ଆମ ଜିଲା ଖବର

ତେଜିଲା ଆନ୍ଦୋଳନ: ଜାତୀୟ ରାଜପଥ ଅବରୋଧ କଲା ନାଗରିକ କମିଟି

ରେଢାଖୋଲ,୨୪।୭: ପାଉଁଶ ବୋଝେଇ ଡମ୍ଫର ଓଭରଲୋଡିଂକୁ ବିରୋଧ କରି ରେଢାଖୋଲରେ ଗୁରୁବାର ଆନ୍ଦୋଳନ କରାଯାଇଛି। ରେଢାଖୋଲ ନାଗରିକ କମିଟି ପକ୍ଷରୁ ରେଢାଖୋଲ ଭୀମ ଭୋଇ ଛକରେ NH-୫୫ ଅବରୋଧ କରାଯାଇଛି। ଆନ୍ଦୋଳନ ଯୋଗୁ ୫୫ ନମ୍ବର ଜାତୀୟ ରାଜପଥରେ ଶହ ଶହ…

ଜଗତସିଂହପୁରରେ ପୁଣି କୂଳ ଲଙ୍ଘିଲା ସମୁଦ୍ର, ୫୦୦ ମିଟର ଜନବସତି ଆଡ଼କୁ ମାଡ଼ି ଆସିଲା ପାଣି

ଏରସମା,୨୪।୭(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ବେଳାଭୂମିରେ ସମୁଦ୍ର ଜୁଆର ଉଗ୍ର ରୂପ ଧାରଣ କରିଛି। ଅମାବାସ୍ୟା ପ୍ରଭାବରେ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଣାଜୁଆର କୂଳ ଲଂଘିଛି।…

ବନ ବିଭାଗରେ ହାଜର ହେଲେ ଖଳନାୟକ

ଚଣ୍ଡିଖୋଲ,୨୪।୭(ପ୍ରଦୀପ୍ତ କୁମାର ପୃଷ୍ଟି):ମଞ୍ଚରେ ଅଜଗର ସାପ ଧରି ଯାତ୍ରା ପରିବେଷଣ କରିବା ତୁଳସୀ ଗଣନାଟ୍ୟର ଖଳନାୟକ ସାଜିଥିବା ଅଭିନେତା ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ପାଇଁ ମହଙ୍ଗା ପଡ଼ିଛି। ବନ ବିଭାଗ ନୋଟିସ ଅନୁସାରେ ଖଳନାୟକ ସାଇ ସତ୍ୟଜିତ୍‌ ବୁଧବାର ଯାଜପୁର ଜିଲା…

ବର୍ଷା ହେଲେ ବିଦ୍ୟାଳୟ ଯିବା ରାସ୍ତା କର୍ଦ୍ଦମାକ୍ତ, ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ଥୁଆମୂଳ ରାମପୁର,୨୪ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ନୂଆପଡ଼ା ପାଖ ବ୍ରିଜଠାରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଖାପାଖି ୨ଶହରୁ ୩ଶହ ମିଟର ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତା ସାରା ଖାଲଖମା ହୋଇରହିଥିବା ବେଳେ…

ଗନ୍ଧମାର୍ଦ୍ଦନ ପର୍ବତରେ ଫସିଥିଲେ ଛତିଶଗଡ଼ର ୧୭ ଶ୍ରଦ୍ଧାଳୁ, ୧୮ ଘଣ୍ଟା ପରେ ହେଲେ ଉଦ୍ଧାର

ପାଇକମାଳ,୨୪ା୭(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହନାଥ, ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଭୀମମଣ୍ଡୁଆ, ବାଲକୋ ଖାଦାନ ପାଖରେ ବୁଧବାର ଫସି ରହିଥିବା ୧୭ଜଣ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଉଦ୍ଧାର ଜରାଯାଇଛି। ଆଜି ସକାଳେ ଉଦ୍ଧାରକାରୀ ଦଳ ଶ୍ରଦ୍ଧାଳୁମାନଙ୍କୁ ପାଇବା ପରେ ତାଙ୍କୁ ଟିଫିନ…

ଲଗାଣ ବର୍ଷାରେ ଘର ଭାଙ୍ଗିଲା, ୩ ପରିବାର ବାସହରା

ନୂଆପଡ଼ା,୨୩ା୭ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ସିଆଲଲଟି ପଞ୍ଚାୟତ ଭାଲୁକୋନା ଗାଁରେ ଲଘୁଚାପଜନିତ ଲଗାଣ ବର୍ଷାରେ ଘର ଭାଙ୍ଗି ୩ ପରିବାର ବାସହରା ହୋଇଯାଇଛନ୍ତି। ସୂଚନା ଅନୁଯାୟୀ ଭାଲୁକୋନା ଗାଁର ବାବୁଲାଲ ଦୁରିଆ (୪୮)ଙ୍କ ୫ପ୍ରାଣୀ କୁଟୁମ୍ବ ୨…

ଆଶ୍ରମ ବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଘଟଣା: ୩୦ରେ ଆଦିବାସୀ କଲ୍ୟାଣ ସଂଘର ଆନ୍ଦୋଳନ

ନୂଆପଡ଼ା,୨୪।୭ (ମକାରୁ ବେମାଲ)-ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କୋମନା ବ୍ଲକ୍‌ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଜଣେ ଅଣଆଦିବାସୀ ଛାତ୍ର ଆତ୍ମହତ୍ୟା ଘଟଣାରେ ଜିଲା ପ୍ରଶାସନ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ…

୨୫ ଦିନରୁ ଉର୍ଦ୍ଧ ସମୟ ବିଏସଏନଏଲ ମୋବାଇଲ ସେବା ଅଚଳ: ତାତିଲେ ସିମନବାଡିର ଉପଭୋକ୍ତା

ଦାରିଙ୍ଗବାଡି, ୨୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଠାରେ ଗତ ୨୫ ଦିନରୁ ଉର୍ଦ୍ଧ ସମୟ ହେଲା ବିଏସଏନଏଲର ମୋବାଇଲ ନେଟୱାର୍କ ସେବା ଅଚଳ ହୋଇପଡିଛି। ଫଳରେ ଉପଭୋକ୍ତା ମାନେ ଅସୁବିଧା ଭୋଗୁଛନ୍ତି । ଯାହାକୁ ନେଇ ଗୁରୁବାର…

ପ୍ରବଳ ବର୍ଷା: ନୃସିଂହନାଥ ଭୀମ ମଣ୍ଡୁଆ ଉପରେ ଫସି ରହିଛନ୍ତି ୧୭ ଯାତ୍ରୀ, ଅଧା ବାଟରେ…

ପାଇକମାଳ, ୨୩।୭(ବଡ ଶତପଥୀ): ବରଗଡ଼ ଜିଲା ପାଇକମାଳ ନୃସିଂହ ନାଥ ପୀଠକୁ ଆସିଥିବା ୧୭ ଜଣ ଶ୍ରଦ୍ଧାଳୁ ନୃସିଂହନାଥ ଜଙ୍ଗଲ ଉପରେ ଥିବା ଭୀମ ମଣ୍ଡୁଆ ନିକଟରେ ଫସି ରହିଥିବା ଜଣାପଡିଛି। ପାଇକମାଳ ପୋଲିସ, ଜଙ୍ଗଲ ବିଭାଗ କର୍ମଚାରୀ, ଅଗ୍ନିଶମ ବିଭାଗ…

ଅସ୍ଥାୟୀ ପୋଲ ଉପରେ ପାଣି: ରାଇକିଆ-ଦାରିଙ୍ଗବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ, ଜୀବନକୁ ବାଜି ଲଗାଇ…

ରାଇକିଆ,୨୩।୭(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ିକୁପୁଡ଼ା ଠାରେ ଦାରିଙ୍ଗିବାଡି – ରାଇକିଆକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଛି…

ବଜ୍ରପାତରେ ଚାଲିଗଲା ୨ ଜୀବନ: ସହାୟତା ଯୋଗାଇ ଦେବାକୁ ବିଧାୟକଙ୍କ ନିର୍ଦ୍ଦେଶ 

ଭଞ୍ଜନଗର,୨୩।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଖାରିଗୁଡା ଗ୍ରାମର ବସନ୍ତ ଗୌଡ (୩୮) ବୁଧବାର ସାରେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଖବରପାଇ ଜିଲା ପରିଷଦ ଏମ୍‌ପି ପ୍ରତିନିଧି ଶିବ…

କଳାହାଣ୍ଡିରେ ପୁଣି ଅଜଗର ଉଦ୍ଧାର

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ପୁଣି ଏକ ଅଜଗର ସାପ ଉଦ୍ଧାର ହୋଇଛି। ଗତ ଶନିବାର ଜିଲାର କୋକସରା ବ୍ଲକ କାଉଡୋଲା ପଞ୍ଚାୟତ ଚାବୃପଡାରେ ଏକ ୭ ଫୁଟର ଅଜଗରକୁ ବନବିଭାଗ ଉଦ୍ଧାର କରିଥିଲା। ତେବେ ବୁଧବାର ଭବାନୀପାଟଣା ସ୍ଥିତ କୂଟରୁଖାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri