ଆମ ଜିଲା ଖବର

ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଲାଠୋର, ୬ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ମାରୱାଡି ଯୁବାମଞ୍ଚ ସଭାପତି ଶିତଲ ଅଗ୍ରୱାଲଙ୍କ ନେତୃତ୍ୱରେ ଲାଠୋର ଗ୍ରାମର ଗରିବ ପରିବାରଙ୍କୁ ରାଶନ ସାମଗ୍ରୀ ପ୍ରଦାନ କରାଯାଇଛି। ଲକଡାଉନ ଯୋଗୁଁ ଗରିବ ଲୋକେ ରୋଜଗାର ହରାଇ ସମସ୍ୟାରେ ରହିଛନ୍ତି। ଏହାକୁ…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬ମାସର ଦରମା ଦେଲେ ସରପଞ୍ଚ

ଲାଠୋର, ୬ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ସରପଞ୍ଚ ପ୍ରବୀଣ ଅଗ୍ରୱାଲ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬ ମାସର ଦରମା ଚେକ ଆକାରରେ ଖପ୍ରାଖୋଲ ତହସିଲଦାର ନିରଞ୍ଜନ ନାଏକଙ୍କ ଜରିଆରେ ପ୍ରଦାନ କରିଛନ୍ତି। ସେହିପରି ତୁରେକେଲା ବ୍ଳକ ହଲନଭଟା ପଞ୍ଚାୟତ…

ଦୁର୍ଦ୍ଦିନରେ ନିର୍ମାଣ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ: ସହାୟତାକୁ ଚାହିଁ ରହିଛନ୍ତି ୧.୩୭ ଲକ୍ଷ ନିର୍ମାଣ ଶ୍ରମିକ

ଯାଜପୁର ଅଫିସ, ୬ା୪: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ବଢ଼ି ଚାଲିଥିବାବେଳେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କଟକଣା ଯୋଗୁ ଅନେକଙ୍କୁ ଖାଦ୍ୟ ଚିନ୍ତା ଘାରିଛି। ବହୁ ଲୋକ ରୋଜଗାର ହରାଇଛନ୍ତି। ବିଶେଷକରି ନିର୍ମାଣ ଶ୍ରମିକ ଓ କ୍ଷୁଦ୍ର ବ୍ୟବସାୟୀମାନେ ବହୁଳ ଭାବେ…

ଗଞ୍ଜାମ ଜିଲା ପ୍ରଶାସନ ନଜରରେ ଭୁବନେଶ୍ବର ଫେରନ୍ତା

ଛତ୍ରପୁର,୬ା୪(ଡି.ଏନ୍‌.ଏ.)-ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସେଠାରୁ ଗଞ୍ଜାମ ଜିଲାକୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖାଯିବ। ଭୁବନେଶ୍ୱର ଫେରନ୍ତାଙ୍କ ଚିହ୍ନଟ କରି ତୁରନ୍ତ କ୍ୱାରାଣ୍ଟାଇନ୍‌ରେ ରଖିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ…

ସାମାଜିକ ଦୂରତ୍ୱକୁ ଗୁରୁତ୍ୱ, ଉଲ୍ଲଂଘନ କଲେ ଦୋକାନ ସିଲ୍‌

ଯାଜପୁର ଅଫିସ,୬ା୪: ଘାତକ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଯାଜପୁର ଜିଲାରେ ଲାଗୁ ହୋଇଥିବା ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ସଫଳ ହୋଇଛି। ଲୋକମାନେ ଏହାକୁ ସମର୍ଥନ କରି ଘରେ ରହିଥିବାରୁ ଜିଲାପାଳ ରଞ୍ଜନ କୁମାର ଦାସ ଜିଲାବାସୀଙ୍କ ଧନ୍ୟବାଦ ଜଣାଇଛନ୍ତି। ସୋମବାର…

ମା’ଙ୍କ ପ୍ରେରଣାରେ ମାସ୍କ ତିଆରି କଲେ ନର୍ସ

ସୋରଡା,୬ା୪(ଡି.ଏନ୍‌.ଏ.)- ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନର୍ସ ଜ୍ୟୋସ୍ନାରାଣୀ ମା’ଙ୍କ ପ୍ରେରଣାରେ ଘରେ ମାସ୍କ ତିଆରି କରୁଛନ୍ତି। ସକାଳୁ ପୋଲିସି ଥାନାର ସମସ୍ତ କର୍ମଚାରୀ, ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ମେଡିକାଲ କର୍ମଚାରୀଙ୍କୁ ସେ ଏହା ବଣ୍ଟନ କରୁଛନ୍ତି। ପ୍ରଧାନମନ୍ତ୍ରୀ, ମୂଖ୍ୟମନ୍ତ୍ରୀ, ଗଞ୍ଜାମ…

୫ ଶିକାରୀ ଗିରଫ, ବନ୍ଧୁକ ଜବତ

ସଜନାଗଡ଼,୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେଉଛି। କୁଲଡ଼ିହା ବନବିଭାଗ ପକ୍ଷରୁ ରବିବାର ରାତିରେ ପାଟ୍ରୋଲିଂ ସମୟରେ ୫ ଜଣ ଶିକାରୀଙ୍କୁ ଗିରଫ କରିବା…

ଲକ୍‌ଡାଉନରୁ ଶଟ୍‌ଡାଉନ ସ୍ଥିତି ଆଣନ୍ତୁ ନାହିଁ

ଫୁଲବାଣୀ ଅଫିସ, ୬ା୪- ସମଗ୍ର ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ଏବେ ବଢ଼ି ଚାଲିଛି। କନ୍ଧମାଳ ଜିଲାବାସୀଙ୍କୁ ଏଥିରୁ ସୁରକ୍ଷା ଦେବାକୁ ଜିଲା ପ୍ରଶାସନ, ପୋଲିସ୍‌ ପ୍ରଶାସନ, ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ…

ଏମ୍‌କେସିଜିରେ ସ୍ଥାପନ ହେଲା କରୋନା ପରୀକ୍ଷା ମେଶିନ

ବ୍ରହ୍ମପୁର ଅଫିସ,୬ା୪- ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ସୋମବାର କରୋନା ପରୀକ୍ଷା ମେଶିନ ସ୍ଥାପନ କରାଯାଇଛି। କଲିକତାରୁ ୨ ଜଣ ଇଞ୍ଜିନିୟର ସୋମବାର ସକାଳେ ଏମ୍‌କେସିଜି ମେଡିକାଲରେ ପହଞ୍ଚତ୍ଛନ୍ତି। ସେମାନେ ଉକ୍ତ ମେଶିନକୁ ମେଡିକାଲର ମାଇକ୍ରୋବାୟୋଲୋଜି ବିଭାଗରେ ସ୍ଥାପନ କରି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା

ନାଉଗଁା, ୬।୪ (ସ୍ବ.ପ୍ର.)-କୋଭିଡ୍‌-୧୯ର ମୁକାବିଲା ପାଇଁ ଫିଲ୍ମ ତାରକାଙ୍କଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଲୋକେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି କ୍ରମରେ ନାଉଗଁା ବ୍ଲକ…

କରୋନା ସନ୍ଦିଗ୍ଧଙ୍କ ସେବାରେ ନିୟୋଜିତଙ୍କୁ ପିପିଇ କିଟ୍‌ ଦେବ ପ୍ରଶାସନ: ପ୍ରସ୍ତୁତ କରୁଛନ୍ତି ମହିଳା ସଂଘ

ଛତ୍ରପୁର,୬ା୪(ଡି.ଏନ୍‌.ଏ.)- କରୋନା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସି ସେବା କରୁଥିବା ବ୍ୟକ୍ତିଙ୍କୁ ପିପିଇ (ବ୍ୟକ୍ତିଗତ ସୁରକ୍ଷା ଇକ୍ୟୁପ୍‌ମେଣ୍ଟ) କିଟ୍‌ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯିବ। କରୋନା ସଂକ୍ରମଣ ରୋକିବା ଲାଗି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସନ୍ଦିଗ୍ଧଙ୍କୁ ଚିହ୍ନଟଠାରୁ…

ନିୟମ ଫାଙ୍କି ଠିକାଦାର ଗିରଫ

ନୂଆଗାଁ, ୬।୪ (ଡି.ଏନ.ଏ.) ଦେଶରେ ଲକ୍‌ ଡାଉନ ଯୋଗୁ କଟକଣା ଲାଗିଛି। ଏହି ସମୟରେ ନିର୍ମାଣ କାମ ମଧ୍ୟ ବନ୍ଦ ରହିଛି। ହେଲେ ସୁନ୍ଦରଗଡ଼ ଜିଲା ନୂଆଗାଁରେ ରବିବାର ରାତିରେ ଜଣେ ଠିକାଦାର ଏହି ନିୟମ ନ ମାନିବା ତାଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?