ହାତ ଟେକି ଆଣ୍ଠୁ ମାଡ଼ି ମହାବାହୁଙ୍କୁ ମୁଣ୍ଡିଆ ମାରିଲେ ରାଷ୍ଟ୍ରପତି
ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି କାଳିଆକୁ ଦେଖି ଭାବବିହ୍ବଳ ହୋଇପଡିଥିଲେ। ଏପରିକି ରାଷ୍ଟ୍ରପତି ହାତ ଟେକି ଆଣ୍ଠୁ ମାଡ଼ି ମହାପ୍ରଭୁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା...
ଶଖାଙ୍କ ପାଖକୁ ଆସିଛନ୍ତି ସୁଦାମା
ଭୁବନେଶ୍ୱର,୭।୭: ଶ୍ରୀକ୍ଷେତ୍ରରେ ଭକ୍ତ ସୁଦାମା। ବଡ଼ଦାଣ୍ଡରେ ଶୋଇ ନିଜ ସଖାକୁ ଅପେକ୍ଷା କରିଛନ୍ତି। ଖାଲି ପାଦରେ ଚାଲି ଚାଲି ଅଣ୍ଟାରେ ଖୁଦ ମୁଠି ନେଇ ଅନେକ ଦୂରରୁ ଆସିଥିବା ସୁଦାମା ସଖା କୃଷ୍ଣଙ୍କୁ ଭେଟିବା ପାଇଁ ଧାଇଁ ଆସିଛନ୍ତି। ତାଙ୍କ...
୩ ରଥରେ ଛେରାପହଁରା କଲେ ଗଜପତି ମହାରାଜା
ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ୩ ଠାକୁର। ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି...
ମହାପ୍ରଭୁଙ୍କ ପାଇଁ ୧୦ ବର୍ଷ ହେଲା ହନୁମାନ ସାଜୁଛି, ଛଳଛଳ ଆଖିରେ କହିଲେ ଏଥର କିନ୍ତୁ …
ପୁରୀ,୭।୭: ଆଜି ପବିତ୍ର ରଥଯାତ୍ରା। ଭେରି ତୁରୀ ବାଦ୍ୟ, ହରିବୋଲ ଧ୍ୱନୀରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ମହାପ୍ରଭୁଙ୍କୁ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସୁଅଛୁଟଛି। ଅନ୍ୟପକ୍ଷେ ସାଲେପୁର ଅଞ୍ଚଳରୁ ଆସିଥିବା ଦୁଇ ହନୁମାନ ବେଶଧାରୀ ଯୁବକ ବଡଦାଣ୍ଡରେ ପହଞ୍ଚି ଜୟ ଶ୍ରୀରାମ...
ପହଣ୍ଡିରେ ଝୁଲିଝୁଲି ଆସୁଛନ୍ତି ମହାବାହୁ
ପୁରୀ,୭ା୭: ଆଜି ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଭକ୍ତିମୟ ହୋଇଉଠିଛି ବଡ଼ଦାଣ୍ଡ। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ ବଳଭଦ୍ରଙ୍କର ପହଣ୍ଡି ଏବଂ ଏହା ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା। ଏବେ ମହାବାହୁ ଜଗତର ନାଥ...
ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ
ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ପହଣ୍ଡି ଅପରାହ୍ନ ଅଢ଼େଇଟା ସୁଦ୍ଧା ସାରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର...
ଦେବଦଳନ ରଥରେ ବିଜେ କଲେ ସୁଦର୍ଶନ
ଭୁବନେଶ୍ୱର,୭।୭: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଏହି ଦିବସରେ ଅର୍ଥାତ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ପଥ(ବଡ଼ଦାଣ୍ଡ)କୁ ଓହ୍ଲାଇଥାନ୍ତି। ବର୍ତ୍ତମାନ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଛି । ପ୍ରଥମେ ମହାପ୍ରଭୁଙ୍କ ଆୟୁଧ ଶ୍ରୀ ସୁଦର୍ଶନଙ୍କ...
ଆବଶ୍ୟକ ହେଲେ ତାଲା ଭାଙ୍ଗିବୁ
ପୁରୀ,୭ା୭(ଅଜିତ୍ କୁମାର ମହାନ୍ତି)ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ବିଚାରପତି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ...
ପଥକୁ ଓହ୍ଲାଇବେ ଦାରୁଦିଅଁ
ପୁରୀ ୭ା୭(ଅଜିତ୍ କୁମାର ମହାନ୍ତି)ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏହି ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ପଥ(ବଡ଼ଦାଣ୍ଡ)କୁ ଓହ୍ଲାଇବେ। ରଥରେ ଯିବେ ଶ୍ରୀଗୁଣ୍ଡିଚା ମନ୍ଦିର। ଏଥିପାଇଁ ୩ ରଥ ନନ୍ଦିଘୋଷ, ଦେବଦଳନ ଏବଂ...
ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ
ପୁରୀ,୬।୭: ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏହି ପରିପ୍ରେକ୍ଷୀରେ ଶନିବାର ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଟାଣି ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ଏହି ଦିବ୍ୟ ଦୃଶ୍ୟ ଦେଖିଛନ୍ତି ଶତାଧିକ ଶ୍ରଦ୍ଧାଳୁ।...
ଓଡ଼ିଶାରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ: ୯ ଦିନ ରହିବେ ପୁରୀରେ
ଭୁବନେଶ୍ୱର,୭।୬: ଓଡ଼ିଶାରେ ପହଞ୍ଚିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ। ରଥଯାତ୍ରାରେ ସେ ୯ ଦିନ ପୁରୀରେ ରହିବା ସହ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଗତବର୍ଷ ରଥଯାତ୍ରାରେ ମଧ୍ୟ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ପୁରୀ ଆସି ଠାକୁରଙ୍କ ଆଶୀର୍ବାଦ ନେଇଥିଲେ।...
ଗୋଟିଏ ଦିନ ପରେ ରଥଯାତ୍ରା, ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ରଥ
ପୁରୀ,୬।୭: ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ଶନିବାର ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଟଣାହେବ। ପଟି...
Archives


