‘ବିଶ୍ୱରେ ଓଡ଼ିଶା ଯୁବତୀଯୁବକଙ୍କ ଚାହିଦା ବଢ଼ିବ’

ଭୁବନେଶ୍ୱର,(ବ୍ୟୁରୋ)/ପୁରୀ ଅଫିସ/କୃଷ୍ଣପ୍ରସାଦ, ୬ା୧(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଇଟିଆଇରେ ଇଲେକ୍ଟ୍ରିସିଆନ, ଫିଟର, ଇଲେକ୍ଟ୍ରୋନିକସ୍‌ ମେକାନିକ ଓ ଡ୍ରେସ୍‌ ମେକିଂ ପରି ୪ଟି ଟ୍ରେଡ୍‌ରେ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଓ ଭବିଷ୍ୟତର ଶିଳ୍ପଗୁଡିକର ନିଯୁକ୍ତି ଚାହିଦାକୁ ଦେଖି ଏହି ତାଲିମ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଆଉ ଅଧିକ ଟ୍ରେଡ୍‌ରେ ତାଲିମ ଦେବା ବ୍ୟବସ୍ଥା କରାଯିବ। ଏଥିରେ ଆଧୁନିକ ଲାବରେଟୋରି, ଓ୍ବାର୍କଶପ୍‌ ଓ ହଷ୍ଟେଲ ଆଦି ସମସ୍ତ ସୁବିଧା କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ବିକାଶ ହେବା ସହିତ ଦକ୍ଷ ଯୁବତୀ ଯୁବକଙ୍କ ଆବଶ୍ୟକତା ମଧ୍ୟ ରହିଛି। ଓଡ଼ିଶାରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପିଲାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କିଲ୍ଡ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରାଯାଉଛି। ଏହାଦ୍ୱାରା ବିଶ୍ୱ ନିଯୁକ୍ତି ବଜାରରେ ଓଡ଼ିଶାର ପିଲାମାନଙ୍କ ଚାହିଦା ସବୁଠୁ ଅଧିକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ୧୨ ହଜାର ଆଇଟିଆଇ ମଧ୍ୟରୁ ଶ୍ରେଷ୍ଠ ୧୦୦ଟି ମଧ୍ୟରେ ଓଡ଼ିଶାର ୧୦ ଆଇଟିଆଇ ସ୍ଥାନ ପାଇଛି ଏହା ଗୌରବର କଥା। ଓଡ଼ିଶାର ପିଲାମାନେ ଜାତୀୟ ଓ ଅନ୍ତର୍ଜାତୀୟ ଦକ୍ଷତା ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରି ଓଡ଼ିଶା ପାଇଁ ସୁନାମ ଆଣୁଛନ୍ତି। ଆଗାମୀ ଦିନରେ ମଧ୍ୟ ରାଜ୍ୟର ପିଲାମାନେ ଏଭଳି ସଫଳତାର ଧାରା ବଜାୟ ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଥିଲେ, କୃଷ୍ଣପ୍ରସାଦ ଅଞ୍ଚଳ ଚିଲିକା ଓ ସମୁଦ୍ର ମଧ୍ୟରେ ୧୪ ପଞ୍ଚାୟତର ଏକ ଦୁର୍ଗମ ଅଞ୍ଚଳ। ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଆଇଟିଆଇ ସ୍ଥାପନ ଦ୍ୱାରା ଏହି ଅଞ୍ଚଳରେ ଶିକ୍ଷା ଓ ତାଲିମ କ୍ଷେତ୍ରରେ ଏକ ନୂଆ ଦିଗନ୍ତ ଆରମ୍ଭ ହୋଇଛି । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ଶିକ୍ଷା ଓ ତାଲିମ ପ୍ରତି ଆକୃଷ୍ଟ ହେବେ ବୋଲି ମତ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରି କହିଥିଲେ, ରାଜ୍ୟରେ ଗ୍ରୀନ୍‌ କ୍ୟାମ୍ପସ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ତେଣୁ ଆଇଟିଆଇ କ୍ୟାମ୍ପସରେ ଅଧିକ ଗଛ ଲଗାଇ ଏହାକୁ ସବୁଜ ସୁନ୍ଦର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପୁରୀ ଜିଲାପାଳ ସମର୍ଥ ବର୍ମା ସ୍ବାଗତ ଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣବର୍ଷା : ପନିପରିବା ସହ ଫସଲ ନଷ୍ଟ ଆଶଙ୍କା

ଦାରିଙ୍ଗବାଡ଼ି,୨୪।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗତ ଦୁଇଦିନ ହେଲା ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି। ଫଳରେ ଚାଷଜମି ସହ ପନିପରିବା ଚାଷ କ୍ଷତି...

ମାଲକାନଗିରିରେ ଭୀଷଣ ବଜ୍ରପାତ ସମ୍ଭାବନା: ୪ଟାରୁ ୧୦ ଯାଏ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରବିବାର ଅପରାହ୍ନ ୪ଟାରୁ ୧୦ ମଧ୍ୟରେ ମାଲକାନଗିରିରେ ଭୀଷଣ ବଜ୍ରପାତ ହେବାର ସମ୍ଭାବନା ରହିଛି। ଜିଲାର ୨ ବ୍ଲକ କୋରକୁଣ୍ଡା ଓ କୁଡ଼ୁମୁଲଗୁମାରେ ବଜ୍ରପାତ...

ଡ୍ରାଇଭିଂ ଟେଷ୍ଟିଂରେ ମଧ୍ୟସ୍ଥଙ୍କ ରାଜୁତି

ଯାଜପୁର ଅଫିସ,୧୪ା୪: ରାଜ୍ୟ ସରକାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରୁ ମଧ୍ୟସ୍ଥିମାନଙ୍କୁ ସମ୍ପୂର୍ଣ୍ଣ ଭାବେ ହଟାଇବା ସହ ସ୍ବଚ୍ଛ ଶାସନ ଚଳାଇବାକୁ ଉଦ୍ୟମ କରିଛନ୍ତି। ହେଲେ...

ଅଯୋଧ୍ୟା ରାୟକୁ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ବିରୋଧ: ‘ସୁପ୍ରିମକୋର୍ଟଙ୍କ ରାୟ ଦେଶ ପାଇଁ ବିପଜ୍ଜନକ’

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ):  ବହୁଚର୍ଚ୍ଚିତ ଅଯୋଧ୍ୟା ବିବାଦର ସୁପ୍ରିମକୋର୍ଟଙ୍କ ରାୟ ଉପରେ ସୋମବାର ପ୍ରଥମଥର ପାଇଁ ମନ୍ତବ୍ୟ ରଖିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ। ସୁପ୍ରିମକୋର୍ଟଙ୍କ ରାୟକୁ...

ବାବା ବେଶରେ ଲୁଟେରା

ଭୁବନେଶ୍ୱର,୬।୮(ବ୍ୟୁରୋ): ଲୁଟେରାଙ୍କୁ ସାବାଡ୍‌ କରିବାକୁ କମିଶନରେଟ ପୋଲିସ ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର କରୁଥିବାବେଳେ ସୋମବାର ରାଜଧାନୀରେ ଘଟିଛି ଅଭିନବ ଲୁଟ୍‌। ଲୁଟେରାମାନେ ବାବା ବେଶରେ ଆସି...

ଓଡ଼ିଶା ଆତିଥ୍ୟକୁ ମମତାଙ୍କ ପ୍ରଶଂସା

ଭୁବନେଶ୍ୱର,୨୪ା୩(ବ୍ୟୁରୋ):ଓଡ଼ିଶା ସରକାରଙ୍କ ଆତିଥ୍ୟ ବହୁତ ଭଲ। ପ୍ରଭୁ ଜଗନ୍ନାଥଙ୍କୁ ସେ ଭଲ ଭାବେ ଦର୍ଶନ କରିବାର ସୁଯୋଗ ପାଇଲେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ମାଟ୍ରିକ ପରୀକ୍ଷା: ୬ରୁ ମିଳିବ ଆଡ୍‌ମିଟ୍‌ କାର୍ଡ

କଟକ ଅଫିସ,୨।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା, ମଧ୍ୟମା ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଆସନ୍ତା ୧୯ରୁ...

ଖୋଲିଲା କପା ମଣ୍ଡି: ସପ୍ତାହକୁ କିଣା ହେବ ୫ ଦିନ

କଣ୍ଟାବାଞ୍ଜି,୨୧ା।୧(ଡି.ଏନ.ଏ.): ବଲାଙ୍ଗୀର ଜିଲାପାଳ ଚଞ୍ଚଲ ରାଣା ସୋମବାର କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି ମୁଖ୍ୟ ପ୍ରାଙ୍ଗଣରେ କପାମଣ୍ଡିର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଠାରେ ସୋମବାର, ମଙ୍ଗଳବାର,...

Advertisement
Archives

Model This Week