ସୁନ୍ଦରଗଡ଼

ଅସାହା ବୁରୁଧ୍‌କୁଁ ମିଲ୍‌ଲା ଚିକିଛା ସେବା: ସହଯୋଗର ହାତ୍‌ ବଢ଼ାଲେ ସାମାଜିକ କରମୀ

ରାଉରକେଲା ଅଫିସ,୨୫ା୩- ଜଂଗଲ ମୂଲକ୍‌ର ମୁନୁଷ୍‌ ଜୀବନମାସୀ ଖାଖା (୮୦)। ଘର ବାଙ୍କି ପଁଚେତ୍‌ ଅଧୀନ ଝାରଜଂଗଲ ଘେରା ବାଂଶକୋନା ଗାଁରେ। ସେ ଗୁଟେ ଝୁପଡ଼ି ଘରେ ପଡ଼ିରହି ଜୀବନ୍‌ ମରନ୍‌ ସଂଗେ ଯୁଝୁଥିଲେ। ଭୁଖମରିକେ ଏକ୍‌ଲାପନ ତାହାକୁ କଲ୍‌ବଲ କରିପକଉଥିଲା।…

ସୁନ୍ଦରଗଡ଼ରେ ଜନତା କର୍ଫ୍ୟୁ: ଖୋଲା ରହିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ ଦୋକାନ

ସୁନ୍ଦରଗଡ଼,୨୨।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଜନତା କର୍ଫୁ ପ୍ରଭାବ ରବିବାର ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି। ଏଠାରେ ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି। କାଁ ଭାଁ ଦୁଇଚକିଆ ଯାନକୁ ଛାଡ଼ିଦେଲେ ରାସ୍ତାଘାଟ ଏକପ୍ରକାର ଜନଶୂନ୍ୟ ହୋଇପଡ଼ିଛି। କେବଳ…

ବଜ୍ରପାତରେ ୮ ଗୋରୁଙ୍କ ଜୀବନ ଗଲା

କୁଆଁରମୁଣ୍ଡା, ୧୯।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏହି ସମୟରେ ବଜ୍ରପାତ ହେବାରୁ ପଦ୍ମପୁର ପଞ୍ଚାୟତ ଚାନ୍ଦପୋଷ ଗ୍ରାମ ନିକଟ ଏକ ଖୋଲାପଡ଼ିଆରେ ବୁଲୁଥିବା ୮ ଗୋରୁଙ୍କର ମୃତ୍ୟୁ ଘଟିଛି। ସେଥିରେ…

ବଳାତ୍କାର ମାମଲାକୁ ଗୁରୁତ୍ୱ ଦେଉନି ପୋଲିସ: ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କଲେ ପୀଡ଼ିତା

ବଣାଇ, ୧୭।୩(ସ୍ବ.ପ୍ର.)-ସୁନ୍ଦରଗଡ଼ ଜିଲା ବଣାଇ ଥାନା ପୋଲିସ ବଳାତ୍କାର ମାମଲା ଭଳି ଘଟଣାକୁ ଗୁରୁତ୍ୱ ଦେଉନାହିଁ। ଅଭିଯୋଗ ହେବାର ୧୫ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ବରଂ ପୀଡ଼ିତାଙ୍କୁ ବାରମ୍ବାର ଥାନାକୁ ଦୌଡ଼ାଯାଇ ହଇରାଣ କରାଯାଉଛି। ଶେଷରେ ନିରୁପାୟ ହୋଇ…

ଚଳନ୍ତା କାର୍‌ରେ ନିଆଁ: ବର୍ତ୍ତିଗଲା ୨ ଜୀବନ

ସୁନ୍ଦରଗଡ଼,୧୬।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସହର ସରକାରୀ କଲେଜ ରୋଡ୍‌ କାଳୀମଣ୍ଡପ ନିକଟରେ ଏକ ଚଳନ୍ତା କାର୍‌ରେ ସୋମବାର ସକାଳେ ହଠାତ୍‌ ନିଆଁ ଲାଗିଯାଇଛି। କାର୍‌ରେ ଥିବା ଚାଳକ ଓ ଅନ୍ୟ ଜଣେ ବ୍ୟକ୍ତି ଅଳ୍ପକେ ରକ୍ଷା ପାଇଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି…

ରାଉରକେଲା ଏନ୍‌ଆଇଟି ଛାତ୍ରଙ୍କ ଗବେଷଣା: କରୋନା ଆକ୍ରାନ୍ତ ସଂକ୍ରାନ୍ତରେ ସୂଚନା ଦେବ ଆପ୍‌

ରାଉରକେଲା ଅଫିସ,୧୫।୩: କରୋନା ଭାଇରସ ନେଇ ବିଶ୍ୱବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି ା ଏହି ପରିପ୍ରେକ୍ଷୀରେ ରାଉରକେଲାସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି(ଏନଆଇଟି)ର ଜଣେ ଛାତ୍ର ଓ ତାଙ୍କ ସହଯୋଗୀ ଏକ ମୋବାଇଲ ଆପ୍‌ ଡେଭଲପ୍‌ କରିଛନ୍ତି। ଯାହାଦ୍ୱାରା ଜଣଙ୍କୁ…

ଦିଲ୍ଲୀରେ ବିକ୍ରି ଯୁବତୀ ଉଦ୍ଧାର

ରାଉରକେଲା ଅଫିସ,୧୨ା ୩-ବିବାହ ପ୍ରଲୋଭନ ଦେଖାଇ ଦିଲ୍ଲୀରେ ବିକ୍ରି କରାଯାଇଥିବା ଜଣେ ଯୁବତୀ (୨୫) ମଙ୍ଗଳବାର ଉଦ୍ଧାର ପରେ ଗାଁକୁ ଫେରିଛନ୍ତି। ସେ ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଇତା ତୁରିଟୋଲା ବାସିନ୍ଦା। ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶଙ୍କର ବାଗେ ନାମକ…

୬ ଦଫା ଦାବି ନେଇ କେନ୍ଦୁପତ୍ର ଶ୍ରମିକଙ୍କ ରାସ୍ତାରୋକୋ

ଜମନକିରା,୧୧।୩(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଅଞ୍ଚଳରେ କାର୍ଯ୍ୟରତ କେନ୍ଦୁପତ୍ର ଶ୍ରମିକ, ତୋଳାଳି କର୍ମଚାରୀ, ବନ୍ଧେଇ ଶ୍ରମିକମାନେ ବୁଧବାର ଜମନକିରା ବ୍ଲକ୍‌ ମୁଖ୍ୟଛକ ରାଜରାସ୍ତା ୫୩କୁ ଅବରୋଧ କରିଛନ୍ତି। କର୍ମଚାରୀମାନଙ୍କ ଦରମା ବୃଦ୍ଧି, ସାମାଜିକ ସୁରକ୍ଷା, କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ,…

କେନ୍ଦୁପତ୍ର ତୋଳାଳି, କର୍ମଚାରୀ ସଂଘ ପକ୍ଷରୁ ରାସ୍ତାରୋକୋ

ବଡ଼ଗାଁ,୧୧।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ସଂଘ ରାଜ୍ୟ ସଂଘର ଆହ୍ବାନକ୍ରମେ ବୁଧବାର ଗରିଆମାଲ ଗାଁ ନିକଟ ରାଜ୍ୟ ରାଜପଥ ନଂ.୧୦କୁ ଅବରୋଧ କରିଛନ୍ତି। ରାଉରକେଲା ଏଚ୍‌ଏମ୍‌ଏସ୍‌ର ସମ୍ପାଦକଙ୍କ ସହ ରେଞ୍ଜ ସମ୍ପାଦକଙ୍କ ନେତୃତ୍ୱରେ ଅବରୋଧ…

ମୋବାଇଲ ଦେଖାଇବା ବାହାନାରେ ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ସମ୍ପର୍କୀୟ ଜେଜେ ଫେରାର

କୁଆଁରମୁଣ୍ଡା,୧୦।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜଣେ ୬ ବର୍ଷର ଶିଶୁ କନ୍ୟାଙ୍କୁ ଶନିବାର ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ଶିଶୁକନ୍ୟାଙ୍କୁ ମଙ୍ଗଳବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଡାକ୍ତରୀ ମାଇନା କରାଇଛି। ଅନ୍ୟପକ୍ଷରେ…

ଅରଣ୍ୟା ପକ୍ଷରୁ ଫଗୁଣ ଆସର

ସୁନ୍ଦରଗଡ,୯।୩(ଡି.ଏନ୍‌.ଏ): ସାହିତ୍ୟ ଅନୁଷ୍ଠାନ ଅରଣ୍ୟା ଓ ନବଜୀବନ କ୍ଲବର ମିଳିତ ଆନୁକୂଲ୍ୟରେ ଫଗୁଣ ଆସର ଅନୁଷ୍ଠିତ ହୋଇଯାଇଛି । କବି ସୁବାସ ଦାଶ ଓ କବୟିତ୍ରୀ ସ୍ବର୍ଣ୍ଣମଞ୍ଜରୀ ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆସରରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଅଞ୍ଚଳର ବହୁ ସାହିତି୍ୟକ,…

ଭୁଲ୍‌ ସିଗ୍‌ନାଲ ଯୋଗୁ ଷ୍ଟେଶନରେ ନ ରହି ଚାଲିଗଲା ଟ୍ରେନ: କାର୍ଯ୍ୟରୁ ନିଲମ୍ବିତ ହେଲେ ଷ୍ଟେଶନ ମାଷ୍ଟର

ସୁନ୍ଦରଗଡ଼,୯।୩ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଷ୍ଟେଶନମାଷ୍ଟରଙ୍କୁ ଦକ୍ଷିଣ-ପୂର୍ବ ରେଳପଥ କର୍ତ୍ତୃପକ୍ଷ ସୋମବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଷ୍ଟେଶନ ମାଷ୍ଟର ସନ୍ତୋଷ କୁମାର ମିଶ୍ରଙ୍କ କାର୍ଯ୍ୟରେ ଅବହେଳା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ମିଶ୍ରଙ୍କ ଖାମଖିଆଲି କାର୍ଯ୍ୟ ଓ ଭୁଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri