ଆମ ଜିଲା ଖବର

ଦୁର୍ଗମ ଅଞ୍ଚଳ ନିୟମଗିରି ପାଦଦେଶର ଅଧିବାସୀଙ୍କୁ ସଚେତନ କଲେ ବିଡିଓ

ଲାଞ୍ଜିଗଡ,୧୮।୪(ଡି.ଏନ୍‌.ଏ):କରୋନା ମୁକାବିଲା ନେଇ ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସଚେତନ କରାଯାଇଛି। ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ନିୟମଗିରି ପାଦ ଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ କରୋନା ସମ୍ପର୍କରେ ଲୋକଙ୍କୁ ସତେନ କରିଛନ୍ତି। ତ୍ରିଲୋଚନପୁର…

ରାସ୍ତାରେ ବାଡ଼, ଫେରିଗଲା ଆମ୍ବୁଲାନ୍ସ

ବାମରା, ୧୮।୪ (ଡି.ଏନ.ଏ)- ସୁନ୍ଦରଗଡରେ ୨ଜଣ କରୋନା ପୋଜିଟିଭ ଚିହ୍ନଟ ହେବା ପରଠାରୁ ସୁନ୍ଦରଗଡ ଜିଲାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରାଯାଇଛି । ମାତ୍ର କେତେକ ସିଲ୍‌ ଥିବା ସ୍ଥାନରେ କୌଣସି ଜଗୁଆଳି ନ ଥିବା କାରଣରୁ ଅତ୍ୟାବଶ୍ୟକ…

କରୋନା ସଚେତନତା: ଚୌଦ୍ୱାର ଡାଳିଯୋଡ଼ା ସାହିତ୍ୟ ସଂସଦ ପକ୍ଷରୁ ମାସ୍କ ବଣ୍ଟନ

ଚୌଦ୍ୱାର,୧୮ା୪(ଡି.ଏନ୍‌.ଏ): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କଟକ ଜିଲା ଚୌଦ୍ୱାର ଡାଳିଯୋଡା ସାହିତ୍ୟ ସଂସଦ ପକ୍ଷରୁ ପଥଚାରୀଙ୍କୁ ମାସ୍କ ବଣ୍ଟନ କରାଯାଉଛି। ୫୫ ନଂ. ଜାତୀୟ ରାଜପଥର ଚୌଦ୍ୱାର ଥାନା ସମ୍ମୁଖରେ ସଂସଦର କର୍ମକର୍ତ୍ତାମାନେ ବିନା ମାସ୍କରେ ଚଳପ୍ରଚଳ କରୁଥିବା…

୨ ବଙ୍ଗୀୟ ଯୁବକଙ୍କୁ ଧରିନେଲା ପୋଲିସ

ନୂଆଗାଁ, ୧୮।୪ (ଡି.ଏନ.ଏ.)- ଦେଶ ଓ ରାଜ୍ୟ କରୋନା ପାଇଁ ଲକ୍‌ ଡାଉନ ରହିଛି। ହେଲେ ଗୁରୁବାର ସନ୍ଧ୍ୟାରେ ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ବିଶ୍ରା ଥାନା ଅନ୍ତର୍ଗତ ଟାଙ୍ଗରପାଲି ଗାଁକୁ ଏକ ପିକଅପ୍‌ ଭ୍ୟାନ (ଡବ୍ଲୁବି ୧୯ ଜେ- ୯୯୨୬)ରେ…

ନଈକୁ ଡେଇଁ ମଧ୍ୟ ଖସି ପାରିଲେନି ଅପରାଧୀ

ଝାରସୁଗୁଡା ଅଫିସ,୧୮ା୪- ଝାରସୁଗୁଡା ପୋଲିସ ଚୋରି ଅଭିଯୋଗରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନେ ହେଲେ ଝାରସୁଗୁଡ଼ା ସହର ସିରିଆ ବଗିଚା ଅଞ୍ଚଳର ମନିଷ ମୋର୍ଯ୍ୟ ଏବଂ ଟିଙ୍କୁ ବିଶୋୟୀ। ପୋଲିସ ପିଛା କରିବାରୁ ମନିଷ ବ୍ରିଜ ଉପରୁ ନଦୀକୁ…

ନିଜ ବେଳକୁ କଟକଣା ମାନୁନି ଜିଲା ପ୍ରଶାସନ

ଝାରସୁଗୁଡା ଅଫିସ,୧୮ା୪: କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପାଳନ କରାଯାଉଛି। ଲକଡାଉନ ସହିତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ବିଭିନ୍ନ ପରାମର୍ଷ ଓ କଟକଣା ମାନିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ଏହାକୁ ଖିଲାପ କରୁଥିବା ବ୍ୟକ୍ତିଙ୍କ ବିରୋଧରେ…

ନାଁକୁ କଟକଣା ପାଳନ: କଣ୍ଟାପଡ଼ାରେ ଅସାଧୁ ବ୍ୟବସାୟୀଙ୍କ ଢାଲ ପାଲଟିଛି ପରିବା ଓ ଗ୍ରୋସରୀ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

କଣ୍ଟାପଡା, ୧୮।୪(ଡି.ଏନ୍‌.ଏ.): କରୋନାର ଗୋଷ୍ଠୀ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାର ଲକ୍‌ଡାଉନ୍‌ କଟକଣା ଲଗାଇଛନ୍ତି। ଏହି ସମୟରେ କେବଳ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲାଯିବ ବୋଲି ନିର୍ଦ୍ଦେଶ ରହିଛି। ବିଶେଷକରି ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ପନିପରିବା,…

ଝାରସୁଗୁଡ଼ାରେ ୨୦ ତାରିଖ ସୁଦ୍ଧା କୋଭିଡ୍‌ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସରିବ

ଝାରସୁଗୁଡା ଅଫିସ,୧୮ା୪-ଝାରସୁଗୁଡା ସହରରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଳିଛି। ସହରର ମଙ୍ଗଳବଜାରସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ଏହି ହସ୍ପିଟାଲ କାର୍ଯ୍ୟ ଚାଲିଛି। ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ତଥା…

କବାଟ ଭାଙ୍ଗି ଟଙ୍କା, ସୁନାଗହଣା ଚୋରିକରିନେଲେ ଦୁର୍ବୃତ୍ତ; ପୋଲିସର ତଦନ୍ତ ଆରମ୍ଭ

ଦିଗପହଣ୍ଡି,୧୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀମପୁର ଶାସନ ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଗ୍ରାମର ଅମିତ ତ୍ରିପାଠୀ ସପରିବାର ସହ ଶୋଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ। ଆଲମାରିରୁ…

ବାଲେଶ୍ୱରରେ ଗ୍ରୋସରୀ ଦୋକାନୀଙ୍କ ଅଭିନବ ପଦକ୍ଷେପ: ଲଗାଇଲେ ‘ମାସ୍କ ନାହିଁ ତ ଜିନିଷ ନାହିଁ’ ପୋଷ୍ଟର

ବାଲେଶ୍ବର ଅଫିସ, ୧୮।୪-ରାଜ୍ୟରେ କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନାଠାରୁ ସୁରକ୍ଷା ଲାଗି ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ନାହିଁ ତ ଜିନିଷ ନାହିଁ ବୋଲି କେତେକ ଗ୍ରୋସରୀ ( ସଉଦା)…

ଚୌଦ୍ୱାର ପୋଲିସ ପକ୍ଷରୁ ‘ଫାଇଟ୍‌ ଏଗ୍‌ନେଷ୍ଟ କୋଭିଡ୍‌-୧୯’ ପୁସ୍ତକ ବଣ୍ଟନ:  ଘରେ ରହି ଫୋନ୍‌ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ ବରିଷ୍ଠ ନାଗରିକ

ଚୌଦ୍ୱାର,୧୮ା୪(ଡି.ଏନ୍‌.ଏ.): କରୋନା ଭଳି ଭୂତାଣୁରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ୱ ଏବେ ଉଦ୍‌ବେଗ ସ୍ଥିତିରେ ଗତିକରୁଛି। ଏଥିରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭକରି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଭୂତାଣୁକୁ ରୋକିବା…

କାର ଧକ୍କାରେ ମହିଳାଙ୍କ ଜୀବନ ଗଲା, ଝିଅ ଗୁରୁତର

ଝାରସୁଗୁଡା ଅଫିସ,୧୮।୪-ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିକଟସ୍ଥ କୁକୁରିକାନି ସରକାରୀ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରୁଥିବା ବେଳେ ଶନିବାର ଏକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି କୁତାବଗା ଗ୍ରାମର ୩୫ ବର୍ଷୀୟା ମହିଳା ଲତା ବେହେରା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?