Home Middle

ଦିନ ୧ଟା ସୁଦ୍ଧା ମେଘାଳୟରେ ୪୪.୭ ପ୍ରତିଶତ, ନାଗାଲାଣ୍ଡରେ ୬୦ ପ୍ରତିଶତ ଭୋଟିଂ, ମୁଖ୍ୟମନ୍ତ୍ରୀ କହିଲେ ପୂର୍ବରୁ ଏମିତି ମତଦାନ ଦେଖି ନ ଥିଲି

ନୂଆଦିଲ୍ଲୀ,୨୭ ।୨: ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଚାଲିବ । ତେବେ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି…

୩ ଜିଲାରେ ସୁନା ଖଣି

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଓଡ଼ିଶାର ୩ଟି ଜିଲାରେ ସୁନାଖଣି ରହିଥିବା ସୋମବାର ବିଧାନସଭାରେ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସୂଚନା ଦେଇଛନ୍ତି। ବିଜେଡି ବିଧାୟକ ସୁଧୀର ସାମଲଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ଦେବଗଡ଼, କେନ୍ଦୁଝର ଏବଂ…

ଘଟଣା ସମୟରେ ଭାରତରେ ନ ଥିବା ବ୍ୟକ୍ତି କିପରି କରିବେ ବଳାତ୍କାର: ହାଇକୋର୍ଟଙ୍କ ପ୍ରଶ୍ନ…

ଚଣ୍ଡିଗଡ଼,୨୭।୨ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ପୀଡିତାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ପଞ୍ଜୀକୃତ ହୋଇଥିବା ଏଫଆଇଆର୍‌କୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ଅପରାଧ ଘଟିବା ସମୟରେ ଅଭିଯୁକ୍ତ ଦେଶ ବାହାରେ ଥିଲେ। ଅନୁସନ୍ଧାନକାରୀ ଅଧିକାରୀଙ୍କ ଅନୁଯାୟୀ, ବଳାତ୍କାରର ଅପରାଧ…

୨୬ ବର୍ଷ ବୟସ୍କା ମହିଳା ଅନୌପଚାରିକ ସମ୍ପର୍କ ବୁଝିବାକୁ ସକ୍ଷମ: ବଳାତ୍କାର ମାମଲା ଖାରଜ କଲେ ହାଇକୋର୍ଟ…

କୋଲକାତା,୨୭।୨ : କଲିକତା ହାଇକୋର୍ଟ ବଳାତ୍କାର ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ କହିଛନ୍ତି ଯେ ପୀଡିତା ଜଣକ ବୟସ୍କା। ସେ ଅଭିଯୁକ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ବେଚ୍ଛାକୃତ ଭାବରେ ସହମତି ପ୍ରକାଶ…

ରାଜ୍ୟରେ ନିଯୁକ୍ତି ପାଇବେ ୫ ହଜାର ଡାକ୍ତର

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ୫ ହଜାର ଡାକ୍ତର ନିଯୁକ୍ତି ପାଇବେ ବୋଲି ସୋମବାର ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲା ରାଇରଙ୍ଗପୁରକୁ ବି ଡାକ୍ତର ଦିଆଯିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଆଇପିଏଚ୍‌ସି ନିୟମ…

ସିସୋଡିଆଙ୍କୁ ଗିରଫ ପାଇଁ ଅମଙ୍ଗ ଥିଲେ ଅଧିକାଂଶ ସିବିଆଇ ଅଧିକାରୀ, ରାଜନୈତିକ ଚାପ ଯୋଗୁ ବାଧ୍ୟ ହେଲେ: କେଜରିଓ୍ବାଲ…

ନୂଆଦିଲ୍ଲୀ,୨୭।୨ : ଦିଲ୍ଲୀ ମଦ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିବା ନେଇ ଏଏପି ଭାଜପାକୁ କଡ଼ା ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋସିଆଲ ମିଡିଆରେ ଟୁଇଟ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ଟୁଇଟରେ…

ପଦ୍ମଫୁଲ ଆକୃତିର ବିମାନ ବନ୍ଦର: ପ୍ରଧାନମନ୍ତ୍ରୀ ହେଲେ ପ୍ରଥମ ଯାତ୍ରୀ…

ବେଙ୍ଗାଲୁରୁ,୨୭।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ନାଟକର ଶିବମୋଗାରେ ସୋମବାର ବିମାନବନ୍ଦରର ଉଦଘାଟନ କରଛନ୍ତି। ଏହା ସହିତ ବେଲଗାଭିରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ସରକାରୀ ବିବୃତ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ଶିବମୋଗା ବିମାନବନ୍ଦର ପରିଦର୍ଶନ କରିଛନ୍ତି। ଏହି ବିମାନବନ୍ଦରରେ ଅବତରଣ…

ଆମେରିକା-ରୁଷିଆ: ସ୍ଥଳ ଭାଗରେ ପରମ ଶତ୍ରୁ, ମହାକାଶରେ ଉତ୍ତମ ବନ୍ଧୁ…

ଓ୍ବାଶିଂଟନ/ମସ୍କୋ,୨୭।୨ : ଦଶନ୍ଧି ଧରି ଆମେରିକା ଏବଂ ରୁଷିଆ ସ୍ଥଳ ଭାଗରେ ପରସ୍ପରର ପରମ ଶତ୍ରୁ ହୋଇଥାଇ ପାରନ୍ତି, କିନ୍ତୁ ମହାକାଶରେ ତାହା ନୁହେଁ। ରୁଷି ଏବଂ ୟୁକ୍ରେନ ଯୁଦ୍ଧର ଏକ ବର୍ଷ ବିତିଗଲାଣି। କେବେ ଏହି ଯୁଦ୍ଧ ଶେଷ ହେବ,…

ଏଚଏଏଲର ବିମାନ ‘ହିନ୍ଦୁସ୍ଥାନ ୨୨୮-୨୦୧ ଏଲଡବ୍ଲୁ’କୁ ମଞ୍ଜୁରୀ…

ନୂଆଦିଲ୍ଲୀ,୨୭।୨ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ସୋମବାର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡର (ଏଚଏଏଲ)ର ବିମାନ ‘ହିନ୍ଦୁସ୍ଥାନ ୨୨୮-୨୦୧ ଏଲଡବ୍ଲୁ’ ର ଏକ ନୂତନ ସଂସ୍କରଣକୁ ଅନୁମୋଦନ କରିଛି। ଏହି ସଂସ୍କରଣର ବିମାନରେ ସର୍ବାଧିକ ଯାତ୍ରୀଙ୍କ ସହିତ ସର୍ବାଧିକ ୫୬୯୫ କିଲୋଗ୍ରାମ…

ଆକାଶରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଭୟଭୀତ

ବାରିପଦା ଅଫିସ,୨୭ା୨: ମୟୂରଭଞ୍ଜ ଜିଲା ବାରିପଦାରେ ସୋମବାର ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ଆକାଶରେ ପ୍ରଚଣ୍ଡ ଶବ୍ଦକୁ ନେଇ ଜିଲାବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଶବ୍ଦର ବେଗକୁ ନେଇ ଘରଦ୍ୱାର ଥରିବା ସହ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ଜିଲାର ବେତନଟୀ,…

କାଲିଫର୍ନିଆରୁ ନିର୍ବାଚନ ଲଢ଼ିବେ ମୂଳ ଭାରତୀୟ ଦର୍ଶନା ପଟେଲ…

ଓ୍ବାଶିଂଟନ,୨୭।୨ : ୨୦୨୪ରେ କାଲିଫର୍ନିଆ ରାଜ୍ୟ ବିଧାନସଭା ନିର୍ବାଚନରେ ମୂଳ ଭାରତୀୟ ରିସର୍ଚ୍ଚ ବୈଜ୍ଞାନିକ ଦର୍ଶନା ପଟେଲ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦର୍ଶନା ପଟେଲ ଏହା ଘୋଷଣା କରିଛନ୍ତି। ୪୮ ବର୍ଷ ବୟସ୍କା ପଟେଲ ଉତ୍ତର କାଉଣ୍ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହି…

ସିସୋଡିଆଙ୍କ ପରେ ଗୋପାଲ ରାୟଙ୍କ ସହ ୧୨ ଏଏପି ବିଧାୟକ ଗିରଫ…

ନୁଆଦିଲ୍ଲୀ,୨୭।୨ : ସିବିଆଇ ସୋମବାର ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିବ। ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମ ମାମଲାରେ ସିସୋଡିଆଙ୍କୁ ରବିବାର ସିବିଆଇ ଗିରଫ କରିଥିଲା। ଏହାପୂର୍ବରୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଦିଲ୍ଲୀର ସିସୋଡିଆଙ୍କୁ ପ୍ରାୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri