ଶ୍ରୀମନ୍ଦିର ଭିତରେ ଟିକ୍‌ଟକ୍‌

ପୁରୀ ଅଫିସ,୨୯ା୧୦: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଭିତର ଫଟୋ। କେତେ ବେଳେ ଭକ୍ତ ସେଲ୍‌ଫି ନେଇ ପୋଷ୍ଟ କରୁଛନ୍ତି ତ ଆଉ କେବେ ଶ୍ରୀମନ୍ଦିର କର୍ମଚାରୀ, ପୋଲିସ ଓ ସେବାୟତ ମଧ୍ୟ ଏଥିରୁ ବାଦ୍‌ ପଡୁନାହାନ୍ତି। ସୋମବାର ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ବେଢାର ଭିଡିଓ। ଏଥର ଶ୍ରୀମନ୍ଦିର ଭିତରେ ଟିକ୍‌ଟକ୍‌ର ଭିଡିଓ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇ କେହି ଏଭଳି ଭିଡିଓ କରିଛନ୍ତି। ଏଥିରେ ଭିତର ବେଢା, ଭୋଗମଣ୍ଡପ ସହ ଆନନ୍ଦବଜାରରେ ମହାପ୍ରସାଦ ସେବନ କରାଯାଉଥିବା ଦୃଶ୍ୟ ରହିଛି। ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଶ୍ରୀମନ୍ଦିର। ଏ ନେଇ ଗୋଇନ୍ଦା ବିଭାଗ ବିଭିନ୍ନ ସମୟରେ ରିପୋର୍ଟ ଦେଇଆସୁଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ ନେବା ଉପରେ କଟକଣା ରହିଛି। ଏହାସତ୍ତ୍ବେ ମୋବାଇଲ ଯାଉଛି କେମିତି? ଚାରିଦ୍ୱାରରେ ପୋଲିସ ମୋବାଇଲ ଫୋନ ଯାଞ୍ଚ କରୁଥିବାବେଳେ ଏଭଳି ଭିଡିିଓ ହେଲା କିପରି? ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ସୋମବାର ଭାଇରାଲ ହୋଇଥିବା ଟିକ୍‌ଟକ୍‌ ଭିଡିଓରେ ଭିତର ବେଢାରେ ଭକ୍ତମାନେ ଚଳପ୍ରଚଳ କରୁଥିବା, ଭୋଗ ବୁହାଯାଉଥିବା ଏବଂ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରୁଥିବାର ଦୃଶ୍ୟ ରହିଛି। ଏଭଳି ଘଟଣା ବାରମ୍ବାର ଘଟୁଛି। କିଛିଦିନ ତଳେ ଜଣେ ଅଭିନେତ୍ରୀ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୋଲିସ ବଡ଼ଶଙ୍ଖର ଜଣେ ଯୁବକଙ୍କୁ ଗିରଫ କରିଥିଲା।
ଏ ନେଇ ପୁରୀ ଜିଲା ଯୁବ ଅଧିବକ୍ତା ସଂଘ ଆବାହକ ଅନିଲ କୁମାର ସାହୁ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ଏଭଳି ଘଟଣା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସେ ଅନୁରୋଧ କରିଛନ୍ତି। ସେହିପରି ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର ମଧ୍ୟ ଏଭଳି ଭାଇରାଲକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଏ ଦିଗରେ ସେବାୟତମାନେ ସଚେତନ ଅଛନ୍ତି। ମାତ୍ର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀମାନଙ୍କୁ ଅଧିକ ସତର୍କ ହେବାକୁ ପଡ଼ିିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏସ୍‌ପି ଉମାଶଙ୍କର ଦାଶ କହିଛନ୍ତି, ଟିକ୍‌ଟକ୍‌ ଭିଡିଓ ଯେଉଁ ଆକାଉଣ୍ଟରୁ ଭାଇରାଲ ହୋଇଛି ତାହାକୁ ଠାବ କରିବା ଲାଗି ତଦନ୍ତ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ନିଶ୍ଚିତ ଏହା ଏକ ଗମ୍ଭୀରତାର ବିଷୟ। ଲଗାତର ଏମିତି ୨/୩ଟି ଘଟଣା ହେଲାଣି। ଭବିଷ୍ୟତରେ ଏହାର ଯେପରି ପୁନରାବୃତ୍ତି ନ ହେବ ସେ ଦିଗରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri