ସୁବର୍ଣ୍ଣପୁର

ଅଗଷ୍ଟ ୧୫ରେ ଲାଗିଥିଲା ୨୧ଲକ୍ଷ ଟଙ୍କାର ଲାଇଟ୍‌: ନେଇଗଲେ ଦୁର୍ବୃତ୍ତ

ବିନିକା,୧୮ା୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ସହରାଞ୍ଚଳର ବିନିକା -ଲକ୍ଷ୍ମଣପୁର ମହାନଦୀ ବ୍ରିଜରେ ଲାଗିଥିବା ରୋପ (ଲିଚୁ) ଲାଇଟକୁ କେତେକ ଦୁର୍ବୃତ୍ତ ଚୋରି କରି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ, ୨୧ ଲକ୍ଷ ଟଙ୍କା ବ୍ୟୟରେ ଏଲଇଡି ରୋପ ଲାଇଟ ଗତ...

ଯଥାରୀତି ପାଳନ ହେବ ପ୍ରସିଦ୍ଧ ବଳିଯାତ୍ରା

ସୋନପୁର,୧୭।୯(ନି.ପ୍ର.): ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାବଳୀ ଯାତ୍ରା ଓ ଦଶହରା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସୋନପୁର ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଡକ୍ଟର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ରଙ୍କ...

ସର୍ବସାଧାରଣ ସ୍ଥାନରେ ନିଶାସେବନ

ସୋନପୁର,୧୬।୯(ନି.ପ୍ର.): ସୁବର୍ଣ୍ଣପୁର ସହରରେ ଏବେ ବିଦେଶୀ, ଦେଶୀ ମଦ ଏବଂ କଫ୍‌ ସିରପ୍‌ କାରବାର ବୃଦ୍ଧି ପାଇଛି। ରାସ୍ତାପାର୍ଶ୍ୱରେ ଖୁଲମଖୁଲା ମଦ ବିକ୍ରି କରାଯାଉଛି। ଲୋକେ ସଙ୍କୋଚ ନ କରି ବେଆଇନଭାବେ ସର୍ବସାଧାରଣ ସ୍ଥାନରେ ନିଶା ସେବନ କରୁଛନ୍ତି। ମଦ୍ୟପଙ୍କ...

କଳାପଟା ନାହିଁ, ଆଲମିରାରେ ଲେଖୁଛନ୍ତି ଶିକ୍ଷୟିତ୍ରୀ

ସୋନପୁର/ବିନିକା,୧୩।୯(ନି.ପ୍ର./ଡି.ଏନ୍‌.ଏ.):ଗୁଣାତ୍ମକ ଶିକ୍ଷାଦାନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନର ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ରୂପାନ୍ତରଣ ବା ୫-ଟି ବିଦ୍ୟାଳୟ ଯୋଜନାକୁ ସୁବର୍ଣ୍ଣପୁର ଜିଲାରେ ବିଶେଷ ସଫଳତା ମିଳିିପାରି ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟରେ...

ଦୁରାରୋଗ୍ୟ ବ୍ୟାଧି ସନ୍ଦେହକରି ମହିଳାଙ୍କୁ ଛାଡ଼ି ସ୍ବାମୀ, ପୁଅ ଫେରାର

ଅମରପାଲି,୮ା୯(ଡି.ଏନ.ଏ.): ଦୁରାରୋଗ୍ୟ ବ୍ୟାଧି ହୋଇଥିବା ସନ୍ଦେହ କରି ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମେତ ପୁଅ ବୋହୁ ଗୁରୁତର ଅବସ୍ଥାରେ ଘରେ ଛାଡି ଫେରାର ହୋଇ ଯାଇଛନ୍ତି। ସେ ରହୁଥିବା ପଡାବାସୀ ମଧ୍ୟ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି ।...

କାଠଚୁଲି ଭରସାରେ ୮୨ ବିଦ୍ୟାଳୟ

ସୋନପୁର,୮।୯(ନି.ପ୍ର.): ଛାତ୍ରୀଛାତ୍ରଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବା ସହିତ ସ୍କୁଲରେ ଉପସ୍ଥାପନ ବୃଦ୍ଧି ପାଇବା ଉଦ୍ଦେଶ୍ୟରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଚାଲିଥିବା ଏହି ଯୋଜନାରେ ଛାତ୍ରୀଛାତ୍ରଙ୍କୁ ଗରମ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।...

ନୂଆଁଖାଇ ସରିଲା, ଦାଦନ ଯିବାକୁ ସଜବାଜ

ସୋନପୁର, ୬।୯(ନି.ପ୍ର.): ଗଣପର୍ବ ନୂଆଁଖାଇ ଗତ ୧ତାରିଖରେ ସରିଛି। ସୁବର୍ଣ୍ଣପୁର ଜିଲାର କୃଷକ, ଗରିବ ଓ ଶ୍ରମଜୀବୀ ଖୁସି ମନାଇଛନ୍ତି। ଗଣପର୍ବ ପୂର୍ବରୁ ଦାଦନ ସର୍ଦ୍ଦାରମାନେ ଗାଁଗାଁ ବୁଲି ସେମାନଙ୍କୁ ଅଗ୍ରୀମ ଟଙ୍କା ଦେଇଥିଲେ। ନୂଆଁଖାଇ ପରେ ବାହାର ରାଜ୍ୟକୁ...

ତଦନ୍ତ ପାଇଁ ପହଞ୍ଚିଲା ମେଡିକାଲ ଟିମ୍‌

ଅମରପାଲି,୩ା୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ସୁରଧାପାଲି (ହୋତାପାଲି )ଗ୍ରାମରେ ସପ୍ତାହକ ମଧ୍ୟରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଦୁଇ ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଗତ ୨୨ତାରିଖ ଧରିତ୍ରୀରେ ‘କିଡନୀ...

ଶିକ୍ଷା, ପରିମଳ ବ୍ୟବସ୍ଥାରେ ସୁଧାର ଆସୁନି

ସୋନପୁର, ୨୬।୮(ନି.ପ୍ର.):ରାଜ୍ୟ ସରକାର ୫-ଟି ଯୋଜନାରେ ହାଇସ୍କୁଲଗୁଡିକୁ ପର୍ଯ୍ୟାୟକ୍ରମେ ସାମିଲ କରି ଏହାର ରୂପାନ୍ତରଣ କରୁଛନ୍ତି। ଗତ ନଭେମ୍ବର ୧୪ରେ ପ୍ରଥମ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲାର ୧୧ଟି ହାଇସ୍କୁଲ ଓ ଦ୍ୱିତୀୟ ପର୍ଯ୍ୟାୟରେ ୪୧ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି। ମୁଖ୍ୟମନ୍ତ୍ରୀ...

ବନ୍ୟା କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କୁ ସହାୟତା ଦିଅ

ଅମରପାଲି,୨୩ା୮(ଡି.ଏନ.ଏ.): ମହାନଦୀରେ ଆସିଥିବା ବନ୍ୟାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଖମ୍ବେଶ୍ୱରିପାଲି ଓ କମଲପୁର ଗାଁର ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗା ଭାସିଯାଇଥିଲା। କ୍ଷତିପୂରଣ ଯୋଗାଇ ଦେବାପାଇଁ ସୋମବାର ମତ୍ସଜୀବୀମାନେ ଉଫୁଲା ପଞ୍ଚାୟତ ସରପଞ୍ଚ ଶ୍ରୀୟା...

ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୨୦ା୮(ନି.ପ୍ର.): ଗଡଜାତ ପରମ୍ପରା ଅନୁସାରେ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳର ଜନସାଧାରଣଙ୍କ ପାଇଁ ନୂଆଁଖାଇ ଲଗ୍ନ ଶୁକ୍ରବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖ ଭାଦ୍ରବ ଶୁକ୍ଳ ଋଷି...

ରୋଗଣା ମା’ଙ୍କୁ ନଦୀକୂଳରେ ଛାଡ଼ିଲେ ପୁଅ

ସୋନପୁର,୧୯।୮(ନି.ପ୍ର.):ସମାଜରୁ କୁସଂସ୍କାର ଏବେ ବି ଦୂର ହୋଇନି। ରୋଗ ଭଲ ନ ହେଲେ ଗ୍ରାମାଞ୍ଚଳରେ ଜାତିଭାଇଙ୍କ ସାମାଜିକ ବାସନ୍ଦର ଭୟ ରହୁଛି। ଏଭଳି ବାସନ୍ଦ ଭୟରେ ଜଣେ ରୋଗଣା ବୃଦ୍ଧାଙ୍କୁ ମହାନଦୀ କୂଳ ଶ୍ମଶାନରେ ଏକୁଟିଆ ରହିବାକୁ ପଡ଼ିଥିଲା। ଘଟଣାଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri