ଆମ ଜିଲା ଖବର

ଶିକ୍ଷା ବିଭାଗର ବଡ଼ ପଦକ୍ଷେପ: ଖୋଲିବ ଆଉ ୫ ନୂଆ ଏନ୍‌ସିସି ବାଟାଲିଅନ

ଭୁବନେଶ୍ୱର,୧୭।୭: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ଆଉ ୫ ନୂଆ ମହିଳା ଏନ୍‌ସିସି ବାଟାଲିଅନ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ଏନ୍‌ସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି। ଚିଠିରେ କ୍ୟାଡେଟ୍‌ମାନଙ୍କ ଦକ୍ଷତା ବିକାଶ ଏବଂ ପ୍ରଶିକ୍ଷଣ…

ଦିଗପହଣ୍ଡିରେ ଖୋଲିବ ନୂଆ ସବଜଜ୍ କୋର୍ଟ, ନିଯୁକ୍ତି ପାଇଲେ  ବିଚାରପତି 

ଦିଗପହଣ୍ଡି,୧୭।୭(ଅଶେଷ ନାଥ ମିଶ୍ର): ରାଜ୍ୟ  ହାଇକୋର୍ଟ ଦିଗପହଣ୍ଡିରେ ଖୋଲିବାକୁ ଥିବା ନୂଆ ସବଜଜ୍ କୋର୍ଟ ପାଇଁ ବିଚାରପତି ନିଯୁକ୍ତ କରିଛନ୍ତି।ଗୁରୁବାର  ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶିତ ତାଲିକା ପ୍ରକାରେ ବର୍ତ୍ତମାନ କଟକ ଜିଲା ର ଆଠଗଡ ସବଜଜ୍ ଥିବା ମହାଶ୍ବେତା ପରିଜାଙ୍କୁ ଦିଗପହଣ୍ଡିର…

ବଢ଼ିପାଣିରେ ଭାସିଗଲେ ଅଷ୍ଟମ ଶ୍ରେଣୀ ଛାତ୍ର

ଢେଙ୍କିକୋଟ,୧୭ା୭(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍‌ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ଭୋଳବେଡ଼ା ପଞ୍ଚାୟତ ରାଇକୁଦୁରରେ ବନ୍ୟାପାଣି ଦେଖିବାକୁ ଯାଇଥିବା ଜଣେ ଛାତ୍ର ଭାସିଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ର ଜଣକ ହେଲେ କାଶୀସାହି ଚତୁରା ନାୟକଙ୍କ ପୁଅ ସଞ୍ଜୀବ କୁମାର…

ହଷ୍ଟେଲ ଛାତରୁ ଡେଇଁ ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ମାମଲା: ବିଦ୍ୟାଳୟର ୪ କର୍ମଚାରୀ ଗିରଫ

ଚମ୍ପୁଆ,୧୭ା୭(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଜଣେ ଛାତ୍ର ୪ ମହଲା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଘଟଣାର ୫ ଦିନ ପରେ ଚମ୍ପୁଆ ପୋଲିସ ୪ ଜଣ ବିଦ୍ୟାଳୟ କର୍ମଚାରୀଙ୍କୁ ଗିରଫ…

ସେଲଫି ନେବାବେଳେ ନଦୀରେ ଭାସିଗଲେ ଯୁବକ, ରହିଛି କଂଗ୍ରେସର ଓଡିଶା ବନ୍ଦ ଲିଙ୍କ

ଝାରସୁଗୁଡ଼ା ,୧୭।୭: ଝାରସୁଗୁଡ଼ା ଆକ୍ସିସ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ୨୭ ବର୍ଷୀୟ ଯୁବକ ଆଜି ସୋଢ଼ମାଳା ପଞ୍ଚାୟତ ଅନ୍ତର୍ଗତ ଏକ ଶିବ ମନ୍ଦିର ନିକଟରେ ସେଲଫି ନେବା ବେଳେ ଭେଡେନ ନଦୀରେ ଖସି ପଡ଼ି ନିଖୋଜ ହୋଇଛନ୍ତି। ନିଖୋଜ ଯୁବକଙ୍କ ନାମ…

ଟାର୍ଗେଟ୍‌ରେ ଥିଲେ ସୁରକ୍ଷାକର୍ମୀ: ଜଙ୍ଗଲରୁ ମିଳିଲା ୬୦୦ ଡିଟୋନେଟର

ବାଲିଗୁଡା,୧୭।୭:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଣ୍ଟି ନକ୍ସଲ ଅପରେସନ ମୁଖ୍ୟଙ୍କ ନିର୍ଦ୍ଦେଶରେ କନ୍ଧମାଳ ଏସ୍‌ପି ହରିଶ ବିଶିଙ୍କ ଦ୍ୱାରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ ଡିଭିଏଫ୍‌ ଯବାନ କୋମ୍ବିଂ ଅପରେସନ ବେଳେ ଗୁମ୍ମା ଜଙ୍ଗଲରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି।…

ଗିରଫ ପରେ ଚାକିରିରୁ ସସ୍‌ପେଣ୍ଡ ହେଲେ ପ୍ରଫେସର ସୁନା ସାର୍‌

ସମ୍ବଲପୁର,୧୭।୭: ସମ୍ବଲପୁର GM ବିଶ୍ୱବିଦ୍ୟାଳୟର ଏଜୁକେସନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନାଙ୍କୁ ଗୁରୁବାର ଚାକିରିରୁ ସସ୍‌ପେଣ୍ଡ କରାଯାଇଛି। ମହିଳା ଥାନା ଆଇଆଇସିଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ସୂଚନା ଯୋଗ୍ୟ, ସମ୍ବଲପୁର GM ବିଶ୍ୱବିଦ୍ୟାଳୟର ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ…

ଟାୟାର ଜାଳି ରାଜପଥ ଅବରୋଧ କଲେ କଂଗ୍ରେସ ନେତା: ଭିଡ଼ରେ ଫସିଲା ସ୍ବର୍ଗରଥ

ସାକ୍ଷୀଗୋପାଳ ୧୭।୭( କିଶୋର ମହାପାତ୍ର/ ପ୍ରଶାନ୍ତ ବାରିକ): FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସର ଓଡ଼ିଶା ବନ୍ଦ ପୁରୀ ଜିଲା ସତ୍ୟବାଦୀରେ ସଫଳ ହୋଇଛି। ସକାଳ ସାଢ଼େ ୯ଟାରୁ ଭୁବନେଶ୍ବର- ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଉପରେ ଟାୟାର…

ମେଡିକାଲରୁ ଚୋରି କରିନେଇଥିଲେ ବାଇକ, ହେଲା ୧୮ ମାସ ଜେଲ ଦଣ୍ଡାଦେଶ

ଭଞ୍ଜନଗର,୧୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏସଡିଜେ ଏମ ସୌମ୍ୟ ରଞ୍ଜନ ପୃଷ୍ଟି ଏକ ବାଇକ ଚୋରି ମାମଲାରେ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ କାହ୍ନୁ ବିଷୋୟୀଙ୍କୁ ଗୁରୁବାର ୧୮ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨…

ପୋଲିସ ଅଧିକାରୀଙ୍କୁ ଗାଁ ମଝିରେ ଅଟକ ରଖିଲେ ଗ୍ରାମବାସୀ

ପାଟଣାଗଡ଼,୧୭।୭: ଜଣେ ନାବାଳିକାଙ୍କ ମୃତ୍ୟୁର ତଦନ୍ତ ପାଇଁ ଯାଇଥିବା ୭ଜଣ ପୋଲିସ ଅଧିକାରୀଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲା ପାଟଣାଗଡ଼ ଅଞ୍ଚଳରୁ। ମିଳିଥିବା ସୂଚନା ମୁତାବକୁ, ମାସେ ତଳେ ଜଣେ ନାବାଳିକାଙ୍କ ମୃତ୍ୟୁ…

ତୁମୁଡିବନ୍ଧରେ ବନ୍ଦ ପ୍ରଭାବ: ଜନଜୀବନ ପ୍ରଭାବିତ

ତୁମୁଡିବନ୍ଧ,୧୭।୭(ଦୀପକ କୁମାର ପରାସେଠ):ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତିଙ୍କ ବନ୍ଦ ଡାକରାରେ କନ୍ଧମାଳ ଜିଲା ତୁମୁଡିବନ୍ଧ ପୁରା ବନ୍ଦ ଥିବା ଆଜି ଗୁରୁବାର ଦେଖିବାକୁ ମିଳିଛି। ତୁମୁଡିବନ୍ଧ ବ୍ଳକ କଂଗ୍ରେସ କମିଟିର…

ନିଜ ଦଳର ବିଧାୟକଙ୍କୁ ଗୋ ବ୍ୟାକ୍‌ କହିଲେ କଂଗ୍ରେସ କର୍ମୀ: ୨ ଗୋଷ୍ଠୀ ମୁହାଁମୁହିଁ

ଦାରିଙ୍ଗବାଡି,୧୭।୭(ଅରୁଣ ସାହୁ):ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ଶାଖା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ବ୍ଲକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri