ଆମ ଜିଲା ଖବର

ଦୃଢ଼ ଇଚ୍ଛାଶକ୍ତି ଦେଇଛି ପରିଚୟ

ବାସୁଦେବପୁର, ୮।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଏବେ ଐତିହାସିକ କାଳୀପୂଜାର ମାହୋଲ ଚାଲିଛି। ଜିଲାରେ ପଥର ମୂର୍ତ୍ତି ଏବଂ ପଥରରେ ନିର୍ର୍ମିତ ସାମଗ୍ରୀର ଚାହିଦା ରହିଛି। ଏହି ଶିଳ୍ପ କାରୁକାର୍ଯ୍ୟ ଲାଗି ପଥରଶିଳ୍ପୀ ମୁକ୍ତିକାନ୍ତ ନାୟକ(୩୨) ବେଶ୍‌ ଜଣାଶୁଣା।…

ଯନ୍ତ୍ରୀଙ୍କଠାରୁ ୫୦ ହଜାର ଲୁଟ

ଠାକୁରମୁଣ୍ଡା,୮ା୧୧(ଡି.ଏନ୍‌.ଏ.): କରଞ୍ଜିଆ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଏକ ଦୋକାନରେ ଜୋତା ପଲିସ କରୁଥିବା ବେଳେ ଗୁରବାର ଜଣେ ଯନ୍ତ୍ରୀଙ୍କ ୫୦ ହଜାର ଟଙ୍କା ଥିବା ବ୍ୟାଗ ଲୁଟ ହୋଇଥିବା ଅଭିଯୋଗ ହୋଇଛି। କରଞ୍ଜିଆ ଥାନା ପୋଲିସ ଏହି ଘଟଣାରେ ସନ୍ଦେହରେ…

ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି: ଧାରଣାରେ ବସିଲେ ଛାତ୍ରୀଛାତ୍ର

ବାରିପଦା ଅଫିସ,୮ା୧୧- ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ କିଛିଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ବୁଧବାର ବିଶ୍ୱବିଦ୍ୟାଳୟର ବିଏଡ଼ ଓ ଏମଏଡ଼ ବିଭାଗର ସମସ୍ତ ପ୍ରଥମ ବର୍ଷର ଛାତ୍ରୀଛାତ୍ରମାନେ ପରୀକ୍ଷା…

ନନ୍ଦନକାନନ ଗଲା ବଜ୍ରକାପ୍ତା

ବାରିପଦା ଅଫିସ, ୮ା୧୧- ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠସ୍ଥିତ ଆସନଯୋଡ଼ା ନିକଟସ୍ଥ ଏକ ଢାବାରୁ ଗତ ସେପ୍ଟେମ୍ବର ୨୯ରେ ବନ ବିଭାଗ ପକ୍ଷରୁ ଜବତ ହୋଇଥିବା ବଜ୍ରକାପ୍ତାକୁ ଗୁରୁବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଯାଇଛି। ଏକ ସ୍ବତନ୍ତ୍ର ପିଞ୍ଜରାରେ ଏହାକୁ…

ସ୍ବାସ୍ଥ୍ୟ ସେବା ସ୍ଥିତି ପରଖିଲେ ବିଧାନସଭା ଷ୍ଟାଣ୍ଡିଂ କମିଟି

ରାଇରଙ୍ଗପୁର/ବିଶୋଇ,୮ା୧୧(ଡି.ଏନ୍‌.ଏ.): ବିଧାନସଭା ସ୍ବାସ୍ଥ୍ୟ ବିଭାଗ ଷ୍ଟାଣ୍ଡିଂ କମିଟି ଗୁରୁବାର ରାଇରଙ୍ଗପୁର ଓ ବିଶୋଇ ଗସ୍ତ କରି ସ୍ବାସ୍ଥ୍ୟସେବା ପରଖିଛନ୍ତି। ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଅଧ୍ୟକ୍ଷତାରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ମୋରଡ଼ା ବିଧାୟକ ରାଜକିଶୋର ଦାସ, ସୁନ୍ଦରଗଡ଼ ବିଧାୟିକା…

‘ବୁଲ୍‌ବୁଲ୍‌’ ମୁକାବିଲା ଲାଗି ଜିଲା ପ୍ରଶାସନ ତତ୍ପର

ବାଲେଶ୍ୱର ଅଫିସ, ୮।୧୧-ବାଲେଶ୍ୱର ସ୍ଥାନୀୟ ସଦଭାବନା ସଭାଗୃହରେ ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ର ମୁକାବିଲା ନିମନ୍ତେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ଜରୁରୀକାଳୀନ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ବିଭାଗ…

ହାଟରେ ଚାଲିଛି ଜୁଆଖେଳ

ଖଇରା, ୮।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ହରିପୁର ପଞ୍ଚାୟତ ଅଧୀନ ଦୋମୁହାଁଣି ହାଟରେ ଏବେ ଜୁଆଖେଳ ବ୍ୟାପକ ଆକାର ଧାରଣ କଲାଣି। ଜୁଆଖେଳ ସାଙ୍ଗକୁ ମହୁଲି ମଦର ଆସର ମଧ୍ୟ ଜମୁଛି। ହାଟ ପାଳି ମଙ୍ଗଳବାର ଓ ଶୁକ୍ରବାର ଓଡିଶାର ବିଭିନ୍ନ…

ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ‘ମୋ ସ୍କୁଲ ଅଭିଯାନ’ ଅଧ୍ୟକ୍ଷା: ‘ପାଠପଢ଼ା ସହ ସାମାଜିକ କାର୍ଯ୍ୟରେ ବ୍ରତୀ ହୁଅ’

ବାଲେଶ୍ୱର ଅଫିସ/ସଜନାଗଡ଼, ୮।୧୧(ଡି.ଏନ.ଏ.)-‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଗୁରୁବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଛାତ୍ରୀଛାତ୍ରମାନଙ୍କର ପାଠପଢ଼ା ସମ୍ପର୍କରେ ବୁଝିଛନ୍ତି। ଏହାସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ସହଯୋଗ କରିବା ପାଇଁ ସେ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଛନ୍ତି।…

ହିନ୍ଦୋଳରେ କୋରାପୁଟ ଏମ୍‌ପି: ‘କଂଗ୍ରେସ ହିଁ ହୋଇପାରିବ ଭାଜପାର ବିକଳ୍ପ’

ହିନ୍ଦୋଳ, ୭।୧୧(ଡି.ଏନ.ଏ.)-କେନ୍ଦ୍ରରେ ଭାଜପା ସରକାର ଆସିବା ପରଠାରୁ ଦେଶର ଆର୍ଥିକ ଭିତ୍ତଭୂମି ଭୁଶୁଡ଼ି ଯାଇଛି। ଦେଖାଦେଇଥିବା ଏପରି ମାନ୍ଦାବସ୍ଥା କଂଗ୍ରେସ ସମୟରେ ନ ଥିଲା। ଦେଶରେ ନିଯୁକ୍ତି ଠପ୍‌ ହୋଇଯାଇଛି। ଦରଦାମ ଆକାଶଛୁଅଁା ହୋଇଛି। ଏହାର ପଛରେ ଭାଜପାର ଆର୍ଥିକ ନୀତି…

ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗ

ହିନ୍ଦୋଳ, ୭।୧୧(ଡି.ଏନ.ଏ.)-ହିନ୍ଦୋଳ ଥାନା ନୂଆକୋଟ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବୁଧବାର ରାତିରେ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଅଭିଯୋଗରେ ଦର୍ଶାଇଛନ୍ତି, ସେ ହିନ୍ଦୋଳ ଏନ୍‌ଏସି ପଟଣା ଗ୍ରାମର ଜଣେ ମାର୍ବଲ ମିସ୍ତ୍ରିଙ୍କ ନିକଟରେ ଦିନ ମଜୁରିଆ…

ବିଷୟ ଚୟନରେ ତ୍ରୁଟି ନେଇ ଅସନ୍ତୋଷ: ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀ

ଗୋପ, ୭।୧୧(ଡି.ଏନ୍‌.ଏ.)-ଗୋପ ବ୍ଲକ୍‌ ଅଧୀନ ସାରଡ଼ା ସ୍ଥିତ କୋଣାର୍କ ଜୁନିୟର ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନେ ଗୁରୁବାର କଲେଜ ସମ୍ମୁଖରେ ଧାରଣା ଦେଇଥିଲେ। ବିଷୟ ଚୟନରେ ତ୍ରୁଟି ଯୋଗୁ କଲେଜ ସମ୍ମୁଖରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଧାରଣା ଦେଇଥିବାବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ…

ଫଟା ପାଇପ୍‌, ଏନ୍‌ଏଚ୍‌ରେ ଭାସୁଛି ପାଣି: ଦୃଷ୍ଟି ଦେଉନି ଜନସ୍ବାସ୍ଥ୍ୟ ବିଭାଗ, ବଢୁଛି ଅସନ୍ତୋଷ

ଭଞ୍ଜନଗର,୭।୧୧(ଡି.ଏନ.ଏ.)- ଭଞ୍ଜନଗର ସହର ଦେଇ ଯାଇଥିବା ରାଞ୍ଚତ୍-ବିଜୟୱାଡ଼ା କରିଡ଼ରର ସ୍ଥାନୀୟ ଶ୍ରୀରାମନଗର ସେତୁ ଉପର ଦେଇ ଯାଇଥିବା ପାଣି ପାଇପ୍‌ ବହୁଦିନ ହେବ ଫାଟିଯାଇଛି। ଏଥିରୁ ପାଣି ବାହାରି ମୁଖ୍ୟ ରାସ୍ତାରେ ଭାସୁଛି। ଏହାର ପ୍ରଭାବରେ ରାସ୍ତା ଖରାପ ହେବାସହ ଖାଲଢ଼ିପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri