ଜଗତ୍ସିଂହପୁର ଜିଲାକୁ ମଦମୁକ୍ତ ଦାବିରେ ବିକ୍ଷୋଭ
ଜଗତ୍ସିଂହପୁର, ୩ା୧୦(ପ୍ରମୋଦ କୁମାର ନାୟକ): ସମ୍ପ୍ରତ୍ତି ଦେଶୀ, ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ବ୍ରାଉନସୁଗାର, ଚରସ ଓ ହିରୋଇନ ଆଦି ମାରାତ୍ମକ ନିଶା ସମାଜକୁ ବିପଦଗାମୀ କରି ଦେଉଛି। ଏହା ବିଶେଷ କରି ପରିବାର ଓ ଦେଶର ଭବିଷ୍ୟତ କୁହାଯାଉଥିବା ଯୁବଗୋଷ୍ଠୀଙ୍କୁ…
ମୋଦି କଲ୍ କରିଥିଲେ, ରିସିଭ୍ କଲିନି: ଭିନେଶ
ଚଣ୍ଡିଗଡ଼,୩ା୧୦: ହରିୟାଣା ବିଧାନସଭା ନିର୍ବାଚନରେ ଜୁଲାନା ଆସନରୁ ଲଢ଼ୁଥିବା ଭିନେଶ ଫୋଗଟ୍ ଅଲିମ୍ପିକ୍ ଫାଇନାଲ୍ର ୫୦ ଓମେନ୍ସ ୫୦ କେ.ଜି. ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ଏହାର ମାସକ ପରେ ସେ କୁସ୍ତି କ୍ୟାରିୟରରୁ ଅବସର ଘୋଷଣା କରି ରାଜନୀତିରେ ସାମିଲ…
ଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଖୁବ୍ଶୀଘ୍ର ଏନ୍ଇପି
ଭୁବନେଶ୍ୱର,୩ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାରେ ଖୁବ୍ଶୀଘ୍ର ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର ପ୍ରସ୍ତୁତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ…
ଜୋତା ଭିତରେ ଲୁଚି ରହିଥିଲା ତମ୍ପ, ମାରିଲା ଚୋଟ:ଆଉ ତା’ପରେ…
ଭୁବନେଶ୍ୱର,୩ା୧୦(ଅନୁରାଧା ମହାରଣା):ଜୋତା ଭିତରେ ଲୁଚି ରହିଥିଲା ତମ୍ପ। ଜୋତା ପିନ୍ଧିବାକୁ ଯିବାବେଳେ କାମୁଡ଼ି ଦେଲା ସାପ। ଭୁବନେଶ୍ୱର ଚକେଇସିହାଣୀ ଅଞ୍ଚଳରେ ବୁଧବାର ଏହି ଘଟଣା ଘଟିଛି। ସାପ କାମୁଡ଼ାରେ ଶିକାର ହୋଇଛନ୍ତି ସୁନୀଲ ପଣ୍ଡା। ସେ ଅଫିସ୍ ଯିବା ପୂର୍ବରୁ ଜୋତା…
୧୦ କିଲୋମିଟର ଭାରରେ ବୁହାହେଲେ ରୋଗୀ
ଭବାନୀପାଟଣା,୨ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍.ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ତଥା ମାଓବାଦୀପ୍ରବଣ ଦୁର୍ଗମ ଲୁବେନଗଡ଼ ପଞ୍ଚାୟତର ପୁଇଝରୀ ଗାଁରେ ବୁଧବାର ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଗାଁର ଇଟିଲି ମାଝୀ (୫୨)ନାମକ ଜଣେ ମହିଳା ଜ୍ୱରରେ…
ଅଳିଆଗଦାରେ ପଡ଼ିଥିଲା ନବଜାତ ଶିଶୁକନ୍ୟା, କାନ୍ଦ ଶବ୍ଦ ଶୁଣି…
କୋକସରା/ଜୟପାଟଣା/କଲମପୁର,୨ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଓମ୍ପ୍ରକାଶ ବୈଠାରୁ/ଗଣେଶ ରାମ ବାଗ୍): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଭୁର୍ସିଗୁ୍ଡ଼ା ଗାଁରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗାଁର ଗୋଟିଏ ଅଳିଆଗଦାରୁ ଏକ ନବଜାତ ଶିଶୁକନ୍ୟାକୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି। ମଙ୍ଗଳବାର ରାତିରେ…
ବିଜେଡି ଛାଡ଼ିଲେ ଡ.ଭବାନୀ ଶଙ୍କର ନିଆଲ
ଭବାନୀପାଟଣା,୨ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ବିଜେଡି ନେତା ତଥା ଅନ୍ତର୍ଜାତୀୟ କବି ଡ. ଭବାନୀ ଶଙ୍କର ନିଆଲ ବୁଧବାର ବିଜେଡି ଛାଡିଛନ୍ତି। ଏ ନେଇ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରେରଣ କରିଛନ୍ତି…
ନିଜ ଜୀବନକୁ ବାଜି ଲଗାଇ ବୁଡ଼ି ଯାଉଥିବା ଯୁବକଙ୍କୁ ପାଣିରୁ ଉଦ୍ଧାର କଲେ ଶିକ୍ଷକ
କୋରୁକୋଣ୍ଡା,୨ା୧୦(ଶିବଦତ୍ତ ସାହୁ): ଗଭୀର ଜଳରେ ବୁଡ଼ିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି ଜଣେ ଶିକ୍ଷକ। ଉଦ୍ଧାର ହୋଇଥିବା ଯୁବକ ହେଲେ କୋରୁକୋଣ୍ଡା ବ୍ଲକ ପୁରୁଣା ଚିମିଟାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ପୁରୁଣା କତାପାଲି ଗ୍ରାମର ମୁକା କବାସୀ। ବାଲିମେଳା…
ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ, ସ୍ବାମୀ କହିଲେ…
ଦିଗପହଣ୍ଡି,୨ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ରଞ୍ଜିତା ପଣ୍ଡା ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଜୟଚନ୍ଦ୍ର ପଣ୍ଡା ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ବୁଧବାର ରଞ୍ଜିତାଙ୍କ ମା’ ରେଣୁ ପଣ୍ଡା ଏନେଇ…
ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ବୁମ୍ରା ପୁଣି ୧ ନମ୍ବର
ଦୁବାଇ,୨ା୧୦: ଭାରତୀୟ ପେସ୍ ବୋଲର ଯଶ୍ପ୍ରୀତ୍ ବୁମ୍ରା ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍ରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କାନପୁରରେ ବାଂଲାଦେଶ ବିପକ୍ଷରେ ୬ ଉଇକେଟ ନେଇଥିବା ବୁମ୍ରା ଅନ୍ୟତମ ଭାରତୀୟ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ହଟାଇ ପ୍ରଥମ ସ୍ଥାନକୁ ଫେରିଛନ୍ତି।…
ଶଟ୍ ସର୍କିଟ ଲାଗି ଜଳିଗଲା ବାଇକ୍
କୋକସରା,୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମୋଟେର ଚାରବାହାଲ ଜାତୀୟ ରାଜପଥ ୨୬ ନିକଟରେ ଶଟ୍ ସର୍କିଟ ଯୋଗୁ ହୁତୁହୁତୁ ହୋଇ ଜଳିଗଲା ବାଇକ୍। ପ୍ରକାଶ ଯେ, ବଜାଜ ଶୋ ରୁମକୁ ବାଇକ୍ ସର୍ଭିସିଂ କରିବାକୁ ଆଣିଥିଲେ।…
ଚୋରି କରିବାକୁ ଆସି ମହିଳାଙ୍କୁ ଗଣବଳାତ୍କାର, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର,୨ା୧୦: ରାଜଧାନୀରେ ଚୋରି ପରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିବା ୩ ଅଭିଯୁକ୍ତଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଗିରଫ କରିଛି। ସୂଚନାନୁଯାୟୀ, ରବିବାର ରାତିରେ ମୈତ୍ରୀ ବିହାର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟକୁ ଚୋରି କରିବା ପାଇଁ କିଛି ଦୁର୍ବୃତ୍ତ…
Archives


