କର୍ନାଟକ ରାଜନୈତିକ ଅସ୍ଥିରତା ମଧ୍ୟରେ ଆରମ୍ଭ ହେବ ମୌସୁମୀ ଅଧିବେଶନ
ବେଙ୍ଗାଲୁରୁ,୧୨।୭: କର୍ନାଟକରେ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଶୁକ୍ରବାର ଏହାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। କିଛିଦିନ ହେବ ଲାଗି ରହିଥିବା ଇସ୍ତଫାକୁ ଦେଖି ଭାଜପା କହିଛି କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ ଏବେ ବହୁମତ ହରାଇ ସାରିଛନ୍ତି।…
ବିଧାୟକଙ୍କୁ ମମତାଙ୍କ ପରାମର୍ଶ: ଲୋକଙ୍କୁ କ୍ଷମା ମାଗ
କୋଲକାତା, ୧୨।୭: ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି)ର ଖରାପ ପ୍ରଦର୍ଶନ ପରେ ଦଳର କିଛି ନେତା ଦଳ ଛାଡି ଭାଜପାରେ ଯୋଗଦେଇଥିଲେ। ଏହାକୁ ନେଇ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଚିନ୍ତା ବଢିଯାଇଛି। ସେ ଦଳର ସବୁ ବିଧାୟକଙ୍କୁ ଲୋକଙ୍କ…
ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
ପୁଞ୍ଚ,୧୨।୭: ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଶୁକ୍ରବାର ସକାରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ଏହାର ଯବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳିମାଡ କରାଯାଇଛି। ଏପର୍ଯ୍ୟନ୍ତ ଏଥିରେ କେହି ମୃତାହତ ହେବାର ସୂଚନା ମିଳନାହିଁ। ସୂଚନାଯୋଗ୍ୟ, ବୁଧବାର ରାତିରେ ମଧ୍ୟ…
ମେଡିକାଲ ନାମଲେଖା : ପ୍ରଥମ ପର୍ଯ୍ୟାୟରେ ୯୭୦ ସିଟ୍ ପୂରଣ
ଭୁବନେଶ୍ୱର,୧୨ା୭(ବ୍ୟୁରୋ) : ରାଜ୍ୟରେ ଥିବା ୭ଟି ସରକାରୀ ଓ ଗୋଟିଏ ଘରୋଇ ମେଡିକାଲ କଲେଜର ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ ନାମଲେଖା ବୁଧବାର ଶେଷ ହୋଇଛି। ନାମଲେଖା ପ୍ରକ୍ରିୟାରେ ଏମ୍ବିବିଏସ୍ରେ ମୋଟ ୯୩୩ ସିଟ୍ ପୂରଣ ହୋଇଥିବାବେଳେ…
ଚେନ୍ନାଇ ଜଳ ସଙ୍କଟ: ଭେଲୋରରୁ ଆସିଲା ପ୍ରଥମ ପାଣି ବୋଝେଇ ଟ୍ରେନ୍
ଭେଲୋର,୧୨।୭: ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଚେନ୍ନାଇରେ ଦେଖା ଦେଇଥିଲା ଉତ୍କଟ ଜଳ ସଙ୍କଟ। ଏହାକୁ ଦୂର କରିବା ପାଇଁ ତାମିଲନାଡୁରୁ ଟ୍ରେନ୍ ଯୋଗେ ପାଣି ଆଣିବାକୁ ଯୋଜନା କରାଯାଇଥିଲା। ପ୍ରଥମଥର ଲାଗି ତାମିଲନାଡୁର ଭେଲୋର ଜିଲା ଜୋଲାରପେଟ ଷ୍ଟେଶନରୁ ଏକ…
ମାଲିକଙ୍କୁ ଖାଇଗଲେ କୁକୁର
ଡଲାସ, ୧୨।୭:ଟେକ୍ସାସ୍ର ୫୭ ବର୍ଷୀୟ ଫ୍ରେଡି ମାକ୍ଙ୍କୁ ତାଙ୍କର ୧୮ଟି ପୋଷାକୁକୁର ଖାଇଦେଇଛନ୍ତି। କିଛି ମାସ ହେଲା ମାକ୍ ନିଖୋଜ ଥିଲେ। ଡିଏନ୍ଏ ପରୀକ୍ଷାରୁ ତାଙ୍କୁ କୁକୁର ଖାଇଦେଇଥିବା ଜଣାପଡିଥିଲା। ଏପରିକି ସେମାନେ ମାଲିକ ପିନ୍ଧିଥିବା ପୋଷାକକୁ ମଧ୍ୟ ଖାଇଦେଇଥିଲେ ବୋଲି…
ଭୁବନେଶ୍ୱରରେ ହେବ ସାତକୋଶିଆ ମାନସମନ୍ଥନ ୧୫ରେ ବାଘୁଣୀ ସୁନ୍ଦରୀର ଭାଗ୍ୟ ନିର୍ଦ୍ଧାରଣ
ବନ୍ତଳା,୧୧ା୭ : ଆସନ୍ତା ୧୫ ତାରିଖରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନେଇ ଭୁବନେଶ୍ୱରରେ ହେବ ମାନସମନ୍ଥନ। ରାଜ୍ୟ ସରକାରଙ୍କ ପକ୍ଷରୁ ବସୁଥିବା ଏହି ବୈଠକରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଭବିଷ୍ୟତ ଉପରେ ଆଲୋଚନା ହେବ। ବିଶେଷକରି ୨୦୧୮ ନଭେମ୍ବର ୬ରୁ ରାଇଗୁଡାସ୍ଥିତ…
‘୨ରୁ ଅଧିକ ପିଲା ଥିବା ଦମ୍ପତିଙ୍କୁ ମତାଧିକାରରୁ ବଞ୍ଚିତ କରାଯାଉ’
ପାଟନା,୧୨।୭(ପି.ଟି.):ଜନସଂଖ୍ୟା ବୃ୍ଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଗୁରୁବାର ଉଦ୍ବେଗ ପ୍ରକାଶ କରିବା ସହ ଯେଉଁମାନଙ୍କର ୨ରୁ ଅଧିକ ପିଲା ଅଛନ୍ତି ସେମାନଙ୍କୁ ମତାଧିକାରରୁ ବଞ୍ଚିତ କରିବା ସପକ୍ଷରେ ମତ ଦେଇଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ଜଣାଶୁଣା ଏହି ଭାଜପା ନେତା…
୮୭୧ ବର୍ଷ ଧରି ପୂଜା ପାଉଛନ୍ତି ମହାପ୍ରଭୁ
୧୧୪୮ ମସିହା ପୂର୍ବରୁ ମହାପ୍ରଭୁ ଉପାସିତ ହେଉଥିଲେ ଶାସଙ୍ଗ ଗ୍ରାମରେ। ବାଲେଶ୍ୱର ସହରଠାରୁ ୪ କୋଶ ଦୂରରେ ଇଟା ନିର୍ମିତ ମନ୍ଦିରରେ ପୂଜା ଆରମ୍ଭ କରିଥିଲେ ସ୍ଥାନୀୟ ଜମିଦାର। ମନ୍ଦିରର ଦୁଇପଟେ ଦୁଇଟି ବ୍ରାହ୍ମଣ ଶାସନ ଦାନ କରିଥିଲେ। ବଳଭଦ୍ରପୁର ଶାସନ…
୮ ଦିନ ଭିତରେ ତୃତୀୟ ମାନହାନି ମାମଲା ସାମ୍ନା: ଆଜି ଅହମହଦାବାଦ କୋର୍ଟରେ ହାଜର ହେବେ ରାହୁଲ
ନୂଆଦିଲ୍ଲୀ, ୧୨।୭: ଲାଗୁଛି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମୟ ଏବେ ଭଲ ନାହିଁ। ଗୋଟିଏ ପରେ ଗୋଟିଏ ଖରାପ ଖବରର ତାଙ୍କୁ ସାମ୍ନା କରିବାକୁ ପଡୁଛି। ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ଏବେ ଅନେକ ଗୁଡ଼ିଏ…
ଆଜି ବାହୁଡ଼ା ଯାତ୍ରା : ପହଣ୍ଡି ପରେ ରଥାରୂଢ଼ ହେଲେ ପ୍ରଭୁ ସୁଦର୍ଶନ
ପୁରୀ ଅଫିସ,୧୨।୭: ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ତିନିଠାକୁର। ଏନେଇ ପ୍ରଥମେ ମହାପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୯.୧୫ରେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇ ୯.୩୦ରେ ରଥାରୂଢ଼ ହୋଇଛନ୍ତି।
କ୍ୟାପିଟାଲ ହସ୍ପିଟାଲର ମହିଳା କର୍ମଚାରୀଙ୍କ ମୃତ୍ୟୁ ପରେ ଫିଟୁଛି ଗୁମର : ପ୍ରିୟାପ୍ରୀତିରେ ମିଳୁଛି ଆଇସିୟୁ ବେଡ୍
ଭୁବନେଶ୍ୱର,୧୨।୭(ବ୍ୟୁରୋ) : କ୍ୟାପିଟାଲ ହସ୍ପିଟାଲ ଏସ୍ଏନ୍ସିୟୁ ବିଭାଗର ମହିଳା କର୍ମଚାରୀ ଅନୁପମା ନାୟକଙ୍କ ବୁଧବାର ମୃତ୍ୟୁ ଘଟିଥିଲା। ଏହାପରେ ହସ୍ପିଟାଲର ଭିତିରି ଗୁମର ପଦାକୁ ଆସିବାରେ ଲାଗିଛି। ଅନୁପମାଙ୍କୁ ଆଇସିୟୁ ଆବଶ୍ୟକ ହେଉଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଯୋଗାଇ ନ ଦେବାରୁ…

