ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ: ଏଥର ମହୋଦଧି ମାର୍କେଟ କମ୍ପ୍ଲେକ୍ସ
ପୁରୀ ଅଫିସ, ୨୯।୧୦: ପୁରୀରେ ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ମଙ୍ଗଳବାର ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାଯାଉଛି। ପୂର୍ବରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିବା ବେଳେ ଗତ ୪ତାରିଖ ସୁଦ୍ଧା ସମସ୍ତ ଦୋକାନ ଖାଲି…
ନନ୍ଦଳାରେ ଅଗ୍ନିକାଣ୍ଡ: ୪ ବଖରା ଭସ୍ମୀଭୂତ, ୨ ବଳଦ ଅର୍ଦ୍ଧଦଗ୍ଧ
କୃଷ୍ଣପ୍ରସାଦ, ୨୯।୧୦(ଡି.ଏନ୍.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାମଲେଙ୍କା ପଞ୍ଚାୟତ ନନ୍ଦଳାଗାଁରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ପୋଡ଼ିଯାଇଛି। ଏଥିସହ ୨ଟି ବଳଦ ଅର୍ଦ୍ଧଦଗ୍ଧ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ସବୁଦିନ ଭଳି ସୋମବାର…
ଶ୍ରୀମନ୍ଦିର ଭିତରେ ଟିକ୍ଟକ୍
ପୁରୀ ଅଫିସ,୨୯ା୧୦: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ। କେତେ ବେଳେ ଭକ୍ତ ସେଲ୍ଫି ନେଇ ପୋଷ୍ଟ କରୁଛନ୍ତି ତ ଆଉ କେବେ ଶ୍ରୀମନ୍ଦିର କର୍ମଚାରୀ, ପୋଲିସ ଓ ସେବାୟତ ମଧ୍ୟ ଏଥିରୁ ବାଦ୍ ପଡୁନାହାନ୍ତି। ସୋମବାର…
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି ଭାରପ୍ରାପ୍ତ ସମ୍ପାଦକ
ନିମାପଡ଼ା, ୨୮।୧୦(ଡି.ଏନ୍.ଏ.): ପୁରୀ ଜିଲା ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି)ର ଭାରପ୍ରାପ୍ତ ସମ୍ପାଦକ ବିଜୟ କୁମାର ସ୍ବାଇଁଙ୍କ କିଆକଣ୍ଟା ଗ୍ରାମସ୍ଥିତ ଘରେ ଭିଜିଲାନ୍ସ ପକ୍ଷରୁ ସୋମବାର ଚଢ଼ାଇ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ବାଇଁଙ୍କ ଘର ସମେତ…
ଟିକ୍ଟକ୍ରେ ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟ ଭାଇରାଲ
ପୁରୀ ଅଫିସ, ୨୮।୧୦: ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟ ପୁଣି ଭାଇରାଲ ହୋଇଛି। ଟିକ୍ଟକ୍ରେ ଦୁଇଟି ଭିଡିଓକୁ କେହି ସେୟାର କରିବା ପରେ ଏହା ଏବେ ପଦାକୁ ଆସିଛି । ଶ୍ରୀମନ୍ଦିର ଭିତର ଭିଡିଓ ସହ ଆନନ୍ଦ ବଜାରରେ ଅବଢ଼ା ଖାଉଥିବା…
ଶ୍ରୀମନ୍ଦିର ସୁରକ୍ଷା ଜୋନ୍: ପୁଣି ୫ ପରିବାର ଜମି ହସ୍ତାନ୍ତର କଲେ
ପୁରୀ ଅଫିସ,୨୭ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଜାରି ରହିଛି। ଗତ ୨୧ ତାରିଖରେ ପ୍ରଥମକରି ୫ ପରିବାର ସରକାରଙ୍କୁ ପ୍ରତ୍ୟକ୍ଷ ଜମି ବିକିଥିବାବେଳେ ୨୨ତାରିଖରେ ୬ ପରିବାର ଏଥିରେ ସାମିଲ ହୋଇଥିଲେ। ଶୁକ୍ରବାର ପୁଣି ୫ ପରିବାର ପ୍ରଶାସନ…
ଆଜି ଦୀପାବଳି: ପୟା ଶ୍ରାଦ୍ଧ ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼
ପୁରୀ ଅଫିସ,୨୭।୧୦: ପବିତ୍ର ଦୀପାବଳି ଅବସରରେ ରବିବାର ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ବାଇଶି ପାହାଚରେ ଶ୍ରାଦ୍ଧ ଦେବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପୁରୀକୁ ଆସିଥିବା ଦେଖିବାକୁ…
ଚିକିତ୍ସା ପରେ ଫେରିବେ ଆଣ୍ଡାମାନର ନାବିକ: ୨୬ ଦିନ ସମୁଦ୍ର ପାଣି ପିଇ ବଞ୍ଚିଥିଲେ
ବ୍ରହ୍ମଗିରି/କୃଷ୍ଣପ୍ରସାଦ, ୨୭ା୧୦(ଡି.ଏନ୍.ଏ.): ଅଥଳ ସମୁଦ୍ର ମଧ୍ୟରେ ହେଲା ସାମୁଦ୍ରିକ ଝଡ଼। ବୋଟ୍ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦିଗହରା ହୋଇ ପହଞ୍ଚିଲେ ମ୍ୟାନ୍ମାର ଉପକୂଳରେ। ସାଙ୍ଗରେ ଥିଲେ ସାଥୀ ନାବିକ ଦିବ୍ୟରଞ୍ଜନ ବିଶ୍ୱାସ। ସେଠାରୁ ତଟ ସୁରକ୍ଷା ବାହିନୀଙ୍କ ସହାୟତାରେ କିଛି ବାଟ…
ଆଜି ଦୀପାବଳି: ସିଂହଦ୍ୱାର ସମ୍ମୁଖରେ କାଉଁରିଆ ଜାଳିବେ ଶ୍ରଦ୍ଧାଳୁ
ପୁରୀ ଅଫିସ,୨୭ା୧୦: ରବିବାର ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ମହାପ୍ରଭୁଙ୍କୁ ଦର୍ଶନ କରି ବାଇଶି ପାହାଚରେ ପୟାଶ୍ରାଦ୍ଧ କରିବା ପରେ ସିଂହଦ୍ୱାରରେ କାଉଁରିଆ କାଠି ଜାଳି ବଡ ବଡୁଆଙ୍କୁ ଡାକଦେବେ ଅନେକ ଶ୍ରଦ୍ଧାଳୁ। ଏଥିପାଇଁ…
ବିଦେଶୀ ପାଳିଲେ ଦୀପାବଳି: ଶବ୍ଦ, ପ୍ରଦୂଷଣ ମୁକ୍ତ ପରିବେଶର ବାର୍ତ୍ତା ବାଣ୍ଟିଲେ
କୋଣାର୍କ, ୨୭ା୧୦(ଡି.ଏନ୍.ଏ.): କୋଣାର୍କସ୍ଥିତ କାମତ ହୋଟେଲ ଇଣ୍ଡିଆ ଲିମିଟେଡ୍ ସହଯୋଗରେ ରାମଚଣ୍ଡୀସ୍ଥିତ ଲୋଟସ ରିସୋର୍ଟ ପକ୍ଷରୁ ବିଦେଶୀ ପଯର୍ୟଟକମାନଙ୍କୁ ନେଇ ଦୀପାବଳି ପାଳନ କରାଯାଇଛି। ଏକ ସଚେତନତା ଧର୍ମୀ ଓ ନିଆରା ପରମ୍ପରାରେ କୋଣାର୍କ ସୂଯର୍ୟମନ୍ଦିର ମୂଖ୍ୟଫାଟକ ସମ୍ମୁଖରେ ଏହା ପାଳନ…
ଦୀପାବଳି ପାଇଁ ବନ୍ଦ ରହିବ ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ
ପୁରୀ ଅଫିସ,୨୬ା୧୦:ରବିବାର ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିବ। ମହାପ୍ରଭୁଙ୍କୁ ଦର୍ଶନ କରି ବାଇଶି ପାହାଚରେ ପୟାଶ୍ରାଦ୍ଧ କରିବା ପରେ ସିଂହଦ୍ୱାରରେ କାଉଁରିଆ କାଠି ଜାଳି ବଡ ବଡୁଆଙ୍କୁ ଡାକଦେବେ ଅନେକ ଶ୍ରଦ୍ଧାଳୁ। ଏଥିପାଇଁ ରାଜ୍ୟର…
ମାନସିକ ଚାପରୁ ମୁକୁଳି ବାତ୍ୟା ଅନୁଭୂତି ବଖାଣିଲେ ପିଲା
ପୁରୀ ଅଫିସ,୨୬ା୧୦: ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଲକ୍ଷାଧିକ ଗଛ, ଘର, ବିଦ୍ୟୁତ୍ଖୁଣ୍ଟ ଭାଙ୍ଗି ପଡ଼ିିଥିଲା। ବାତ୍ୟା ପରେ ବିଦ୍ୟୁତ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅନେକ ଲୋକ ପିଇବା ପାଣି ପାଇଁ ହୀନସ୍ତା ହୋଇଥିଲେ। ସ୍କୁଲ, କଲେଜ…
Archives


