ମୁଖ୍ୟମନ୍ତ୍ରୀ ବୋମ୍ମାଇ ଆଗରେ, ଶିଗଗାଓଁ ହଟ ସିଟ୍ରେ କଂଗ୍ରେସ କେତେ ଭୋଟ ପଛରେ ଅଛି ଜାଣନ୍ତୁ…
ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଭୋଟ ଗଣନା ଚାଲିଛି। କଂଗ୍ରେସ ୧୧୪ଟି ଆସନରେ ଆଗୁଆ ଥିବାବେଳେ ଭାଜପା ନେତା ତଥା ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ରାଜ୍ୟର ହାବେରୀ ଜିଲାର ଶିଗଗାଓଁ ଆସନରୁ ଆଗୁଆ ଅଛନ୍ତି। ବୋମ୍ମାଇ ୨୩୦୦ ଭୋଟରେ ଆଗୁଆ…
ପଞ୍ଚମ ରାଉଣ୍ଡ ସୁଦ୍ଧା ଦୀପାଳି ଦାସ ୧୩,୫୪୫ ଖଣ୍ଡ ଭୋଟରେ ଆଗୁଆ
ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ତେବେ ପଞ୍ଚମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୧୩,୫୪୫ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାପଡିଛି।…
କିଙ୍ଗମେକର ସାଜିବକି ଜେଡିଏସ, ପ୍ରତି ମୁହୂର୍ତ୍ତରେ ବଦଳୁଛି ନମ୍ବର, କେବେ ଭାଜପା ତ କେବେ କଂଗ୍ରେସ
ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏବେ ପ୍ରଥମ ପର୍ଯ୍ୟାୟ ଆରମ୍ଭରେ ୨୧୬ ଆସନର ଫଳାଫଳ ସାମ୍ନାକୁ ଆସିଛି। ଏଥିରୁ କଂଗ୍ରେସ ୧୦୬ ଆସନରେ ଆଗରେ ଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ୯୦ ଆସନରେ…
ପ୍ରଥମ ପର୍ଯ୍ୟାୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ପଛରେ, ଆଗରେ ଚାଲିଛନ୍ତି ଶେଟ୍ଟାର
ବେଙ୍ଗାଲୁରୁ,୧୩।୫: ଶନିବାର ସକାଳୁ ଆରମ୍ଭ ହୋଇଛି କର୍ନାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି। ରାଜ୍ୟର ୨୨୪ ବିଧାନସଭା ଆସନ ପାଇଁ ୨୬୧୫ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ଏହି ମୁକାବିଲା କଂଗ୍ରେସ, ଭାରତୀୟ ଜନତା ପାର୍ଟି(ଭାଜପା) ଓ ଜେଡିଏଓ ମଧ୍ୟରେ ହେଉଛି।…
ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ
ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯାଇଥିଲା। ସାଢ଼େ ୮ଟାରୁ ଇଭିଏମ ଭୋଟ ଗଣତି କରାଯାଉଛି। ତେବେ ପ୍ରଥମ ରାଉଣ୍ଡ…
କର୍ନାଟକରେ ମତ ଗଣନା ଜାରି, କଂଗ୍ରେସ ଛୁଇଁଲାଣି ସଂଖ୍ୟା ଗରିଷ୍ଠତାର ମ୍ୟାଜିକ ନମ୍ବର
ବେଙ୍ଗାଲୁରୁ,୧୩।୫: ବହୁ ପ୍ରତିକ୍ଷିତ କର୍ନାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏବେ ସାରା ଦେଶର ନଜର ଏହା ଉପରେ ଥିବା ବେଳେ କଂଗ୍ରେସ ଭୋଟ ଗଣତିର ଏକ ଘଣ୍ଟା ମଧ୍ୟରେ ସଂଖ୍ୟା ଗରିଷ୍ଠତାର ମ୍ୟାଜିକ ନମ୍ବର ଛୁଇଁ ସମସ୍ତଙ୍କୁ…
ପ୍ରଥମ ବାଜି କଂଗ୍ରେସ ହାତରେ: ୨୨୧ ଆସନରୁ କଂଗ୍ରେସ ୧୧୧ରେ ଆଗୁଆ, ୮୧ରେ ଭାଜପା
ବେଙ୍ଗାଲୁରୁ,୧୩।୫: ଏବେ ସାରା ଦେଶବାସୀଙ୍କ ନଜର କର୍ନାଟକ ବିଧାନସଭା ନିର୍ବାଚନ ଉପରେ। ଶନିବାର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ୨୨୪ ଆସନ ମଧ୍ୟରୁ ୨୧୧ ଆସନ ମଧ୍ୟରୁ କଂଗ୍ରେସ୧୧୧ରେ ଆଗୁଆ ଥିବା ବେଳେ ଭାଜପା ମାତ୍ର ୮୧ ଟିରେ ଆସନରେ…
କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ: ଅଧା ଆସନରେ ଭାଜପା-କଂଗ୍ରେସ ମଧ୍ୟରେ କଡା ମୁକାବିଲା
ବେଙ୍ଗାଲୁରୁ,୧୩।୫: ଆରମ୍ଭ ହୋଇଛି କର୍ନାଟକ ବିଧାନସଭା ନିର୍ବାଚନର ଭୋଟ ଗଣତି। ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଗଣତିରେ ପ୍ରଥମ ପର୍ଯ୍ୟାୟ ଅନୁଯାୟୀ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଛି। ସମସ୍ତ ୨୨୪ଟି ଆସନ…
ଝାରସୁଗୁଡାରେ ଆରମ୍ଭ ହେଲା ଭୋଟ ଗଣତି
ଝାରସୁଗୁଡା ଅଫିସ,୧୩।୫: ଝାରସୁଗୁଡା ଉପନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ପ୍ରଥମେ ପୋଷ୍ଟାଲ ବାଲଟ ଏବଂ ୮ଟା ୩୦ ମିନଟ୍ରେ ଇଭିଏମ ଗଣତି ଆରମ୍ଭ ହେବ। ଭୋଟ ଗଣତି ନିମନ୍ତେ ସମସ୍ତ ପ୍ରକାର ସୁବ୍ୟବସ୍ଥା କରାଯାଇଥିବା ଜିଲା…
କର୍ନାଟକ ନିର୍ବାଚନ: ଭୋଟ ଗଣତି ଆରମ୍ଭ
ବେଙ୍ଗାଲୁରୁ.୧୩।୪: କର୍ନାଟକ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇବ। ତେବେ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇଛି। କିଛି ସମୟ ପରେ କର୍ନାଟକ କାହାର ହେବ ତାହା ସ୍ପଷ୍ଟ ହୋଇଯିବ। କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ମେ’୧୦ରେ ଭୋଟଗ୍ରହଣ କରାଯାଇଥିଲା।
ମ୍ୟାନ୍ମାର ସୈନ୍ୟଙ୍କ ବର୍ବରତା: ୧୯ ଜଣଙ୍କୁ ମାରି ଜାଳିଦେଲେ
ବ୍ୟାଙ୍କକ୍, ୧୩ା୫: ମ୍ୟାନ୍ମାରର ସାମରିକ ସରକାର ଅମଳରେ ସେନା ବର୍ବରତା ସୀମା ଲଙ୍ଘିଛି। ସୈନ୍ୟମାନେ ୪ ଶିଶୁଙ୍କ ସମେତ ୧୯ ଗ୍ରାମବାସୀଙ୍କୁ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ ଜାଳିଦେଇଛନ୍ତି। ବାଗୋ ଅଞ୍ଚଳର ନ୍ୟାୟୁଙ୍ଗ୍ ପିନ୍ ଥର୍ ଗ୍ରାମରେ ବୁଧବାର ସାମରିକ…
ଓ୍ବାଙ୍ଖଡେଙ୍କ ବିରୋଧରେ ସିବିଆଇ ମାମଲା
ନୂଆଦିଲ୍ଲୀ, ୧୩ା୫: ବଲିଉଡ୍ ସୁପରଷ୍ଟାର ଶାହରୁଖ୍ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କୁ ଦୁଇବର୍ଷ ପୂର୍ବେ ଡ୍ରଗ୍ସ ମାମଲାରେ ଗିରଫ କରିଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)ର ତତ୍କାଳୀନ ମୁମ୍ବାଇ ଜୋନାଲ ମୁଖ୍ୟ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ସିବିଆଇ ଶୁକ୍ରବାର ଦୁର୍ନୀତି ମାମଲା…
Archives


