ଆମ ଜିଲା ଖବର

ଜିଲାପାଳଙ୍କ ଆଦେଶର ଖୋଲାଖୋଲି ଅବମାନନା: ସଦରମହକୁମା ବାହାରେ ଥିଲେ ବିଡିଓ, ଦୁର୍ଘଟଣା ପରେ ସାମ୍ନାକୁ ଆସିଲା…

କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): ଲଘୁଚାପ ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ଅଫିସ ଖୋଲା ରହିବ ବୋଲି କଟକ ଜିଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଦେ ନିର୍ଦ୍ଦେଶନାମା ଜାରି କରିଥିଲେ। କଟକ ଜିଲା ସଦରମହକୁମାରେ ଅବସ୍ଥିତ ସଦର…

ସ୍ତ୍ରୀଙ୍କ ସହ ବୁଲିବାକୁ ଆସିଥିଲେ ବିଡିଓ, ଉଛୁଳା ନଦୀକୁ ଖସିପଡ଼ିଲା କାର୍‌, ପ୍ରବଳ ଜଳସ୍ରୋତରେ…

କୋଣାର୍କ,୨୬ା୭(ଜ୍ୟୋତିରାଜ ମହାନ୍ତି): ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ମେରାଇନ ଥାନା ଅନ୍ତର୍ଗତ ଲୋଟସ ରିସର୍ଟ ନିକଟ ରାମଚଣ୍ଡୀ ମୁହାଣ କୁଶଭଦ୍ରା ନଦୀରେ କାର ବୁଡି ଯାଇଥିଲା। କଟକ ସଦର ବିଡିଓ ପ୍ରତୀକ ସାହୁ (୩୩)ଓ ତାଙ୍କ ସ୍ତ୍ରୀ ରଶ୍ମୀ ସାହୁଙ୍କ ସହ ଶନିବାର…

ବାଇକ୍‌କୁ ରକ୍ଷା କରିବା ପାଇଁ ଯାଇ ପିଟିହେଲା ଦୁଇ ଟ୍ରକ୍‌: ଚାଲିଗଲା ୨ ଜୀବନ, ୨ ଗୁରୁତର

ନୟାଗଡ଼,୨୬ା୭(ଲୋକନାଥ ମିଶ୍ର): ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟାକରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ଏକ ବାଇକ୍‌କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ…

ଗୁଣିଆ ସନ୍ଦେହରେ ହାତଗୋଡ଼ ବାନ୍ଧି ନିସ୍ତୁକ ପିଟିଲେ, ଥାନାରେ ଏତଲା ପରେ…

ଦିଗପହଣ୍ଡି,୨୬ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର କେ.ପଞ୍ଚାନନଙ୍କୁ ଗୁଣିଆ(ତନ୍ତ୍ର ସାଧକ) ସନ୍ଦେହରେ ଗ୍ରାମର ବି. ନରସିଂହ,ବି. ପାଣ,ବି.କାଳିଆ, ବି.ସାବିତ୍ରୀ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ପଞ୍ଚାନନ ଦିଗପହଣ୍ଡି ଥାନାରେ ଏତଲା…

ଲଙ୍କାଧୂଆଁ ଦେଇ ନାଗସାପକୁ ଜଗିଲେ ୮ ଘଣ୍ଟା, ବର୍ଷାଦିନରେ ସମସ୍ୟା ଆଣୁଛି…

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ବର୍ଷାଋତୁରେ ଗାତଗୁଡ଼ିକରେ ପାଣି ଭର୍ତ୍ତି ହୋଇଯାଉଛି। ଫଳରେ ସାପମାନେ ଗାତ ଭିତରୁ ବାହାରି ଏଣେତେଣେ ଘୂରି ବୁଲୁଛନ୍ତି। ଏହି ସମୟରେ ସେମାନଙ୍କ ଆକ୍ରମଣରେ ଲୋକେ ମୃତ୍ୟୁବରଣ କରୁଛନ୍ତି। ଏଥିସହ ଲୋକେ ମଧ୍ୟ ସାପକୁ ବାଡ଼ାଇ ମାରିଦେଉଛନ୍ତି। ତେଣୁ ଅନ୍ୟ…

ବରଗଡ଼ ପୋଲିସର ବଡ଼ ଆକ୍ସନ: ୧୯୭୦ ବୋତଲ କଫ ସିରପ ସହ ନିଶାବଟିକା ଜବତ, ୩ଜଣଙ୍କୁ ବାନ୍ଧିଲା…

ବରଗଡ଼, ୨୬।୭(ପ୍ରେମାନନ୍ଦ ଖମାରୀ) – ବରଗଡ଼ ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର କରିଛି। ଶନିବାର ସକାଳେ ବରଗଡ଼ ଟାଉନ ଥାନା ପୋଲିସ ବରଗଡ଼ ସହରରୁ ୧୯୭୦ ବୋତଲ କଫ ସିରପ ଏବଂ ୧ହଜାର ନିଶା ବଟିକା ଜବତ କରିଛି।…

ଉପରମୁଣ୍ଡରେ ପ୍ରବଳ ବର୍ଷା: ବଢୁଛି ବୁଢ଼ାବଳଙ୍ଗ ଜଳସ୍ତର, ବନ୍ୟା ସ୍ଥିତିକୁ…

ବୈଶିଙ୍ଗା,୨୬ା୭(ରତନ ଦାଶ): ମୟୂରଭଞ୍ଜ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହିତ ବୈଶିଙ୍ଗା ଥାନା ଅର୍ନ୍ତଗତ ପାଟଳିପୁରା ପଞ୍ଚାୟତରେ ବୁଢ଼ାବଳଙ୍ଗ ଜଳସ୍ତର ବଢ଼ିଛି। ବନ୍ୟା ପରିସ୍ଥିତିକୁ ଆକଳନ କରି ପ୍ରଶାସନ ପକ୍ଷରୁ ତଳିଆ…

ବିପଦ ସଙ୍କେତ ପାର କଲା ବୈତରଣୀ , ଆଶଙ୍କାରେ ତଳିଆ ଅଞ୍ଚଳ

ଆନନ୍ଦପୁର,୨୬ା୭(ସୁଶାନ୍ତ କୁମାର ସାହୁ): ଲଘୁଚାପ ଜନିତ ପ୍ରବଳ ବର୍ଷା ପ୍ରଭାବରୁ ବଢୁଛି ବୈତରଣୀ ନଦୀର ଜଳସ୍ତର। ଶନିବାର ପୂର୍ବାହ୍ନ ୧୦ଟାରେ ଆନନ୍ଦପୁର ନିକଟରେ ବୈତରଣୀ ଜଳସ୍ତର ବିପଦ ସଙ୍କେତ ପାର କରିଛି। ଚମ୍ପୁଆରେ ୯୭.୨୦ ମିଲିମିଟର ବର୍ଷା ହୋଇଥିବା ବେଳେ ତା’ର…

ଲଗାଣ ବର୍ଷାରେ ପାଟଣା ଅଞ୍ଚଳ ବେହାଲ: ପୋଲ ଉପରେ ବର୍ଷାଜଳ, ଗମନାଗମନ ବ୍ୟାହତ

ପାଟଣା,୨୬ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀନାଳ ଫୁଲିବା ସହ କେତେକ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଗମନାଗମନ ପ୍ରବାହିତ ହୋଇଛି। ପାଟଣା ଦେଇ ପ୍ରବାହିତ…

ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲେ ଓଡ଼ିଆ ଝିଅ ଶୁଭସ୍ମିତା

ଛତ୍ରପୁର,୨୬/୭(ଦିଲ୍ଲୀପ ସାମଲ): ସ୍ବପ୍ନ ଯେତେ ବଡ଼ ହୋଇଥାଉନା କାହିଁକି ମନରେ ଯଦି ଦୃଢତା ଅଛି ତେବେ ସବୁ କିଛି ସହଜେ ହାସଲ ହୋଇଯାଏ। ଏକଥାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ୧୯ ବର୍ଷୀୟା ଛାତ୍ରୀ ଶୁଭସ୍ମିତା ପଣ୍ଡା।…

ଉନ୍ନୟନ କାମ ଦେଖି ଖୁସି ହେଲେ କେନ୍ଦ୍ରୀୟ ଅଧିକାରୀ: ବ୍ଲକ ପ୍ରଶାସନକୁ ଜଣାଇଲେ ଧନ୍ୟବାଦ

କେସିଙ୍ଗା,୨୬।୭(ତୁମେଶ୍ୱର ସାହୁ): ଦିଲ୍ଲୀରୁ ଓଡିଶା ଗସ୍ତରେ ଆସିଥିବା ଦୁଇ ଜଣ ଉଚ୍ଚ ପଦାଧିକାରୀ କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ଫଟକାମାଲ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ଜିଲା ପ୍ରଶାସନଙ୍କ ନେତୃବରେ ଜାତୀୟ ସ୍ତରୀୟ ପର୍ଯ୍ୟବେକ୍ଷକ ଦଳର ମିନିଷ୍ଟ୍ରି ଅଫ ରୁରାଲ ଡେଭଲପ…

ଭୟଙ୍କର ବନ୍ୟା ପରିସ୍ଥିତି, ଭାଙ୍ଗିଲା ବନ୍ଧ : ୨୦୦୦ ଏକର ଚାଷଜମି ଜଳମଗ୍ନ

ମୋରଡା,୨୬।୭(ସ୍ମାରକ ମାଜୀ): ଶୁକ୍ରବାର ହୋଇଥିବା ପ୍ରବଳ ବର୍ଷାର ପରିଣାମର କରୁଣ ପରିସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକରେ । ଉକ୍ତ ବ୍ଲକ ଅଧୀନ ଜମ୍ଭୀରା ନଦୀର ବଡାମପୁର ନଦୀ ବନ୍ଧ ଭାଙ୍ଗି ଯିବାରୁ ଦୁଇ ହଜାର ଏକର ଚାଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri