟମରେ ଆୟୋଜିତ ଏକ…
କ୍ରୋଧରେ ନୁହେଁ ଯୋଜନାବଦ୍ଧ ଭାବେ କରାଯାଇଥିଲା ଶ୍ରଦ୍ଧାଙ୍କୁ ହତ୍ୟା…
ନୂଆଦିଲ୍ଲୀ,୨୬।୧୧ : ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଛି। ଏଥିରୁ ଜଣାପଡିଛି ଯେ, ଆଫତାବ ପୁନାଓ୍ବାଲା ଶ୍ରଦ୍ଧାଙ୍କୁ କ୍ରୋଧ ବଶତଃ ହତ୍ୟା କରି ନାହାନ୍ତି। ବଂର ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ,…
ଶକ୍ତି ଥିଲେ ସରକାର ଭାଙ୍ଗି ଦେଖାନ୍ତୁ ବିରୋଧୀ : ଶିନ୍ଦେ…
ମୁମ୍ବାଇ,୨୬।୧୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ମହାବିକାଶ ଅଘାଡ଼ି ଏବେ ଘେରିବା ଆରମ୍ଭ କରିଛି। ଛତ୍ରପତି ଶିବାଜୀଙ୍କୁ ନେଇ ରାଜ୍ୟପାଳ ଦେଇଥିବା ବିବାଦୀୟ ମନ୍ତବ୍ୟ ପରେ ଶିନ୍ଦେ ନୀରବ ରହିବା ନେଇ ମହାବିକାଶ ଅଘାଡ଼ି ସରକାରଙ୍କୁ ଟାର୍ଗେଟ କରିଛି।…
୫ ବିଧାୟକ- ଜଣେ ଏମ୍ପି ଶିନ୍ଦେ ଗୋଷ୍ଠୀଠାରୁ ଦୂରେଇଲେ…
ମୁମ୍ବାଇ,୨୬।୧୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ସମର୍ଥକ ବିଧାୟକ ଏବଂ ଏମ୍ପିମାନଙ୍କ ସହ ଆସାମ ଗସ୍ତରେ ଅଛନ୍ତି। ଏଠାରେ ସେ ଗୁଆହାଟୀର କାମାକ୍ଷୀ ଦେବୀଙ୍କ ମନ୍ଦିର ପରିଦର୍ଶନ କରିବେ। ଶିନ୍ଦେଙ୍କ ଗୋଷ୍ଠୀର ବିଧାୟକ ଏବଂ ଏମ୍ପିମାନଙ୍କ ସହିତ ସ୍ବାଧୀନ…
ମ୍ୟାନମାର୍ର ରାଜନୈତିକ ସ୍ଥିତି ଏକ ଆହ୍ବାନ ସୃଷ୍ଟି କରୁଛି : ଜୟଶଙ୍କର…
ଇମ୍ପାଲ,୨୬।୧୧ : ବହିର୍ବ୍ୟାପର ମନ୍ତ୍ରୀ ଏସ. ଜୟଶଙ୍କର ଶନିବାର ମଣିପୁରର ରାଜଧାନୀ ଇମ୍ପାଲରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ ବାହ୍ୟ ପ୍ରବେଶ ଦୃଷ୍ଟିରୁ ବାଂଲାଦେଶ ଏବଂ ମ୍ୟାନମାର ପ୍ରାସଙ୍ଗିକ ଅଟେ। ଜୟଶଙ୍କର କହିଛନ୍ତି, ଆମେ ବାଣିଜ୍ୟ ଏବଂ…
ନୌସେନାର ଶକ୍ତିରେ ବୃଦ୍ଧି, ସର୍ବେକ୍ଷଣ ଜାହାଜ ଇକ୍ଷକ ସାମିଲ…
ଚେନ୍ନାଇ,୨୬।୧୧ : ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି। ବାସ୍ତବରେ, ଚେନ୍ନାଇର କଟ୍ଟୁପାଲ୍ଲୀରେ ସର୍ବେକ୍ଷଣ ଜାହାଜ ଇକ୍ଷକକୁ ଶନିବାର ଫ୍ଲାଇଟ ଅଫିସର କମାଣ୍ଡିଂ-ଇନ-ଚିଫ, ସାଉଥ ନୌସେନା କମାଣ୍ଡର ଭାଇସ-ଆଡମିରାଲ ଏମ ହାମ୍ପିହୋଲିଙ୍କ ଉପସ୍ଥିତିରେ ନୌସେନାରେ ସାମିଲ କରାଯାଇଛି। ଭାରତୀୟ ନୌସେନା…
ନାଗାଲାଣ୍ଡକୁ ୨୦୦ କୋଟି ଜରିମାନା…
ନୂଆଦିଲ୍ଲୀ,୨୬।୧୧ : ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ନାଗାଲାଣ୍ଡ ଉପରେ ୨୦୦ କୋଟି ଟଙ୍କା ଜରିମାନା ଲାଗୁ କରିଛି। ପରିବେଶକୁ କ୍ଷତି ପହଞ୍ଚାଉଥିବା କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ନକରିବା ଅଭିଯୋଗରେ ଏହି ଜରିମାନା ଲାଗୁ କରାଯାଇଛି। ଜଷ୍ଟିସ ଆଦର୍ଶ…
ଫିଫା ବିଶ୍ୱକପ ପ୍ରଶଂସକ ଗ୍ରାମରେ ଅଗ୍ନିକାଣ୍ଡ…
ଦୋହା,୨୬।୧୧ : କତାରରେ ଖେଳାଯାଉଥିବା ଫିଫା ବିଶ୍ୱକପ୍ର ପ୍ରଶଂସକ ଗ୍ରାମରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି। କତାରର ବିଶ୍ୱକପ ସିଟି ଲୁସେଲରେ ଏହି ଘଟଣା ଘଟିଥିବା ଜଣାଯାଇଛି। ଭିଡ଼ିଓ ଫୁଟେଜରେ ଅକାଶରେ ବହଳ କଳା ଧୂଆଁ ବ୍ୟାପିଥିବାର ଦେଖାଯାଉଛି। କ୍ୱେଟଫାନ…
ଭାଜପାର ଘୋଷଣାପତ୍ର: ୨୦ ଲକ୍ଷ ନିଯୁକ୍ତି- ଝିଅଙ୍କୁ ମାଗଣା ସ୍କୁଟି…
ଅହମଦାବାଦ,୨୬।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭାଜପା ଘୋଷଣାପତ୍ର ପ୍ରକାଶ ପାଇଛି। ରାଜ୍ୟରେ ପ୍ରାୟ ତିନି ଦଶନ୍ଧି ଧରି ଶାସନ କରିଆସୁଥିବା ଭାରତୀୟ ଜନତା ପାର୍ଟି ଶନିବାର ଏହା ପ୍ରକାଶ କରିଛି। ସଙ୍କଳ୍ପପତ୍ରରେ ଭାଜପା ୪୦ ଟି ପ୍ରତିଶ୍ରୁତି ଦେଇଛି।…
ମହିଳାଙ୍କୁ ନେଇ ରାମଦେବଙ୍କ ବିବାଦୀୟ ମନ୍ତବ୍ୟ ନେଇ ଚର୍ଚ୍ଚା, ମଞ୍ଚରେ ଉପସ୍ଥିତ ଥିଲେ ଫଡନାଭିସଙ୍କ ସ୍ତ୍ରୀ…
ପୁଣେ,୨୬।୧୧ : ଯୋଗ ଗୁରୁ ବାବା ରାମଦେବ ମହିଳାଙ୍କ ବିଷୟରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ମହାରାଷ୍ଟ୍ରର ପୁଣେରେ ଥିବା ଏକ ଯୋଗ ଶିବିରରେ ବାବା ରାମଦେବ କହିଛନ୍ତି ଯେ ମହିଳାମାନେ ଶାଢି, ସାଲୱାର ଏବଂ ଶୁଟରେ…
Archives


