କ୍ରିକେଟ ବେଟିଂ ବେଳେ ଚଢ଼ାଉ: ୫ ଗିରଫ
ରାୟଗଡ଼ା ଅଫିସ,୨୧।୯- ରାୟଗଡ଼ା ସହରରେ ଶୁକ୍ରବାର ରାତିରେ ଅନ୍ଲାଇନ୍ କ୍ରିକେଟ୍ ବେଟିଂ ଚାଲିଥିବାବେଳେ ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିବା ରାୟଗଡ଼ା ଥାନାଧିକାରୀ ନୀହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।…
ଜିଲା ପରିଷଦ ଅଧ୍ୟକ୍ଷ ପଦ ଫେରିପାଇଲେ ପୁରୁଷୋତ୍ତମ
ରାୟଗଡ଼ା ଅଫିସ ,୧୯ା୯- ରାୟଗଡ଼ା ଜିଲା ଦୌରାଜଜ୍ଙ୍କ ଦ୍ୱାରା ଅସିଦ୍ଧ ଘୋଷଣା ହୋଇଥିବା ଜିଲାପରିଷଦ ଅଧ୍ୟକ୍ଷ ପଦକୁ ଗୁରୁବାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୁଷୋତ୍ତମ ଗମାଙ୍ଗ ପୁଣି ଫେରି ପାଇଛନ୍ତିି। ଦୀର୍ଘ ୧୦ ମାସ ପରେ ନିଜ କାର୍ଯ୍ୟାଳୟକୁ ଫେରି କାର୍ଯ୍ୟ ଆରମ୍ଭ…
ଭୂତକୋଠି ପାଲଟିଛି ଡାକବଙ୍ଗଳା
ମୁନିଗୁଡ଼ା,୧୮।୯(ଡି.ଏନ୍.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ବହୁ ପୁରାତନ ଗେଷ୍ଟ୍ ହାଉସ୍ ତଥା ଡାକବଙ୍ଗଳା ଭୂତକୋଠି ପାଲଟିଛି। ୩/୪ ଏକର ପରିମିତ ଜାଗାରେ ଥିବା ଏହି ସରକାରୀ ଡାକବଙ୍ଗଳାରେ ଉଚ୍ଚ ପଦାଧିକାରୀମାନେ…
ମେଶିନ୍ ଅଛି, କାମରେ ଲାଗୁନି: ୫ ବର୍ଷରେ ମାତ୍ର ୨୭ ଅଲ୍ଟ୍ରାସାଉଣ୍ଡ
ରାୟଗଡ଼ା ଅଫିସ, ୧୭।୯- ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସହଜ, ସୁବିଧା ଓ କମ୍ ସମୟ ମଧ୍ୟରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ…
ରେଳ ଟ୍ରାକ୍ରେ ଫସିଲା ଟ୍ରେଲର : ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ
ମୁଡ଼ିଗୁଡ଼ା,୧୩।୯(ଡି.ଏନ୍.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ଏକ ଟ୍ରେଲରର ବ୍ରେକ୍ ଫେଲ ହୋଇଯିବାରୁ ରେଳ ଲାଇନ ଉପରେ ଫସିରହିଛି। ଫଳରେ ମୁନିଗୁଡା ରାୟଗଡ଼ା ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଟ୍ରେଲରଟି ବିଶାଖାପାଟଣାରୁ ଆଲୁମିନିୟମ…
ପଦ୍ମପୁରରେ ବ୍ୟାପୁଛି ଝାଡାବାନ୍ତି: ୨ ଦିନରେ ୩୦ ଆକ୍ରାନ୍ତ
ପଦ୍ମପୁର, ୧୨।୯(ଡି.ଏନ୍.ଏ.)- ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ମାରିଗୁଡ଼ା ଓ ବହୁପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଗତ ଦୁଇ ଦିନ ମଧ୍ୟରେ ଉଭୟ ଗ୍ରାମରେ ୩୦ରୁ ଊର୍ଦ୍ଧ୍ୱ ରୋଗୀ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ…
ହୋମ୍ଓ୍ବାର୍କ କରି ନ ଥିବାରୁ ଦଣ୍ଡ:ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ବନ୍ଦକରି ପଳାଇଲେ ଶିକ୍ଷୟିତ୍ରୀ
ଜୟପୁର,୧୧।୯(ଡି.ଏନ୍.ଏ.):ହୋମଓ୍ବାର୍କ କରି ନ ଥିବାରୁ ଷ୍ଟାଣ୍ଡାର୍ଡ଼ ଓ୍ବାନ୍ର ଜଣେ କୋମଳମତି ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ଲାଇଟ୍ ଓ ଫ୍ୟାନ୍ ଅଫ୍କରି କବାଟ ଦେଇ ପଳାଇଛନ୍ତି ଶିକ୍ଷୟିତ୍ରୀ। ଛାତ୍ର ଜଣକ ପ୍ରାୟ ୪୫ ମିନିଟ୍ ଧରି ବନ୍ଦ କୋଠରିରେ ରହିବା ପରେ ଷ୍ଟାଣ୍ଡାର୍ଡ଼-୭ରେ ପଢୁଥିବା…
ରୋଗ ଉଜାଡ଼ିଦେଲା ସୁଖ, ଦୟନୀୟ ସ୍ଥିତିରେ ଜୀବନ: ଦୁଇ ଦିବ୍ୟାଙ୍ଗ ପୁଅର ସେବା କରୁଛନ୍ତି ବୃଦ୍ଧବାପା
ଜୟପୁର,୭ା୯(ନି.ପ୍ର.) ପୁଅ ଜନ୍ମ ହେଲେ ବୃଦ୍ଧକାଳରେ ସାହା ହେବ। ଏହି ଆଶାରେ ବଞ୍ଚତ୍ଥିବା ବାପ କିନ୍ତୁ ପରିଣତ ବୟସରେ ଏବେ ଦୁଇ ଜଣ ଦିବ୍ୟାଙ୍ଗ ପୁଅଙ୍କ ସେବା କରୁଛନ୍ତି। ଦୟନୀୟ ସ୍ଥିତିରେ ଚାଲିଛି ସେମାନଙ୍କ ଜୀବନ। ମା’ ଆରପାରିକୁ ଚାଲିଯାଇ ଥିବାବେଳେ…
ଲଗାଣବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ୍ : ୧୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ
ମୁନିଗୁଡ଼ା,୬।୯(ଡି.ଏନ୍.ଏ.): ରାୟଗଡ଼ା ଜିଲାରେ ଗତ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତର ଭାନପୁର ଗ୍ରାମ ନିକଟରେ ଥିବା ନାଳରେ ବର୍ଷାଜଳ ବୃଦ୍ଧି ପାଇ ନୂତନ ପୋଲର ଆପ୍ରୋଚ ରୋଡ୍ ସମ୍ପୂର୍ଣ୍ଣ ଭାବେ…
ଭାଇରାଲ ହେଉଛନ୍ତି ଜୟପୁରର କିଶୋର କୁମାର
ଜୟପୁର,୪ା୯ (ଡି.ଏନ୍.ଏ.):‘ଚଲ୍ତେ ଚଲ୍ତେ ମେରେ ୟେ ଗୀତ୍ ୟାଦ୍ ରଖନା, କଭି ଅଲ୍ବିଦା ନା କେହ୍ନା।’ ଜୟପୁର ସହରର ଏକ ନିର୍ଦ୍ଦିଷ୍ଟ ଅଟୋରେ ଆପଣ ଯାତ୍ରା କରିବା ବେଳେ ଭାସିଆସିବ କିଶୋର କୁମାରଙ୍କ ଏଇ ଚିର ସବୁଜ ଗୀତ ସାଙ୍ଗକୁ ଆହୁରି…
ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ:କ୍ଷତିପୂରଣ ଦାବିରେ ରାସ୍ତାରୋକୋ,ପ୍ରଶାସନ ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକୋ
ରାୟଗଡ଼ା ଅଫିସ, ୨।୯: ରାୟଗଡ଼ା ଜିଲା କୋଲନରା ବ୍ଲକ ଭୂଜବଳ ଗ୍ରାମ ସୀତାକଟା ବ୍ରିଜ ନିକଟରେ ସୋମବାର ଏକ ମାଲବାହୀ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ…
ମୁନିଗୁଡ଼ାରେ ପୁଣି ହାତୀ ଆତଙ୍କ: ଭାଙ୍ଗିଲେ ଘର, ଉଜାଡିଲେ ଫସଲ; ସହାୟତା ଦାବି
ମୁନିଗୁଡ଼ା,୧।୯(ଡି.ଏନ୍.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ରେଞ୍ଜ ଅଧୀନରେ ଦୀର୍ଘ ଏକ ମାସ ଧରି ହାତୀପଲ ବହୁ ଫସଲ ଓ ଘର ନଷ୍ଟ କରୁଥିବା ବେଳେ ଶନିବାର ରାତିରେ ମୁନିଗୁଡ଼ା ବ୍ଲକ ତଥା ମୁନିଗୁଡ଼ା ରେଞ୍ଜ ଅଧୀନସ୍ଥ ନିୟମଗିରି ପାଦ ଦେଶରେ ଥିବା…
Archives


