ସଂଖ୍ୟାଗରିଷ୍ଠତା ହରାଇଲେ ବ୍ରିଟେନ ପ୍ରଧାନମନ୍ତ୍ରୀ
ଲଣ୍ଡନ,୪ା୯: ଆଗକୁ ବ୍ରେକ୍ଜିଟକୁ ନେଇ ଭୋଟ ହେବାକୁ ଥିବାବେଳେ କଞ୍ଜରଭେଟିଭ ପାର୍ଟିର ଜଣେ ବିଦ୍ରୋହୀ ଏମ୍ପି ମଙ୍ଗଳବାର ଲିବେରାଲ ଡେମୋକ୍ରାଟ୍ସ ପାର୍ଟିରେ ଯୋଗଦେବା ଫଳରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ତାଙ୍କର ବ୍ରେକ୍ଜିଟ ନୀତିକୁ ଅଟକାଇବା ପାଇଁ…
ଅଜିତ ଯୋଗୀଙ୍କ ପୁଅ ଗିରଫ
ବିଳାସପୁର,୪ା୯(ପି.ଟି.): ନିର୍ବାଚନ ସତ୍ୟପାଠରେ ଜାଲିଆତି ଅଭିଯୋଗରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପୁଅ ଅମିତ୍ଙ୍କୁ ମଙ୍ଗଳବାର ବିଳାସପୁର ଜିଲାରୁ ଗିରଫ କରାଯାଇଛି। ୨୦୧୩ ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ଜାଲିଆତି କରିଥିବା ପୋଲିସ କହିଛି।…
ମନି ଲଣ୍ଡରିଂ ମାମଲା: କଂଗ୍ରେସ ନେତା ଶିବକୁମାର ଗିରଫ
ନୂଆଦିଲ୍ଲୀ, ୪ା୯: କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ଗିରଫ କରିଛି। କର୍ନାଟକର ଏହି ପୂର୍ବତନ ମନ୍ତ୍ରୀ ତଥା କନକପୁରା ବିଧାୟକଙ୍କୁ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କ୍ରମାଗତ ଭାବେ ଜେରା କରାଯାଇଥିଲା। ଏବେ…
ମାନିଲେ ପାକିସ୍ତାନର ଆଇସିଜେ ଓକିଲ: କଶ୍ମୀରରେ ନରସଂହାର ଅଭିଯୋଗର ପ୍ରମାଣ ନାହିଁ
ଇସ୍ଲାମାବାଦ,୪ା୯: ପ୍ରମାଣ ଅଭାବରୁ କଶ୍ମୀରରେ ନରସଂହାର ଅଭିଯୋଗର ପ୍ରମାଣ କରିବା ଅତ୍ୟନ୍ତ କଷ୍ଟକର ବୋଲି ପାକିସ୍ତାନର ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ଓକିଲ ଖଓ୍ବର କୁରେଶି ସ୍ବୀକାର କରିଛନ୍ତି। ଫଳରେ କଶ୍ମୀର ପ୍ରସଙ୍ଗକୁ ନେଇ ଆଇସିଜେ ଯିବାକୁ ଧମକ ଦେଉଥିବା ଇସ୍ଲାମାବାଦକୁ…
ସରକାରୀ ବିଭାଗ ସହ ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ:ପ୍ରଶାସନିକ ତତ୍ପରତା ଆରମ୍ଭ
ଭୁବନେଶ୍ୱର,୪-୯(ବ୍ୟୁରୋ):ରାଜ୍ୟରେ ଥିବା ସରକାରୀ ବିଭାଗ ଓ ସଂପୃକ୍ତ ନିର୍ଦ୍ଦେଶାଳୟଗୁଡିକର ମିଶ୍ରଣ କରାଯିବ। ଏହି ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ସେହିକ୍ରମରେ ବୁଧବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ…
ଲୁହାଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ
ଭୁବନେଶ୍ୱର,୪-୯(ବ୍ୟୁରୋ)/ କୋଣାର୍କ (ଡି.ଏନ୍.ଏ):ଶେଷରେ ଲୌହଭାରାରୁ ମୁକୁଳିବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ଦୀର୍ଘଦିନର ବାଦବିବାଦ ଏବଂ ଦାବି ପରେ କୋଣାର୍କ ମନ୍ଦିରରୁ ହଟିବ ଲୌହଭାରା। କୋଣାର୍କର ସଂରକ୍ଷଣ ପାଇଁ ଲାଗିଥିବା ଏହି ଲୌହଭାରା ମନ୍ଦିରର କଳାକୃତି ନଷ୍ଟ କରିବାରେ ପ୍ରମୁଖ…
୨୪ଘଣ୍ଟା ପ୍ରବଳ ବର୍ଷିବ:ଆଜି ୩ ଜିଲାକୁ ଅରେଞ୍ଜ, ୭ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୪-୯(ବ୍ୟୁରୋ):ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଆସନ୍ତା ୨୪ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ବୁଧବାର ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଆଦି ୩ଟି ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି…
ତୃତୀୟଶ୍ରେଣୀ ସାହିତ୍ୟ ବହିରେ ପଠାଣି ସାମନ୍ତଙ୍କ ସମ୍ପର୍କରେ ଭୁଲ ତଥ୍ୟ
ଖଣ୍ଡପଡା,୪-୯(ସ୍ବ.ପ୍ର.):ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏବଂ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ୩ୟ ଶ୍ରେଣୀ ସାହିତ୍ୟ ବହିରେ ବିଶ୍ୱ ବିଖ୍ୟାତ ଜ୍ୟୋତିର୍ବିଦ୍ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ମହାମହୋପାଧ୍ୟାୟ ପଠାଣି ସାମନ୍ତଙ୍କ ଜୀବନୀ ସମ୍ପର୍କରେ ଆଧାରିତ ‘ତୁଳସୀ…
ଦସ୍ତାବିଜ ଦେବ ନାଗରିକତ୍ୱର ପ୍ରମାଣ
ଭୁବନେଶ୍ୱର, ୪-୯ (ବ୍ୟୁରୋ):ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଆସାମର ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି)ର ଚୂଡ଼ାନ୍ତ ତାଲିକା ୩୧ ଅଗଷ୍ଟ ୨୦୧୯ରେ ପ୍ରକାଶ ପାଇଛି। ଏଥିରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣ ସାମିଲ ହୋଇଛନ୍ତି। ୧୯ ଲକ୍ଷରୁ…
ଲ୍ୟାଣ୍ଡର୍ ବିକ୍ରମର ପ୍ରଥମ ଡି-ଅର୍ବିଟାଲ ଅପରେଶନ୍ ଶେଷ
ଚେନ୍ନାଇ: ସେପ୍ଟେମ୍ବର ୨ ତାରିଖ ୧ଟା ୧୫ ମିନିଟ୍ରେ ଅର୍ବିଟର୍ରୁ ଭାରତର ପ୍ରଥମ ମୁନ୍ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇ ଚନ୍ଦ୍ରର ନିକଟତର ହେବାରେ ଲାଗିଛି। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ଇସ୍ରୋ) ଲ୍ୟାଣ୍ଡର୍ର ପ୍ରଥମ ଡି-ଅର୍ବିଟାଲ ଅପରେଶନ(ଅଧିକ ଉଚ୍ଚତାରେ ଥିବା…
ସୁନିଲ ଆରୋରା ବିଶ୍ୱ ନିର୍ବାଚନ ସଂସ୍ଥା ସଂଘର ଅଧ୍ୟକ୍ଷ
ନୂଆଦିଲ୍ଲୀ, ୪-୯: ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ମଙ୍ଗଳବାର ବିଶ୍ୱ ନିର୍ବାଚନ ସଂସ୍ଥା ସଂଘର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୧ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ। ନୂଆଦିଲ୍ଲୀରେ ଥିବା ଭାରତୀୟ ଅନ୍ତର୍ଜାତୀୟ ଗଣତନ୍ତ୍ର ଓ ନିର୍ବାଚନ…
ଭର୍ତ୍ତୃହରିଙ୍କ ବାଗ୍ଦାଦ୍ ଯାତ୍ରା:ଏସିଆନ୍ ପାର୍ଲାମେଣ୍ଟାରୀ ଆସେମ୍ବ୍ଲିରେ ଯୋଗଦେବେ
ନୂଆଦିଲ୍ଲୀ: ଇରାକର ରାଜଧାନୀ ବାଗ୍ଦାଦ୍ରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍ ପାର୍ଲାମେଣ୍ଟାରୀ ଆସେମ୍ବ୍ଲିରେ ଯୋଗଦେବା ଲାଗି ଭାରତ ପକ୍ଷରୁ କଟକ ଏମ୍ପି ଭର୍ତ୍ତୃହରି ମହତାବ ମଙ୍ଗଳବାର ସେଠାକୁ ଯାତ୍ରା କରିଛନ୍ତି। ଉକ୍ତ ୩ଦିନିଆ ସମ୍ମିଳନୀରେ ଭର୍ତ୍ତୃହରି ଭାରତର ଦୃଷ୍ଟିକୋଣ ସମ୍ପର୍କରେ ବକ୍ତବ୍ୟ…
Archives


