ମା’ଙ୍କ ଅନୁମତି ପରେ ହେବ ରଥକାଠ ଚିହ୍ନଟ
ପୁରୀ ଅଫିସ, ୧୦।୧: ଚଳିତ ବର୍ଷ ରଥଯାତ୍ରା ପାଇଁ ଆଜିଠାରୁ ପକ୍ରିୟା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ ନୟାଗଡ଼ର ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ…
କାଲିଠୁ ଦର୍ଶନ ଦେବେନି ଶ୍ରୀଜିଉ: ଆଜି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ପୁରୀ ଅଫିସ,୮ା୧: ଶନିବାର ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ରବିବାରଠାରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଆଜି ଶ୍ରୀଜିଉଙ୍କ ଦର୍ଶନ ଲାଗି ଏପରି ଜନସମୁଦ୍ର ଦେଖିବାକୁ ମିଳିଛି। ମରିରିକୋଟ ଛକଠାରୁ ସିଂହଦ୍ୱାର ଯାଏ ଏହି ଭିଡ଼ ଲାଗିଛି।…
ପୁରୀ ସ୍ବର୍ଗଦ୍ୱାରରେ ହେଲା କଟକଣା
ପୁରୀ ଅଫିସ, ୮।୧: ପୁରୀ ସ୍ବର୍ଗଦ୍ୱାରରେ ସୋମବାରରୁ ଶବଦାହ ଉପରେ କଟକଣା ଲାଗୁ ହୋଇଛି। ଏଣିକି ସ୍ବର୍ଗଦ୍ୱାରରେ ବାହାର ଜିଲାର ଲୋକଙ୍କ ଶବଦାହ କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ ପୁରୀ ଜିଲାର ଲୋକ ପରିଚୟ ପତ୍ର ଦେଖାଇ ଶବଦାହ କରିବାକୁ…
ଜଗାକୁ ଦେଖିବାକୁ ଭିଡ଼: ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି
ପୁରୀ ଅଫିସ,୮।୧: ଶ୍ରୀଜିଉଙ୍କୁ ଦର୍ଶନ ଉପରେ ୧୦ ତାରିଖରୁ କଟକଣା ଲାଗିବା ପରେ ଶନିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗି ରହିଛି। ଶନିବାରରେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏ…
ସୋମବାରଠାରୁ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ ଅଫିସ,୭।୧: ଆସନ୍ତା ସୋମବାରଠାରୁ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଜାନୁୟାରୀ ୩୧ ଯାଏ ଏହି କଟକଣା ରହିବ। ଶୁକ୍ରବାର ଛତିଶା ନିଯୋଗ- ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ବନ୍ଦ ଲାଗି…
ସନ୍ଧ୍ୟାରେ ଶ୍ରୀମନ୍ଦିର ନିଷ୍ପତ୍ତି
ପୁରୀ ଅଫିସ, ୭।୧: ରାଜ୍ୟରେ ଦିନକୁ ଦିନ କୋଭିଡ ପଜିଟିଭ୍ ବଢିଚାଲିଛି। ତେବେ ରାଜ୍ୟରେ ଶୁକ୍ରବାର ଠାରୁ କୋଭିଡ୍ କଟକଣା ଲାଗୁ କରାଯାଇଛି। ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି…
ପ୍ରକାଶ ପାଇଲା ତାଲିକା: ପୁରୀ ଜିଲାରେ ୧୩ ଲକ୍ଷ ୯୧ ହଜାର ୧୬୪ଜଣ ଭୋଟର
ପୁରୀ ଅଫିସ,୬।୧: ପୁରୀ ଜିଲାର ୬ଟି ବିଧାନସଭା ନିର୍ବାଚନମଣ୍ତଳୀରେ ସମସ୍ତ ଭୋଟରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଜିଲାରେ ମୋଟ ୧୩ ଲକ୍ଷ ୯୧ ହଜାର ୧୬୪ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୧୭ ହଜାର…
‘ବିଶ୍ୱରେ ଓଡ଼ିଶା ଯୁବତୀଯୁବକଙ୍କ ଚାହିଦା ବଢ଼ିବ’
ଭୁବନେଶ୍ୱର,(ବ୍ୟୁରୋ)/ପୁରୀ ଅଫିସ/କୃଷ୍ଣପ୍ରସାଦ, ୬ା୧(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଇଟିଆଇରେ ଇଲେକ୍ଟ୍ରିସିଆନ, ଫିଟର, ଇଲେକ୍ଟ୍ରୋନିକସ୍…
ଘରୋଇ ସଂସ୍ଥା ହାତକୁ ଯିବ ଭକ୍ତନିବାସ
ପୁରୀ ଅଫିସ,୬।୧: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ଥିବା ଭକ୍ତନିବାସକୁ ପ୍ରଶାସନ ଏବେ ଘରୋଇକରଣ କରିବାକୁ ଯୋଜନା ଚଳାଇଛି। ସୁଲଭ ମୂଲ୍ୟରେ ରହଣି ପାଇଁ ଥିବା ବଗଲା ଧର୍ମଶାଳାକୁ ବିକ୍ରି କରିଦିଆଯିବା ପରେ ଏହି ବିକଳ୍ପ ଶେଷ ହୋଇଥିଲା। ଏବେ ପୁଣି ଭକ୍ତନିବାସର…
ତିନିଦିନ ପରେ ଖୋଲିଲା ଶ୍ରୀମନ୍ଦିର
ପୁରୀ ଅଫିସ, ୩।୧: ତିନିଦିନ ବ୍ୟବଧାନ ପରେ ସୋମବାର ଶ୍ରୀମନ୍ଦିର ଖୋଲିଛି। ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା। ତେବେ ଆଜି ଶ୍ରୀମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ଭିଡକୁ ଦୃଷ୍ଟିରେ…
ଦେବୀ ମୁହାଁଣରେ ଅଲିଭ୍ ରିଡ୍ଲେଙ୍କ ଅଣ୍ଡାଦାନ
ଅସ୍ତରଙ୍ଗ,୩।୧(ଡି.ଏନ୍.ଏ.): ପୁରୀ ଜିଲାର ଅଲିଭ ରିଡ୍ଲେଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଅସ୍ତରଙ୍ଗ ଅଞ୍ଚଳର ଦେବୀ ମୁହାଁଣ ନିକଟରେ ଅଲିଭ ରିଡ୍ଲେଙ୍କ ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି। ୨ଗୋଟି ଅଲିଭ ରିଡ୍ଲେ ଅଣ୍ଡା ଦେଇଥିବା ସ୍ଥାନୀୟ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରଥମ…
ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଗୃହ
କୃଷ୍ଣପ୍ରସାଦ,୩୧ା୧୨(ଡି.ଏନ୍.ଏ.): ଫାଇଲିନ୍ ବାତ୍ୟାରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷତି ହୋଇଥିଲା। ବହୁ ପରିବାର ବାସଗୃହ ହରାଇଥିଲେ। ପକ୍କାଘର ନ ଥିବା ପରିବାରଙ୍କୁ ବାତ୍ୟା ନିରୋଧକ ବାସଗୃହ ଯୋଗାଇଦେବା ପାଇଁ ବିଶ୍ୱବ୍ୟାଙ୍କ ଅନୁମତି ପ୍ରଦାନ କରିଥିଲା। ଏନେଇ ହିତାଧିକାରୀ…
Archives


