Home Left

୮ ମାସ ଧରି ବନ୍ଦ ରହିବ ଭୁବନେଶ୍ୱର ବିମାନବନ୍ଦର, ପ୍ରଭାବିତ ହୋଇପାରେ ବିମାନ ସେବା

ଭୁବନେଶ୍ୱର,୧୭।୯(ବ୍ୟୁରୋ): ୮ ମାସ ଧରି ବନ୍ଦ ରହିବ ଭୁବନେଶ୍ୱର ବିମାନବନ୍ଦର। ରନଓ୍ବେ ରିକାର୍ପେଟିଂ କାର୍ଯ୍ୟ ପାଇଁ ବିମାନବନ୍ଦରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ନଭେମ୍ବର ୧ରୁ ଜୁନ ୩୦ ଯାଏ ଏୟାରପୋର୍ଟ ପର୍ଯ୍ୟାୟକ୍ରମେ ବନ୍ଦ ରହିବ। ସୂଚନାନୁଯାୟୀ, ଚଳିତ ବର୍ଷ…

୪ ହଜାର ବର୍ଷ ପୂର୍ବେ ଘର ସଜାଇବାରେ ବ୍ୟବହାର ହେଉଥିଲା ପପକର୍ନ

ପପକର୍ନ ଖାଇବା ଅନେକଙ୍କର ସୌକ କହିଲେ କିଛି ଭୁଲ୍‌ ହେବନାହିଁ। ହେଲେ ୪ହଜାର ବର୍ଷ ପୂର୍ବେ ଏହାକୁ ଖାଇବା ପରିବର୍ତ୍ତେ ଲୋକେ ଘର ସଜାଇବା ଓ ଅଳଙ୍କାର ତିଆରି କରିବାରେ ବ୍ୟବହାର କରୁଥିଲେ। ପ୍ରଥମେ ଆମେରିକାର ମୂଳ ବାସିନ୍ଦା ଏହାକୁ ଖାଇବା…

ଯେଉଁଠାରେ କର୍ମଚାରୀମାନେ ନିର୍ଦ୍ଧାରିତ କରନ୍ତି ନିଜର ବେତନ

ସବୁ ସଂସ୍ଥାରେ ମାଲିକ ଦରମା ନିର୍ଦ୍ଧାରଣ କରୁଥିବା ବେଳେ ବିଶ୍ୱରେ ଏଭଳି ଏକ କମ୍ପାନୀ ରହିଛି ଯେଉଁଠାରେ କର୍ମଚାରୀମାନେ ନିଜର ଦରମା ନିଜେ ନିର୍ଦ୍ଧାରିତ କରିଥାନ୍ତି। ଲଣ୍ଡନରେ ଥିବା ଗ୍ରାଣ୍ଟଟ୍ରି ନାମକ କମ୍ପାନୀରେ ମିଳେ ଏହି ସୁବିଧା। ଉକ୍ତ କମ୍ପାନୀ ବ୍ୟବସାୟିକ…

ମୋଦିଙ୍କ ଡ୍ରେସିଂ ଷ୍ଟାଇଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ବର୍ଷରେ ପାଦ ଥାପିଛନ୍ତି। ତାଙ୍କର ଏହି ଜନ୍ମଦିନ ଅବସରରେ ଦେଶ ବିଦେଶର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଖେଳ ଜଗତ ଓ ପ୍ରଶଂସକଙ୍କର ଶୁଭେଚ୍ଛାର ସୂଅ ଛୁଟିଛି। ୧୯୫୦ ସେପ୍ଟେମ୍ବର ୧୭ରେ ଭାଡନଗରରେ ନରେନ୍ଦ୍ର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମ: ସମଲେଇ ମନ୍ଦିରରେ ଝାଡ଼ୁମାରିଲେ କେନ୍ଦ୍ର ମନ୍ତ୍ରୀ

ସମ୍ବଲପୁର,୧୭।୯(ବ୍ୟୁରୋ): ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ମଙ୍ଗଳବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ପ୍ରଥମେ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ପରେ ସେ ମନ୍ଦିର…

ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଙ୍କୁ ର଼୍ୟାଗିଂ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର,୧୭।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରଧିଆପାଲି ବୈଦିକ ଇଣ୍ଟର ନ୍ୟାଶନାଲ ସ୍କୁଲରେ ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ମଙ୍ଗଳବାର ଶାସନ ଥାନାରେ ଅଭିଯୋଗ ହୋଇଛି। କଲେଜର ୪ଜଣ ଛାତ୍ର ଛାତ୍ର ଅଭିଶେକ ମିଶ୍ରଙ୍କୁ ମାରପିଟ୍‌ କରିଛନ୍ତି। ସେମାନେ ଅଭିଶେକଙ୍କ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଠିକା କର୍ମଚାରୀ ମୃତ: ୨୦ ଲକ୍ଷ କ୍ଷତିପୂରଣ ଦାବି

ଭବାନୀପାଟଣା,୧୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମଙ୍ଗଳବାର ବିଦ୍ୟୁତ୍‌ ଠିକା କମ୍ପାନୀରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୁର୍ଲୁଭଟ୍ଟା ଗ୍ରାମର କୃତୀ ନାଏକ। କୃତୀ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌…

ଭଲ ଫସଲ ପାଇଁ ଯେଉଁଠି ହୁଏ କୁକୁଡ଼ା-ଗଞ୍ଜା ବାହାଘର…

ଭାରତ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ଛତିଶଗଡ଼ର ଜନଜାତି ବହୁଳ ଅଞ୍ଚଳରେ ଲୋକେ ଚାଷବାସ ସରିବା ପରେ କୁକୁଡ଼ା-ଗଞ୍ଜା ବାହାଘର ଉତ୍ସବରେ ସାମିଲ୍‌ ହୋଇଥାନ୍ତି। ଏପରି କଲେ ଭଲ ଫସଲ ଅମଳ ହୋଇଥାଏ ବୋଲି ସ୍ଥାନୀୟ ଜନଜାତି…

ବରଗଡ଼ରେ ଲଜ୍ଜା: ଲୁଚକାଳି ଖେଳିବାକୁ ଡାକି ନାବାଳିକାଙ୍କୁ ବଳାତ୍କାର

ବରଗଡ଼ ଅଫିସ,୧୭।୯: ବରଗଡ଼ ଜିଲା ପାଇକମାଲ ଥାନା ଅଧୀନ ଏକ ଗ୍ରାମରେ ସୋମବାର ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତା ନାବାଳିକା ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ଭୀମସାର, ବୁର୍ଲା ଡାକ୍ତରଖାନାରେ…

ଭାରତ କଥାକୁ ଏବେ ଗୁରୁତ୍ୱ ଦେଇ ଶୁଣୁଛି ବିଶ୍ୱ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୯: ବୈଦେଶିକ ମନ୍ତ୍ରୀ ଭାବେ ଏସ୍‌ ଜୟଶଙ୍କର ଶହେ ଦିନ ପୁରଣ କରିଛନ୍ତି। ଏହି ଅବସରରେ ସେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଏବେ ଭାରତ ବିଶ୍ୱର ଏକ ନାମୀ ଦେଶର ପରିଚୟ ପାଇଛି। ପୂର୍ବାପେକ୍ଷା ଏବେ ବିଶ୍ୱ ଭାରତର କଥାକୁ…

କାଳିଆ ତାଲିକା: ଅଛନ୍ତି ୨୦ ହଜାର ସରକାରୀ ଚାକିରିଆ; ମନ୍ତ୍ରୀ କହିଲେ ଫେରାଇ ଦିଅ ନଚେତ ଦରମାରୁ ଭରଣା କରାଯିବ

ଭୁବନେଶ୍ୱର,୧୭।୯(ବ୍ୟୁରୋ): କାଳିଆ ଯୋଜନାରେ ଫାଇଦା ଉଠାଇଛନ୍ତି ୨୦ ହଜାର ସରକାରୀ ଚାକିରିଆ ଓ ପେନ୍‌ସନ୍‌ ଭୋଗୀ। ଏ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ସେମାନଙ୍କୁ ଟଙ୍କା ଫେରାଇବାକୁ କୁହାଯିବ, ନ ହେଲେ ଦରମାରୁ ଭରଣା କରାଯିବ। ଖାଲି…

ବିଦ୍ୟୁତ୍‌ ଖୁଣ୍ଟତଳୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଝାରସୁଗୁଡା ଅଫିସ/ଲଖନପୁର, ୧୭।୯(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଇଟାଭଟା ପଡ଼ାର ଏକ ବିଦ୍ୟୁତ୍‌ ଖୁଣ୍ଟତଳେ ପଡ଼ିଥିବା ଜଣେ ଯୁବକଙ୍କ କ୍ଷତବିକ୍ଷତ ଶରୀରକୁ ମଙ୍ଗଳବାର ସ୍ଥାନୀୟ ପୋଲିସ ଉଦ୍ଧାର କରିଛି। ସେ ହେଲେ ସ୍ଥାନୀୟ ଚୂନାଭଟା ପଡ଼ାର ଅଜୟ କତା(୨୦)।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri