ପୁରୀ

ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ,୨୮ା୧୧: ଶୁକ୍ରବାର ଶ୍ରୀଜିଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଭିତରକାଠ ଦର୍ଶନ ବେଳେ ଚାଙ୍ଗଡ଼ା ଘର ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରିଦେଇଥିଲେ। ଏହା ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଛି। Dharitri – Odisha’s No.1 Odia Daily  

୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ବାନ୍ଧିଲା ପୋଲିସ

ସାକ୍ଷୀଗୋପାଳ,୨୬ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ପୋଲିସ ପକ୍ଷରୁ ଅପରେଶନ ଚକ୍ର ଆଧାରରେ ନିଶା କାରବାର ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନକୁ ଆଉ ଏକ ସଫଳତା ମିଳିଛି। ବେଆଇନ ନିଶା କାରବାର ଚଳାଉଥିବା ଖବରପାଇ ସତ୍ୟବାଦୀ ଥାନା ପୋଲିସ ସାକ୍ଷୀଗୋପାଳ କଲେଜ ଛକଠାରୁ…

ଏଣିକି ଗୁଣ୍ଡିଚା ମନ୍ଦିର ଗଲେ ପଡ଼ିବ ଟିକେଟ୍‌, ଦାମ୍‌ ରହିଛି…

ପୁରୀ,୨୬ା୧୧: ଡିସେମ୍ବର ୧ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ପରୀକ୍ଷାମୂଳକ ଭାବେ ଟିକେଟ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଭକ୍ତଙ୍କ ପିଛା ଟିକେଟ୍‌ର ମୂଲ୍ୟ ୧୦ ଟଙ୍କା ରହିବ।…

ଆଜି ଘୋଡ଼ଲାଗି ହେବେ ମହାପ୍ରଭୁ

ପୁରୀ,୨୬ା୧୧(ଅଜିତ୍‌ କୁମାର ମହାନ୍ତି): ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ ଅବସରରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଘୋଡ଼ଲାଗି ବସନ୍ତପଞ୍ଚମୀ ବା ସରସ୍ବତୀ ପୂଜା ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ…

କୋମା ଅବସ୍ଥାରେ କୁନିପୁଅକୁ ନେଇ ବଡ଼ଦାଣ୍ଡକୁ ଧାଇଁ ଆସିଥିଲେ ବାପା, ଗୁହାରି ଶୁଣିଲା କାଳିଆ

ପୁରୀ, ୨୨।୧୧: ହେ ମହାବାହୁ ମୋ ପୁଅକୁ ଭଲ କରି ଦିଅ। ମୁଁ ତୁମ ସିଂହଦ୍ୱାର ସାମ୍ନାରେ ବସିଛି। ନିଜ ପୁଅର ମଙ୍ଗଳ କାମନା କରି ରାଜସ୍ଥାନରୁ ଦୌଡ଼ି ଆସିଥିବା ଜଣେ ଶ୍ରଦ୍ଧାଳୁ କାଳିଆ ଶରଣରେ ପଶି ଏପରି କହିଛନ୍ତି। ଗତ…

ସାକ୍ଷୀଗୋପାଳ ମନ୍ଦିରରେ ଦେବ ଦୀପାବଳି, ଦିପଦାନ କରି ମାତା ପିତାଙ୍କୁ ଶ୍ରଦ୍ଧାର୍ପଣ କଲେ…

ସାକ୍ଷୀଗୋପାଳ ୨୧।୧୧ (କିଶୋର ମହାପାତ୍ର/ ପ୍ରଶାନ୍ତ କୁମାର ବାରିକ) ପରମ୍ପରା କ୍ରମେ ସାକ୍ଷୀଗୋପାଳ ମନ୍ଦିରରେ ଶୁକ୍ରବାର ଦେବ ଦୀପାବଳି ଉପଲକ୍ଷେ ଦୀପଦାନ କରାଯାଇଛି। ସନ୍ଧ୍ୟା ଆରତି ପରେପରେ ମନ୍ଦିର ଚୁଡ଼ା କୁ ମହାଦେବ ଉଠିଥିଲା। ସେହିପରି ଗର୍ଭଗୃହ, ମହାଲକ୍ଷ୍ମୀ, ଗରୁଡ଼ ଓ…

ରତ୍ନଭଣ୍ଡାର ଗଣତିମଣତି ନେଇ ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ଯେଉଁ ସମୟରେ ଶ୍ରୀମନ୍ଦିରରେ ଅଧିକ…

ପୁରୀ,୨୧ା୧୧: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏକ ବଡ଼ ସୂଚନା ଦେଇଛନ୍ତି। ସେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତିକୁ ନେଇ କହିଛନ୍ତି, ଶ୍ରୀମନ୍ଦିରରେ ଯେତେବେଳେ ନୀତିକାନ୍ତି ଅଧିକ ନ ଥିବ, ସେହି ସମୟରେ ଗଣତିମଣତି ହେବ।…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ବଢିଲା ପୁରୀ ସେବାୟତଙ୍କ ପେନସନ ରାଶି, ଜାଣନ୍ତୁ କେତେ…

ଭୁବନେଶ୍ୱର,୨୧।୧୧: ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫ ହଜାରକୁ…

ପୋଷ୍ଟ ଅଫିସରୁ ଲକ୍ଷାଧିକ ଲୁଟିନେଲେ ଦୁର୍ବୃତ୍ତ

ସାକ୍ଷୀଗୋପାଳ,୨୦ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ସତ୍ୟବାଦୀ ଥାନାକୁ ଲାଗି ରହିଥିବା ସାକ୍ଷୀଗୋପାଳ ଉପଡାକଘରୁ ବୁଧବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। କବାଟ କବଜା ତାଡ଼ି ଲୁଟେରା ଅଫିସ ଭିତରେ ପଶି ସିସିଟିଭି ହାର୍ଡଡିକ୍ସ ଭାଙ୍ଗି…

ଆଜିଠୁ ଶ୍ରୀମନ୍ଦିରରେ ଦେବ ଦୀପାବଳି: ପିତୃଗଣଙ୍କୁ ଦୀପଦାନ କରିବେ ମହାପ୍ରଭୁ

ପୁରୀ,୧୯ା୧୧(ଅଜିତ୍‌ କୁମାର ମହାନ୍ତି):ମାର୍ଗଶିର ମାସ ଚତୁର୍ଦ୍ଦଶୀ ତିଥି ବୁଧବାରଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପୀ ଦେବ ଦୀପାବଳି ଉତ୍ସବ ଅନୁଷ୍ଠିତ ହେବ। ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଏହିଦିନ ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନପୂର୍ବକ ଦୀପଦାନ କରିବେ। ଏଥିପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତି ସମ୍ପନ୍ନ…

ଦେବୀ ନଦୀରୁ ଧରାହେଲା ୧୦୦ କିଲିଆ ‘ଶାଙ୍କୁଚ’ ମାଛ, ୫୦ ହଜାର ଟଙ୍କାରେ ହେଲା ବିକ୍ରି

ପୁରୀ,୧୮।୧୧: ଓଡ଼ିଶାର ଉପକୂଳ ଅଞ୍ଚଳରେ ଏକ ବିରଳ ଘଟଣାରେ ପୁରୀ ଜିଲା ଅସ୍ତରଙ୍ଗର ଦେବୀ ନଦୀରୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଶହେ କିଲୋଗ୍ରାମରୁ ଅଧିକ ଓଜନର ଏକ ବିଶାଳ ‘ଶାଙ୍କୁଚ’ ମାଛ ଧରିଛନ୍ତି। ପ୍ରାୟ ୧୨ ଫୁଟ ଲମ୍ବର ଏହି ବିରାଟ ମାଛଟି…

ପୁରୀରେ ଚାଞ୍ଚଲ୍ୟ: ନାବାଳକଙ୍କୁ ହତ୍ୟା

ପୁରୀ,୧୩।୧୧(ଅଜିତ୍‌ କୁମାର ମହାନ୍ତି ): ପୁରୀ ସହରରେ ପୁଣି ଚାଞ୍ଚଲ୍ୟ। ଜଣେ ନାବାଳକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଶ୍ରୀସେତୁ ନିକଟ ଜଳଭଣ୍ଡାରଠାରେ ଏହି ହତ୍ୟାକାଣ୍ଡ ଘଟିଛି। ନାବାଳକଙ୍କୁ ହତ୍ୟା କରି ଦୁର୍ବୃତ୍ତ ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମୃତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri