Home Middle

ଲାଇଭ ଟେଲିକାଷ୍ଟ ସୁପ୍ରିମ କୋର୍ଟକୁ ଜନତାଙ୍କ ହୃଦୟ ପର୍ଯ୍ୟନ୍ତ ପହଞ୍ଚାଇ ପାରିଛି, ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୧୦।୫: ଭାରତର ସୁପ୍ରିମ କୋର୍ଟ ଖୁବଶୀଘ୍ର ସେଠାରେ ହେଉଥିବା ମାମଲାର ଶୁଣାଣି ଅନଲାଇନରେ ପ୍ରସାରଣ ହେଉଥିବା ବେଳେ ଏହାକୁ ଭାରତୀୟ ଭାଷାରେ ପ୍ରସାରଣ କରିବାର ବ୍ୟବସ୍ଥା କରୁଛନ୍ତି। ଗୋଟିଏ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଏହା…

ଗୋଆରୁ ବହୁ ବସ କର୍ନାଟକରେ ପହଞ୍ଚିଲା, ନିର୍ବାଚନ ଆୟୋଗ ପଦକ୍ଷେପ ନେବେ କି ? କଂଗ୍ରେସର ପ୍ରଶ୍ନ…

ବେଙ୍ଗାଲୁରୁ,୧୦।୫ : ବୁଧବାର କର୍ନାଟକରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଏହି ସମୟରେ ଗୋଆରୁ ଅନେକ ବସ ଉତ୍ତର କର୍ନାଟକକୁ ଯାଉଥିବାର କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ପ୍ରଶ୍ନ ଉଠାଇଛି କି ଏହି ବସ ଗୁଡିକରେ ବେଆଇନ ଟଙ୍କା…

୪୦ ପ୍ରତିଶତ କମିଶନ ମୁକ୍ତ କର୍ନାଟକ ଗଠନ ପାଇଁ ଭୋଟ ଦିଅନ୍ତୁ: ଭୋଟରଙ୍କୁ ରାହୁଲଙ୍କ ଅପିଲ…

ବେଙ୍ଗାଲୁରୁ,୧୦।୫ : କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ଏହି ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ବୁଧବାର କର୍ନାଟକବାସୀଙ୍କୁ ଏହାକୁ ଏକ ପ୍ରଗତିଶୀଳ ତଥା ” ୪୦ ପ୍ରତିଶତ କମିଶନ ମୁକ୍ତ” ରାଜ୍ୟ ଗଠନ କରିବାକୁ ବହୁ ସଂଖ୍ୟାରେ…

ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ଦେଖିବା ପରେ ଭୋଟ ଦିଅନ୍ତୁ: ଡି.କେ ଶିବକୁମାର

ବେଙ୍ଗାଲୁରୁ,୧୦।୫:କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇ ସାରିଛି। ତେବେ ଏ ମଧ୍ୟରେ କର୍ନାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବ କୁମାର ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦି ଭୋଟରଙ୍କୁ କହିଥିଲେ, ଭୋଟ…

ସକ୍ରିୟ ମାମଲା ୨୨ ହଜାରରୁ କମ…

ନୂଆଦିଲ୍ଲୀ, ୧୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ଏହି ଲଢେଇ ଆମେ କୋର୍ଟରେ ଲଢିବୁ, ବିବେକ ଅଗ୍ନିହୋତ୍ରୀଙ୍କ ନୋଟିସ୍‌ ପରେ ଟିଏମ୍‌ସିର ପ୍ରତିକ୍ରିୟା

କୋଲକାତା,୧୦।୫:ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍‌ ପଠାଇବା ପରେ ଟିଏମ୍‌ସିର ମହିଳା ଓ ସମାଜ କଲ୍ୟାଣ ମନ୍ତ୍ରୀ ଶଶି ପଞ୍ଜାଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ତୃଣମୂଳ କଂଗ୍ରେସ ଆଇନଗତ ଭାବେ ଏହାର ଜବାବ ଦେବ। ଇଣ୍ଡିଆ…

କରୋନା ମହାମାରୀର ପ୍ରଥମ ବର୍ଷରେ ୩୦ ଲକ୍ଷରୁ ଅଧିକ ଭାରତୀୟ ଶିଶୁ ସମୟ ପୂର୍ବରୁ ହୋଇଛନ୍ତି ଜନ୍ମ…

ନୂଆଦିଲ୍ଲୀ/ଜେନେଭା,୧୦।୫ : କରୋନାର ପ୍ରଥମ ବର୍ଷରେ ଭାରତରେ ୩୦ ଲକ୍ଷରୁ ଅଧିକ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ୨୦୨୦ ମସିହାରେ, ସମଗ୍ର ବିଶ୍ୱରେ ପ୍ରାୟ ୧୩.୪୦ କୋଟି ପିଲା ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ସେମାନଙ୍କୁ ଅପରିପକ୍ୱ ଶିଶୁ କୁହାଯାଏ…

ଉଗ୍ରରୂପ ନେଇପାରେ ମୋଚା ବାତ୍ୟା, ଘଣ୍ଟାକୁ ୬୦-୭୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା…

ନୂଆଦିଲ୍ଲୀ,୧୦।୫ : ଆଣ୍ଡାମାନ ସାଗରକୁ ଲାଗିଥିବା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ଅଞ୍ଚଳ ଏକ ଝଡ଼ରେ ପରିଣତ ହୋଇଛି। ‘ମୋଚା’ ନାମକ ଏହି ବାତ୍ୟା ଭାରତ ମୁହାଁ ହେବ ନାହିଁ। ବର୍ତ୍ତମାନ ଏହା ବାଂଲାଦେଶ ଏବଂ ମ୍ୟାନମାର ଉପକୂଳରେ ପହଞ୍ଚିପାରେ…

ଯୌନ ନିର୍ଯାତନା ମାମଲାରେ ଟ୍ରମ୍ପ ଦୋଷୀ, ୫ ନିୟୁତ ଡଲାର ଜରିମାନା…

ଓ୍ବାଶିଂଟନ,୧୦।୫ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାନହଟନ ଫେଡେରାଲ କୋର୍ଟରେ ଯୌନ ନିର୍ଯାତନା ତଥା ମାନହାନୀ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟ ପାଞ୍ଚ ନିୟୁତ ଆମେରିକୀୟ ଡଲାର ଜରିମାନା ଦଣ୍ଡାଦେଶ କରିଛନ୍ତି। ଟ୍ରମ୍ପ ୧୯୯୦…

ଇମ୍ରାନଙ୍କ ଗିରଫ ନେଇ ଆମେରିକାର ପ୍ରତିକ୍ରିୟା: ଆଇନର କରାଯାଉ ପାଳନ…

ଓ୍ବାଶିଂଟନ,୧୦।୫ : ମଙ୍ଗଳବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଏହା ପରେ ଇମ୍ରାନ ଖାନଙ୍କ ସମର୍ଥକମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଇମ୍ରାନଙ୍କ ଗିରଫଦାରୀକୁ ନେଇ ଆମେରିକା ପ୍ରତିକ୍ରିୟା ରଖିଛି। ପାକିସ୍ତାନରେ ହୋଇଥିବା ଅନୈତିକତାକୁ ନେଇ ଆମେରିକା…

ଝାରସୁଗୁଡାରେ ମତଦାନ ଆରମ୍ଭ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହା ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଚାଲିବ। ୨୫୩ ବୁଥ୍‌ରେ ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଉପନିର୍ବାଚନରେ ୨ ଲକ୍ଷ ୨୧ ହଜାର ୭୧୯…

କର୍ନାଟକ ବିଧାନସଭା ନିର୍ବାଚନ: ମତଦାନ ଆରମ୍ଭ

ବେଙ୍ଗାଲୁରୁ,୧୦।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ଯାଏ ଚାଲିବ। ରାଜ୍ୟର ୫.୩ କୋଟି ଭୋଟର ନିର୍ବାଚନୀ ମଇଦାନରେ ଥିବା ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧରଣ କରିବେ । ୨୨୪ ଆସନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri