ଆମ ଜିଲା ଖବର

ଓଲଟିଲା ବସ୍‌, ବର୍ତ୍ତିଲେ ୨୦ ଯାତ୍ରୀ: ଡ୍ରାଇଭର, କଣ୍ଡକ୍ଟରଙ୍କ ସମେତ ୪ ଆହତ

ପଟ୍ଟାଙ୍ଗି,୭ା୬(ଡି.ଏନ୍‌.ଏ.): ପଟ୍ଟାଙ୍ଗି ଥାନା ରାଲେଗଡ଼ା ପଞ୍ଚାୟତ ତେଲରାଇ ଛକ ନିକଟରେ ଶୁକ୍ରବାର ଏକ ବସ୍‌ ଓଲଟିପଡ଼ିଛି। ଏଥିରେ କଣ୍ଟକ୍ଟରଙ୍କ ସମେତ ୪ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି। ଡ୍ରାଇଭର ଓ କଣ୍ଡକ୍ଟର ଏବେ କୋରାପୁଟରେ ଚିକିତ୍ସିତ ହେଉଛନ୍ତି।…

ଧାନ ରଖି ଚାଷୀଙ୍କ ରାସ୍ତା ଅବରୋଧ

ଖପ୍ରାଖୋଲ, ୭ା୬ (ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ପ୍ୟାକ୍ସରେ ଚଳିତ ରବିଋତୁରେ ଧାନ କିଣିବାକୁ କମ୍‌ ଟାର୍ଗେଟ ଥିବା ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁକ୍ରବାର ପ୍ୟାକ୍ସର ଅସ୍ଥାୟୀ ମଣ୍ଡି ବଡଗୁର୍ଜିଭଟାଠାରେ ଧାନ ରଖି ସେମାନେ ରାସ୍ତା ଅବରୋଧ…

ରାଜସ୍ବ ନିରୀକ୍ଷକଙ୍କୁ ଘେରିଲେ ଲୋକେ

ବ୍ରହ୍ମପୁର ଅଫିସ,୭।୬- ପୋଲସରା ତହସିଲ ପାଣ୍ଡିରିପଡ଼ା ଗ୍ରାମପଞ୍ଚାୟତସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା ଲାଗି କିଛି ଟଙ୍କା ନେଇ ଆଉ ଦେଉ ନ ଥିବା ଅଭିଯୋଗରେ ରାଜସ୍ବ ନିରୀକ୍ଷକ କବିରାଜ ଚିନ୍ନାରାଙ୍କୁ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର ଅଫିସ,୭।୬- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେ ହେଲେ ପୋଲସରା ଥାନା ସୋଡ଼କ ଗ୍ରାମପଞ୍ଚାୟତ ମଦରଙ୍ଗାପଲ୍ଲୀ ଗ୍ରାମର ଗନ୍ଧର୍ବ ନାହାକ। ସୂଚନାଯୋଗ୍ୟ ଗନ୍ଧର୍ବ କୌଣସି କାମରେ ପୋଲସରା ଆସିଥିଲେ। ଫେରିବା ବାଟରେ ପୂର୍ବରୁ ପ୍ରସ୍ତୁତ…

ଜାତିର ଉନ୍ନତିରେ ଦେଶର ଉନ୍ନତି

ବଇଣ୍ଡା,୭।୬(ଡି.ଏନ.ଏ.)-ପୁରାତନ ସଂସ୍କୃତି ତଥା ସାମାଜିକ ଚଳଣିକୁ ଯେଉଁ ସମାଜ ଗୁରୁତ୍ୱ ଦେଇ ଆସୁଛି ସେହି ସମାଜର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ହେଲେ ବର୍ତ୍ତମାନ ଯୁବପିଢିମାନେ ପୁରାତନ ସଂସ୍କୃତି ତଥା ସମାଜର ନୀତିନିୟମକୁ ମାନୁ ନାହାନ୍ତି। ଏଥିପ୍ରତି ସମସ୍ତେ ଧ୍ୟାନ ଦେବା…

କପିଳାସ ଚିଡ଼ିଆଖାନାର ନୂତନ ଅତିଥି ‘ହିରୋ’

ଢେଙ୍କାନାଳ ଅଫିସ, ୭ା୬-ସମ୍ବଲପୁର-ଦେବଗଡ଼ ଜିଲା ମଧ୍ୟବର୍ତ୍ତୀ ବାମରା ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ ଶାବକ କପିଳାସ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରର ନୂତନ ସଦସ୍ୟ ପାଲଟିଛି। ଏକ ସ୍ବତନ୍ତ୍ର ମିନିଟ୍ରକ୍‌ରେ ଶୁକ୍ରବାର ଅପରାହ୍ନରେ ହାତୀ ଛୁଆକୁ ଅଣାଯାଇଛି। ହାତୀର ଆନୁମାନିକ ବୟସ ଦେଢ଼ବର୍ଷ…

ବର୍ଷାଦିନ ପୂର୍ବରୁ ହେଉ ରାସ୍ତା ନିର୍ମାଣ: ଜିଲାପାଳଙ୍କୁ ଭେଟିଲେ ଇଟାଗଡ଼ି ଗଁ। ଲୋକେ

ତିହିଡ଼ି, ୭।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଇଟାଗଡ଼ି ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ଯେଉଁ ରାସ୍ତା ଅଛି ତାହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର…

ଏନ୍‌ଏସି ସୁଇପରଙ୍କୁ ମିଳୁନାହିଁ ମାସିକ ମଜୁରି, ସୁଇପର ସଂଘ ଉପଜିଲାପାଳଙ୍କ ଦ୍ୱାରସ୍ଥ

ଭବାନୀପାଟଣା,୭।୬(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଧର୍ମଗଡ଼ ଏନ୍‌ଏସି ଆଉଟସୋର୍ସିଂ କମ୍ପାନୀ କାର୍ଯ୍ୟରେ ନିୟୋଜିତ କରିଥିବା ସୁଇପର କର୍ମଚାରୀଙ୍କୁ ଦରମା ମିଳୁ ନ ଥିବା ଓ ଇପିଏଫ ଆକାଉଣ୍ଟରେ ଟଙ୍କା ଜମା କରୁ ନ ଥିବା ଅଭିଯୋଗ ହୋଇଛି। ସୁଇପରମାନେ ଏଭଳି ଅଭିଯୋଗ ନେଇ…

ଘରପୋଡି କ୍ଷତିଗ୍ରସ୍ତଙ୍କୁ ସରକାରୀ ଆବାସ ଯୋଜନା ଦାବି

ଆନନ୍ଦପୁର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ନପଙ୍ଗା ଗ୍ରାମରେ ଅଗ୍ନିକାଣ୍ଡରେ ଗତ ମାର୍ଚ୍ଚ ୨୫ ତାରିଖରେ ୫ ପରିବାରର ୧୦ ବଖରା ଘର ପୋଡିଯାଇଥିଲା। ଗ୍ରାମର ବାବାଜି ଚରଣ ଦାସ, ରାମଚନ୍ଦ୍ର ଦାସ, ଅମରେନ୍ଦ୍ର ଦାସ, ସମରେନ୍ଦ୍ର ଦାସ…

ଜୀବନ ସହ ସଂଗ୍ରାମ କରୁଛନ୍ତି ମହିଳା: ଆର୍ଥିକ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି

ଆନନ୍ଦପୁର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ଶାଳଦେଇ ଗ୍ରାମର ୪୨ ବର୍ଷୀୟା ସୁବାସିନୀ ଓଝା ଟ୍ୟୁମରର ଶିକାର ହୋଇ ବିଛଣାରେ ପଡିରହିଛନ୍ତି। ୨ ବର୍ଷ ତଳେ ତାଙ୍କ ସ୍ବାମୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ତେବେ ସୁବାସିନୀ ଆନନ୍ଦପୁର ମୁଖ୍ୟ…

ଚେତୁନାହିଁ ବିଦ୍ୟୁତ ବିଭାଗ: ଅଭିନବ ଉପାୟରେ ବିଦ୍ୟୁତ ଯୋଗାଣ

କେନ୍ଦୁଝର,୭।୬(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଭାଲୁପାଳି ସାହିରେ ବିଦ୍ୟୁତ ଖୁଣ୍ଟ ଅଭାବରୁ ଏକ କଞ୍ଚା ବାଉଁଶରେ ବତା ସାହାଯ୍ୟରେ ତାରକୁ ଟେକି ବିଦ୍ୟୁତ ଯୋଗାଇ ଦିଆଯାଇଛି। ଉକ୍ତ ଗ୍ରାମରେ ଗତ ବର୍ଷ ମଧ୍ୟ ସମାନ ଭାବରେ ବାଉଁଶ…

ଟ୍ରାକ୍ଟର ଚାପାରେ ଶିଶୁ ପୁତ୍ରର ମୃତ୍ୟୁ: ଗାଁରେ ଉତ୍ତେଜନା

ପାଟଣା,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଦମାହୁଦା ପଞ୍ଚାୟତ ବେଲସରେଇ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଟ୍ରାକ୍ଟର ଚାପାରେ ଜଣେ ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ସେ ହେଲେ ବେଲସରେଇ ହୁଡ଼ିସାହିର ସୋରେନ ମୁଣ୍ଡାଙ୍କ ପୁଅ ସାଗର। ସାଗର ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?