ଥମୁନି ହାତୀ ଉପଦ୍ରବ: ରାସ୍ତା ଅବରୋଧ କଲେ ଗ୍ରାମବାସୀ
ଠାକୁରମୁଣ୍ଡା,୨୨।୧୨ (ଡି.ଏନ.ଏ.) -କେନ୍ଦୁଝର ଜିଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ଲାଗି ରହିଛି। ରାତି ହେଲେ ହାତୀପଲ ଜଙ୍ଗଲ ତଳି ଇଲାକାର ବିଭିନ୍ନ ଗ୍ରାମରେ ପଶି ଫସଲ ଉଜାଡୁଛନ୍ତି। ବନ କର୍ମଚାରୀ ହାତୀପଲକୁ ଘଉଡାଇବାରେ ସଫଳ...
ବିଭିନ୍ନ କଲେଜରେ ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଯାଞ୍ଚ
ବାଲେଶ୍ୱର ଅଫିସ, ୨୨।୧୨-ଭାରତ ସରକାରଙ୍କ ଯୁବନୀତି ୨୦୧୩ ଅନୁଯାୟୀ ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଏଫଏମ୍ କନିଷ୍ଠ ମହାବିଦ୍ୟାଳୟ ତରଫରୁ ଯୁକ୍ତ ୨ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରୀ ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଜିଲାସ୍ତରୀୟ ଯାଞ୍ଚ ହୋଇଥିଲା।...
କୋର୍ଟରୁ ଫାଇଲ୍ ଚୋରି: ଅଭିଯୁକ୍ତ ଅଟକ, ତଦନ୍ତ ଆରମ୍ଭ
ବାଲେଶ୍ୱର ଅଫିସ,୨୧।୧୨: ବାଲେଶ୍ୱର ସିଭିଲ ଜଜ୍ ଜୁନିୟର ଡିଭିଜନ୍ (ମୁନସିଫ୍) କୋର୍ଟର ନିର୍ବାଚନ ମିସ୍ କେସ୍ (ନଂ. ୧୬/୧୭)ର ଫାଇଲ୍ ଚୋରି ହୋଇଯାଇଥିବା ଶନିବାର ଜଣାପଡ଼ିଥିଲା। ସିସିଟଭି ଫୁଟେଜ୍କୁ ଆଧାର କରି ଅଭିଯୁକ୍ତଙ୍କୁ ଆଇନଜୀବୀମାନେ ଅଟକାଇଥିଲେ। ଦୀର୍ଘସମୟ ପଚରାଉଚରା ପରେ...
ହିଞ୍ଜିଳିକାଟୁରେ ଧାନମଣ୍ଡି ଉଦ୍ଘାଟନ କଲେ ଜିଲାପାଳ
ହିଞ୍ଜିଳିକାଟୁ,୨୧।୧୨(ଡି.ଏନ୍.ଏ.): ଖରିଫ ଧାନ ସଂଗ୍ରହ ପାଇଁ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶନିବାରଠାରୁ ଧାନମଣ୍ଡି ଉଦ୍ଘାଟିତ ହୋଇଛି। ପୂର୍ବାହ୍ନରେ ସମରଝୋଳ ପ୍ରାଥମିକ ସମବାୟ ସମିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଧାନମଣ୍ଡି ଉଦ୍ଘାଟନ କରିଥିଲେ।...
ପର୍ଯ୍ୟଟକଙ୍କ ମନ ମୋହୁଛି ଗୁରୁବେଡା ପିକନିକ୍ ସ୍ପଟ
ଯୋଡ଼ା,୨୧।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ବ୍ଲକର ଜଜାଙ୍ଗ ପଞ୍ଚାୟତର ବୈତରଣୀ ନଦୀ ଅବବାହିକାରେ ଅବସ୍ଥିତ ଗୁରୁବେଡା ପିକ୍ନିକ୍ ସ୍ପଟ। ଜଙ୍ଗଲ ଓ ପାହାଡଘେରା ପରିବେଷ୍ଟିତ ଏହି ପିକ୍ନିକ୍ ସ୍ପଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନେକକଙ୍କୁ ଆକର୍ଷିତ କରିଥାଏ। ପ୍ରତ୍ୟେକ ବର୍ଷ ଅନେକ...
ଲକ୍ଷ୍ମୀପଶି ହୁଡିରେ ତହସିଲଦାରଙ୍କ ଚଢ଼ାଉ: ପଥର ସହ ୨ ଟ୍ରାକ୍ଟର ଜବତ
ଚମ୍ପୁଆ,୨୧ା୧୨(ଡି.ଏନ.ଏ): ବାରମ୍ବାର ରାଜସ୍ବ ବିଭାଗ ଆଖିରେ ଧୂଳି ଦେଇ ପଥର ଓ ବାଲି ଚୋରା କାରବାର ବଢୁଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ରୁକ୍ଷ ମନୋଭାବ ପୋଷଣ କରାଯାଇଛି। କିଛିଦିନ ପୂର୍ବରୁ ଏହି ପଥର ହୁଡି ଉପରେ ତହସିଲଦାର ଆଲୋକ...
ବାଇକ୍ ଲୁଟ୍ ଘଟଣାରେ ୩ ଗିରଫ
ବଲାଙ୍ଗୀର ଅଫିସ,୨୧ା୧୨: ବାଇକ୍ ଲୁଟ୍ ଘଟଣାରେ ବଲାଙ୍ଗୀର ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାଟଣାଗଡ ଥାନା ଅନ୍ତର୍ଗି ସିଲେଟ୍ପଡା ଗ୍ରାମର ଭାସ୍କର ବନ୍ଛୋର ଓ ସାନନ୍ଦ ନାଏକ ଏବଂ ଲରମ୍ଭା ଥାନା...
ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ: ୬ ବଖରା ଜଳିଗଲା
ପଦ୍ମପୁର,୨୧।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲକ୍ଷ୍ମୀଦାସପୁର ପଞ୍ଚାୟତ ଶ୍ରୀବତ୍ସପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ଘରେ ଶନିବାର ଅପରାହ୍ନରେ ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ବଖରା ଘର ଜଳିଯାଇଛି। ସୂଚନା ଅନୁଯାୟୀ, କାର୍ତ୍ତିକଙ୍କ...
କାଇପଦର ଗାଁ ଦାଣ୍ଡରେ ଯୁବକଙ୍କୁ ନିସ୍ତୁକ ପିଟିବା ଭିଡିଓ ଭାଇରାଲ: ଜଣେ ଅଭିଯୁକ୍ତ ଗିରଫ
ଖୋର୍ଦ୍ଧା ଅଫିସ,୨୧।୧୨: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କାଇପଦର ଗ୍ରାମରେ ଜଣେ ଯୁବକଙ୍କୁ ନୃଶଂସ ଭାବେ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଛି। ବଙ୍ଗିଦାର ଉକ୍ତ ଯୁବକଙ୍କୁ କାଇପଦରର ଦୁଇଜଣ ଯୁବକ ଅପହରଣ କରି ଆଣିବା ପରେ ଗାଁ ଦାଣ୍ଡରେ...
ଗାଧୋଇବା ପାଇଁ ପାଣି ଗରମ କରୁଥିବା ବେଳେ ବିଦ୍ୟୁତ୍ ଆଘାତ, ଯୁବକ ମୃତ
ଖୋର୍ଦ୍ଧା ଅଫିସ,୨୧।୧୨: ଗାଧୋଇବା ପାଇଁ ପାଣି ଗରମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅନ୍ତର୍ଗତ ଅର୍ଜୁନପୁର ଗ୍ରାମର ପ୍ରିୟଦର୍ଶନ ବେହେରା(୧୭)। ଖୋର୍ଦ୍ଧା ଜିଲା ସଦର ମୁଖ୍ୟ...
ଯୁବକଙ୍କୁ ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଫେରାର ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,୨୧।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକେଇ ଗାଁର ଟୁନା ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଘଟଣାର ୪ ମାସ ପରେ ଶନିବାର ଅପରାହ୍ନରେ ପୋଲିସ ଗିରଫ କରିଛି। ସେ ହେଲେ କୁମରଡ଼ା ଗାଁର ଉତ୍ତମ ପ୍ରଧାନ(୩୫)।...
କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
କେନ୍ଦୁଝର,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଜାମଜୋଡି ପଞ୍ଚାୟତ ଅନ୍ତର୍ଗତ ମାନପୁର ଗ୍ରାମର ଏକ କୂଅରୁ ଶନିବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃ୍ତକ ଜଣକ ହେଲେ ମାନପୁର ଗ୍ରାମର ଲକ୍ଷ୍ମଣ ନାଏକ(୫୫)। ସୂଚନାଯୋଗ୍ୟ, ଲକ୍ଷ୍ମଣ ବୁଧବାରଠାରୁ ନିଖୋଜ...
Archives


