ଆମ ଜିଲା ଖବର

ବ୍ରାହ୍ମଣୀ ଛାତିରେ ମାଫିଆ ରାଜ

ପରଜଙ୍ଗ, ୧୨।୨(ଡି.ଏନ.ଏ.) – ବ୍ରାହ୍ମଣୀ ଛାତିରେ ରାଜ୍‌ କରୁଛନ୍ତି ବାଲି ମାଫିଆ। ଏଥିପାଇଁ ନଦୀରେ ବନ୍ଧାଯାଇଛି ବାଲିବନ୍ଧ। ବଦଳାଯାଇଛି ଜଳସ୍ରୋତର ଦିଗ। ଦିନତମାମ ନଜର ଆଢୁଆଳରେ ରହି ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ। ଅପରାହ୍ନ ହେବା ମାତ୍ରକେ ଆରମ୍ଭ କରୁଛନ୍ତି ବାଲି…

ବାୟୁ ପ୍ରଦୂଷଣ ସଚେତନତା କର୍ମଶାଳା: ସଚେତନତା ହିଁ ନିୟନ୍ତ୍ରଣରେ ସହାୟକ ହେବ

ଅନୁଗୋଳ ଅଫିସ୍‌, ୧୨।୨ – ଦେଶର ୧୦୨ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ଅନୁଗୋଳ ଅନ୍ୟତମ। ଓଡ଼ିଶାରେ ଅନୁଗୋଳ ସମେତ ୭ଟି ସହର ଏହି ସର୍ବାଧିକ ପ୍ରଦୂଷିତ ବା ନନ-ଆଟେନ୍‌ମେଣ୍ଟ ତାଲିକାରେ ଅନ୍ତର୍ଭୁକ୍ତ। କଳକାରଖାନାରୁ ନିର୍ଗତ ଧୂଆଁ, କୋଇଲା ଖଣି, ରାସ୍ତା…

୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ, ସୁପ୍ତ ପ୍ରତିଭା ଜାଗ୍ରତ କରିବା ମହୋତ୍ସବର ଲକ୍ଷ୍ୟ

ଅନୁଗୋଳ ଅଫିସ୍‌, ୧୨।୨ – ଅନୁଗୋଳ ଷ୍ଟାଡିୟମଠାରେ ମଙ୍ଗଳବାର ୮ମ ଜିଲା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲାପାଳ ତଥା ସଂସ୍କୃତି ପରିଷଦ ଅଧ୍ୟକ୍ଷ ମନୋଜ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ…

ଦୁର୍ଗମ ଇଲାକାରେ ନେତା, ପ୍ରଶାସକ

କାମାକ୍ଷାନଗର, ୧୨।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଏକୁଲ, ସେକୁଲ, କୋଟ, ପୁଟିପାଳ ଗ୍ରାମରେ ମଙ୍ଗଳବାର ନେତା ଏବଂ ପ୍ରଶାସକ ପହଞ୍ଚତ୍ ଲୋକଙ୍କ ସମସ୍ୟା ବୁଝିଛନ୍ତି। ଅଧିକାରୀ ଏବଂ ଜନପ୍ରତିନିଧିମାନେ ସ୍ଥାନୀୟ…

ଲୁର୍ଦ୍ଦୁମେରୀଙ୍କ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୨।୨(ଡି.ଏନ୍‌.ଏ.)-ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗଁା ଠାରେ ଲୁର୍ଦ୍ଦୁମେରୀଙ୍କ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ ହୋଇଯାଇଛି। କଟକ ଡାଇଓସେସ୍ର ବିଶପ ଜୋହନ ବାରୱାଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ମଣ୍ଡଳୀରୁ ଆସିଥିବା ଯାଜକ ମାନଙ୍କ ଦ୍ୱାରା ଦିବ୍ୟଯଜ୍ଞ ଅନୁଷ୍ଠିତ ସହ ବାଇବଲ୍‌ ପଠନ, ସାମୂହିକ ପ୍ରାର୍ଥନା, ସଙ୍ଗୀତଗାନ…

ଫାଇନାନ୍ସ ଏଜେଣ୍ଟଙ୍କୁ ମାରଣାସ୍ତ୍ର ଦେଖାଇ ୧.୩୮ଲକ୍ଷ ଲୁଟ୍‌

ସୋରଡା,୧୨ା୨(ଡି.ଏନ୍‌.ଏ.)- ସୋରଡା-ଶିଙ୍ଗିପୁର ରାସ୍ତାା କେଶରା ଗ୍ରାମ ନିକଟରୁ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୨ଟାରେ ଏକ ଅର୍ଥଲଗାଣକାରୀ ସଂସ୍ଥାର ୨ କ୍ଷେତ୍ର କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୧ଲକ୍ଷ ୩୮ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ସୋରଡା ଥାନାରେ ଅଭିଯୋଗ ପରେ…

ରାସ୍ତା ଉପରେ ପରିବା ବିକ୍ରି, ରହୁନି ଡଷ୍ଟବିନ୍‌

ଛତ୍ରପୁର,୧୨ା୨(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ସାଇକେଲରେ ଛତ୍ରପୁର ଏନ୍‌ଏସି ବୁଲିଥିଲେ। ମଦ ଦୋକାନଠାରୁ ଆରମ୍ଭ କରି ଚା ଦୋକାନ, ପରିବା, ଛତୁ ଦୋକାନ, ଫାଷ୍ଟଫୁଡ୍‌ ଆଦିକୁ ଯାଇ ଜିଲାପାଳ ଯାଞ୍ଚ କରିଥିଲେ ା ସବୁଠି ଅବ୍ୟବସ୍ଥା…

ଦକ୍ଷିଣା ନ ଦେବାରୁ ଭକ୍ତଙ୍କୁ ଖଣ୍ଡାରେ ହାଣିଲେ: ୨ ପୂଜକ ଗିରଫ

ପୁରୁଷୋତ୍ତମପୁର,୧୨ା୨(ଡି.ଏନ୍‌.ଏ.)- ଗଞ୍ଜାମର ଇଷ୍ଟଦେବୀ ପୁରୁଷୋତ୍ତମପୁରସ୍ଥିତ ମା’ ତାରାତାରିଣୀଙ୍କ ପୀଠରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଦକ୍ଷିଣା ନ ଦେବାରୁ ଜଣେ ମହିଳା ଭକ୍ତଙ୍କୁ ପୂଜକ ଗାଳିଗୁଲଜ କରିବା ସହ ତାଙ୍କ ଜ୍ୱାଇଁଙ୍କୁ ଖଣ୍ଡାରେ ହାଣିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର…

ଡଙ୍କଲପାଡୁରେ ବସ୍‌ ଟ୍ରାଜେଡି: ଦ୍ରୌପଦୀଙ୍କୁ ସହାୟତା ପ୍ରତିଶ୍ରୁତି ଦେଲେ ଜିଲାପାଳ

ଗୋପାଳପୁର,୧୨ା୨-ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଗତ ରବିବାର ନିର୍ବନ୍ଧ ପାଇଁ ଯାଉଥିବା ଏକ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗିଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ଗ୍ରାମରେ କାନ୍ଦବୋବାଳି…

ସରକାରୀ ଜମିରେ ଛତୁଆ ପ୍ରସ୍ତୁତି କେନ୍ଦ୍ର: ତହସିଲ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ

କେନ୍ଦୁଝର,୧୨।୨ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବାଂଶପାଳ ବ୍ଲକ କୁମୁଣ୍ଡି ପଞ୍ଚାୟତ ତଳଜାଗର ଡୁମୁରିଡିହି ସାହିରେ ସରକାରୀ ଜମିରେ ବେଆଇନ ଭାବେ ଛତୁଆ ପ୍ରସ୍ତୁତି କେନ୍ଦ୍ର ହୋଇଥିବା ଅଭିଯୋଗ କରାଯାଇଛି। ଏ ନେଇ ସ୍ଥାନୀୟ କେତେଜଣ ଲୋକ ବାଂଶପାଳ ତହସିଲଦାରଙ୍କ ନିକଟରେ ଅଭିଯୋଗ କରି…

ଜମିବାଡ଼ି ବିବାଦରୁ ଶିକ୍ଷକଙ୍କୁ ହତ୍ୟା: ବାପ,ପୁଅ ଗିରଫ

ରାଇରଙ୍ଗପୁର,୧୨ା୨(ଡି.ଏନ୍‌.ଏ.): ଜମିବାଡି ବିବାଦକୁ କେନ୍ଦ୍ର କରି ଜଣେ ଶିକ୍ଷକଙ୍କୁ ସୋମବାର ସନ୍ଧ୍ୟାରେ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା(ନଂ.୬/୨୦) ରୁଜୁ କରି ହତ୍ୟାକାରୀ ମୟୂରଭଞ୍ଜ ଜିଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମବଣି ଗ୍ରାମର ମଦନ…

ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ କାରାଦଣ୍ଡ

ବାରିପଦା ଅଫିସ, ୧୨ା୨- ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍‌ସୋ କୋର୍ଟର ବିଚାରପତି ଇତିଶ୍ରୀ ମହାପାତ୍ର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ଯୁବକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସେହିଭଳି ଦୋଷୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?