ଆମେ ଆତଙ୍କବାଦୀ ନୋହୁଁ
ନୂଆଦିଲ୍ଲୀ,୧୮ା୯(ପି.ଟି.): ଆମେ ଆତଙ୍କବାଦୀ ନୋହୁଁ। କଶ୍ମୀରରେ ଯାହା ଚାଲିଛି ତାହା ଦେଶ ହିତରେ ନୁହେଁ। ନ୍ୟାଶନାଲ୍ କନ୍ଫରେନ୍ସ (ଏନ୍ସି) ଅଧ୍ୟକ୍ଷ ଫାରୁକ୍ ଅବ୍ଦୁଲ୍ଲାଙ୍କୁ ସାଧାରଣ ନିରାପତ୍ତା ଆଇନ (ପିଏସ୍ଏ) ବଳରେ ଗୃହବନ୍ଦୀ ରଖାଯିବା ଅଗଣତାନ୍ତ୍ରିକ। ଆମେ ଯାହା କରିପାରି ନ ଥିଲୁ…
ସ୍କୁଲରେ ବଢୁଛି ଅସଦାଚରଣ ମାମଲା : ନିଲମ୍ବନରେ ସୀମିତ ରହୁଛି କାର୍ଯ୍ୟାନୁଷ୍ଠାନ
କେନ୍ଦ୍ରାପଡା ଅଫିସ୍, ୧୮।୯ : କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍କୁଲରେ ଅନେକ ସମୟରେ ନାବାଳିକା/ନାବାଳକ (ଛାତ୍ରୀ/ଛାତ୍ର)ମାନେ ଅସଦାଚରଣର ଶିକାର ହେଉଛନ୍ତି। କିନ୍ତୁ ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ନିଲମ୍ବନ କରିଦିଆଯିବା ପରେ ପୋଲିସ କିମ୍ବା ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)…
ଦାସିଆ ଅଜାଙ୍କ ସଂଗ୍ରହାଳୟରେ ଚନ୍ଦ୍ରପୃଷ୍ଠର ପଥର
ନୂଆଗାଁ,୧୮ା୯ (ଡି.ଏନ.ଏ.): ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରୟାନ -୨କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରି ଚନ୍ଦ୍ରରେ ଥିବା ଅନେକ ତଥ୍ୟ ଉନ୍ମୋଚନ କରି ମହାକାଶ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଛି। କିନ୍ତୁ ଏହାର…
କାଗଜକଲମରେ ସୀମିତ ପଲିଥିନ କଟକଣା : ସରକାରୀ ନାଲିଫିତା ତଳେ ଦଣ୍ଡ ବ୍ୟବସ୍ଥା
ଖଣ୍ଡପଡ଼ା,୧୮ା୯(ସ୍ବ.ପ୍ର.): ଗାଁ ହେଉ ଅବା ସହର, ପଲିଥିନର ମୋହ ତୁଟାଇ ପାରୁନାହାନ୍ତି ଗ୍ରାହକ ଓ ବ୍ୟବସାୟୀ। ବିଭିନ୍ନ ସାମଗ୍ରୀ ଆଣିବା ପାଇଁ ଗ୍ରାହକମାନେ ଘରୁ ବ୍ୟାଗ ନେବା ଦରକାର ପଡୁନି। କେତେକ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ମନାକଲେ ମଧ୍ୟ ଗ୍ରାହକ…
ଜଙ୍ଗଲରୁ କାଠ ଲୁଟ୍ ଘଟଣା : ଘଟଣାସ୍ଥଳ ପରିଦର୍ଶନ କଲେ ଡିଏଫ୍ଓ
ନୂଆଗାଁ,୧୮ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ମହିପୁର ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ମାଫିଆମାନେ ତାହାକୁ ବାହାରକୁ ଚାଲାଣ କରୁଛନ୍ତି। ଏହା ଜାଣି ସୁଦ୍ଧା ବନ ବିଭାଗ ଅଧିକାରୀ ଓ କର୍ମଚାରୀ ନୀରବଦ୍ରଷ୍ଟା ସାଜୁଛନ୍ତି। ଏ ସଂକ୍ରାନ୍ତରେ…
ରାଶନ କାର୍ଡରେ ଆଧାର ସଂଯୋଗ : ବାଦ୍ ପଡ଼ିପାରନ୍ତି ୪୫ ହଜାର ହିତାଧିକାରୀ
ନୟାଗଡ଼ ଅଫିସ,୧୮।୯ : ନୟାଗଡ଼ ଜିଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ (ଏନ୍ଏଫ୍ଏସ୍ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍)ରେ ରାଶନ ସାମଗ୍ରୀ ନେଉଥିବା ୪୫ ହଜାର ହିତାଧିକାରୀ ବାଦ୍ ପଡିବା ସମ୍ଭାବନା ରହିଛି। ସରକାର ସେପ୍ଟେମ୍ବର ୧୫ ତାରିଖ…
ସୌଦି ତେଲ ସଙ୍କଟ ବିଗାଡିଲା ବଜାର ମୁଡ୍;ଗୋଟିଏ ଦିନରେ ନିବେଶକ ହରାଇଲେ ୨.୭୨ ଲକ୍ଷ କୋଟି
ମୁମ୍ବାଇ,୧୮-୯: ସୌଦି ତେଲ କୂଅ ଉପରେ ଡ୍ରୋନ ଆକ୍ରମଣ ଏବଂ ଅନ୍ତର୍ଜାତୀୟ ବଜାରରେ ଭାରି ବିକ୍ରି କାରଣରୁ ମଙ୍ଗଳବାର ଭାରତୀୟ ଷ୍ଟକ୍ ବଜାର ମୁଡ଼୍ ବିଗିଡିଯାଇଛି। ସପ୍ତାହର ଦ୍ୱିତୀୟ କାରବାର ଦିନରେ ବିଏସ୍ଇ ସେନସେକ୍ସ ୬୪୨.୨୨ ପଏଣ୍ଟ ହ୍ରାସ ପାଇ ୩୬,୪୮୧.୦୯…
କେରଳ ପର୍ଯ୍ୟଟନ ଶିଳ୍ପରେ ଛାଇଲା ମାନ୍ଦାବସ୍ଥା
ତିରୁଭାନନ୍ତପୁରମ୍,୧୮-୯: ନିକଟରେ କେରଳର ସର୍ବବୃହତ ପର୍ବ ଓଣମ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରେ ଆୟୋଜିତ ହୁଏ ନୌକା ଦୌଡ ପ୍ରତିଯୋଗିତା।…
ବରିଷ୍ଠ ଓକିଲ ସାଲ୍ଭେଙ୍କ ଗୁରୁତର ଅଭିଯୋଗ;ଦେଶରେ ସୃଷ୍ଟ ମାନ୍ଦାବସ୍ଥା ପାଇଁ ସୁପ୍ରିମକୋର୍ଟ ଦାୟୀ
ନୂଆଦିଲ୍ଲୀ,୧୮-୯: ଦେଶରେ ବର୍ତ୍ତମାନ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ ସୁପ୍ରିମକୋର୍ଟ ଦାୟୀ ବୋଲି ପ୍ରଖ୍ୟାତ ଆଇନଜୀବୀ ହରିଶ ସାଲ୍ଭେ ମତ ଦେଇଛନ୍ତି। ଏକ ନୁଜ୍ ଓ୍ବେବ୍ସାଇଟକୁ ସାକ୍ଷାତ୍କାର ଦେଇ ସେ କହିଛନ୍ତି ଯେ, ୨୦୧୨ରେ ୨ଜି ସ୍ପେକ୍ଟ୍ରମ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ…
ମାନ୍ଦାବସ୍ଥା ଦୂର ପାଇଁ ଆଉ ଏକ ପ୍ୟାକେଜ ଘୋଷଣା ଖୁବଶୀଘ୍ର
ନୂଆଦିଲ୍ଲୀ,୧୮-୯: ଅର୍ଥନୀତିକୁ ପ୍ରୋତ୍ସାହନ ଯୋଗାଇ ମାନ୍ଦାବସ୍ଥା ଦୂର କରିବା ଲକ୍ଷ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଆଉ ଏକ ପ୍ୟାକେଜ ଖୁବଶୀଘ୍ର ଘୋଷଣା କରିବାକୁ ଯାଉଛନ୍ତି। ଏହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି ଏବଂ ଆସନ୍ତା ୨/୪ ଦିନ ଭିତରେ ଏହାକୁ ଘୋଷଣା…
କୃଷି କ୍ଷେତ୍ରକୁ ଆଶ୍ୱସ୍ତି;୧ କୋଟିରୁ ଊର୍ଦ୍ଧ୍ୱ ନଗଦ ଦେଣନେଣ ଉପରେ ଲାଗିବନି ଟିଡିଏସ୍
ନୂଆଦିଲ୍ଲୀ,୧୮-୯: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କୃଷି କ୍ଷେତ୍ରକୁ ଆଶ୍ୱସ୍ତ କରିବାକୁ ଯାଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କୁ ସେମାନଙ୍କ ଫସଲର ମୂଲ୍ୟ ମିଳିବାରେ ଅସୁବିଧାକୁ ଦୃଷ୍ଟିରେ ରଖି ସରକାର ଟିଡିଏସ୍କୁ ଏକ ନିଷ୍ପତ୍ତି ନେଇଛନ୍ତି। ଏଣିକି ଫସଲ ମଣ୍ଡି…
ତାଳଚେର ସାର କାରଖାନାରୁ ଉତ୍ପାଦନ ହେବ ୟୁରିଆ, ଆମୋନିଆ
ନୂଆଦିଲ୍ଲୀ,୧୮-୯: ଅନୁଗୋଳ ଜିଲାର ତାଳଚେରସ୍ଥିତ ସାର କାରଖାନାରୁ ୟୁରିଆ ଏବଂ ଆମୋନିଆ ଉତ୍ପାଦନ ଲାଗି କୋଲ୍ ଗ୍ୟାସିଫିକେଶନ(କୋଇଲା ବାଷ୍ପୀକରଣ) ୟୁନିଟ ସ୍ଥାପନ ଲାଗି ଅଂଶୀଦାରଙ୍କ ମଧ୍ୟରେ ମଙ୍ଗଳବାର ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୩,୨୭୭ କୋଟି ଟଙ୍କା ନିବେଶରେ ଏହି ୟୁନିଟ ଗ୍ୟାସ୍…
Archives


