ଟ୍ରଲର ଉପରେ କଟୁଛି ଦିନ

ଢେଙ୍କାନାଳ ଅଫିସ, ୨୯।୩ – ଗାଡ଼ି ଗଡ଼ିଲେ ପେଟକୁ ଦିମୁଠା ମିଳେ। ପରିବାର ଚଳେ। ଗାଡ଼ି ବନ୍ଦ ତ ଦାନାପାଣି ସବୁ ବନ୍ଦ। ପରିବାରକୁ ପଛକରି ସେମାନେ ଚାଲିଆସନ୍ତି। କେତେବେଳେ ପୁଣି ଫେରିବେ କିଛି ଠିକ୍‌ ଠିକଣା ନ ଥାଏ।
ଏମିତି ଧରାବନ୍ଧା ଜୀବନ। ହେଲେ କରୋନା ଏହାକୁ ବି ବିଗାଡ଼ି ଦେଇଛି, ଯାହାକୁ ନେଇ ଚିନ୍ତାରେ ହଜାର ହଜାର ଡ୍ରାଇଭର ଏବଂ ସେମାନଙ୍କୁ ସହଯୋଗ କରୁଥିବା ହେଲ୍‌ପର। ଲକ୍‌ଡାଉନ ଯୋଗୁ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ସେମାନେ। କେବେ କଟକଣା ହଟିବ ଆଉ ସେମାନେ ଘରକୁ ବାହୁଡ଼ିବେ ଏବେ ସେହି କଥା ସେମାନଙ୍କୁ ବ୍ୟତିବ୍ୟସ୍ତ କରୁଛି।
ଲକ୍‌ଡାଉନ୍‌ ଘୋଷଣା ହେବାପରେ ଢେଙ୍କାନାଳ ସହର ନିକଟ ୫୫ନଂ. ଜାତୀୟ ରାଜପଥର ଗୁଣ୍ଡିଚାପଡ଼ା ନିକଟରେ ୪ଦିନ ହେଲା ୩୦ରୁ ଊର୍ଦ୍ଧ୍ୱ ଟ୍ରଲର ଚାଳକ ଏବଂ ହେଲ୍‌ପର ଫସି ରହିଛନ୍ତି। ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ରରୁ ସମ୍ପୃକ୍ତ ଡ୍ରାଇଭରମାନେ ବିଭିନ୍ନ ସଂସ୍ଥାର ମାଲ୍‌ ଓଡ଼ିଶାରେ ପହଞ୍ଚାଇଥାନ୍ତି। ସେହିପରି ଫେରିବା ସମୟରେ ପାରାଦୀପରୁ ମାଲ୍‌ ଉଠାଇଥାନ୍ତି। ସମ୍ପୃକ୍ତ ଡ୍ରାଇଭରମାନେ ଖାଲିଗାଡ଼ି ନେଇ ପାରାଦୀପ ଯାଉଥିବାବେଳେ ଗୁଣ୍ଡିଚାପଡ଼ା ନିକଟରେ ଲକ୍‌ଡାଉନ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଫଳରେ ସେମାନେ ସେଠାରେ ଅଟକି ରହିଛନ୍ତି। ଡ୍ରାଇଭରମାନେ କହିଛନ୍ତି, ଢେଙ୍କାନାଳ ସୀମା ପୂର୍ବରୁ ରାସ୍ତାରେ ସେମାନଙ୍କୁ କେତେଜଣ ଯୁବକ ଅଟକାଇଥିଲେ। ବାହାର ରାଜ୍ୟରୁ ଆସିଥିବା କହି ଗାଡ଼ିର କାଚ ଭଙ୍ଗାରୁଜା କରିଥିଲେ। ଏ ନେଇ ସେମାନେ ଟ୍ରାନ୍ସପୋର୍ଟ ସଂସ୍ଥା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ କଟକଣା ନ ହଟିବା ଯାଏ ସେମାନେ ଯେଉଁଠି ଅଛନ୍ତି ସେଠାରେ ରହିବାକୁ ଟ୍ରାନ୍ସପୋର୍ଟ ସଂସ୍ଥା କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ନିଜପାଖରେ ଥିବା ଟଙ୍କା ସରି ସରି ଆଣିଲାଣି। ଅଟକିଥିବା ସ୍ଥାନରୁ ୨ କିମି ବାଟ ଚାଲି ଚାଲି ଯାଇ ଗ୍ରସେରି ସାମଗ୍ରୀ ଆଣିବାକୁ ପଡୁଛି। ୪ଦିନ ହେଲା ଟ୍ରେଲର ଉପରେ ରୋଷେଇ, ଖାଇବା, ଶୋଇବା ସବୁକିଛି ଚାଲିଛି ବୋଲି ସେମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ବିହାରର ଡ୍ରାଇଭର ପୁରୁଷୋତ୍ତମ କୁହନ୍ତ, ୩୦ ଜଣ ଚାଳକ ଏବଂ ହେଲ୍‌ପର ରାସ୍ତାରେ ଅଟକି ରହିଛୁ। ପରିବାର ଲୋକଙ୍କ କଥା ବେଶି ମନେ ପଡୁଛି। ସେମାନଙ୍କ ସହ ଫୋନ୍‌ରେ ଯୋଗାଯୋଗ କରିଛୁ। ସେମାନେ ବି ଆମମାନଙ୍କ ପାଇଁ ବ୍ୟସ୍ତ ହେଉଛନ୍ତି। ମାଲିକଙ୍କ ସହ ଯୋଗାଯୋଗ କରିବା ପରେ ଗାଡ଼ି ଛାଡ଼ିଦେଇ ପ୍ରଶାସନର ଅନୁମତି ନେଇ ଭଡ଼ା ଗାଡ଼ିରେ ପଳାଇ ଆସିବାକୁ ପରାମର୍ଶ ଦେଇଥିବା ପୁରୁଷୋତ୍ତମ କହିଛନ୍ତି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଫସି ରହିଥିବା ଡ୍ରାଇଭର ଏବଂ ହେଲ୍‌ପର ଚାହିଁଲେ ପ୍ରଶାସନ ପକ୍ଷରୁ ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା କରାଯିବ। ଏ ନେଇ ସେମାନଙ୍କ ସହ ଆଲୋଚନା କରି ଯାହା କିଛି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri