ରାଜ୍ୟରେ ଅସହ୍ୟ ଶୀତ, ଅନୁଗୋଳ ସବୁଠୁ ଥଣ୍ଡା ସହର
ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ମଙ୍ଗଳବାର ରାଜ୍ୟର ୧୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଏହା ସହିତ ଅନୁଗୋଳ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି।…
ନୂଆବର୍ଷରେ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବ ମଦଦୋକାନ: ମଦ ପିଇ ଗାଡ଼ି ଚଲାଇଲେ ଫାଇନ୍ କାଟିବ ପୋଲିସ
ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ନୂଆବର୍ଷକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ନୂଆବର୍ଷ ରାତି ଗୋଟାଏ ପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳ, ଭୁବନେଶ୍ୱର ଏବଂ ପୁରୀ ପୌରାଞ୍ଚଳରେ ମଦ ଦୋକାନ ଖୋଲା ରହିବ। ଅବକାରୀ ଆଇନ-୨୦୦୮…
ନାଗାଲାଣ୍ଡରେ ଆଫ୍ସ୍ପା ସମୟସୀମା ୬ ମାସ ବଢ଼ିଲା
ନୂଆଦିଲ୍ଲୀ,୩୧ା୧୨(ଆଇଏଏନ୍ଏସ୍): ନାଗାଲାଣ୍ଡରେ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ, ୧୯୫୮ (ଆଫ୍ସ୍ପା) କାର୍ଯ୍ୟକାଳକୁ ଆଉ ୬ ମାସ ବଢ଼ାଇଦିଆଯାଇଛି। ସୋମବାର କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ସମଗ୍ର ନାଗାଲାଣ୍ଡରେ ଅସ୍ଥିର ଅବସ୍ଥା ଲାଗିରହିଥିବାରୁ ଆଫ୍ସ୍ପା ଆଇନର ବ୍ୟବହାର କରିବାକୁ ପଡ଼ୁଛି…
ସିଏଏ ବିରୋଧରେ ନୂଆବର୍ଷରେ ଅନଶନ କରିବ କଂଗ୍ରେସ
ନୂଆଦିଲ୍ଲୀ,୩୧ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ), ଆର୍ଥତ୍କ ମାନ୍ଦାବସ୍ଥା ଓ ବେରୋଜଗାରୀ ବିରୋଧରେ କଂଗ୍ରେସର ଦିଲ୍ଲୀ ସଂଗଠନ ନୂଆବର୍ଷରେ ୧୨ ଘଣ୍ଟିଆ ଅନଶନରେ ବସିବାକୁ ଘୋଷଣା କରିଛି। କନ୍ନଟ ପ୍ଲେସ୍ରେ ମଙ୍ଗଳବାର ସନ୍ଧ୍ୟା ୬ଟାରୁ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ଅନଶନ…
ନାଗାଲାଣ୍ଡ ବିଧାନସଭା ବାଚସ୍ପତିଙ୍କ ଦେହାନ୍ତ
କୋହିମା,୩୧ା୧୨(ପି.ଟି.): ନାଗାଲାଣ୍ଡ ବିଧାନସଭାର ବାଚସ୍ପତି ଭିଖୋ ହୋସୁଙ୍କ ସୋମବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ଫୁସ୍ଫୁସଜନିତ କର୍କଟ ରୋଗରେ ପୀଡ଼ିତ ଥିଲେ। ନ୍ୟାଶନାଲିଷ୍ଟ…
ରାଜ୍ୟରେ ବୃଦ୍ଧି ପାଇଛି ହେନ୍ତାଳ ବନ
ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଗତ ଦୁଇବର୍ଷରେ ରାଜ୍ୟରେ ୮ କିଲୋମିଟର ହେନ୍ତାଳ ବନ ବୃଦ୍ଧି ପାଇଛି। ‘ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ-୨୦୧୯’ରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁସାରେ, ଦେଶରେ ହେନ୍ତାଳ ବନ ବୃଦ୍ଧି କରିଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ତୃତୀୟ…
ପ୍ରିୟଦର୍ଶୀ ନାୟକ ଆଇସିଏସ୍ଆଇ ଚେୟାରମ୍ୟାନ
ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): କମ୍ପାନୀ ସେକ୍ରେଟାରୀ ପ୍ରିୟଦର୍ଶୀ ନାୟକ ୨୦୨୦ ବର୍ଷ ପାଇଁ ଇନ୍ଷ୍ଟିଚ୍ୟୁଟ ଅଫ୍ କମ୍ପାନୀ ସେକ୍ରେଟାରିିଜ୍ ଅଫ୍ ଇଣ୍ଡିଆ (ଆଇସିଏସ୍ଆଇ)ର ପୂର୍ବ ଭାରତ ଆଞ୍ଚଳିକ ପରିଷଦର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଅନ୍ୟ ସମସ୍ତ…
ଉମେଶ ସିହ୍ନା ହେଲେ ନିର୍ବାଚନ ଉପ କମିଶନର
ନୂଆଦିଲ୍ଲୀ,୩୧ା୧୨(ପି.ଟି.):ବରିଷ୍ଠ ଆଇଏଏସ୍ ଅଫିସର ଉମେଶ ସିହ୍ନାଙ୍କୁ ନିର୍ବାଚନ ଉପ କମିଶନର ଭାବେ ନିଯୁକ୍ତି ମିଳିଛି। ମଙ୍ଗଳବାର ସେ ଅବସର ନେବାକୁ ଥିବାବେଳେ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ତାଙ୍କର ପୁନଃ ନିଯୁକ୍ତିକୁ ଅନୁମୋଦନ କରିଛି। ୧୯୮୬ ବ୍ୟାଚ୍ର ଏହି ଆଇଏଏସ୍ ଅଫିସର…
ଜମ୍ମୁ-କଶ୍ମୀରରେ ନିଯୁକ୍ତି ଲାଗି ସର୍ବଭାରତୀୟ ସ୍ତରରୁ ଦରଖାସ୍ତ ଆହ୍ବାନ
ଜମ୍ମୁ,୩୧ା୧୨(ପି.ଟି.): ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସେଠାରେ ନିଯୁକ୍ତି ଲାଗି ପ୍ରଥମ ଥର ପାଇଁ ସର୍ବଭାରତୀୟ ସ୍ତରରୁ ପ୍ରାର୍ଥୀମାନଙ୍କୁ ସୁଯୋଗ ଦିଆଯାଇଛି। ଜମ୍ମୁ-କଶ୍ମୀର ହାଇକୋର୍ଟରେ ଖାଲିଥିବା ୩୩ ପଦବୀ ଲାଗି ସାରା ଦେଶରୁ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଦରଖାସ୍ତ ଆହ୍ବାନ…
ଟେକ୍ସାସ ଚର୍ଚ୍ଚରେ ଗୁଳିକାଣ୍ଡ: ୨ ନିହତ
ହ୍ୟୁଷ୍ଟନ,୩୧ା୧୨(ପି.ଟି.): ଟେକ୍ସାସ୍ର ଏକ ଚର୍ଚ୍ଚରେ ରବିବାର ଜଣେ ବନ୍ଧୁକଧାରୀ ଗୁଳି ଚଳାଇବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ଯବାନଙ୍କ ଗୁଳିରେ ଆକ୍ରମଣକାରୀ ନିହତ ହୋଇଛନ୍ତି। ହ୍ବାଇଟ୍ ସେଟଲମେଣ୍ଟରେ ଥିବା ଫ୍ରିଓ୍ବେ ଚର୍ଚ୍ଚରେ ଲୋକମାନେ ପ୍ରାର୍ଥନା କରୁଥିବାବେଳେ ବନ୍ଧୁକଧାରୀ ଗୁଳି ଚଳାଇଥିଲେ।…
ଭାଗବତ ଓଡ଼ିଆ ଜାତିର ଆଦର୍ଶ
ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ): ଅତିବଡ଼ୀ ଶ୍ରୀ ଜଗନ୍ନାଥ ଦାସକୃତ ‘ଶ୍ରୀମଦ୍ଭାଗବତ’ ଏକ ସାତ୍ତ୍ବିକ ମହାପୁରାଣ ଏବଂ ଓଡ଼ିଆ ଜାତିର ଆଧ୍ୟାତ୍ମିକ ଅନୁଭୂତିର ପ୍ରାମାଣିକ ଗ୍ରନ୍ଥ। ଏହା ଓଡ଼ିଆ ଜାତିର ଆଦର୍ଶ ଏବଂ ଓଡ଼ିଆଙ୍କ ଜାଗରଣର ସୂତ୍ରଧର। ଓଡ଼ିଆ ଜାତିକୁ ଦାର୍ଶନିକ ଜାତିରେ ପରିଣତ…
ଅଟକ ୫ କଶ୍ମୀରୀ ନେତା ମୁକୁଳିଲେ
ଶ୍ରୀନଗର,୩୧ା୧୨(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ବିଭାଜନ ଘୋଷଣା ପରେ ଅଗଷ୍ଟ ୫ରୁ ଅଟକ ଥିବା ୫ ଜଣ ରାଜନେତାଙ୍କୁ ପ୍ରଶାସନ ସୋମବାର ମୁକ୍ତ କରିଦେଇଛି। ମୁକୁଳିଥିବା ନେତାମାନେ ହେଲେ ନ୍ୟାଶନାଲ କନ୍ଫରେନ୍ସର ଇଶ୍ଫାକ୍ ଜବ୍ବାର, ଗୁଲାମ ନବୀ…

