ନିର୍ବାଚନ ପାଇଁ ସିଆରପିଏଫ୍ର ଫ୍ଲାଗମାର୍ଚ୍ଚ
ବାଲେଶ୍ୱର/ଜଳେଶ୍ୱର, ୨୭।୪(ଡି.ଏନ.ଏ.)-ବାଲେଶ୍ୱର ସହରରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସିଆର୍ପିଏଫ୍ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା। ଜିଲାରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନକୁ ଅବାଧ, ଭୟମୁକ୍ତ ଓ ଶାନ୍ତିପୂର୍ଣ୍ଣ ଭାବେ…
ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲ: ‘ଚୋରଙ୍କୁ ଖସାଇଛନ୍ତି ନିଜେ ଚୌକିଦାର’
ବାଲେଶ୍ୱର ଅଫିସ/ରେମୁଣା, ୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ନରହରିପୁର ପଡ଼ିଆରେ ଶୁକ୍ରବାର ଅପରାହ୍ନରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଥିଲେ, ବର୍ତ୍ତମାନ…
ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଭାଜପା କ୍ଷମତାକୁ ଆସିଲେ ଖଣି, ଚିଟ୍ଫଣ୍ଡ ଚୋର ଜେଲ୍ ଯିବେ
ଭଦ୍ରକ ଅଫିସ/ପଦ୍ମପୁର/ତିହିଡି, ୨୭।୪ (ଡି.ଏନ.ଏ.) – ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକ ଜିଲା ଗସ୍ତରେ ଆସି ଦଳୀୟ ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ମାଧବାନନ୍ଦ ମଲ୍ଲିକ, ବିଷ୍ଣୁ ସେଠୀ ଓ ଡା. ପ୍ରଦୀପ ନାୟକଙ୍କ ସମେତ ଭଦ୍ରକ ଲୋକ ସଭା…
ଧୂଷୁରୀରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ‘ସରକାର ପରିବର୍ତ୍ତନ ନିଶ୍ଚିତ’
ଧାମନଗର, ୨୭।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀର ଧୂଷୁରୀ ବାସନ୍ତୀ ପଡ଼ିଆରେ ଭାଜପାର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍ ଓରାମ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟରେ ଅପାରଗ ନବୀନ…
ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ସହ ମୋବାଇଲ ଛଡ଼ାଇନେଲେ ଲୁଟେରା
କେନ୍ଦୁଝର,୨୬ା୪(ସ୍ବ.ପ୍ର.):କେନ୍ଦୁଝର ମାଇନିଂଛକଠାରୁ ଡିମ୍ବୋ ରାସ୍ତା ମଧ୍ୟରେ ଥିବା ସାଇମନ୍ଦିର ନିକଟରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ଦେଖାଇ ୧୫ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇ ପଳାଇଲେ ଲୁଟେରା। ଖବର ଅନୁଯାୟୀ, ଗୁରୁବାର ରାତିରେ ଡିମ୍ବୋ ଗ୍ରାମର ଦିଲୀପ କୁମାର…
ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ଦୁର୍ବୃତ୍ତ
ପାଟଣା,୨୬ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ସଁରାପଶି ଗ୍ରାମରେ ବନ୍ଦ ପଡ଼ିଥିବା ଏକ ଆବାସିକ ଶିଶୁମନ୍ଦିର ପ୍ରକୋଷ୍ଠରୁ ଶୁକ୍ରବାର ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକଙ୍କୁ ଘର ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଯୁବକ…
ଚିନ୍ତା ବଢ଼ାଇଛି ପରବ ନାଁରେ ପଶୁ ଶିକାର:ଚଳିତ ବର୍ଷ ୧ ହଜାର ପଶୁ ହତ୍ୟା ସାଙ୍ଗକୁ ପୋଡ଼ାଯାଇଛି ଜଙ୍ଗଲ
ଜୟପୁର,୨୬।୪(ନି.ପ୍ର.)- ଚଇତି ପର୍ବ ପାଳନ ବେଳେ କୋରାପୁଟ ଜିଲାର ବିଭିନ୍ନ ଜଙ୍ଗଲରେ ଅବାଧ ପଶୁ ଶିକାର କରାଯାଉଛ। ଏହାଦ୍ୱାରା ବିଭିନ୍ନ ବିରଳ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଦିବାସୀଙ୍କ ମୁଖ୍ୟ ପରବ ହେଉଛି ଚଇତି। ପରମ୍ପରା ଅନୁଯାୟୀ, ଏହି ପର୍ବ…
କଣିହାଁରେ ଅମାନବୀୟ ଦୃଶ୍ୟ: ବସ୍ତା ପରି ବାଇକ୍ରେ ଜ୍ୱାଇଁଙ୍କୁ ବାନ୍ଧିନେଲେ
କଣିହାଁ, ୨୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକରେ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ଜ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକେ ମାଡ଼ ମାରି ଏକ ବାଇକ ପଛରେ ବସ୍ତା ପରି ବାନ୍ଧି ନେଉଥିବାର ଭିଡିଓ ସୋସିଆଲ…
ସକାଳୁଆ କାର୍ଯ୍ୟାଳୟ, ଚୌକି ଖାଲି
ବଅଁରପାଳ, ୨୬।୪ (ଡି.ଏନ୍.ଏ.)- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସରକାର ସକାଳୁଆ କରିଛନ୍ତି। ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ହିତାଧିକାରୀମାନେ ଯେପରି ତାତିରୁ ରକ୍ଷା ପାଇବା ସହ ସୁବିଧାରେ କାମ ହାସଲ କରି ଫେରିପାରିବେ ସେଥିପାଇଁ ସରକାର ଏପରି…
ହିଙ୍ଗୁଳା ଲୋକ ମହୋତ୍ସବର ୭ମ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଝୁମିଲେ ଦର୍ଶକ
ତାଳଚେର,୨୬।୪(ନି.ପ୍ର)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକମହୋତ୍ସବର ୭ମ ସା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ତାଳଚେର ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର, ସମ୍ମାନିତ ଅତିଥି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ହେମନ୍ତ କୁମାର ପଣ୍ଡା,…
କଡା ସୁରକ୍ଷା ବଳୟରେ ଭୋଟିଂ ମେଶିନ
ଆଠମଲ୍ଲିକ,୨୬।୩(ଡି.ଏନ.ଏ.)- ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ତେବେ ପ୍ରଶାସନ ତଥା ରିଟର୍ନିଂ ଅଫିସରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ମହାବିଦ୍ୟାଳୟ ପରିସର ଷ୍ଟ୍ରଙ୍ଗ୍ ରୁମରେ ଇଭିଏମ ଓ ଭିଭିପିଏଟି ମେଶିନକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି।…
ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ: ଦୁଇ ଜୀବନ ଗଲା ପରେ ଖୋଲିଲା ସ୍ବତନ୍ତ୍ର ୱାର୍ଡ
ଅନୁଗୋଳ ଅଫିସ, ୨୬।୪- ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ। ହଠାତ୍ ଏଭଳି ମାରାତ୍ମକ ରୋଗ ଆସିବା ଓ ଦୁଇ ଜଣଙ୍କ ଜୀବନ ନେବା ପରେ ସହରବାସୀ ଛାନିଆ ହୋଇପଡ଼ିଛନ୍ତି। ତେବେ ଅନୁଗୋଳରେ ଏପରି ରୋଗ ସମ୍ପର୍କରେ ମେଡିକାଲ–କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସ୍ପଷ୍ଟ…
Archives


