ଆମ ଜିଲା ଖବର

ପାଟଣା ଥାନାରେ ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ଘଟଣା: ତଦନ୍ତ ଦାବିକଲେ ଅଞ୍ଚଳବାସୀ

ପାଟଣା,୨୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ଜଣେ ୨୨ ବର୍ଷୀୟ ମୁଦାଲାଙ୍କୁ ଥାନା ଭିତରେ ଲାଠି ଓ ଗୋଇଠା ମାରୁଥିବାର ଭିଡିଓ ସୋମବାର ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ଘଟଣା ନିରପେକ୍ଷ ତଦନ୍ତ ପାଇଁ ଦାବି ହେଉଛି। ଏନେଇ…

ଶ୍ରୀଜିଉଙ୍କ ସ୍ନାନଯାତ୍ରା ନେଇ ଆରମ୍ଭ ହେଲା ବୈଠକ: ୧୦ ନିଯୋଗ ସହ ଆଲୋଚନା କରୁଛି ଶ୍ରୀମନ୍ଦିର ପ୍ରଶାସନ

ପୁରୀ ଅଫିସ,୨୧।୫: ଆସନ୍ତା ଜୁନ୍‌ ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନ ମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରିବେ ଦାରୁଦିଅଁ। ତେଣୁ ସ୍ନାନଯାତ୍ରାକୁ କିଭଳି ଭାବେ ଶୃଙ୍ଖଳିତ ଭାବେ କରାଯିବ ସେ ନେଇ ଗୁରୁବାର ୧୦ଟି ନିଯୋଗ ସହ ଆଲୋଚନା କରୁଛି ଶ୍ରୀମନ୍ଦିର…

ଓଲଟି ପଡ଼ିଲା ପ୍ରବାସୀ ଶ୍ରମିକଙ୍କ ବସ୍‌: ୪ ଗୁରୁତର

ବାଲେଶ୍ୱର ଅଫିସ,୨୧ା୫: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନସ୍ଥ ୫୬ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଗେଟ୍‌ ନିକଟରେ କେରଳରୁ ପଶ୍ଚିମବଙ୍ଗକୁ ୫୦ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ବେଳେ ଏକ ବସ୍‌ ଗୁରୁବାର ପୂର୍ବାହ୍ନରେ ଓଲଟି ପଡ଼ିଛି। ଏଥିରେ ୪…

ଅମ୍ଫନ ସମୟରେ ଜନ୍ମିତ ଶିଶୁକନ୍ୟାର ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ବାତ୍ୟା ଅମ୍ଫନ୍‌ ସମୟରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଓଡ଼ିଶାର ଅଗ୍ନିଶମ ବାହିନୀର ଉତ୍ସର୍ଗୀକୃତ ତଥା ମାନବୀୟ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ଗୁରୁବାର ଟୁଇଟ୍‌ କରି ଏକ ନବଜାତ ଶିଶୁକନ୍ୟାର ଉଜ୍ଜ୍ୱଳ ଭବିଷ୍ୟତ…

ଗୁଜରାଟରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସୁଥିବା ବସ୍‌ରେ ଜଣଙ୍କ ଜୀବନ ଗଲା

ଲଖନପୁର,୨୧ା୫(ଡି.ଏନ୍‌.ଏ.): ଗୁଜରାଟରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଏକ ବସ୍‌ ଆସିକା ଅଭିମୁଖେ ଆସୁଥିବାବେଳେ ଝାରସୁଗୁଡ଼ା ଜିଲା ଲଖନପୁର ୪୯ ନମ୍ବର ଜାତୀୟ ରାଜପଥରେ ବସ୍‌ ଭିତରେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତ ପ୍ରବାସୀ ଓଡ଼ିଆ ଜଣକ ଆସିକା ଅଞ୍ଚଳର…

ଶ୍ରମିକମାନଙ୍କୁ କରୋନା ସଚେତନତା

ବଅଁରପାଳ,୨୧।୫(ଡି.ଏନ୍‌.ଏ): ହିନ୍ଦ୍‌ ମଜଦୁରୁ ସଭା ସହ ଜଡ଼ିତ ନାଲକୋ ନନ୍‌ ଏକ୍ସ୍ୟୁଟିଭ୍‌(ଏନ୍‌ଏନ୍‌ଇୟୁ) ପକ୍ଷରୁ ଗୁରୁବାର ସକାଳେ ନାଲକୋ ସିପିପି ଫାଟକ ସମ୍ମୁଖରେ ଶ୍ରମିକମାନଙ୍କୁ କରୋନା ସଚେତନତା କରାଯାଇଛି। ୟୁନିୟନର ସଭାପତି ରଜନୀ କାନ୍ତ ସିଂଙ୍କର ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ଅମ୍ଫନ୍‌ ବାତ୍ୟା ପ୍ରଭାବ: ବରୀ ପୋଲିସ ପ୍ରଶାସନ ପକ୍ଷରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ

ରତ୍ନଗିରି,୨୧।୫(ଡି.ଏନ୍‌.ଏ): କରୋନା ସମୟରେ ମହାଯୋଦ୍ଧା ପାଲଟିଥିବା ପୋଲିସ ପ୍ରଶାସନ ଏବେ ଅମ୍ଫନ୍‌ ବାତ୍ୟାରେ ସଫେଇ କାର୍ଯ୍ୟକ୍ରମକୁ ନିଜ ହାତକୁ ନେଇଛି। ଗୁରୁବାର ବରୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପୋଲିସ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ବରୀ ଥାନାଧିକାରୀ ମାର୍କଣ୍ଡ ଚନ୍ଦ୍ର ମିଶ୍ରଙ୍କ…

CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର,୨୧।୫: ରାଜ୍ୟରେ ଗୁରୁବାର ସକାଳେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ୮୫ ବର୍ଷୀୟ ହୋଇଥିବା ବେଳେ ସେ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛିି। ତେବେ ଏହାକୁ ମିଶାଇ ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ରେ…

ଅଗ୍ନିଶମ ଗାଡ଼ିରେ ଜନ୍ମ ନେଲା ଶିଶୁକନ୍ୟା

ମହାକାଳପଡ଼ା,୨୧।୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ବାତ୍ୟା ଅମ୍ଫନ୍‌ ସମୟରେ ବୁଧବାର ଅଗ୍ନିଶମ ବିଭାଗ ଗାଡ଼ିରେ ଏକ ଶିଶୁକନ୍ୟା ଜନ୍ମ ହୋଇଛି। ବାତ୍ୟା ପବନ ଚାଲିଥିବା ସମୟରେ ବ୍ଲକ ଅନ୍ତର୍ଗତ ଜହ୍ନରା ଗଁାର ଜାନକୀ ସେଠୀ(୨୦)ଙ୍କ ପ୍ରସବଜନିତ ଯନ୍ତ୍ରଣା ହୋଇଥିଲା। ପରିବାର…

କାକଟପୁର ମଙ୍ଗଳା ମନ୍ଦିରରୁ ଉଡ଼ିଗଲା ବାନା

କାକଟପୁର,୨୧।୫(ଡି.ଏନ.ଏ): ବାତ୍ୟା ଅମ୍ଫନ ପ୍ରଭାବରେ ବୁଧବାର କାକଟପୁରର ମା’ ମଙ୍ଗଳା ମନ୍ଦିର ଚୂଡ଼ରେ ଲାଗିଥିବା ବାନା ଉଡ଼ିଯାଇଛି। ମଙ୍ଗଳବାର ରାତିରୁ ବାତ୍ୟା ଯୋଗୁ ବର୍ଷା ପବନ ଲାଗିରହିଥିବାବେଳେ ମଙ୍ଗଳବାର ସକାଳେ ମନ୍ଦିର ପୂଜକ ଓ ସ୍ଥାନୀୟ ଲୋକେ ମା’ଙ୍କ ମନ୍ଦିରରେ ଲାଗିଥିବା…

୭ଶହ ହେକ୍ଟର ଧାନ ଫସଲ କ୍ଷତିଗ୍ରସ୍ତ

ପୁରୀ ଅଫିସ/ କୋଣାର୍କ (ଡି.ଏନ୍‌.ଏ),୨୧।୫: ପୁରୀ ଜିଲାରେ ସାମୁଦ୍ରିକ ବାତ୍ୟା ଅମ୍ଫନର ପ୍ରଭାବ ପଡ଼ିଛି। ବଡ଼ଧରଣର କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଉପକୂଳବର୍ତ୍ତୀ ଅଞ୍ଚଳର ଅନେକ ଜାଗାରେ ଗଛ ଏବଂ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଛି। କେତେକ କଚ୍ଚାଘର ବି କ୍ଷତି…

କଣ୍ଟେନମେଣ୍ଟ ଜୋନ୍‌ରୁ ହଟିଲା ରେଣୁକା ଗଳି

ପୁରୀ ଅଫିସ,୨୧।୫: ପୁରୀ ସହରସ୍ଥ ରେଣୁକା ଗଳି ଅଞ୍ଚଳରୁ ଗତ ୧୦ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୋଟିଏ ପରିବାର ଦୁଇ ସଦସ୍ୟ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ଅଞ୍ଚଳକୁ ବିଶୋଧନ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?