Home Left

ମାଲିକଙ୍କ ଆଖି ଆଗରେ ଜଳିଲା କଣ୍ଟେନର

ଗୋପାଳପୁର,୨୯ା୧୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ଗୋଳନ୍ଥରା ଥାନା ଅଧୀନ କନିଶିହାଟ ନିକଟ ରାସ୍ତାରେ ଏକ କଣ୍ଟେନର ହୁତହୁତ ହୋଇ ଜଳି ଯାଇଛି। କଣ୍ଟେନରକୁ ମାଲିକ ସାୱନ ଚୌଧୁରୀ ନିଜେ ଚଳାଉଥିବା ବେଳେ ସେ ଅଳ୍ପକେ…

ଅମୃତ ମିଳନରେ ଶହ ଶହ ଶ୍ରଦ୍ଧାଳୁ

ଦାରିଙ୍ଗବାଡ଼ି, ୨୯।୧୧ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ମା’ଦଶଭୁଜା ଦୁର୍ଗମଣ୍ଡପଠାରେ ଶନିବାର ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଛି। ସକାଳ ୯ ଟାରୁ ଶହ ଶହ ମହିଳା ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା ପୋଖରୀରୁ ଗଙ୍ଗାପୂଜା କରି ଜଳ ଉଠାଇ ବିରାଟ କଳସ…

ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଖୋଲିବ ଆଉ ୧୫…

ଭୁବନେଶ୍ୱର,୨୯।୧୧: ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ।ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି  ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ  କହିଛନ୍ତି। ବାଲେଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝରରେ ଖୋଲିବ। ସେହିପରି ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼…

୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୨୯।୧୧: ରାଜ୍ୟରେ ୯୬ ପ୍ରତିଶତ e-KYC ସରିଛି, ୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି। ଏ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି। ଗତ ୧୫ ମାସ ସରକାରରେ e-KYC ଲାଗୁ କରିଥିଲେ।…

ବିଜେଡି ସମର୍ଥିତ ବ୍ଲକ୍‌ ଅଧ୍ୟକ୍ଷଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେଡି

ବନ୍ତ,୨୯ା୧୧(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ଆଣିଛି ବିଜେଡି। ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ନିଜ ନାମରେ ଭେଣ୍ଡର କୋଡ଼ ଖୋଲି ଟଙ୍କା ଆତ୍ମସାତ କରିଥିବା ଖବରଦାତା ସମ୍ମିଳନୀରେ ବ୍ଲକ…

ସୁଜାତା କାର୍ତ୍ତିକେୟନଙ୍କ ଗୁମର ଖୋଲିଲେ ବିଜେଡି ବିଧାୟକ ପ୍ରତାପ ଦେବ, ପରୋକ୍ଷରେ କହିଲେ ସବୁ…

ଭୁବନେଶ୍ୱର,୨୯ା୧୧: କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନଙ୍କ କାର୍ଯ୍ୟକାଳର ଗୁମର ଖୋଲିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ। ସୁଜାତାଙ୍କ ବିଭାଗ ଫେଲ ମାରୁଥିବା ପରୋକ୍ଷରେ କହିଛନ୍ତି ପ୍ରତାପ। ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ବିଳମ୍ବକୁ ନେଇ ପରୋକ୍ଷରେ ସୁଜାତାଙ୍କ ମୁଖା ଖୋଲିଛନ୍ତି ପ୍ରତାପ।…

ପୂରା ବନ୍ଦ ହୋଇଯିବ ୬ଟି ସରକାରୀ ବ୍ୟାଙ୍କ୍‌, ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୯।୧୧: ଦେଶରେ ସରକାରୀ କ୍ଷେତ୍ରର ବ୍ୟାଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବାକୁ ଯାଉଛି। ସରକାର ଛୋଟ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ବଡ଼ ବ୍ୟାଙ୍କ ସହିତ ମିଶ୍ରଣ କରୁଛନ୍ତି। ଲକ୍ଷ୍ୟ ହେଉଛି ଛୋଟ ବ୍ୟାଙ୍କଗୁଡ଼ିକୁ ଗୋଟିଏ ବଡ଼ ବ୍ୟାଙ୍କ ସହିତ ବଦଳାଇବା, ସେମାନଙ୍କର…

‘ହିଂସାମୁକ୍ତ ସମାଜ ଗଢ଼ିବାକୁ ସଂକଳ୍ପ’

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ଅନ୍ତର୍ଜାତୀୟ କମଳା ଦିବସ ନାରୀନେତ୍ରୀ ମମତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।…

‘ଦିବ୍ୟାଙ୍ଗ ଅଧିକାର ଅଧିନିୟମ ସଠିକ୍‌ କାର୍ଯ୍ୟକାରୀ ହେଉ’

ଭଞ୍ଜନଗର,୨୯ା୧୧(ବାବୁଲା ପ୍ରଧାନ): ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ଓଡ଼ିଶା ବିକଳାଙ୍ଗ ମଞ୍ଚ ଓ ବାର୍ଡ ମିଳିତ ସହଯୋଗରେ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତ ସଭାଗୃହରେ ଶନିବାର ‘ଆମ ଅଧିକାର ଆମକୁ ଦିଅ’ ଉପରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ…

୬ ନୂଆ ସହରରେ ଗଡ଼ିବ ଇଭି ବସ୍‌

ଭୁବନେଶ୍ୱର,୨୯ା୧୧: ଆଗାମୀ ଦିନରେ ୬ଟି ନୂଆ ସହରରେ ଇଭି ବସ୍‌ ଗଡ଼ିବ। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଏବେ ରାଜ୍ୟରେ ୬୭୦ଟି ବସ୍‌ ଚାଲିଛି, ସେଥିମଧ୍ୟରୁ ୨୨୦ଟି ଇଭି ବସ୍‌ ଚାଲିବ। ଏବେ…

ଜୁଆ ଆଡ୍ଡା ଉପରେ ଚଢାଉ: ୧୭ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର, ୨୯/୧୧(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁଟୁରାମୁଣ୍ଡାର ଏକ ଫାର୍ମରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ଶୁକ୍ରବାର ରାତିରେ ସଦର ଥାନା ପୋଲିସ ଅତର୍କିତ ଚଢ଼ାଉ କରି ୧୨ ବାଇକ, ଏକ କାର ସହ ବିଭିନ୍ନ ଜିଲାର…

‘କୋଚିଂ ଛାଡିଦିଅ, ଆଉ ଭୁଲିଯାଅ ୨୦୨୭ ବିଶ୍ୱକପ’, କିଏ ଆଉ କାହିଁକି ଏମିତି କହିଲେ ଗମ୍ଭୀରଙ୍କୁ

ନୂଆଦିଲ୍ଲୀ,୨୯।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ ପରାଜୟ ପ୍ରଶଂସକଙ୍କ ମଧ୍ୟରେ ବ୍ୟାପକ କ୍ରୋଧ ସୃଷ୍ଟି କରିଛି। ଜୁଲାଇ ୨୦୨୪ରେ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଗୌତମ ଗମ୍ଭୀର ଘରୋଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri