ବଦଳିଲା ଷ୍ଟ୍ରଙ୍ଗରୁମ୍
ପାରଳାଖେମୁଣ୍ଡି, ୧।୫(ସ୍ବ.ପ୍ର.): ବାତ୍ୟା ଫନୀକୁ ନଜରରେ ରଖି ପାରଳାଖେମୁଣ୍ଡି ସହରର ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଥିବା ଇଭିଏମ୍ଗୁଡିକୁ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ ଜିଲାପାଳ ଅନୁପମ ଶାହଙ୍କ ସମେତଙ୍କ ବିଭନ୍ନ ଦଳର…
ବିବାହ କାର୍ଯ୍ୟରୁ ଫେରୁଥିବା କାର୍ ଦୁର୍ଘଟଣାଗସ୍ତ
ପାପଡାହାଣ୍ଡି,୧।୫(ଡି.ଏନ୍.ଏ.): ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ଏକ କାର୍ ନବରଙ୍ଗପୁର ଜଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଫାଣ୍ଡି ନିକଟରେ ବୁଧବାର ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ଡ୍ରାଇଭର ବିଦ୍ୟା ହରିଜନ ଗୁରୁତର ହୋଇଛନ୍ତି। ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…
ବିଷଖାଇ ଯୁବକଙ୍କ ଆତ୍ମହତ୍ୟା
ଡାବୁଗାଁ, ୧।୫(ଡି.ଏନ୍.ଏ.): ଡାବୁଗାଁ ଜୟନ୍ତ ନଗରର ସୁରେନ୍ଦ୍ର ଖୁଣ୍ଟିଆ(୩୬) ବୁଧବାର ବିଷଖାଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ତାଙ୍କ ବଡ଼ଭାଇ ପ୍ରମୋଦ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ପ୍ରକାଶ ଯେ, ସୁରେନ୍ଦ୍ର ମଙ୍ଗଳବାର ରାତିରେ ନୂଆ ବସ୍ଷ୍ଟାଣ୍ଡସ୍ଥିତ ତାଙ୍କ ଦୋକନରୁ ଘରକୁ…
ଶ୍ରମିକଙ୍କ ସ୍ବାର୍ଥ ଦୃଷ୍ଟିରୁ ନୂତନ ଆଇନ୍ ଅଣାଯାଉ
ଜୟପୁର ୧।୫(ନି.ପ୍ର.): ବୁଧବାର ଜୟପୁରରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି। ନିର୍ମାଣ ଶ୍ରମିକ ମିଳିତ ସଂଘର ପକ୍ଷରୁ ଏହି ଅବସରରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ସଂଘ କାର୍ଯ୍ୟାଳୟରୁ ବାହାିଥିବା ଏହି ଶୋଭାଯାତ୍ରାରେ ମହିଳା ଓ ପୁରଷ …
ଗୁଣପୁରରେ ବିଶ୍ୱ ଶ୍ରମିକ ଦିବସ
ଗୁଣପୁର, ୧।୫(ଡି.ଏନ୍.ଏ.)-ରାୟଗଡା ଜିଲା ଗୁଣପୁରରେ ବୁଧବାର ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି। ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି। ଗୁଣପୁର ବେସରକାରୀ ମୋଟର କର୍ମଚାରୀ ସଂଘ ଏବଂ ଏଆଇସିସିଟିୟୁ ପକ୍ଷରୁ ଏହି ଅବସରରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା…
ଅପରକୋଲାବ ଯୋଜନା ଶ୍ରମିକ ସଂଘ ପକ୍ଷରୁ ଶ୍ରମିକ ଦିବସ
କୋଲାବନଗର, ୧।୫(ଡି.ଏନ୍.ଏ.)-ଅପରକୋଲାବ ଯୋଜନା ଶ୍ରମିକ ସଂଘ ପକ୍ଷରୁ ବୁଧବାର ଶ୍ରମିକ ଦିବସ ପାଳନ ହୋଇଯାଇଛି। ସଂଘର ସଂଘ କାର୍ଯ୍ୟାଳୟରେ ସ୍ଥାୟୀ ସଭାପତି ଦିନେଶ କୁମାର ମହାନ୍ତି ବୁଦବାର ସକାଳେ ସଂଘୀୟ ପତାକା ଉତ୍ତୋଳନ କରିଥିଲେ। ପରେ ସଂଘ ସଭାଗୃହରେ ଏକ ବୈଠକ…
ବାତ୍ୟା ଆଶ୍ରୟସ୍ଥଳୀରେ ଅସାମାଜିକଙ୍କ ଆଡ୍ଡା
ରାୟଗଡ଼(ଗଜପତି) ୧।୫(ଡି.ଏନ୍.ଏ.): ଗଜପତି ଜିଲା ରାୟଗଡ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ବାତ୍ୟା ଆଶ୍ରୟସ୍ଥଳି। ଯାହା ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଆଶ୍ରୟସ୍ଥଳୀଟି କାମରେ ଲାଗୁ…
ପ୍ରକଳ୍ପ ଅଛି, ପାନୀୟ ଜଳ ମିଳୁନି
ତେନ୍ତୁଳିଖୁଣ୍ଟି,୧।୫(ଡି.ଏନ.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ଗ୍ରାମପଞ୍ଚାୟତ ଖାତିଗୁଡାଠାରେ ଜଳଯୋଗାଣ ପ୍ରକଳ୍ପ ରହିଛି। କିନ୍ତୁ ଏହା ଲୋକଙ୍କ ଆବଶ୍ୟକତା ପୂରଣ କରି ପାରୁ ନାହିଁ। ପ୍ରକଳ୍ପ ଥାଇ ମଧ୍ୟ ବହୁ ସାହିବାସିନ୍ଦା ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି। ଏହି ପ୍ରକଳ୍ପ…
ଜିଲାରେ ଫନୀକୁ ନେଇ ଚାଷୀ ଚିନ୍ତିତ
ମାଲକାନଗିରି,୧।୫ (ଡି.ଏନ୍.ଏ.): ମାଡି ଆସୁଥିବା ବାତ୍ୟା ଫନୀକୁ ନେଇ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୩ରେ ଏହା ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ପ୍ରବେଶ କରିବ। ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା…
ମାଲକାନଗିରି: କେନ୍ଦୁପତ୍ରକୁ ଭୟ ଫନୀ
ମାଲକାନଗିରି,୧।୫ (ଡି.ଏନ୍.ଏ.): ମାଲକାନଗିରି ଜିଲାରେ ଗତ ଦୁଇସପ୍ତାହ ହେଲା ସରକାରୀ ଏବଂ ବେସରକାରୀ ସଂସ୍ଥା ଗୁଡିକ ବିଭିନ୍ନ ଅଞ୍ଚଳରୁ କେନ୍ଦୁପତ୍ର ସଂଗ୍ରହ କରିଛନ୍ତି। ବର୍ତ୍ତମାନ ପ୍ରାୟ ୭୦ ପ୍ରତିଶତ କେନ୍ଦୁପତ୍ର ବିଭିନ୍ନ ଫଡିରେ ଖରିଦ କରାଯାଇ ଶୁଖାଯାଇଛି। ଏହି ସମୟରେ ବାତ୍ୟା…
ନିଯୁକ୍ତି ଆଳରେ ଯୁବତୀଯୁବକଙ୍କୁ ଠକୁଛି ଟ୍ରଷ୍ଟ
ମାଲକାନଗିରି,୧।୫ (ଡି.ଏନ୍.ଏ.): ମାଲକାନଗିରି ଜିଲାରେ ପ୍ରତି ଗ୍ରାମରେ ବିଦ୍ୟାଳୟ ଖୋଲି ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦେବାପାଇଁ ସ୍ବାମୀ ବିବେକାନନ୍ଦ ଚାରିଟେବୁଲ ଟ୍ରଷ୍ଟ ନାମକ ଏକ ସଂସ୍ଥା ଖୋଲିଛି। ଏହି ସଂସ୍ଥା ଚାକିରି ପ୍ରଲୋଭନ ଦେଖାଇ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି। ସଂସ୍ଥାର…
କୃଷିଋଣ ଆଳରେ ବ୍ୟାଙ୍କ ଦେଉନି ମଜୁରି ଟଙ୍କା
ଜୟପୁର,୧।୫(ଡି.ଏନ୍.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଏନ୍ଆର୍ଇଜିଏସ୍) ରେ ମଜୁରୀ ଟଙ୍କା ବାବଦକୁ ଜମା ହୋଇଥିବା ରାଶି ବ୍ୟାଙ୍କଠାରୁ ପାଇପାରୁ ନାହାନ୍ତି ଜଣେ ଶ୍ରମିକ। ତାଙ୍କର କୃଷିଋଣ ରହିଥିବା ଦର୍ଶାଇ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଫେରାଇ…
Archives


