ଗରାଏ ପାଣିକୁ ୧୦ଟଙ୍କା
ରାୟଗଡା ଅଫିସ୍, ୧୭।୫: ରାୟଗଡା ସହରର ରୟତ କଲୋନୀରେ ୧୩ଟି ଲେନ ରହିଛି। ୧୩ଟି ଲେନ ମଧ୍ୟରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଲେନରେ ଜଳ ଯୋଗାଣ ସହରର ଅନ୍ୟ ଅଞ୍ଚଳ ଭଳି ସ୍ବାଭାବିକ ରହିଛି। ହେଲେ ପଞ୍ଚମ ଠାରୁ…
ବରିଷ୍ଠ କଂଗ୍ରେସ ନେତା ଧନୁର୍ଦ୍ଧର ଆୟଚଙ୍କ ପରଲୋକ: ଶୋକ ପ୍ରକାଶ କଲେ ଜୟଦେବ ଯେନା
ହାଟଡିହୀ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଶଙ୍ଖଣା ଗ୍ରାମର ବରିଷ୍ଠ କଂଗ୍ରେସ ନେତା ଧନୁର୍ଦ୍ଧର ଆୟଚ(୬୬)ଙ୍କର ଗୁରୁୁୁବାର ଅପରାହ୍ନରେ ପରଲୋକ ଘଟିଛି। କିଛିଦିନଧରି ସେ ସ୍ବାସ୍ଥ୍ୟ ସମସ୍ୟାନେଇ କଟକର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି…
ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କଠାରୁ ନର୍ସଙ୍କ ଟଙ୍କା ଶୋଷଣ କରୁଥିବା ଅଭିଯୋଗ: ସ୍ଥାୟୀ ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ
ବାଲେଶ୍ୱେର ଅଫିସ, ୧୭।୫: ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ନର୍ସମାନେ ବିଭିନ୍ନ ସମୟରେ ପ୍ରସୂତିମାନଙ୍କଠାରୁ ବେଆଇନ ଟଙ୍କା ଶୋଷଣ କରୁଥିବା ଅନେକଥର ଅଭିଯୋଗ ହୋଇଆସୁଛି। ତେବେ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ବେଳେ ନର୍ସମାନଙ୍କୁ…
କାଳିଆପାଣି ଟାଟା କମ୍ପାନୀ ମାର୍କେଟରେ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
କାଳିଆପାଣି,୧୭।୫(ଡି.ଏନ୍.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ଥାନା ଅନ୍ତର୍ଗତ ଟାଟା କମ୍ପାନୀର ମାର୍କେଟର ଏକ ଦୋକାନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ସକାଳୁ କୌଣସି କାରଣରୁ ଟେସନାରୀ ଦୋକାନରେ ନିଆଁ…
ଦାଦନ ଖଟିବାକୁ ଯାଇଥିବା ଶ୍ରମିକ ନିଖୋଜ: ପ୍ରଶାସନ ପାଖରେ ଗୁହାରି କଲେ ଅସହାୟ ପରିବାର
ଭବାନୀପାଟଣା,୧୭।୫(ଡି.ଏନ୍.ଏ.): କଳାହାଣ୍ଡିରେ ଥମୁନି ଦାଦନ ଯନ୍ତ୍ରଣା। ଦାଦନ ଖଟିବାକୁ ଯିବାବେଳେ ଜଣେ ଶ୍ରମିକ ନିଖୋଜ ହୋଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ନିଖୋଜ ଶ୍ରମିକ ହେଲେ ଜୟପାଟଣା ବ୍ଲକ ରଣମାଲ ପଞ୍ଚାୟତ ଭୂର୍ଷିଗୁଡା ଗାଁର ଭରତ ଗହୀର (୪୨)। ଦାଦନ ଖଟିବାକୁ ଯାଉଥିବାବେଳେ…
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ଜୀବନଗଲା
ଭବାନୀପାଟଣା,୧୭।୫(ଡି.ଏନ୍.ଏ.): ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କାମଠଣା ବାଲିଜୋର ଛକରେ ଗୁରୁବାର ବିଳମ୍ବିିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛିି । ମୃତ ଯୁବକ ହେଲେ ଛତିଶଗଡ଼ର ଲାବନ ଗ୍ରାମର ଅଶୋକ କୁମାର ଘ୍ରିତଲହେରୀ (୩୪)।…
ଆକାଶରୁ ବର୍ଷୁଛି ନିଆଁ: ଜଗନ୍ନାଥପ୍ରସାଦ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ
ଜଗନ୍ନାଥପ୍ରସାଦ,୧୭।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ ଶୁକ୍ରବାର ଅତ୍ୟଧିକ ଗ୍ରୀଷ୍ମତାପ ଦେଖିବାକୁ ମିଳିଛି। ମଧ୍ୟାହ୍ନ ୧ଟାରୁ ୨ଟା ମଧ୍ୟରେ ତାପମାତ୍ରା ୪୧ରୁ ୪୩ ଡିଗ୍ରୀ ରହିଥିବା ଜଣାପଡ଼ିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆକାଶରୁ ନିଆଁ ବର୍ଷୁଥିବା ଜନସାଧାରଣ ପ୍ରକାଶ କରିଛନ୍ତି।…
୨୦୧୭ରେ ନୂଆସାହି ବଜାରରୁ ବୋଲୋରୋ ଚୋରି ଘଟଣା: ଦୁଇ ବର୍ଷ ପରେ ଅଭିଯୁକ୍ତ ଗିରଫ
କପ୍ତିପଦା,୧୭।୫(ଡି.ଏନ୍.ଏ.): ୨୦୧୭ ମସିହାର ଏକ ବୋଲେରୋ ଚୋରି ଘଟଣାରେ କପ୍ତିପଦା ପୋଲିସକୁ ସଫଳତା ମିଳିଛି। ଦୀର୍ଘ ଦୁଇ ବର୍ଷ ପରେ ପୋଲିସ ଅଭିଯୁକ୍ତ ଠାକୁରମୁଣ୍ଡା ଥାନା ଅଧୀନ ଖୁଣ୍ଟାପୋଷୀ ଗ୍ରାମର ଭୀମସେନ ମାଝିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିଭଳି…
ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲାରୁ ଡେଇଁ ରୋଗୀ ମୃତ
ଢେଙ୍କାନାଳ ଅଫିସ, ୧୭।୫: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଚତୁର୍ଥ ମହଲାରୁ ଡେଇଁବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟୁନା ବେହେରା(୨୨)। ଟୁନାଙ୍କ ଘର ଗଁଦିଆ ଥାନା ମହୂଲଖୋଳି ଗ୍ରାମରେ ବୋଲି ଜଣାପଡ଼ିଛି। ସେ ଗତକାଲି ରାତିରେ…
ବ୍ରାହ୍ମଣୀ ସ୍ରୋତରେ ଭାସିଗଲେ ଯୁବତୀ
ରାଜନଗର,୧୭।୫(ଡି.ଏନ୍.ଏ.): ରାଜନଗର ବ୍ଲକ ବନ୍ଧପଡ଼ା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଗୁରୁବାର ଜଣେ ଯୁବତୀ ଭାସି ଯାଇଥିଲେ। ଗ୍ରାମର ଲିଜାରାଣୀ ପ୍ରଧାନ ତାଙ୍କର ଦୁଇ ସାନଭଉଣୀଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି।…
ରାସ୍ତା କାମରେ ଅନିୟମିତତା ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି
ହାଟଡିହୀ,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀଠାରୁ ପନ୍ଦାଡୋ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା ହାଟଡିହୀ ହାଇସ୍କୁଲ ଛକଠାରେ ଥିବା ନାମଫଳକରେ ଲିଖିତ ନିୟମ ଅନୁସାରେ କାମ ହେଉନାହିଁ…
ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣା: ୩ ଗିରଫ, ୨ ଖଣ୍ଡା ଜବତ
ବ୍ରହ୍ମପୁର ଅଫିସ,୧୭।୫: ଗଞ୍ଜାମ ଜିଲା ବଡବଜାର ପୋଲିସ ଗୁରୁବାର ରାତିରେ ଟୁଟୁ ହାତୀ ହତ୍ୟାଉଦ୍ୟମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ଖଣ୍ଡା ଜବତ ହୋଇଛି। ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଟୁଟୁଙ୍କୁ ଏଭଳି ମରଣାନ୍ତକ ଆକ୍ରମଣ କରାଯାଇଥିବା ପୋଲିସ…
Archives


