Home Left

ଯୁବକଙ୍କ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତ ଚିହ୍ନଟ, ଧରିବାକୁ ଟିମ୍‌ ଗଠନ

ବ୍ରହ୍ମପୁର ଅଫିସ,୪।୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେଶନ ୪ ନମ୍ବର ପ୍ଲାଟଫର୍ମ ନିକଟରେ ମଙ୍ଗଳବାର ରାତିରେ ଅନିଲ ପଣ୍ଡା (୧୮)ଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ରେଲ୍‌ଓ୍ବେ ପୋଲିସ (ଜିଆରପି)ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ବୁଧବାର ପୋଲିସ ଯୁବକଙ୍କ ମୃତଦେହ ପଞ୍ଚନାମା କରି ବ୍ୟବଚ୍ଛେଦ…

ଆକ୍ରୋଶମୂଳକ ଗିରଫଦାରି ବିରୋଧରେ ଥାନା ସମ୍ମୁଖରେ ଭାଜପାର ପ୍ରତିବାଦ

ବିଞ୍ଝାରପୁର,୪।୧୨(ଡି.ଏନ୍‌.ଏ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ପଞ୍ଚାୟତରେ ଗତ ସାଧାରଣ ନିର୍ବାଚନ ପରଠାରୁ ରାଜନୈତିକ ଛକାପଞ୍ଝା ଲାଗି ରହିଆସୁଥିଲା। ସୋମବାର ସାରେ ଏହା ଉଗ୍ରରୂପ ଧାରଣ କରି ଗୋଷ୍ଠୀ ସଂଘର୍ଷରେ ପରିଣତ ହେବାରୁ ଏଥିରେ ୨ଜଣ ଗୁରୁତର ହୋଇଥିଲେ। ଏହି…

ଜିଲା ପରିଷଦ ଷ୍ଟାଣ୍ଡିଂ କମିଟିର କୃଷିକ୍ଷେତ୍ର ପରିଦର୍ଶନ

ସାକ୍ଷୀଗୋପାଳ, ୪।୧୨(ଡି.ଏନ୍‌.ଏ): ପୁରୀ ଜିଲା ପରିଷଦ ଷ୍ଟାଣ୍ଡିଂ କମିଟିର ନଂ.୨ ସଦସ୍ୟବୃନ୍ଦ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦୁଗଲ, ଶ୍ରୀରାମଚନ୍ଦ୍ରପୁର ଓ ବୀରରାମଚନ୍ଦ୍ରପୁର ପଞ୍ଚାୟତ କୃଷିକ୍ଷେତ୍ର ବୁଧବାର ପରିଦର୍ଶନ କରିଛନ୍ତି। ସାକ୍ଷୀଗୋପାଳ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି କୃଷି ସଚେତନତା, ତାଲିମ, ଧାଡିରୁଆ…

ଭିଜିଲାନ୍ସ ଜାଲରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି

ବୌଦ୍ଧ,୪।୧୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଚତୁର୍ଭୁଜ ଖମାରି ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନାନୁଯାୟୀ, ଖମାରି ଉକ୍ତ ବ୍ଲକର ନର୍ମଦା ଚଣ୍ଡିଆଙ୍କ ପେନ୍‌ସନ କରାଇଦେବା ଲାଗି ୫ ହଜାର ଟଙ୍କା ଲାଞ୍ଚ…

ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ଏମିତି: ରୋଗୀଙ୍କୁ ଇଞ୍ଜେକ୍‌ଶନ ଦେଉଛନ୍ତି କର୍ମଚାରୀ, ଭିଡିଓ ଭାଇରାଲ

ଢେଙ୍କାନାଳ ଅଫିସ,୪।୧୨: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ଓ୍ବାର୍ଡରେ ଜଣେ ମହିଳା ରୋଗୀଙ୍କୁ ଚିକିତ୍ସାଳୟର ଜଣେ ମହିଳା କର୍ମଚାରୀ ଇଞ୍ଜେକ୍‌ଶନ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଉଛି। ଘଟଣା ସମ୍ପର୍କରେ ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରଞ୍ଜନ ମିଶ୍ରଙ୍କୁ…

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ୫-ଟି ସଚିବ, ତଦାରଖ କଲେ ବିକାଶମୂଳକ କାର୍ଯ୍ୟ

ପୁରୁଣା ଭୁବନେଶ୍ୱର,୪।୧୨(ଡି.ଏନ୍‌.ଏ.): ଲିଙ୍ଗରାଜ ମନ୍ଦିରକୁ ଅଚାନକ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ। ବୁଧବାର ଭୋର ସମୟରେ ସେ ମନ୍ଦିରରେ ପହଞ୍ଚି ଭିତର ଓ ବାହାରର ବିକାଶମୂଳକ କାର୍ଯ୍ୟ ବିଷୟରେ ତଦାରଖ କରିଛନ୍ତି। ଏଥିସହ ମନ୍ଦିର ଚାରିପାଖ ବୁଲି ଦେଖିଛନ୍ତି।…

କମେଣ୍ଟ ମାରି ବିଚ୍‌ ରାସ୍ତାରେ ଯୁବତୀଙ୍କଠାରୁ ଛେଚା ଖାଇଲେ ଯୁବକ, ଭିଡିଓ ଭାଇରାଲ

ଜୟପୁର,୪।୧୨(ଡି.ଏନ୍‌.ଏ.): ବିଚ୍‌ ରାସ୍ତାରେ କମେଣ୍ଟ ମାରୁଥିବା ରୋଡ୍‌ ରୋମିଓଙ୍କୁ ଚାପୁଡ଼ା ମାରିଲେ ଯୁବତୀ। କୋରାପୁଟ ଜିଲା ଜୟପୁର ଜୟନଗରସ୍ଥିତ ଶିଶୁ ପାର୍କ ନିକଟରେ ଘଟିଥିବା ଏପରି କିଛି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ପାର୍କ…

ରେକର୍ଡଠାରୁ ଗୋଟିଏ ଛକା ଦୂରରେ ରୋହିତ

ନୂଆଦିଲ୍ଲୀ,୪ା୧୨- ଭାରତୀୟ ଓପନର ରୋହିତ ଶର୍ମା ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୪୦୦ ଛକା ମାରିଥିବା ବ୍ୟାଟ୍ସମ୍ୟାନ ହେବାକୁ ଯାଉଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବା ଲାଗି ତାଙ୍କୁ କେବଳ ଗୋଟିଏ ଛକା ଦରକାର। ସେ ବିଶ୍ୱର ୩ୟ ବ୍ୟାଟ୍ସମ୍ୟାନ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଏସ୍‌ସିବି ମେଡିକାଲର ବରିଷ୍ଠ ଷ୍ଟେନୋଗ୍ରାଫରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କଟକ ଅଫିସ,୪।୧୨: କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ ଷ୍ଟେନୋଗ୍ରାଫର ପ୍ରମୋଦ କୁମାର ବସନ୍ତରାୟଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର କଟକସ୍ଥିତ ବାସଘର ସମେତ…

ଯାଆଁଳା ହାଇସ୍କୁଲର ଷଷ୍ଠ ଶ୍ରେଣୀ ପିଲା କହିପାରିଲାନି ପଣିକିଆ, ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ୍‌କୁ ବୁଧବାର ଅଚାନକ ଗସ୍ତ କରିଛନ୍ତି। ଏହି ଅବସରରେ ସେ ପ୍ରଥମେ ଜଟଣୀ ବିଇଓ ଅଫିସରେ ପହଞ୍ଚିଥିଲେ। ସେଠାରେ ଅନୁପସ୍ଥିତ ଥିବା କାରଣରୁ ୪ଜଣଙ୍କୁ ନୋଟିସ…

ରୋନାଲ୍ଡୋଙ୍କୁ ୬ଷ୍ଠ ବାଲୋନ ଡି’ଅର ପୁରସ୍କାରରୁ ବଞ୍ଚିତ କରିଥିଲା ମାଡ୍ରିଡ୍‌

ପ୍ୟାରିସ,୪ା୧୨- ଚଳିତବର୍ଷର ଶ୍ରେଷ୍ଠ ଫୁଟବଲର ବାଲୋନ ଡି’ଅର ସମ୍ମାନ ଆର୍ଜେଣ୍ଟିନାର ଲିଓନେଲ ମେସି ହାତେଇବା ପରେ ଜୁଭେଣ୍ଟସର ଅଭିଜ୍ଞ ଡିଫେଣ୍ଡର ଗିର୍ଗିଓ ଚିଲିନି ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଗତବର୍ଷ ୨୦୧୮ର ବାଲୋନ ଡି’ଅର ପୁରସ୍କାର ପତ୍ତୁର୍ଗାଲର ରୋନାଲ୍ଡୋଙ୍କୁ ମିଳିବାର ଥିଲା।…

ହରିୟାଣା ଉପ ମୁଖ୍ୟମନ୍ତ୍ରୀଙ୍କ କକାଙ୍କ ଫାର୍ମ ହାଉସ୍‌ରେ ଇଡିର ଚଢ଼ାଉ

ଚଣ୍ଡିଗଡ,୪।୧୨: ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କକା ତଥା ଇଣ୍ଡିଆନ ନ୍ୟାସନାଲ ଲୋକଦଳ(ଆଇଏନ୍‌ଏଲ୍‌ଡି) ନେତା ଅଭୟ ଚୌଟାଲାଙ୍କ ଫାର୍ମ ହାଉସ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢ଼ାଉ। ବୁଧବାର ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ସିର୍ସାସ୍ଥିତ ତାଙ୍କ ତେଜାଖେଡା ଫାର୍ମ ହାଉସ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?