ଆମ ଜିଲା ଖବର

ମହାସିଂହ ପଞ୍ଚାୟତରେ ୨୯ଲକ୍ଷ ଟଙ୍କା ଘୋଟାଲା

ଫୁଲବାଣୀ ଅଫିସ, ୫ା୩- କନ୍ଧମାଳ ଜିଲାକୁ ଦୁର୍ନୀତି ପିଛା ଛାଡୁନାହିଁ । ସବୁଠୁ ବଡକଥା ଦୁର୍ନୀତି ନେଇ ଅଭିଯୋଗ ଆସିଲାପରେ ତଦନ୍ତ ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବାଲିଗୁଡା ବ୍ଲକରେ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ଘଟଣା ପଦାକୁ ଆସିବା…

ଆନ୍ଧ୍ର ଟ୍ରକ ଚାଳକଙ୍କୁ ମାଡ ମାରି ଲୁଟ, ୩ ଗିରଫ

ହିଞ୍ଜିଳିକାଟୁ,୫ା୩(ଡି.ଏନ୍‌.ଏ.) – ହିଞ୍ଜିଳି ଥାନା ବୁରୁପୋଡା ଛକରେ ରବିବାର ରାତି ପ୍ରାୟ ୯ରେ ଏକ ଆନ୍ଧ୍ର ଟ୍ରକ ଚାଳକଙ୍କୁ ଲୁଟେରା ଆକ୍ରମଣ କରି ମୋବାଇଲ ଓ ୫ହଜାର ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା। ପ୍ରକାଶ ଯେ, ରବିବାର ରାତିରେ ବୁରୁପୋଡା…

କଳା, ବାଣିଜ୍ୟ ବିଭାଗ ଭାଷା ପରୀକ୍ଷାରେ ୭ ମାଲପ୍ରାକ୍ଟିସ୍‌

ବ୍ରହ୍ମପୁର ଅଫିସ,୫ା୩ – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାର ଦ୍ୱିତୀୟ ଦିନ ବୁଧବାର କଳା ଓ ବାଣିଜ୍ୟ ବିଭାଗର ମାତୃଭାଷା ଓଡିଆ ଏବଂ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ଆଧୁନିକ ଭାରତୀୟ ଭାଷା (ବିକଳ୍ପ…

ଉଦ୍‌ଘାଟନ ପରଠୁ ବିଜୁ ପାଠାଗାରରେ ତାଲା

ଭଞ୍ଜନଗର,୫।୩(ଡି.ଏନ୍‌.ଏ.) – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଗୁରୁବାର ୧୦୪ତମ ଜୟନ୍ତୀ। ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଶାସନ କ୍ଷମତାରେ ଥିବାରୁ ବିଜୁ ଜୟନ୍ତୀଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ପାଳନ କରିବା…

ଗିରଫ ହେଲେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ: ମିଳିଲା ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି,  ୩ କୋଟି ୮୦ଲକ୍ଷର ହିସାବ ଦେଇ ପାରିଲେନି

ବ୍ରହ୍ମପୁର ଅଫିସ/ଗଞ୍ଜାମ,୫ା୩(ଡି.ଏନ.ଏ.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀ ବୁଧବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗ ପକ୍ଷରୁ ମଙ୍ଗଳବାର ଓ ବୁଧବାର ଅଧୀକ୍ଷଣ ଯନ୍ତ୍ରୀ ପାଢ଼ୀଙ୍କ ଗଞ୍ଜାମ ଓ ଭୁବନେଶ୍ୱରସ୍ଥିତ ଘର…

ସୁରକ୍ଷାକର୍ମୀଙ୍କୁ ଟ୍ରକ ଚପାଇ ହତ୍ୟା ଉଦ୍ୟମ: ଟ୍ରକ ଜବତ, ଚାଳକ ଗିରଫ

ବଡବିଲ, ୫।୩(ସ୍ବ.ପ୍ର.)-ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ଟ୍ରକ ଚପାଇ ହତ୍ୟା ଉଦ୍ୟମ କରାଯିବା ଅଭିଯୋଗକ୍ରମେ କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ଏକ ମାମଲା ରୁଜୁ କରି ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭର ଜୁଲୁ ବେହେରାଙ୍କୁ ଗିରଫ କରିଛି। ପୋଲିସ ସୂଚନା…

ନିଖୋଜ ନାବାଳିକାଙ୍କୁ ମିଳିଲା ଘର ଠିକଣା

କେନ୍ଦୁଝର, ୫ା୩ (ସ୍ବ.ପ୍ର.)-୪ବର୍ଷ ତଳେ ନିଖୋଜ ଥିବା ଜଣେ ୧୨ବର୍ଷୀୟା ନାବାଳିକା ଘର ଠିକଣା ପାଇ ମଙ୍ଗଳବାର ବାପା, ଭାଇ ନିକଟକୁ ଫେରିଆସିଛନ୍ତି। ତାଙ୍କୁ ଫେରି ପାଇ ପରିବାର ଲୋକ ଓ ଗ୍ରାମବାସୀ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ଘଟଣାଟି ଏହିପରି। ଉକ୍ତ…

ଫୁଲ ଚାଷ ଆଣିଛି ନୂଆ ଆଶା

କେନ୍ଦୁଝର, ୫ା୩ (ସ୍ବ.ପ୍ର.)-ପାରମ୍ପରିକ କୃଷିଠାରୁ ଚାଷୀମାନେ ମୁହଁ ଫେରାଇ କ୍ରମେ ଅଣପାରମ୍ପରିକ କୃଷି ପ୍ରତି ମନ ବଳାଉଛନ୍ତି। ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା ଆଦି କାରଣରୁ ଫସଲରେ ହେଉଥିବା କ୍ଷତି ରୋକିବା ପାଇଁ କେନ୍ଦୁଝର ଜିଲାର ସଦର ବ୍ଲକ ଅଞ୍ଚଳରେ କେତେକ…

ଆଜିଠୁ ଭଣ୍ଡାରିପୋଖରୀ ମୁନ୍‌ସୀ ମେଳଣ: ସମ୍ପର୍କ ଯୋଡ଼େ ଫଗୁଖେଳ

ଭଣ୍ଡାରିପୋଖରୀ,୫।୩(ଡି.ଏନ.ଏ.)- ଭଦ୍ରକ ଜିଲାର ପ୍ରସିଦ୍ଧ ଭଣ୍ଡାରିପୋଖରୀ ମୁନସୀ ମେଳଣ ଗୁରୁବାରଠାରୁ ଆରମ୍ଭ ହେବ। ଦୁଇଦିନ ଧରି ମେଳଣ ଚାଲିବ। ଏ ନେଇ ପୋଲିସ ଓ ମୁନସୀ ମେଳଣ କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଫଗୁ ରଙ୍ଗରେ ଭିଜିବେ ରାଧାଗୋବିନ୍ଦଜୀଉ ଠାକୁର।…

କାୟା ବିସ୍ତାର କରୁଛି ଜଣ୍ଡିସ୍‌ : ୨୦ ଆକ୍ରାନ୍ତ

ଉଦଳା,୫ା୩(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ନୂଆସାହି ଗ୍ରାମରେ ଜଣ୍ଡିସ୍‌ ଆତଙ୍କ ଦେଖାଦେଇଛି। ଗ୍ରାମର ୨୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏହି ରୋଗ ଦିନକୁ ଦିନ କାୟା ବିସ୍ତାର କରୁଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଆକ୍ରାନ୍ତଙ୍କ…

କୋଇଲା ବୋଝେଇ ବଗି ଛାଡ଼ି ଚାଲିଗଲା ଇଞ୍ଜିନ୍‌

ବସ୍ତା,୫।୩(ଡି.ଏନ.ଏ.)- ଦକ୍ଷିଣ-ପୂର୍ବ ରେଳପଥର ବସ୍ତା ଷ୍ଟେଶନ ନିକଟରେ ବୁଧବାର ସନ୍ଧ୍ୟା ୫ଟା ୫୦ ମିନିଟ୍‌ ସମୟରେ ଏକ କୋଇଲା ବୋଝେଇ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । କୋଇଲା ନେଇ ଯାଉଥିବା ଏହି ଟ୍ରେନ୍‌(ନଂ. ୩୨୪୨୧ )ରେ ମୋଟ ୫୮ଟି…

ଡେକାନ ୱାରିୟର୍ସ ଓ ଝାଡ଼େଶ୍ୱର ୱାରିୟର୍ସ ବିଜୟୀ

ବାଲେଶ୍ୱର ଅଫିସ,୫।୩- ବାଲେଶ୍ୱର ସହର ସ୍ଥାନୀୟ ପରମିଟ୍‌ ପଡ଼ିଆରେ ବାଲେଶ୍ୱର ପ୍ରିମିୟର ଲିଗ୍‌ ସିଜନ୍‌-୧୧ର ବୁଧବାର ସପ୍ତମ ଦିନରେ ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ୍‌ଟି ଡେକାନ ୱାରିୟର୍ସ ଓ ବାଲେଶ୍ୱର ଲାୟନ୍ସ ଏବଂ ଦ୍ୱିତୀୟ ମ୍ୟାଚ୍‌ଟି ଝାଡ଼େଶ୍ୱର ୱାରିୟର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?