ଆମ ଜିଲା ଖବର

ମୃତ୍ୟୁର ୧୫ ବର୍ଷ ପରେ ବି ମିଳିଲାନି ନ୍ୟାୟ: ଟାଟା ସ୍ପଞ୍ଜ କାରଖାନା ଆଗରେ ଧାରଣା

ଯୋଡ଼ା, ୧୭।୫ (ଢି.ଏନ.ଏ.) – କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ କାରଖାନାରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ୧୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଛି। ଏଯାଏ ମୃତକଙ୍କ ପରିବାରକୁ ନ୍ୟାୟ ମିଳିନାହିଁ। ଏହି ଅଭିଯୋଗ ଆଣିଛନ୍ତି…

ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ

ଯୋଡ଼ା,୧୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ଖଣିଜ ଚୋରା କାରବାର ଥମିବାର ନାଁ ନେଉନାହିଁ। ଯୋଡ଼ା ଥାନା ତଥା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ଠାରେ ଗୁରୁବାର ୧୧ଟା ସମୟରେ ସନ୍ଦିଗ୍ଧ ଅବସ୍ଥାରେ ଯାଉଥିବା ୨ଟି ବାହାର ରାଜ୍ୟ ନଂ ୟୁପି ୫୪ଟି…

ଭୋଗ ପ୍ରସ୍ତୁତିରେ ବ୍ୟତିକ୍ରମ: ସ୍ବାଦ ହରାଇଛି ବଳଦେବଜୀଉଙ୍କ ଖେଚୁଡ଼ି; ମଇଁଷି ଘିଅ ବ୍ୟବହାର ହେଉନି

କେନ୍ଦୁଝର, ୧୭ା୫ କେନ୍ଦୁଝରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠକୁ ଘିଅ ପାଇଁ ପାହାଡ଼ର ୮ଟି ସ୍ଥାନରେ ମଇଁଷି ଗୋଠ ଥିଲା। ମଇଁଷି କ୍ଷୀରରୁ ଠାକୁରଙ୍କ ପାଇଁ ଘିଅ ପ୍ରସ୍ତୁତ କରାଯାଉଥିଲା। ବେଲ ବାହାଳି (ଆନନ୍ଦପୁର)ରୁ ଗୁଡ଼ ଓ ମୁଗ…

ଜଳିଗଲା ଲିଚୁ ବୋଝେଇ ଗାଡ଼ି

ଭଦ୍ରକ ଅଫିସ, ୧୭।୫ – ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ଲିଚୁ ବୋଝେଇ ଗାଡ଼ି ଜଳିଯାଇଛି। ଖବର ପାଇ ଭଣ୍ଡାରିପୋଖରୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ। ଏଥିପାଇଁ କିଛି ସମୟ ରାସ୍ତାରେ…

ଗୋଚର ଜମିରେ ଚିଙ୍ଗୁଡିଘେରି ପ୍ରସଙ୍ଗ: ୩ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ବାହାନଗା, ୧୭।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ବାଉଁଶଆଡ଼ିଆ, ଉପରଆଡ଼ିଆ ଅଞ୍ଚଳରେ ଥିବା ସରକାରୀ ଗୋଚର ଜମିରେ ଚିଙ୍ଗୁଡି ଘେରି ନିର୍ମାଣ ପ୍ରସଙ୍ଗ ଗତ ୪ ମାସ ଧରି କୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟ ୩ ମାସ ମଧ୍ୟରେ ନିଷ୍ପତ୍ତି…

ନାବାଳକଙ୍କ ପତ୍ତା ମିଳୁନି, ପ୍ରଶାସନର ସହାୟତା ଲୋଡ଼ିଲେ ପରିବାର ଲୋକେ

କେନ୍ଦୁଝର,୧୬ା୫(ସ୍ବ.ପ୍ର.): ଦୀର୍ଘ ଆଠଦିନ ହେଲା ଜଣେ ନାବାଳକ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି। ପରିବାର ଲୋକେ ଚାରିିଆଡ଼େ ଖୋଜାଖୋଜି କରିଥିଲେ ହେଁ ପାଇ ନ ଥିବାରୁ ପ୍ରଶାସନର ସହାୟତା ଲୋଡ଼ିଛନ୍ତି। ପ୍ରକାଶ ଯେ, କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ତଳକମ୍ପଡ଼ି କୁସୁମିତା ଗ୍ରାମର…

ଜମି ଦେବା ନାଁରେ ଠକେଇ : ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୧୬ା୫: ଜମି ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ବୁଧବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ଲୋଚପଡ଼ା ଶକ୍ତିନଗର ୫ ସାରଣୀର ଅଯୋଧ୍ୟା ପାଣିଗ୍ରାହୀ (୪୨)। ଗୁରୁବାର ଅଯୋଧ୍ୟାଙ୍କୁ କେସ ନମ୍ବର ୯୮/୧୯…

ସେବାୟତଙ୍କ ମଧ୍ୟରେ ବିବାଦ: ୪ ଦିନ ଧରି ବନ୍ଦ ରହିଥିଲା ମା’ ହରଚଣ୍ଡୀ ମନ୍ଦିର, ଦେବୋତ୍ତର ବିଭାଗ ହସ୍ତକ୍ଷେପ ପରେ ନୀତିକାନ୍ତି ଆରମ୍ଭ

ନିଶ୍ଚିନ୍ତକୋଇଲି,୧୬।୫(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତ ଛପଚିକଣା ମା’ ହରଚଣ୍ଡୀଙ୍କ ପୀଠରେ ନାଜିବନ୍ତ ସେବାୟତଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱକୁ କେନ୍ଦ୍ରକରି ଗତ ସୋମବାରଠାରୁ ମନ୍ଦିରରେ ତାଲା ପଡ଼ିଥିଲା। ଗୁରୁବାର ଦେବୋତ୍ତର ବିଭାଗର ହସ୍ତକ୍ଷେପ ପରେ ମନ୍ଦିର ଖୋଲାଯାଇ ନୀତିକାନ୍ତି ଆରମ୍ଭ…

ଆଜି ଜାତୀୟ ଡେଙ୍ଗୁ ଦିବସ : ଫନୀ ପରେ ସତର୍କ ରହିବାକୁ ପରାମର୍ଶ

ତିହିଡ଼ି,୧୬ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଡା.ଦେବସ୍ମିତା ତ୍ରିପାଠୀ ପୌରୋହିତ୍ୟ କରିଥିଲେ। ଏଥିରେ ଡା.ମଧୁସ୍ମିତା ଦାସ, ଡା. ପୁଷ୍ପଲତା ସ୍ବାଇଁ, ଡା.ସୌମ୍ୟରଞ୍ଜନ ଗାହାଣ,…

ବଳାରଙ୍ଗ ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ସୋନପୁର,୧୬।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ଥାନା ବଳାରଙ୍ଗ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ପ୍ରେମୀ ଯୁଗଳ ବିଷପାନ କରି ଆତ୍ମହତ୍ୟା କରିଛନ୍ତି। ସୂଚନାନୁଯାୟୀ, ଉକ୍ତ ଗ୍ରାମର ଅଚ୍ୟୁତ ଭୋଇ(୨୨)ଙ୍କର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ମାତ୍ର ଅଚ୍ୟୁତଙ୍କ…

ଝାଡ଼କୁସୁମି ଗ୍ରାମରେ ପାନୀୟ ଜଳ ସମସ୍ୟା: ୨୬ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ, କଳାହାଣ୍ଡି-ନବରଙ୍ଗପୁରକୁ ଯାତାୟାତ ଠପ୍‌

ପାପଡ଼ାହାଣ୍ଡି,୧୬।୫(ଡି.ଏନ୍‌.ଏ.): ପାନୀୟ ଜଳ ସମସ୍ୟା ନେଇ ଗୁରୁବାର ପାପଡ଼ାହାଣ୍ଡି ବ୍ଲକ ଝାଡ଼କୁସୁମି ଗ୍ରାମବାସୀ ୨୬ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ କଳାହାଣ୍ଡିଠାରୁ ନବରଙ୍ଗପୁର ଜିଲାକୁ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଗ୍ରାମରେ ମୋଟ…

ନୂଆ ଟ୍ରାନ୍ସଫର୍ମର ଲଗାଯାଉନି: ମାସେ ହେଲା ଜଳ ଯୋଗାଣ ବନ୍ଦ

ବଇଣ୍ଡା, ୧୬ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଡରପାଳ ପଞ୍ଚାୟତ ନତଡା ଗ୍ରାମରେ ଥିବା ଟ୍ରାନ୍ସଫର୍ମରଟି ମାସେ ହେଲା ପୋଡିଯାଇଛି। ହେଲେ ସେଠାରେ ନୂତନ ଟ୍ରାନ୍ସଫର୍ମର ଲଗାଯାଉ ନ ଥିବାରୁ ଗ୍ରାମକୁ ମାସେ ହେଲାଣି ଜଳଯୋଗାଣ ବନ୍ଦ ରହିଛି। ଏଥିଯୋଗୁ ଗ୍ରାମବାସୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri