ଦନ୍ତା ଉତ୍ପାତରେ ବ୍ୟାପକ କ୍ଷତି
ବଡ଼ସାହି,୨୨ା୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦେଉଳିଆ ପଞ୍ଚାୟତ ଅଗାଶୋଳ ଗ୍ରାମର ୪ ଜଣ ଚାଷୀଙ୍କ ଧାନ କଳେଇକୁ ଦନ୍ତାହାତୀ ଖାଇବା ସହ ନଷ୍ଟ କରିଛି ା ହାତୀର ଗତିପଥ ଉପରେ ବନ ବିଭାଗ ଦୃଷ୍ଟି ଦେଉଥିଲେ ହେଁ ଅଦ୍ୟାବଧି…
ସମନ୍ବୟ ଅଭାବ:ମଣ୍ଡିରେ ପଡ଼ିଛି ଧାନ, ଆସୁନାହାନ୍ତି ମିଲର
ବାଲିକୁଦା,୨୨ା୧(ସ୍ବ.ପ୍ର.):ଇ-ଟୋକୋନ ମାଧ୍ୟମରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହିକ୍ରମରେ ବାଲିକୁଦାର ସମସ୍ତ ସମବାୟ ସମିତିରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ମାତ୍ର ଧାନ ସଂଗ୍ରହରେ ୩ଟି ସଂସ୍ଥାର ଦାୟିତ୍ୱ ଥିବାବେଳେ ମୁଖ୍ୟତ…
ଗୋରୁ ବୋଝେଇ ଗାଡି ଜବତ: ୧ ମୃତ, ୨ ଗୁରୁତର
ବାହାନଗା, ୨୨ା୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କୋଚିଆକୋଇଲି ପଞ୍ଚାୟତର ୭ ନମ୍ବର ୱାର୍ଡ କରଞ୍ଜେଇ ଗ୍ରାମ ରାସ୍ତାରୁ ଚୋରା ଚାଲାଣ ହେଉଥିବା ଗୋରୁ ବୋଝେଇ ୪୦୭ ଗାଡିକୁ ଗ୍ରାମର ଯୁବକ ଓ ଅନନ୍ତପୁର ଫାଣ୍ଡି ପୋଲିସ୍ ଜବତ କରିଥିଲେ। ଗାଡିରେ ଥିବା…
୫ବର୍ଷର ଶିଶୁକୁ ଛାଡି ମହିଳା ଫେରାର: ୨ ମାସ ପରେ ଉଦ୍ଧାର କଲା ଚାଇଲ୍ଡଲାଇନ
ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ଥାନା ଅନ୍ତର୍ଗତ ମହିଷାମୁଣ୍ଡା ଗ୍ରାମରୁ ଏକ ୫ବର୍ଷର ଶିଶୁକୁ ଜିଲା ଚାଇଲ୍ଡ ଲାଇନ୍ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲା। ସୋମବାର ସନ୍ଧ୍ୟାରେ ତାଙ୍କୁ ସୋରସ୍ଥିତ ପୁରୁବାଇ କନ୍ୟାଶ୍ରମକୁ ପଠାଇ ଦିଆଯାଇଛି। ଚମାରଗାଁ ପଞ୍ଚାୟତର…
ତହସିଲ ଆଗରେ ଆଦିବାସୀଙ୍କ ମେଳି
ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ତହସିଲ ଅନ୍ତର୍ଗତ ଆରୁହା ପଞ୍ଚାୟତର ନିମପୁରଠାରେ ସରକାରୀ ସ୍ଥାନକୁ ଜବରଦଖଲ କରି ରହିଥିବା ଆଦିବାସୀମାନେ ସେମାନଙ୍କ ନାମରେ ନାମିତ କରିବା ଲାଗି ଦାବି କରି ଆସୁଥିବା ବେଳେ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ବରଂ ୩ ଦିନ ମଧ୍ୟରେ…
୫୩ ଲକ୍ଷର ବକେୟା ବିଲ୍ ଆଦାୟ,୩୪୯ ଜଣ ଖିଲାପିଙ୍କ ବିଦ୍ୟୁତ୍ ବିଚ୍ଛିନ୍ନ
ବଇଣ୍ଡା,୨୧ା୧(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଓ କିଶୋରନଗର ବ୍ଲକର ବିଭିନ୍ନ ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ବକେୟା ସହ ଚଳିତ ମାସର ବିଲ୍ ବାବଦକୁ ମୋଟ୍ ୫୩ ଲକ୍ଷ ୨୦ ହଜାର ୨୬୮ ଟଙ୍କା ସେସୁ ଓ ଏନଜେନ ପକ୍ଷରୁ ଆଦାୟ କରାଯାଇଥିବା ସୂଚନା…
କଣିହାଁ କୋଇଲା ଖଣିରେ ଗଣ୍ଡଗୋଳ, ମାମଲା ରୁଜୁ
କଣିହାଁ,୨୧ା୧(ଡି.ଏନ.ଏ.)- ଏମ୍ସିଏଲ୍ର ଅନୁଗୋଳ ଜିଲା କଣିହାଁ କୋଇଲା ଖଣିରେ ପରିବହନ ବ୍ୟବସ୍ଥାକୁ ନେଇ ସୋମବାର ଉତ୍ତେଜନା ସୃଷ୍ଟି ଦେଖାଦେଇଥିଲା। ବାରମ୍ବାର ପ୍ରତିଶ୍ରୁତି ସତ୍ତ୍ୱେ ଖଣି କର୍ତ୍ତୃପକ୍ଷ ସମାଧାନ ବ୍ୟବସ୍ଥା କରୁ ନ ଥିବାରୁ ଉଚ୍ଚବାଚ ସହ ହାତାହାତି ହୋଇଥିଲା। ଏ ନେଇ…
ମୋବାଇଲ ଚୋରଙ୍କୁ ପୋଲିସ ଜିମା
ବନ୍ତ, ୨୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ସାପ୍ତାହିକ ହାଟଠାରେ ଜଣେ ମୋବାଇଲ ଚୋରଙ୍କୁ ଧରି ସ୍ଥାନୀୟ ଲୋକେ ପୋଲିସ ଜିମା ଦେଇଛନ୍ତି। ରବିବାର ସାନବର୍ଚ୍ଚିକୟାଁ ଗ୍ରାମର ଯୁଧିଷ୍ଠିର ଦାସ ବନ୍ତ ସାପ୍ତାହିକ ହାଟରେ ପରିବା କିଣୁଥିବା ବେଳେ ଜଣେ ଯୁବକ ତାଙ୍କ ପକେଟରୁ…
ଗଜଡିହୀ ଗ୍ରାମରେ ନିଆଁ ଲାଗି ଜଳିଗଲା ୩ ବଖରା
ବଡ଼ସାହି,୨୧ା୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ସୁହାଗପୁର ପଞ୍ଚାୟତ ଗଜଡିହୀ ଗ୍ରାମର ଖଗେଶ୍ୱର ବିନ୍ଧାଣୀଙ୍କ ଘରେ ନିଆଁ ଲାଗି ୩ ବଖରା ପୋଡି ପାଉଁଶ ହୋଇଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ଘରେ ନିଆଁ ଲାଗିବା ଦେଖି ଅଗ୍ନିଶମ ବିଭାଗକୁ ଖବର…
ଫାର୍ମ ହାଉସ୍ରେ ନିଆଁ ଲଗାଇଲେ ଦୁର୍ବୃତ୍ତ,ଶହେରୁ ଊର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ
ସଜନାଗଡ଼, ୨୧।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ଏକ ଫାର୍ମ ହାଉସ୍ରେ ନିଆଁ ଲାଗି ଶହେରୁ ଊର୍ଦ୍ଧ୍ୱ ଛେଳି ଜୀବନ୍ତ ଦଗ୍ଧ ହୋଇଥିବାର ଦେଖିବାକୁ ମିଳିଛି। ଆକ୍ରୋଶମୂଳକ ଭାବେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ନୀଳଗିରି…
ଡାକ୍ତର ନିଯୁକ୍ତି ଦାବିରେ ଗଣଧାରଣା
ଜଳେଶ୍ୱର,୨୧।୧(ଡି.ଏନ.ଏ./ସ୍ବ.ପ୍ର.)-ଜଳେଶ୍ୱର ବ୍ଲକର ରାଇବଣିଆ ଏକ ଆଦିବାସୀ ଅଧ୍ୟୁୁଷିତ ଅଞ୍ଚଳ। ଏହି ଅଞ୍ଚଳରେ ଥିବା ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ରାଇବଣିଆ ଅଞ୍ଚଳର ଜନସାଧାରଣ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚତ୍ତ…
ଅଣ୍ଡର ବ୍ରିଜ୍ ନିର୍ମାଣକୁ ନେଇ ଡିଆର୍ଏମ୍ଙ୍କୁ ଦାବିପତ୍ର ପ୍ରଦାନ, ବୁଧବାର କେସିଙ୍ଗା ସହର ବନ୍ଦ ଡାକରା
କେସିଙ୍ଗା,୨୧ା୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ରେଲଓ୍ବେ ଫାଟକ ନିକଟରେ ଅଣ୍ଡର ବ୍ରିଜ ନିର୍ମାଣକୁ ନେଇ କେସିଙ୍ଗା ସହର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ସମ୍ବଲପୁର ରେଳ ଡିଭିଜନ ଡିଆର୍ଏମ୍ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ହେଲେ ଏହା ତାଙ୍କ ହାତରେ ନ…

