Home Middle

ଅଲଜେରିଆ ଜଙ୍ଗଲରେ ଭୟଙ୍କର ନିଆଁ, ୧୦ ସେନା ସମେତ ୨୫ ମୃତ, ୪୯ ଆହତ

ଅଲଜିୟର୍ସ,୨୫।୭: ଅଲଜିରିଆ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୦ ସେନା ଯବାନ ରହିଥିବା କୁହାଯାଉଛି। ଏମାନେ ସମସ୍ତେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ସୋମବାର ସରକାର ଏହି ସୂଚନା…

ଉତ୍ତର କୋରିଆ ଲଞ୍ଚ କଲା ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ, ଜାପାନ ପିଏମଓର ଦାବି

ଟୋକିଓ,୨୫।୭: ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସୋମବାର ଏକ ଟୁଇଟ କରି କହିଛି ଯେ ଉତ୍ତର କୋରିଆ ଏକ ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ ଲଞ୍ଚ କରିଛି। ଏହାକୁ ନେଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଅଧିକାରୀମାନଙ୍କୁ ପର୍ଯ୍ୟାପ୍ତ ସୂଚନା ସଂଗ୍ରହ କରିବାକୁ,…

ଚଳିତ ସପ୍ତାହରେ କ୍ୟାବିନେଟରେ ଅଦଳ ବଦଳ କରିପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ

ଓଟାଓ୍ବା,୨୫।୭: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଚଳିତ ସପ୍ତାହରେ ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବାର ଯୋଜନା କରିପାରନ୍ତି। ଦୁଇଟି ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। କ୍ୟାବିନେଟ ଅଦଳବଦଳରେ ସମ୍ଭବତଃ ସେହି ମନ୍ତ୍ରୀମାନଙ୍କୁ ହଟାଇଦିଆଯାଇପାରେ ଯେଉଁମାନେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ…

ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର, ୨୫ା୭(ସୁନିତ୍‌ ମିଶ୍ର):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୁର୍ମୁ ରାଷ୍ଟ୍ରପତି ଭବନରୁ ୩ଟା ୨୫ମିନିଟ୍‌ରେ ବାହାରି ୩ଟା ୪୦ମିନିଟ୍‌ରେ ପାଲମ ବିମାନବନ୍ଦରଠାରେ ପହଞ୍ଚିବେ। ସେଠାରୁ ୩ଟା ୫୦ମିନିଟ୍‌ରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ବାହାରି…

ସ୍ବିଜରଲ୍ୟାଣ୍ଡରେ ଘୂର୍ଣ୍ଣିଝଡ଼

ଜେନେଭା,୨୫।୭: ସ୍ବିଜରଲ୍ୟାଣ୍ଡରେ ଆସିଥିବା ପ୍ରବଳ ଘୂର୍ଣ୍ଣିଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ଘୂର୍ଣ୍ଣିଝଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ପାହାଡିଆ ଅଞ୍ଚଳରେ ନିର୍ମିତ ଘର ମଧ୍ୟ ଏହାଦ୍ୱରା କ୍ଷତିଗ୍ରସ୍ତ ହୋଇଛି।

ମଣିପୁର ହିଂସା: ତୃତୀୟ ଦିନ ଗୃହ ଅଚଳ

ନୂଆଦିଲ୍ଲୀ,୨୫ା୭: ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବିରେ ସୋମବାର ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ପାର୍ଲାମେଣ୍ଟରେ ତୃତୀୟ ଦିନ ପାଇଁ ଅଚଳାବସ୍ଥା ଦେଖାଦେଇଥିଲା। ଏପରିକି ସରକାର ଉକ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ବରାଷ୍ଟ୍ର…

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ

ତୁରା,୨୫।୭: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗ୍‌ମାଙ୍କ ତୁରାସ୍ଥିତ କାର୍ଯ୍ୟାଳୟ ଉପରକୁ ସୋମବାର ସନ୍ଧ୍ୟାରେ ବିକ୍ଷୋଭକାରୀ ଟେକାମାଡ଼ କରିଛନ୍ତି। ଆକ୍ରମଣରେ ସାଙ୍ଗ୍‌ମାଙ୍କ ୫ ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ତୁରାକୁ ଶୀତଦିନିଆ ରାଜଧାନୀ ଦାବିରେ ଗୋରା ହିଲ୍ସର ସିଭିଲ୍‌ ସୋସାଇଟି କିଛିଦିନ ହେବ ଅନଶନରେ…

ବହିଷ୍କୃତ ମନ୍ତ୍ରୀଙ୍କୁ ଗୃହରୁ ଘୋଷାଡ଼ି ବାହାରକଲେ

ନୂଆଦିଲ୍ଲୀ,୨୫ା୭: ରାଜସ୍ଥାନ ମନ୍ତ୍ରିମଣ୍ଡଳରୁ ଶୁକ୍ରବାର ବହିଷ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଧାଙ୍କୁ ସୋମବାର ବିଧାନସଭାରୁ ଘୋଷାଡ଼ି ବାହାର କରିଦିଆଯାଇଛି। ସୋମବାର ରାଜସ୍ଥାନ ବିଧାନସଭାରେ ଅଭୂତପୂର୍ବ ଘଟଣା ଦେଖିବାକୁ ମିଳିଥିଲା। ବହିଷ୍କୃତ ମନ୍ତ୍ରୀ ଗୃହରେ ଏକ ଲାଲ୍‌ ରଙ୍ଗର ଡାଏରି ହଲାଇ ସେଥିରେ ଆର୍ଥିକ କାରବାରରେ…

ପଶ୍ଚିମବଙ୍ଗ ରାମନବମୀ ହିଂସାର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ,୨୫ା୭: ପଶ୍ଚିମବଙ୍ଗ ରାମନବମୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କରିବାକୁ କାଲ୍‌କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ସୋମବାର ଉକ୍ତ ରାୟକୁ କାଏମ ରଖିଛନ୍ତି। ରାମନବମୀ ପାଳନ ବେଳେ ପଶ୍ଚିମବଙ୍ଗର ହାଓଡ଼ା, ଦଲଖୋଲା ଜିଲା ସମେତ…

ଇସିଙ୍କ କ୍ଷମତାର ସାମ୍ବିଧାନିକ ବୈଧତା ଯାଞ୍ଚ ହେବ

ନୂଆଦିଲ୍ଲୀ,୨୫ା୭ (ପି.ଟି.): ନିର୍ବାଚନ କମିଶନ ଆସାମର ଲୋକ ସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଚଳାଇଥିବାବେଳେ ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ଏହି ପ୍ରସଙ୍ଗରେ ଏକାଧିକ ପିଟିଶନକୁ ନେଇ ସର୍ବୋଚ୍ଚ ଅଦାଲତ…

ଭାରତ ସିରିଜ୍‌ ବିଜୟୀ

ପୋର୍ଟ ଅଫ୍‌ ସ୍ପେନ୍‌, ୨୫ା୭: ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ରହିଥିବା ଭାରତୀୟ ଦଳ ଟେଷ୍ଟ ସିରିଜକୁ ଜିତି ନେଇଛି। ଅନ୍ତିମ ଟେଷ୍ଟ ଅମୀମାଂସିତ ଭାବରେ ଶେଷ ହେବାରୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରକୁ ପଥର ମାଡ଼

ଶିଲଂ,୨୪।୭: ମେଘାଳୟର ସହର ତୁରାକୁ ଶୀତକାଳୀନ ରାଜଧାନୀ ଘୋଷଣା ଦାବି ତେଜୁଛି। ଏହାକୁ ଦେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହେଉଛି। ବିକ୍ଷୋଭକାରୀ ମେଘାଳୟର ମୁଖ୍ୟମନ୍ତ୍ରୀ କର୍ନଡ ସାଙ୍ଗମାଙ୍କ କାର୍ଯ୍ୟାଳୟ ଉପରକୁ ପଥର ଫିଙ୍ଗିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri