ମହାପ୍ରଭୁଙ୍କୁ ଦର୍ଶନ କଲେ କପିଲ
ପୁରୀ ଅଫିସ, ୨୨ା୩:କମେଡ଼ି କିଙ୍ଗ୍ ଭାବେ ପରିଚିତ ହାସ୍ୟ ଅଭିନେତା କପିଲ ଶର୍ମା ସୋମବାର ସନ୍ଧ୍ୟାରେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତାଙ୍କୁ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। କପିଲ ବାଇଶିପାହାଚ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଭିତର…
ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ
ପୁରୀ ଅଫିସ,୨୨।୩:ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ହୋଇଛି। ସୋମବାର ନାଟମଣ୍ଡପ କାନ୍ଥରେ ୪ଟି ଫାଟ ଦେଖିବାକୁ ମିଳିଛି। ଏଥିମଧ୍ୟରେ ୩ଟି ଛୋଟ ଓ ଗୋଟିଏ ବଡ଼ ଫାଟ ରହିଛି। ବଡ଼ଫାଟର ଲମ୍ବ ୨ଫୁଟ୍ରୁ ଅଢ଼େଇ ଫୁଟ୍ ହୋଇଥିବାବେଳେ ଓସାର ୧ଫୁଟ୍ରୁ ଅଧିକ ରହିଛି।…
ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲା: ୬ ଗିରଫ
ପୁରୀ ଅଫିସ,୨୧ା୩: ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୁରୀ ପୋଲିସ। ହତ୍ୟା ଅଭିଯୋଗରେ ସୋମବାର ୬ ଜଣଙ୍କୁ ଗିରଫ କରାଯାଇଥିବା ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ପୁରୀ ଏସ୍ପି। ଅଭିଯୁକ୍ତମାନଙ୍କ ମଧ୍ୟରୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଏବଂ…
ଶ୍ରୀମନ୍ଦିର ଦର୍ଶନ ନେଇ ଅବ୍ୟବସ୍ଥା
ପୁରୀ ଅଫିସ,୨୧।୩: ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଲୋକେ ଖରାରେ ସିଝିବା ସହ ପିଇବାପାଣି ପାଇଁ ଡହଳବିକଳ ହେଉଛନ୍ତି। ଏପରି କି ପ୍ରବଳ ଗହଳି ସାଙ୍ଗକୁ ଲମ୍ବାଧାଡ଼ିରେ ଦୀର୍ଘ ସମୟ ଛିଡ଼ା ହୋଇରହୁଥିବାରୁ ଅଧୈର୍ଯ୍ୟ ହୋଇ ଠେଲାପେଲା ଲାଗୁଛନ୍ତି। ଏଥିଯୋଗୁ ବେଳେବେଳେ…
ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ପାଇଁ ରବିବାର ଖୋଲିଲା ଶ୍ରୀମନ୍ଦିର
ପୁରୀ ଅଫିସ, ୨୦।୩: ଦୀର୍ଘ ୨ ବର୍ଷ ପରେ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଛି। ହୋଲି ଛୁଟିପରେ ରବିବାର ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଣିକି ପ୍ରତି ରବିବାର ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ଦୀର୍ଘ…
ବ୍ରହ୍ମଗିରିରେ ଫୁଟିଲା ୩୦ରୁ ଅଧିକ ବୋମା
ପୁରୀ ଅଫିସ,୧୯ା୩: ହୋଲି ଖେଳରୁ ଗାଁରେ ଫୁଟିଛି ୩୦ରୁ ଅଧିକ ବୋମା। ଆଜି ଏମିତି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲା ବ୍ରହ୍ମଗିରି ଥାନା ଅଞ୍ଚଳରେ। ହୋଲି ଖେଳ ଚାଲିଥିବା ବେଳେ ଦଣ୍ଡୁଆସିପଡ଼ା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।…
ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ
ନିମାପଡ଼ା,୧୯ା୩(ଡି.ଏନ୍.ଏ.): ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଜାଗୁଳାଇ ପଦର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଡ଼ାଇ ଗୋଡ଼ାଇ ଗାଁ ଦାଣ୍ଡରେ ଫାର୍ସାରେ ମୁଣ୍ଡକୁ ହାଣିଛନ୍ତି ଗୋଟିଏ ଗୋଷ୍ଠୀର ଲୋକ। ଫଳରେ ଏହି ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର ହୋଇଛନ୍ତି।…
ଶ୍ରୀମନ୍ଦିରକୁ ଧସେଇ ପଶିଲେ ଭକ୍ତ
ପୁରୀ ଅଫିସ, ୧୮।୩: ଆଜି ପବିତ୍ର ଦୋଳପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ ଭକ୍ତଙ୍କ ଭାଗ୍ୟରେ ଥିଲେ ମିଳିଥାଏ ବୋଲି ବିଶାସ ରହିଛି।…
ପୁରୀରେ ସେବାୟତଙ୍କୁ ହତ୍ୟା
ପୁରୀ ଅଫିସ, ୧୬।୩ : ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୁରୀ ବାରବାଟୀ ନିକଟରେ ଗୁଳି କରାଯାଇଥିବା ଜଣାପଡିଛି। ଗୁଳି କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁବୃର୍ତ୍ତ। ତେବେ ଗୁରୁତର…
ଚୈତନ୍ୟଙ୍କ ମୂର୍ତ୍ତି ଅନାବରଣ କଲେ ରାଜ୍ୟପାଳ
ପୁରୀ ଅଫିସ,୧୬।୩: ସ୍ଥାନୀୟ ମାତାମଠସ୍ଥିତ ଶ୍ରୀଚୈତନ୍ୟଙ୍କ ୩୫ ଫୁଟ ମୂର୍ତ୍ତି ଅନାବରଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଶ୍ରୀଗୌରବିହାର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମାତାମଠ ପରିସରରେ ଶ୍ରୀଚୈତନ୍ୟଙ୍କର ମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଜ୍ୟପାଳ ପୂର୍ବାହ୍ନ…
ବେଆଇନ କାର୍ଯ୍ୟକୁ ବିରୋଧ ଜାରି
ପୁରୀ ଅଫିସ,୧୫।୩:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି। ପ୍ରକଳ୍ପକୁ ଆଶିଂକ ଅନୁମତି ଥିବାବେଳେ ପ୍ରଶାସନ ମନଇଚ୍ଛା ବେଆଇନ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ବିଭିନ୍ନ ମହଲରେ ଦାବି…
ଚିଲିକା ମଝିରେ ଅଟକିଲା ଭସାପୋଲ
କୃଷ୍ଣପ୍ରସାଦ,୧୪ା୩(ଡି.ଏନ୍.ଏ.): ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ (ଭେସେଲ)। ରବିବାର ଅପରାହ୍ନ ୫ଟାରେ ଏକ ପର୍ଯ୍ୟଟକ ବସ୍, ୧୫ଟି ଦୁଇଚକିଆ ଯାନ ଏବଂ ୩୦ଜଣ ଯାତ୍ରୀଙ୍କୁ ନେଇ ଭସାପୋଲଟି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ସାତପଡ଼ାରୁ ଚିଲିକାରେ ଜହ୍ନିକୁଦା ଅଭିମୁଖେ…
Archives


