ଜେଟ୍ର ୨୦୦୦ ଷ୍ଟାଫ୍ଙ୍କୁ ନିଯୁକ୍ତି ଦେବ ସ୍ପାଇସ୍ଜେଟ୍
ନୂଆଦିଲ୍ଲୀ,୩-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ସ୍ପାଇସ୍ଜେଟ୍ ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଜେଟ୍ ଏୟାରଓ୍ବେଜ୍ର ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ। ସ୍ପାଇସ୍ଜେଟ୍ ସିଏମ୍ଡି ଅଜୟ ସିଂ ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଜେଟ୍ ଏୟାରଓ୍ବେଜ୍ର କର୍ମଚାରୀଙ୍କୁ କମ୍ପାନୀ…
ମୋଦିଙ୍କୁ ପତ୍ର ଲେଖିଲେ ସୁବ୍ରମଣ୍ୟନ: ରାମ ମନ୍ଦିର ପାଇଁ ଅଯୋଧ୍ୟା ଜମି ଦିଆଯାଉ
ନୂଆଦିଲ୍ଲୀ,୩ା୬(ପି.ଟି.): ରାମ ମନ୍ଦିର ନିର୍ମାଣ ଲାଗି ଅଯୋଧ୍ୟାରେ ଜମି ଯୋଗାଇ ଦେବା ସହ ରାମ ସେତୁକୁ ଜାତୀୟ ଐତିହ୍ୟ ସ୍ମାରକୀ ଭାବେ ଘୋଷଣା କରିବା ଲାଗି ଭାଜପା ଏମ୍ପି ସୁବ୍ରମଣ୍ୟନ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।…
ଗୋଷ୍ଠୀ ଗଠନ କରି ଲୁଟିଛନ୍ତି ଆଇଏଫ୍ଆଇଏନ୍; ଚାର୍ଜସିଟ୍ ଦାଖଲ କଲା ଏସ୍ଏଫ୍ଆଇଓ
ନୂଆଦିଲ୍ଲୀ,୩-୬: ପ୍ରାୟ ୯୦ ହଜାର କୋଟି ଟଙ୍କା ଋଣରେ ବୁଡ଼ି ଯାଇଥିବା ଇନ୍ଫ୍ରାଷ୍ଟ୍ରକ୍ଚର ଲିଜିଂ ଆଣ୍ଡ ଫାଇନାନ୍ସିଆଲ ସର୍ଭିସେସ୍(ଆଇଏଲ୍ଆଣ୍ଡଏଫ୍ଏସ୍)ର ମୂଳ ତଥା ଏକାଧିକ ସହଯୋଗୀ କମ୍ପାନୀରେ ଅନିୟମିତତା ହୋଇଛି। ଏହାର ତଦନ୍ତ କରୁଥିବା ସିରିୟସ ଫ୍ରଡ୍ ଇନ୍ଭେଷ୍ଟିଗେଶନ ଅଫିସ୍(ଏସ୍ଏଫଆଇଓ) ଏକ ସହଯୋଗୀ…
ବରିଷ୍ଠ ନେତାଙ୍କୁ ଫେରାଇ ଆଣିବାକୁ ଉଦ୍ୟମ
ଲକ୍ଷ୍ନୌ,୩ା୬(ଆଇଏଏନ୍ଏସ୍): ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସ୍ପି)ର ପରାଜୟ ପରେ ଦଳ ଶିକ୍ଷାଲାଭ କରିଛି। ଏବେ ଭାଇ ଶିବପାଲ୍ ଯାଦବଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଦଳକୁ ଫେରାଇ ଆଣିବା ସହ ଅଣଯାଦବ ନେତାମାନଙ୍କୁ ଦଳରେ ନେବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ଅଢ଼େଇ…
ବିକାଶର ନାଁ ଗଁଧ୍ ନାଇଁ, ତଥାପି ବିତୁଛେ ଜୀବନ୍
ଭବାନୀପାଟଣା, ୩ା୬ (ଡି.ଏନ୍.ଏ): କଳାହାଣ୍ଡି ଜିଲାର ଜୟପାଟଣା ବ୍ଲକ ଅଁଲାଭଟା ପଁଚେତ୍ର ପାହାଡ଼ ସିଘେ ପଟାକୁସୁମୀ, ଟେଣ୍ଡକାଚୁଆଁ, କର୍ଲାକୋଟ, ଦାବ୍ରିଘାଟି, କରାଘାଟି ଲେଖେଁ ଗାଁମାନ ରହିଛେ। ଗୁଟେ ଅପହଁଚ୍ ଇଲାକା ସଂଗେ ଅଣ ସର୍ବେକ୍ଷଣ ଭୂଇଁରେ ଇ ଗାଁମାନ ବସିଥିଲାବେଲେ ପଟାକୁସୁମୀ…
ଲୋକ ସଭା ଅଧିବେଶନ ଲାଗି ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ଜୋଷୀ
ବେଙ୍ଗାଲୁରୁ,୩ା୬(ପି.ଟି.): ଲୋକ ସଭା ଅଧିବେଶନ ସୁରୁଖୁରୁରେ ଚଳାଇବା ଲାଗି ନବନିଯୁକ୍ତ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ବିରୋଧୀ ଦଳଗୁଡିକର ସହଯୋଗ ଲୋଡିଛନ୍ତି। ସମସ୍ତ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି। ସପ୍ତଦଶ ଲୋକ ସଭାର ପ୍ରଥମ…
ଆଜି ଯୁକ୍ତ୨ ବିଜ୍ଞାନ ପରୀକ୍ଷାଫଳ
ଭୁବନେଶ୍ୱର, ୩ା୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଭବନରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ଏହି ସମୟଠାରୁ ପରୀକ୍ଷାର୍ଥୀମାନେ www.chseodisha.nic.in ଓ www.orissaresults.nic.in…
ତାମିଲନାଡୁ ପରେ ପଶ୍ଚିମବଙ୍ଗ: ବାଧ୍ୟତାମୂଳକ ହିନ୍ଦୀ ଶିକ୍ଷାକୁ ବିରୋଧ
କୋଲକାତା,୩ା୬(ଆଇଏଏନ୍ଏସ୍): ଜାତୀୟ ଶିକ୍ଷାନୀତି ଚିଠା ପ୍ରସ୍ତାବରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ ଭାବେ ଶିକ୍ଷା ଦେବା ପାଇଁ ସୁପାରିସ କରାଯାଇଥିବାବେଳେ ଏହାକୁ ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟରେ ବିରୋଧ ଆରମ୍ଭ ହୋଇଯାଇଛି। ରବିବାର ପଶ୍ଚିମବଙ୍ଗର ଶିକ୍ଷାବିତ୍ ଓ ସାହିତି୍ୟକମାନେ କେନ୍ଦ୍ରର…
‘ଇଣ୍ଡିଆ ଟୁଡେ’ କଭର ଷ୍ଟୋରିରେ ଚନ୍ଦ୍ରାଣୀ
ଭୁବନେଶ୍ୱର, ୩ା୬ (ବ୍ୟୁରୋ) : କେନ୍ଦୁଝର ଲୋକ ସଭା ଆସନରୁ ବିଜୟୀ ହୋଇଥିବା ବିଜେଡିର ଚନ୍ଦ୍ରାଣୀ ମୁର୍ମୁ ଜାତୀୟସ୍ତରୀୟ ପତ୍ରିକା ‘ଇଣ୍ଡିଆ ଟୁଡେ’ର ପ୍ରଚ୍ଛଦପଟ ଷ୍ଟୋରିରେ ସ୍ଥାନ ପାଇଛନ୍ତି। ଚନ୍ଦ୍ରାଣୀ ସପ୍ତଦଶ ଲୋକ ସଭାରେ ସର୍ବକନିଷ୍ଠ ସଦସ୍ୟ। ୨୫ ବର୍ଷୀୟା ଚନ୍ଦ୍ରାଣୀ…
କମୁଛେ ପାରମ୍ପରିକ ଥଁଡା ପାନୀୟର ଚାହିଦା
ଭବାନୀପାଟଣା, ୩ା୬ (ଡି.ଏନ୍.ଏ): କଳାହାଣ୍ଡି ଜିଲାର ଭବାନୀପାଟଣା ସହର ସମେତ ଆସର ପାସର ଅଂଚଲରେ ଖରା ଝାଉର ପରକୋପ ଜାରି ରହିଛେ। ଏନ୍ତାଥି ଦୁକାନ ବଜାରରେ ପାରମ୍ପାରିକ ଦେଶୀ ଥଁଡା ପାନୀୟର ଠାନ୍ ଭିନେ ଭିନେ କମ୍ପାନୀର ପାନୀୟ ନେଇଛେ। ଆଏଜକାଲି…
ଅସ୍ତିତ୍ୱ ହରାଇଛି ବ୍ରହ୍ମଗିରି, ଘରକୁ ଫେରିନାହାନ୍ତି ବିପନ୍ନ
ବ୍ରହ୍ମଗିରି,୩ା୬ : ସାମୁଦ୍ରିକ ଝଡ ଫନୀକୁ ଏକମାସ ପୂରିଛି। ଫନୀର ତାଣ୍ଡବ ଲୀଲାରେ ବ୍ରହ୍ମଗିରିର ଅସ୍ଥିତ୍ୱ ହରାଇବା ସହ ବଦଳିଯାଇଛି ରୂପରେଖ। ସବୁଆଡେ ଦେଖାଯାଉଛି ଶ୍ରୀହିନ। ଏକ ମାସ ପରେ ବି ବାତ୍ୟା ବିପନ୍ନମାନେ ନିଜ ବାସସ୍ଥାନକୁ ନ ଫେରି ବିଭିନ୍ନ…
ଆଇସିସି ବିଶ୍ୱକପ୍: ଇଂଲଣ୍ଡ- ପାକିସ୍ତାନ ମୁକାବିଲା ଆଜି
ଲଣ୍ଡନ,୩।୫(ଏଏଫପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ର ଚଳିତ ଦ୍ୱାଦଶ ସଂସ୍କରଣରେ ଆୟୋଜକ ତଥା ହଟ୍ ଫେଭରାଇଟ ଇଂଲଣ୍ଡ ସୋମବାର ୧୯୯୨ ଚାମ୍ପିୟନ ପାକିସ୍ତାନକୁ ଭେଟିବ। ନଟିଂହାମର ଟ୍ରେଣ୍ଟ ବ୍ରିଜ୍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଉପରେ ଏବେ ସାରା ବିଶ୍ୱର…
Archives


