ବାଇକ୍‌ ଲୁଟ୍‌ ଘଟଣାରେ ୩ ଗିରଫ

ବଲାଙ୍ଗୀର ଅଫିସ,୨୧ା୧୨: ବାଇକ୍‌ ଲୁଟ୍‌ ଘଟଣାରେ ବଲାଙ୍ଗୀର ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାଟଣାଗଡ ଥାନା ଅନ୍ତର୍ଗି ସିଲେଟ୍‌ପଡା ଗ୍ରାମର ଭାସ୍କର ବନ୍‌ଛୋର ଓ ସାନନ୍ଦ ନାଏକ ଏବଂ ଲରମ୍ଭା ଥାନା ଗୁଞ୍ଜାଡିହି ଗ୍ରାମର ପ୍ରେମାନନ୍ଦ ଥପା। ସେମାନଙ୍କଠାରୁ ପୋଲିସ ଦୁଇଟି ଚୋରି ବାଇକ୍‌ ଉଦ୍ଧାର କରିଛି। ବାଇକ ଲୁଟ୍‌ ଘଟଣାକୁ ନେଇ ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଥିଲେ। ଗତ ନଭେମ୍ବର ୧୪ ତାରିଖ ଦିନ ବଲାଙ୍ଗୀର ସିଡିଏମ୍‌ଓ ଅଫିସ ନିକଟରୁ ସହର ପ୍ୟାଲେସ ଲାଇନ୍‌ର ପ୍ରେମାନନ୍ଦ ସାହୁଙ୍କ ବଜାଜ ପ୍ଳାଟିନା (ଓଡି୦୩ଜେ୯୮୬୩) ବାଇକ୍‌ ଚୋରି ହୋଇଯାଇଥିଲା। ଏ ନେଇ ସାହୁ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଏକ ମାମଲା (ନଂ. ୫୧୭/୧୯) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତରୁ ଉକ୍ତ ପ୍ଳାଟିନା ଚୋରି ବାଇକ୍‌କୁ ଗୁଞ୍ଜାଡିହି ଗ୍ରାମର ପ୍ରେମାନନ୍ଦ ଥପା କିଣିଥିବା ସୂଚନା ମିଳିଥିଲା। ପୋଲିସ ଉକ୍ତ ଚୋରି ବାଇକ୍‌କୁ ତାଙ୍କଠାରୁ ଜବତ୍‌ କରିବା ପରେ ଜେରା କରିଥିଲା। ଥପା ଉକ୍ତ ବାଇକକୁ ସିଲେଟ୍‌ପଡା ଗ୍ରାମର ଭାସ୍କର ଓ ସାନନ୍ଦଙ୍କଠାରୁ କିଣିଥିବା କହିଥିଲେ। ଏହାପରେ ପୋଲିସ ଟିମ୍‌ ସିଲେଟପଡାର ଉଭୟ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ସେଠାରୁ ଭାସ୍କର ଓ ସାନନ୍ଦଙ୍କୁ ଗିରଫ କରିଥିଲା। ସେଠାରେ ତଲାସୀ ନେବାବେଳେ ଏକ ହିରୋ ଆଇ-ସ୍କାର୍ଟ ବାଇକ୍‌ (ଓଡି୧୭ଇ ୧୪୩୧) ମିଳିଥିଲା। ଉକ୍ତ ବାଇକ୍‌କୁ ଉଭୟ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲି ଥାନା ଅଞ୍ଚଳରୁ ଚୋରି କରିଥିବା ସ୍ବୀକାର କରିଥିଲେ। ଶନିବାର ଖବରଦାତା ସମ୍ମିଳନୀରେ ଗିରଫ ତିନି ଅଭିଯୁକ୍ତ ଭାସ୍କର ଥପା, ସାନନ୍ଦ ନାଏକ ଓ ପ୍ରେମାନନ୍ଦ ଥପାଙ୍କୁ ହାଜର କରାଯାଇଥିଲ। ଖବରଦାତା ସମ୍ମିଳନୀରେ ଟାଉନ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟଚାଲାଣ  କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ବୁର୍ଡାରେ ପାଳିକରି ଜଳଯୋଗାଣ: ବଢୁଛି ଅସନ୍ତୋଷ

ଲୋଇସିଂହା,୩୦।୫(ସୁଶାନ୍ତ ବାରିକ):ନବଗଠିତ ଲୋଇସିଂହା ଏନଏସି ଅଧୀନ ବୁର୍ଡା ଗ୍ରାମରେ ଜଳଯୋଗାଣ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି ା ତେବ ଗ୍ରାମର ବିଭିନ୍ନ ପଡ଼ାକୁ ପାଳି କରି ପାଇପ…

ଖୋଲୁଛି ପୂର୍ତ୍ତ ବିଭାଗର ଦୁର୍ନୀତି ପୋଲ: ପି.ସି କାରବାର କଥା ଉଠାଇଲେ ଏମ୍‌ପି

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଏବେ ସହର ଉଠୁଛି ଓ ପଡୁଛି। ଘଟଣାକୁ ଶୁକ୍ରବାର ୪ଦିନ ବିତିଯାଇଛି। ହେଲେ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା: ବର୍ଷକ ପରେ ବି ଉଚ୍ଛେଦ ହୋଇପାରୁନି…

ଭୁବନେଶ୍ୱର,୩୦ା୫(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ…

ଆଜି ସାରା ରାଜ୍ୟରେ ବର୍ଷିବ: ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୩୦ା୫(ବନ୍ଦନା ସେଠୀ):କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ କମ୍‌ ରହିଛି। ଆସନ୍ତା ୬ଦିନ ଅର୍ଥାତ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ସେହିପରି…

ଚୁଟି ନାହିଁ ତ ହାଜିରା ନାହିଁ: ଫେସ୍‌ ସ୍କାନ୍‌ର ଅଜବ ସମାଧାନ ବାଟ ବାହାରକଲେ ଶ୍ରମିକ

ନୂଆଦିଲ୍ଲୀ,୩୦ା୫:ଲଣ୍ଡାହେବା ଯୋଗୁ ତେଲଙ୍ଗାନାର ଜଣେ ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକଙ୍କୁ ହାଜିରା ଆପ୍‌ ଚିହ୍ନିପାରି ନ ଥିଲା। ଶେଷରେ ସେ ଏହାର ଏକ ଅଜବ ସମାଧାନ ବାଟ ବାହାର କରିଥିଲେ।…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri