ଏମିତି ଏକ ଆଇସ୍କ୍ରିମ୍, ଯାହା ୧ ଘଣ୍ଟା ପର୍ଯ୍ୟନ୍ତ ତରଳିବ ନାହିଁ
ଗରମ ଦାଉରୁ ରକ୍ଷା ପାଇବାକୁ ଯଦି ହାତରେ ଗୋଟିଏ ଆଇସ୍କ୍ରିମ୍ ଧରାଇ ଦିଆଯାଏ, ତେବେ ମନକୁ ଟିକିଏ ଶାନ୍ତି ମିଳିଯାଏ। କିନ୍ତୁ ଚିନ୍ତା କେବଳ ଏତିକି ଥାଏ, ଆଇସ୍କ୍ରିମ୍ ଖୁବ୍ ଶୀଘ୍ର ତରଳିଯିବ। ବେଶୀ ସମୟ ଏହାର ମଜା ଉଠାଇବା ଅସମ୍ଭବ…
ଓ୍ୱାର୍ଲ୍ଡ ଜୁନିୟର ଟ୍ରାକ୍ ସାଇକ୍ଲିଂ ଚାମ୍ପିୟନଶିପ୍: ଭାରତର ଶ୍ରେଷ୍ଠ ପ୍ରଦର୍ଶନ
ନୂଆଦିଲ୍ଲୀ, ୧୯ା୮ (ପି.ଟି.)- ଓ୍ୱାର୍ଲ୍ଡ ଜୁନିୟର ଟ୍ରାକ୍ ଚାମ୍ପିୟନଶିପ୍ରେ ଭାରତର ଇସୋ ଆଲ୍ବେନ୍ ଦୁଇଟି ପଦକ ଜିତିଛନ୍ତି। ଫଳରେ କୌଣସି ଏକ ଗ୍ଲୋବାଲ ଇଭେଣ୍ଟରେ ଭାରତ ଏହାର ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ…
ମ୍ୟାଚ ଭେନ୍ୟୁ ସ୍ଥାନାନ୍ତର ପ୍ରସଙ୍ଗ, ଏଆଇଟିଏ-ଆଇଟିଏଫ୍ ଆଲୋଚନା ଘୁଞ୍ଚିଲା
ନୂଆଦିଲ୍ଲୀ, ୧୯ା୮ (ପି.ଟି.)-ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳଯିବାକୁଥିବା ଡେଭିସ୍ କପ୍ ମ୍ୟାଚକୁ ନେଇ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ଏବଂ ଅନ୍ତର୍ଜାତୀୟ ଟେନିସ ମହାସଂଘ (ଆଇଟିଏଫ୍)ର ସୁରକ୍ଷା ପରାମର୍ଶଦାତାଙ୍କ ମଧ୍ୟରେ ଆଲୋଚନା ସୋମବାର ହୋଇନାହିଁ। ଏହାକୁ ମଙ୍ଗଳବାର ଘୁଞ୍ଚାଇ ଦିଆଯାଇଛି।…
ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ସ୍ବାୀ ଓ ଶାଶୁ ଅଟକ
ପୋଲସରା/ହାତୀଓଟ,୧୯ା୮(ଡି.ଏନ.ଏ.)-ପୋଲସରା ଥାନା ଅଞ୍ଚଳରେ ରବିବାର ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ସେ ହେଲେ ରାଜେଶ୍ୱରୀ ପାତ୍ର । ଝିଅକୁ ତାଙ୍କ ସ୍ବାମୀ ଓ ଶାଶୁ ଅଧିକ ଯୌତୁକ ଆଣିବା ଦାବି କରି ମାରିଦେଇଥିବା ମୃତକଙ୍କ ମା’…
ବେଆଇନ ଇଟାଭାଟି ସିଲ୍ କଲା ପ୍ରଶାସନ
ହିଞ୍ଜିଳିକାଟୁ, ୧୯ା୮(ଡି.ଏନ୍.ଏ)- ହିଞ୍ଜିଳିକାଟୁ ତହସିଲର ବିଭିନ୍ନ ବେଆଇନ ଇଟାଭାଟିରେ ପ୍ରଶାସନ ପକ୍ଷରୁ ସୋମାବର ଲାଲ ବାନା ଲଗାଯିବା ସହ ଭାଟିରେ ତାଲା ପକାଯାଇଛି। ହିଞ୍ଜିଳିକାଟୁ ତହସିଲର ହିଞ୍ଜିଳି, ଚାନ୍ଦୁଲି, ଖରିଡ଼ା, ଧୋବାଡ଼ି ପାଟପୁର ଓ ସାହାପୁରର ବିଭିନ୍ନ ଚିମିନି ଇଟାଭାଟି ଗୁଡ଼ିକରେ…
ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ: ୪ ଶିକ୍ଷକଙ୍କ ଦିନକର ଦରମା ବନ୍ଦ
ଚନ୍ଦାହାଣ୍ଡି,୧୯।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ୪ ଜଣ ଶିକ୍ଷକ ସ୍କୁଲକୁ ଠିକ ସମୟରେ ଆସି ନଥିବାରୁ ସେମାନଙ୍କଙ୍କ ଦିନକର ଦରମା ବ୍ଲକ ଶିକ୍ଷା ଅଧିକାରୀ ଭଜନଲାଲ ମାଝି ବନ୍ଦ କରିଛନ୍ତି। ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ଭଜନଲାଲ ମାଝୀ ଏବଂ ଏବିଇଓ…
୨ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର
କାମାକ୍ଷାନଗର,୧୯।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ମାଣ୍ଡୁକୁରାଠାରେ ସୋମବାର ଅପରାହ୍ନରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ତୁମୁସିଙ୍ଗା ଥାନା ଧୋବାବାହାଳି ଗ୍ରାମର କପିଳ…
୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ
ବାଲିଆପାଳ/ବସ୍ତା,୧୯।୮(ସ୍ବ.ପ୍ର.)-ଶିଶୁକନ୍ୟାମାନଙ୍କ ପ୍ରତି ଅସଦାଚରଣ, ବଳାତ୍କାର ରୋକିବା ଲାଗି କଠୋର ଦଣ୍ଡ ପ୍ରଣୟନ କରାଯାଇଛି। ଏସବୁ ସତ୍ତ୍ୱେ ସେମାନଙ୍କ ପ୍ରତି ଅତ୍ୟାଚାର କମିବାର ନଁା ନେଉନି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ବସ୍ତା ବ୍ଲକ ସିଂଲା ଥାନା ଅଞ୍ଚଳରେ।…
ଉପେନ୍ଦ୍ରନାଥ କଲେଜରେ ଗଣ୍ଡଗୋଳ, ୬ ଛାତ୍ର ଗୁରୁତର ୨ ଅଣଛାତ୍ର ଅଟକ
ସୋର, ୧୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଉପେନ୍ଦ୍ରନାଥ କଲେଜ କ୍ୟାମ୍ପସ ବାହାରେ ଦୁଇ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି କ୍ୟାମ୍ପସ ମଧ୍ୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୬ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସୋର ପୋଲିସ…
ବହୁରୋଗରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…
ସ୍ବାସ୍ଥ୍ୟ ହିଁ ସମ୍ପଦ। ଏହାକୁ ସୁରକ୍ଷିତ ରଖିଲେ ଜୀବନ ଯାତ୍ରା ସହଜ ହୋଇଥାଏ। ଅତି ପ୍ରାଚୀନ କାଳରୁ ଶରୀର ରକ୍ଷା ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଛି। ତେବେ ସୁସ୍ଥ ରହିବାର ସହଜ ସୂତ୍ର ହେଉଛି ସବୁବେଳେ ଖୁସି ରହିବା। ଏହା…
ଓ୍ବିଲିୟମସନଙ୍କୁ ପଛରେ ପକାଇଲେ ସ୍ମିଥ୍
ଦୁବାଇ,୧୯।୮: ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ହେଲେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷସ୍ଥାନ ବଜାୟ ରଖିଛନ୍ତି। ଆଶେସ ସିରିଜ୍ର ପ୍ରଥମ ଟେଷ୍ଟରେ କ୍ରମାଗତ ଶତକ ଲଗାଇବା ପରେ ଲଡର୍ସ ଟେଷ୍ଟରେ…
ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବି: କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି
ଜୟପୁର,୧୯।୮(ନି.ପ୍ର.): କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସୋମବାର ଛାତ୍ର ଅଶାନ୍ତି ଦେଖାଦେଇଛି। ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଏବଂ ମ୍ୟାନେଜମେଣ୍ଟ ବିଭଗ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବିରେ ଛାତ୍ରୀଛାତ୍ର ଶ୍ରେଣୀ ଗୃହରେ ତାଲା ପକାଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ନେଇ ବାରମ୍ବାର ଦାବି…

