Home Middle

ଜେଲରୁ ଚାଲିବ କି କେଜରିଓ୍ବାଲଙ୍କ ଶାସନ ? ଏନେଇ କ’ଣ କହୁଛି ଦେଶର ଆଇନ…

ନୂଆଦିଲ୍ଲୀ,୭।୧୧ :  ଆମ ଆଦମୀ ପାର୍ଟି ଦାବି କରୁଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କଲେ ମଧ୍ୟ ସେ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ ଏବଂ ନିଜେ ସରକାରଙ୍କୁ ଜେଲରୁ ଚଳାଇବେ। କିନ୍ତୁ ଏହା ଦେଶର…

ଯୁଦ୍ଧରେ ଯୋଗଦେବାକୁ ଚେତାବନୀ ଦେଲା ଇରାନ, ଘେରାଉ କରିବାକୁ ଆମେରିକା ପଠାଇଲା ପରମାଣୁ…

ଓ୍ବାଶିଂଟନ୍‌,୭।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଇରାନ ସାମିଲ ହେବା ନେଇ ଚେତାବନୀ ଦେଇଛି। ତେବେ ଇରାନକୁ ସତର୍କ କରାଇ ଆମେରିକା ପର୍ସିଆନ ଗଲ୍ଫକୁ ପରମାଣୁ ବୁଡାଜାହାଜ ପଠାଇଛି। ଇସ୍ରାଏଲକୁ ଗାଜା ସୀମାରେ ଯୁଦ୍ଧ ରୋକିବା ପାଇଁ…

ସିଏଆର ଉଲ୍ଲଂଘନ ମାମଲାରେ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଜରିମାନା…

ନୂଆଦିଲ୍ଲୀ,୭।୧୧ : ସିଏଆର ଉଲ୍ଲଂଘନ ମାମଲାରେ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଡିଜିସିଏ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିଗମ (ଡିଜିସିଏ) ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର) ପୂରଣ ନ…

ଏକାଠି ନିର୍ବାଚନ ଲଢ଼ିବେ ପିଏମଏଲ-ଏନ, ଏମକ୍ୟୁଏମ-ପି…

ଇସଲାମାବାଦ,୭।୧୧ : ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ଏବଂ ମୁତାହିଦା କୌମି ମୁଭମେଣ୍ଟ ପାକିସ୍ଥାନ (ଏମକ୍ୟୁଏମ-ପି) ମଙ୍ଗଳବାର ଘୋଷଣା କରିଛନ୍ତି ସେମାନେ ଫେବୃଆରୀ ୮ ସାଧାରଣ ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବେ। ମିଡିଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଜିଓ…

ବାଦଲ ଫଟା ବର୍ଷା ଯୋଗୁ ହଠାତ୍‌ ବନ୍ୟା: କେନିଆ-ସୋମାଲିଆରେ ୪୦ରୁ ଅଧିକ ମୃତ, ରାସ୍ତା ଜଳମଗ୍ନ…

ନାଇରୋବି,୭।୧୧: କେନିଆ ଏବଂ ସୋମାଲିଆରେ ବାଦଲ ଫଟା ବର୍ଷା ଏବଂ ଫ୍ଲାସ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୪୦ ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ସୋମାଲିଆରେ ବନ୍ୟା ପାଣିରେ ୨୫ ଜଣଙ୍କର…

ୟୁରୋପ ଉପରେ ଆକ୍ରମଣ କରିବ ହମାସ!

ତେଲ ଅଭିଭ,୭।୧୧: ହମାସ-ମଧ୍ୟପ୍ରାଚ୍ୟ ସଂଘର୍ଷ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପଶ୍ଚିମ ଦେଶଗୁଡିକୁ ସତର୍କ କରାଇଛନ୍ତି। ସେ କହିଛନ୍ତି, ଆଗକୁ ୟୁରୋପ ଉପରେ ହମାସ ଆକ୍ରମଣ କରିପାରେ। ହମାସ ବିରୋଧରେ ଆମେ ଲଢୁଥିବା ଲଢେଇ ସଭ୍ୟତା ଓ ବର୍ବରତା ଭିତରେ…

ଯୁଦ୍ଧ କିଛି ଦିନ ବନ୍ଦ ପାଇଁ ଇସ୍ରାଏଲ ରାଜି, କାରଣ କହିଲେ ନେତାନ୍ୟାହୁ…

ଜେରୁଜେଲମ,୭।୧୧: ଇସ୍ରାଏଲ-ହାମାସ ଯୁଦ୍ଧରେ ଏକ ମାସ ସମାପ୍ତ ହୋଇଛି। ଇସ୍ରାଏଲ ସେନାର ପ୍ରତିପକ୍ଷ ହମାସକୁ ଧ୍ୱଂସ କରିଦେଇଛି। ଏହି ସମୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଗାଜା ଅଞ୍ଚଳରୁ ସହାୟତା ସାମଗ୍ରୀର ପ୍ରବେଶ କିମ୍ବା ସଙ୍କଟରେ ପଡ଼ିଥିବା ଲୋକଙ୍କୁ ଥଇଥାନ…

ବାଲିଷ୍ଟିକ ମିଶାଇଲ ପ୍ରଳୟର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୭।୧୧: ମଙ୍ଗଳବାର ଭାରତ ସଫଳତାର ସହ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ବାଲିଷ୍ଟିକ ମିଶାଇଲ ପ୍ରଳୟର ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡିଶା ଉପକୂଳର ଅବଦୁଲ କଲାମ ଦ୍ୱୀପରୁ କରାଯାଇଛି। ସୂଚନାଯୋଗ୍ୟ, ଡିଆରଡିଓ ଦ୍ୱାରା ପ୍ରଳୟ ମିଶାଇଲ ବିକଶିତ ହୋଇଛି।…

“ଲୋକଙ୍କ ସ୍ୱାସ୍ଥ୍ୟର ହତ୍ୟା”: ଦିଲ୍ଲୀ ବାୟୁ ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟଙ୍କ ବଡ ବୟାନ

ନୂଆଦିଲ୍ଲୀ,,୭ା୧୧: ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ ଏକ ରାଜନୈତିକ ଯୁଦ୍ଧରେ ପରିଣତ ହୋଇପାରିବ ନାହିଁ। ବର୍ତ୍ତମାନ ଏହି ବାୟୁ ପ୍ରଦୂଷଣ ”ଲୋକଙ୍କ ସ୍ୱାସ୍ଥ୍ୟର ହତ୍ୟା”ର କାରଣ ପାଲଟିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ଯେ ପଡୋଶୀ ରାଜ୍ୟ ପଞ୍ଜାବ ଏବଂ…

ରାତି ୧୦ରୁ ସକାଳ ୬ ବାଣଫୁଟା ବନ୍ଦ

ଭୁବନେଶ୍ୱର,୭ା୧୧(ଅନିଲ ଦାସ):ପରିବେଶ ପ୍ରଦୂଷଣ ଏବେ ମୁଖ୍ୟ ଚିନ୍ତାର ବିଷୟ ହୋଇଛି। କେବଳ ସହର ନୁହେଁ, ଗାଁ ଗଣ୍ଡା ମଧ୍ୟ ପ୍ରଦୂଷଣ ଜ୍ୱାଳାରେ ଛଟପଟ ହେଲାଣି। କେଉଁଠି ଜଳ ପ୍ରଦୂଷଣ ତ କେଉଁଠି ବାୟୁ ପ୍ରଦୂଷଣ ପରିବେଶକୁ ବିଷଜ୍ୱାଳାରେ ଭରି ଦେଲାଣି। ରାଜଧାନୀ…

ଗାଜା ଯୁଦ୍ଧରେ ୩୬ ସାମ୍ବାଦିକ ନିହତ

ତେଲ୍‌ ଆଭିଭ୍‌/ ଗାଜା ସିଟି, ୭ା୧୧ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସାମ୍ବାଦିକତା ଏକ ବୃତ୍ତି ନୁହେଁ, ମିଶନ। ଏହି ଅଭିଯାନରେ ଥାଇ ଯୁଦ୍ଧ ରିପୋର୍ଟିଂ କରୁଥବା ଖବରଦାତାମାନଙ୍କ ଅନୁଭୂତି ସ୍ବତନ୍ତ୍ର। ଗାଜା ଭିତରେ ରହି ଯୁଦ୍ଧର ଘନଘଟା କଭର କରୁଥିବା ପାଲେଷ୍ଟିନୀୟ ଖବରଦାତାଙ୍କ…

ଇସ୍ରାଏଲ, ହମାସ ଯୁଦ୍ଧକୁ ପୂରଣ ହେଲା ମାସେ

ଜେରୁଜେଲମ,୭।୧୧: ଆଜି ଅର୍ଥାତ୍‌ ନଭେମ୍ବର ୭ରେ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ଏକ ମାସ ପୂରଣ ହୋଇଛି। ତଥାପି, ଏହି ଶେଷ ହେବା ପରି ମନେ ହେଉନାହିଁ। ଅକ୍ଟୋବର ୨୦,୨୦୨୩ରେ ହମାସ ହଠାତ୍‌ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri